Publicidade

Isaías 24

ସବୁବେଲର୍ ମାପ୍‌ରୁ ପୁର୍‌ତିବିର୍ ବିଚାର୍‌

1 ଦେକା ସବୁବେଲର୍ ମାପ୍‌ରୁ ପୁର୍‌ତିବି ତେଇ କାଇଟା ମିସା ନ ଚାଡେ ସବୁକେ କୁରୁପ୍‌ନାସ୍‌ କର୍‌ବାକେ ଗାଲାନି । ଆରି ସେ ପୁର୍‌ତିବିକେ ଉଲ୍‌ଟାଇ ଦେଇକରି ତେଇ ରଇବା ଲକ୍‌ମନ୍‌କେ ଚିନ୍‌ବିନ୍ କର୍‌ସି । 2 ତେଇ ଲକ୍‌ମନର୍ , ଜାଜକର୍‌; ଆରି ଗତିଦାଙ୍ଗ୍‌ଡାମନର୍ ଆରି ସାଉକାର୍‌ମନର୍; ଗତିଦାଙ୍ଗ୍‌ଡିମନର୍‌ ସାଉକାର୍‌ନିମନର୍, ଗେନ୍‌ବା ଲକର୍, ବିକ୍‌ବା ଲକ୍‌ମନର୍ ମିସା ; ଉଦାର୍‌କାରିଆ, ଡାବୁ ଇସାବ୍ କରୁ ,ଗରିବ୍‌ ଲକ୍‌; ଅଡିକେ ସଙ୍ଗେ ଡାବୁ ଦେଉମନ୍ , ସେ ରକାମ୍ ଡାବୁ ନେଇକରି ଅଡି ଡାବୁ ଦେଉ ଲକର୍ ପାଇଁ ଏ ରକାମ୍ ଗଟ୍‌ସି । 3 ପୁର୍‌ତିବି ପୁରାପୁରୁନ୍ ସଙ୍ଗ୍ କାଇଟା ମିସା ନ ଚାଡେ କୁରୁପ୍ ନାସ୍ ଅଇଜାଇସି ; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଏଟା କଇଲା ଆଚେ । 4 ପୁର୍‌ତିବି ଦୁକ୍‌ ଅଇକରି ସୁକି ଗାଲାନି ,ଜଗତ୍‌ସାରା ଜାଉଁଲି ଜାଇ ସୁକି ଗାଲାନି , ପୁର୍‌ତିବି ତେଇ ବାସା କରି ରଇବା ଲକ୍‌ମନ୍‌କେ ମୁଉଁ ସୁକି ଦେଲାଇନି । 5 ପୁର୍‌ତିବି ଟାନେ ବାସାକରି ରଇବା ଲକ୍‌ମନର୍ ପାଦ୍‌ତଲେ ଅସୁକଲ୍ ଅଇଗାଲା ଆଚେ, କାଇକେ ବଇଲେ ସେମନ୍ ନିଅମ୍‌କେ ମାନତ୍ ନାଇଁ , ରିତିନିତିକେ ମାନତ୍‌ ନାଇ ସବୁଦିନ୍ ରଇବା ନିଅମ୍‌କେ ଅମାନିଆଁ କଲାଇ ଆଚତ୍ । 6 ସେଟାର୍‌ପାଇଁ ସବୁବେଲର୍ ମାପ୍‌ରୁ ପୁର୍‌ତିବିକେ ଅବିସାପ୍‌ ଦେଇଦେଲା ଆଚେ ଆରି ତେଇ ବାସା ଅଇ ରଇବା ଲକ୍‌ମନ୍‌ ଦସି ଅଇ ଆଚତ୍ ; ସେଟାର୍‌ପାଇଁ ପୁର୍‌ତିବି ତେଇ ବାସା ଅଇ ରଇବା ଲକ୍‌ମନ୍ ପଡି ମସ୍‌ରି ଜାଇ ଆଚତ୍‌ ଆରି ଉନା ଲକ୍‌ ଆଚତ୍ । 7 ନୁଆଁ ଅଙ୍ଗୁର୍ ରସର୍ ସୁଆଦ୍ ଉନା ଅଇ ଗାଲାନି, ଅଙ୍ଗୁର୍ ମାଲ୍ ସୁକି ଜାଉଁଲି ଗାଲାନି, ସାଇସାର୍‌ଦା ସଙ୍ଗେ ରଇବା ଲକ୍‌ମନ୍ ଏବେ ଦୁକ୍‌ରେ ଆଚତ୍ । 8 ଆରି ଗିନି ବାଜାଇ କରି ସାଇସାର୍‌ଦା କର୍‌ବାଟା ଉନା ଅଇ ଗାଲାନି, ସାର୍‌ଦା ସଙ୍ଗେ ଗିତ୍ ଗାଇବା ଲକ୍‌ମନର୍ ସର୍ ବଦ୍‌ଲି ଗାଲାନି ଡୁଡୁଙ୍ଗାର୍ ସବଦ୍ ଆରି ସୁନା ଜାଏ ନାଇନି । 9 ଲକ୍‌ମନ୍ ସାଇସାର୍‌ଦା ସଙ୍ଗେ ଆରି ଅଙ୍ଗୁର୍‌ରସ୍ ନ କାଅତ୍‌ନି, ଅଙ୍ଗୁର୍‌ରସ୍ କାଇ ସାର୍‌ଦା କର୍‌ତେ ରଇଲା ଲକ୍‌ମନ୍‌କେ ସେଟା ଏବେ ପିତା ଲାଗ୍‌ସି । 10 ନଅଁର୍ ମନ୍‌କେ ଅସାନ୍‌ତି ଆଇଲା ଆଚେ, କନ୍ ଲକ୍‌ମିସା ଗରେ ଜାଇ ନାପାରତ୍ ସେଟାର୍ ପାଇଁ ସବୁର୍ ଗରର୍ କାପାଟେ କୁଚି ଦେଇ ଦେଲାଇ ଆଚତ୍ । 11 ଅଙ୍ଗୁର୍ ରସର୍ ପାଇଁ ବଲିକରି ସବୁଲକ୍‌ମନ୍ ସଡକ୍ ତେଇ ଆଉଲି ଅଇବାଇ, ସବୁ ରକାମର୍ ସାଇସାର୍‌ଦା ସାରି ଗାଲା ଆଚେ, ଦେସ୍ ବିତ୍‌ରର୍ ସାର୍‌ଦା ଦିରେ ଦିରେ ଉନା ଅଇ ଗାଲାନି । 12 ନଅଁର୍ କୁରୁପ୍‌ନାସ୍ ଅଇ ଗାଲାଆଚେ ଆରି ଦୁଆରର୍ କାପାଟ୍‌ମନ୍ ବାଙ୍ଗି କୁଟ୍‌କୁଟା ଅଇଗାଲା ଆଚେ । 13 କାଇକେ ବଇଲେ ଜେନ୍‌ତିକି ଜିତ୍‌ ଗଚର୍ ପଲ୍ ଦୁନି କରି ଜେନ୍ତାରି ଜଡାଇବାର୍‌ ଅଇସି ଆରି ଅଙ୍ଗୁର୍ କଲି ଜଡ୍‌ଲେ ଜେନ୍ତାରି ରୁଣ୍ଡାଇବାର୍ ଅଇସି , ସେରକାମ୍ ପୁର୍‌ତିବି ସାରାର୍ କୁଟୁମ୍ ମନ୍‌କେ ସେନ୍ତାରି ଗଟ୍‌ସି ।

14 ଆରି ଜେତ୍‌କି ଲକ୍ ରଇଲାଇ ସେମନ୍ ବେସି ଆଉଲି ଅଇବାଇ, ଏମନ୍ ସାର୍‌ଦା କରି ଆଉଲି ଅଇବାଇ; ସବୁବେଲର୍ ମାପ୍‌ରୁର୍ ମଇମାର୍ ପାଇଁ ସେମନ୍ ପଚିମ୍‌ ଦିଗେ ଅନି ବେସି ଆଉଲି ଅଇବାଇ । 15 ସେଟାର୍ ପାଇଁ ତମେ ପୁରୁବ୍‌ ଦେସେ ସବୁବେଲର୍ ମାପ୍‌ରୁକେ, କଇବାକେ ଗାଲେ, ଇସ୍‌ରାଏଲ୍ ଦେସର୍ ପର୍‌ମେସର୍ ସବୁବେଲର୍ ମାପ୍‌ରୁର୍ ନାଉରେ ମଇଁମା, ସମ୍‌ଦୁରର୍ ମଜାର୍ ରଇବା କୁପ୍‌ଲି ତେଇ ବାସା ଅଇ ରଇଲା ଲକ୍‌ମନ୍‌କେ ଜାଇ କରି ଜାନା। 16 ଦରମ୍ ଲକ୍‌ମନ୍ ସୁନ୍ଦର୍ ଦିସ୍‌ବାଇ, ଏ ଗିତ୍ ଆମେ ପୁର୍‌ତିବିର୍ ସାରାସାରି ଅନି ସୁନା ଗାଲାନି । ମାତର୍ ମୁଇ କଇଲି , ମୁଇ ଦିରେ ଦିରେ ନସି ଆଇଲିନି , ମୁଇ ଦିରେ ଦିରେ ନସି ଆଇଲିନି ! ମୁଇ ଗଟେକ୍ ଦୁକି ଲକ୍ ! ବିସ୍‌ବାସେ ବିସ୍ ଦେଉମନ୍ ବେସି ବିସ୍‌ବାସେ ବିସ୍ ଦେଇ ଆଚତ୍; ଉଁ ବିସ୍‌ବାସେ ବିସ୍ ଦେଉମନ୍ ବେସି ବିସ୍ ଦେଇ ଆଚତ୍ । 17 ଏ ପୁର୍‌ତିବି ଟାନେ ବାସା ଅଇ ରଇବା ଲକ୍‌ମନ୍ , ତମର୍ ପାଇଁ ଡର୍‌ବା ବିସୟ୍, ଡେଙ୍ଗ୍‌କାଲ୍ ଆରି ପାନ୍ଦ୍ ତିଆର୍ ଅଇଲା ଆଚେ । 18 ଆରି, ଏ ରକାମ୍ ଗଟ୍‌ସି , କେ ଜଦି ସବଦ୍ ସୁନି ଡରିକରି ପାଲାଇସି, ସେ ଗାତ୍‌ଟାନେ ଅଦର୍‌ସି ; କେ ଗାତ୍‌ଟାନେ ଅନି ଉଟି କରି ବାରଇ ଆଇଲେ , ସେ ପାନ୍ଦେ ଦାରା ପଡ୍‌ସି; କାଇକେ ବଇଲେ ଉପ୍‌ରର୍ କିଡ୍‌କି ସବୁଜାକ କୁଲା ଆଚେ ଆରି ପୁର୍‌ତିବିର୍ ମୁଲ୍‌ ସବୁଜାକ ଗଜ୍‌ଗଜି ଗାଲାନି । 19 ପୁର୍‌ତିବି ପୁରାପୁରୁନ୍‌ ତାଡ୍ ତାଡ୍ ଅଇଲାନି, ପୁର୍‌ତିବି ପୁରାପୁରୁନ୍ ତାଡ୍ ତାଡ୍ ଅଇ ତର୍‌ଲି ଗାଲାନି, ପୁର୍‌ତିବି ବେସି ତର୍‌ତରି ଗାଲାନି । 20 ପୁର୍‌ତିବି ତେଇ ରଇବା ମାତ୍‌ଲା ଲକ୍ ପାରା ଏନେ ତେନେ ଅଇସି ଆରି ପିରିଚାଉନି କୁଡିଆ ଗର୍‌ ପାରା ଏନେତେନେ ଆଲ୍‌ଜୁଲ୍ ଅଇସି; ଆରି ତାର୍ ପାପ୍‌ ତାକେ ବଜ୍ ଅଇସି , ତାର୍‌ପଚେ ସେ ଅଦ୍‌ରି ଜାଇସି, ଆରି ସେ ନ ଉଟେନି । 21 ଆରି, ସେଦିନେ ସବୁବେଲର୍ ମାପ୍‌ରୁ ଉପ୍‌ରେ ରଇବା ସଇନମନ୍‌କେ ଆରି ବୁଏଁ ବାସା ଅଇ ରଇବା ରାଜାମନର୍ କଲା କାମର୍ ସାସ୍‌ତି ଦେଇସି । 22 ତାର୍‌ପଚେ ଜେନ୍‌ତିକି ଜଇଲ୍‌ ରଉମନ୍ କୁଇସାଲେ ଗଟେକ୍‌ ଲଗେ ରୁଣ୍ଡିକରି ରଇବାଇ, ସେ ରକାମ୍ ସେମନ୍ ଗଟେକ୍‌ଟାନେ ରୁଣ୍ଡିକରି ବନ୍ଦି ଗରେ କୁରୁପ୍ ନାସ୍ ଅଇବାଇ, ଆରି ବେସି ଦିନ୍ ଗାଲାପଚେ ସେମନର୍ ବିଚାର୍‌ନା କରା ଜାଇସି 23 ସେଡ୍‌କିବେଲେ ଜନ୍ ଉଜଲ୍ ନ ଦେଏ ଜାଗର୍‌ତା ଆରି ବେଲ୍ କାରା ନ ଦେଏ କାଇକେ ବଇଲେ ସବୁର୍‌ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ ସିଅନ୍ ପର୍‌ବତେ ଆରି ଜିରୁସାଲମେ ଆରି ତାର୍ ନେତାମନର୍‌ ମୁଆଟେ ବେସି ବପୁର୍ ତାରାସ୍ ସଙ୍ଗେ ସାସନ୍ କର୍‌ସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_06-50-08-