Publicidade

Isaías 6

ଜିସାଇଅକେ ଦେକ୍‌ବାଟା ଆରି ଡାକ୍‌ବାଟା

1 ଉସିଅ ରାଜା ମର୍‌ବା ବର୍‌ସେ ମୁଇଁ ସବୁବେଲର୍ ମାପ୍‌ରୁ ଗଟେକ୍ ଉଚ୍‌ ସିଆଁସନେ ବସି ରଇଲାଟା ମୁଇଁ ଦେକ୍‌ଲି, ତାର୍ ରାଜା ବସ୍‌ତରର୍ ଗାଗ୍‌ରା ମନ୍ଦିର୍‌କେ ପୁରାପୁରୁନ୍ କରି ଡାବି ଦେଇ ରଇଲା । 2 ତାର୍‌ଲଗେ ଦୁତ୍‌ମନ୍‌ ଟିଆ ଅଇଲାଇ; ସେମନ୍‌କେ ଗଟେ ଗଟେ ବାଟେ ଚଅ,ଚଅଟା ଡେନା ରଇଲା ; ସେ ଦୁଇଟା ଡେନା ସଙ୍ଗେ ନିଜର୍ ପାଦ୍‌କେ ଡାବି ଅଇଲାଇ, ଆରି ଦୁଇଟା ଡେନା ସଙ୍ଗେ ନିଜର୍ ନିଜର୍ ମୁଁକେ ଡାବି ଅଇଲାଇ, ଆରି ଦୁଇଟା ଡେନା ସଙ୍ଗେ ଉପ୍‌ରେ ଉଡ୍‌ଲାଇ। 3 ଆରି ନିଜର୍ ନିଜର୍ ବିତ୍‌ରେ ଡାକା ଡାକି ଅଇକରି କଇଲାଇ, ସବୁର୍‌ ଟାନେ ଅନି ବଡ୍ ସବୁବେଲର୍ ମାପ୍‌ରୁ ଦରମ୍‌କାରିଆ, ଦରମ୍‌ କାରିଆ,ଦରମ୍‌ କାରିଆ; ସାରା ପୁର୍‌ତିବି ଜାକ ତାର୍ ମଇମାରେ ପୁରାପୁରୁନ୍ ଅଇଲା ଆଚେ। 4 ସେଡ୍‌କିବେଲେ କବର୍‌ କଉ ଆକ୍‌ ମାର୍‌ଲାକେ ମନ୍ଦିରର୍ ଦୁଆର୍ ମୁଆଟର୍ ଜାଗାର୍ ମୁଲ୍ ପାକ୍‌ନା ଚୁଲ୍‌ବୁଲି ଗାଲା ଆରି ଗର୍ ବିତ୍‌ରେ ଦୁଆଁ ବର୍‌ତି ଅଇଗାଲା। 5 ତାର୍‌ପଚେ ମୁଇଁ କଇଲି, ଏମା ଏମା! ମୁଇ ଦୁକ୍‌ ଅଇଗାଲି; କାଇକେବଇଲେ ମୁଇତା ଅସୁଚି ଲକ୍ ଆରି ପାପ୍ କଲା ଲକ୍‌ମନର୍ ସଙ୍ଗ୍ ବାସା ଅଇଲି ଆଚି; ଏଲେ ମିସା ମୁଇ ମର୍‌ ନିଜର୍ ଆଁକି ସବୁବେଲର୍ ମାପ୍‌ରୁ ରାଜାକେ ଦେକ୍‌ଲି ଆଚି। 6 ତାର୍‌ପଚେ ସେ ଦୁତ୍‌ମନର୍ ବିତ୍‌ରେ ଅନି ଗଟେକ୍ ଲକ୍ ଉଡି କରି ମର୍‌ ଲଗେ ଆଇଲା, ତାର୍ ଆତେ କଣ୍ଡେକ୍‌ ଜଇ ଇଙ୍ଗ୍‌ରା ରଇଲା , ସେ ଜଗିଅ ବେଦି ଅନି ଜଇ ଇଙ୍ଗ୍‌ରାକେ ଚିମ୍‌ଟା ସଙ୍ଗେ ନେଇ ରଇଲା; 7 ସେଡ୍‌କିବେଲେ ମର୍ ଅଟିକେ ଚିଇକରି କଇଲା, ଦେକା, ଏଟା ତମର୍ ଅଟିକେ ଚିଇଲା ଆଚେ; ସେଟାର୍ ପାଇଁ ତମର୍ ଅପ୍‌ରାଦ୍ କେମା ଅଇଲା ଆଚେ ଆରି ତମର୍ ପାପ୍‌ ଦଇ ଅଇଲା ଆଚେ। 8 ତାର୍‌ ପଚେ ମୁଁଇ କାକେ ପାଟାଇବି ? ଆରି ମର୍ ପାଇଁ କେ ଜାଇସି? ସବୁବେଲର୍ ମାପ୍‌ରୁ ଏନ୍ତାରି ବଲିକରି କଇବାଟା ମୁଁଇ ସୁନ୍‌ଲି। ତାର୍‌ପଚେ ମୁଇଁ କଇଲି, ମୁଇ ଇତି ଆଚି; ମକେ ପାଟାଆ। 9 ତାର୍‌ପଚେ ସେ କଇଲା, ଜାଆ ଆରି ସେ କୁଟୁମ୍‌କେ କୁଆ ତମେ ସତ୍ ବାବ୍‌ରେ ସୁନ୍‌ଲାସ୍‌ନି, ମାତର୍ ବୁଜାସ୍ ନାଇ ଦେକ୍‌ଲାସ୍‌ନି ମାତର୍ ନ ଦେକ୍‌ଲା ପାରା ଅଇଲାସ୍‌ନି। 10 ଏ ଲକ୍‌ମନ୍ ନିଜର୍ ନିଜର୍ ଆକିଟାନେ ଦେକି ଆରି ନିଜର୍ କାନେ ସୁନି ଆରି ନିଜର୍ ମନ୍‌ପରାନ୍‌କେ ବୁଜିକରି ମନ୍‌କେ ନ ବାଉଡାଇ କରି ଜେନ୍ତିକି ନିମାନ୍ ନ ଅଅତ୍, ସେଟାର୍‌ପାଇଁ ତମେ ସେମନର୍ ମନ୍‌ପରାନ୍‌କେ ନିମାନ୍ ନ କର୍ ସେମନର୍ କାନ୍‌କେ ବଇରା କର୍ ଆରି ସେମନର୍ ଆଁକିକେ ଡାବି ଦେସ୍। 11 ତାର୍‌ପଚେ ମୁଇଁ ପାଚାର୍‌ଲି, ଏ ପର୍‌ବୁ, କେତେଦିନ୍ କେତେ କାଲ୍‌ ଜାକ ? ତାର୍‌ପଚେ ସେ ଉତର୍ ଦେଲା,ଜେବେ ଜାକ ନଅଁରର୍ ସବୁଜାକ ନସ୍‌ଟ ନ ଅଏ ଆରି ଗର୍‌ମନ୍‌କେ ଲକ୍‌ମନ୍ ନସ୍‌ଟ ଅଇଜାଇ କରି କୁରୁପ୍ ନାସ୍ ନ ଅଏ ଆରି ବୁଇଁ ପୁରା ପୁରୁନ୍ ବାବ୍‌ରେ କୁରୁପ୍‌ନାସ୍ ନ ଅଏ, 12 ଆରି ସବୁବେଲର୍ ମାପ୍‌ରୁ ଲକ୍‌ମନ୍‌କେ ଦୁର୍‌ କରି ନ ଦେଏ ଆରି ଦେସ୍ ବିତ୍‌ରେ ଚାଡିଦେଇ ରଇବା ଜାଗା ଅଦିକ୍ ନ ଅଏ, ସେ ଜାକ। 13 ଆରି, ଜଦି ତେଇ ସଏ ବାଗେ ଅନି ଦସ୍‌ ବାଗ୍ ରଇଲେ ମିସା , ସେଟା ଆର୍‌ତରେକ୍ କୁରୁପ୍‌ନାସ୍ ଅଇସି; ଏଲା ଆରି ଅଲନ୍‌ ଗଚ୍ କାଟ୍‌ଲେ ମିସା ଜେନ୍ତିକି ତାର୍ କୁଟ୍ ରଇଜାଇସି; ସେ ରକାମ୍ ସେ ସୁକଲ୍ ବଁସ୍, ଏ କୁଟୁମ୍‌ କୁଟ୍‌ ରକାମ୍ ରଇବାଇ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-