1 ସବୁବେଲର୍ ମାପ୍ରୁ ଏନ୍ତାରି ବଲିକରି କଇଲା ଆଚେ, ସରଗ୍ ଅଇଲାନି ମର୍ ସିଆଁସନ୍ ଆରି ପୁର୍ତିବି ଅଇଲାନି ମର୍ ପାଦ୍ ସଙ୍ଗଇବା ଜାଗା; ତମେ ମର୍ ପାଇଁ କେନ୍ତାର୍ ରକାମର୍ ଗର୍ ମର୍ ପାଇଁ ତିଆର୍ କର୍ସା ? ଆରି କନ୍ ଜାଗା ମର୍ ବିସ୍ରାମ୍ କର୍ବା ଗର୍ ଅଇସି । 2 କାଇକେ ବଇଲେ ମର୍ ଆତ୍ ଏଟାମନ୍ ସବୁକେ ଜାକ ତିଆର୍ କଲା ଆଚେ, ଆରି ସେଟାର୍ ପାଇଁ ବଲିକରି ଏଟାମନ୍ ସବୁଜାକ ଜାତ୍ ଅଇଲା , ଏନ୍ତାର୍ ବଲିକରି ସବୁବେଲର୍ ମାପ୍ରୁ କଇଲା ଆଚେ; ମାତର୍ ଏ ଲକ୍ମନର୍ ପାଇଁ , କଇବାକେ ଗାଲେ ଜନ୍ ଲକ୍ମନ୍ ଦୁକ୍ରେ ଆଚତ୍ ଆରି ଦରମ୍ ଲକ୍ ଆରି ଜେ ମର୍ ବାକିଅକେ ଜାନାଇସି, ତାର୍ପାଇଁ ମୁଇ ଦେକ୍ବି । 3 ଜନ୍ ଲକ୍ ଗରୁ ମାର୍ସି , ସେ ଅଇଲାନି ନର୍ମାରୁ ପାରା ଅଇସି; ଜେ ମେଣ୍ଡା ପିଲା ବଲିଦାନ୍ କର୍ସି, କୁକୁରର୍ ଟଟ୍ରି କାଟ୍ବା ଲକ୍ ପାରା ଅଇସି, ଜେ ଅମ୍ବଲି ତେଇ ବଲିଦାନ୍ ସରପ୍ସି, ସେ ସୁକର୍ ବନି ସରପ୍ଲା ପାରା ଲକ୍ ଅଇସି, ଜେ ଗନ୍ଦ୍ ଦୁପ୍ନି ଲାଗାଇସି , ସେ ଦେବ୍ତା ମନ୍କେ ଦନିଅବାଦ୍ କର୍ବା ଲକ୍ ପାରା ଅଇସି; ଉଁ ସେମନ୍ ନିଜର୍ ବାଟ୍ ବାଚ୍ଲାଇ ଆଚତ୍ ଆରି ସେମନର୍ ଜିବନ୍ ତମ୍କେ ଗିନ୍ କର୍ବା ବିସଇ ତେଇ ତାକର୍ ମନ୍ ସାନ୍ତି ଅଇସି; 4 ଆମେ ମିସା ତାକର୍ ବୁଲ୍କାଇବା ବିସୟ୍କେ ନିକ ବଲିକରି କଇବାର୍ ଅଇସି ଆରି ସେମନର୍ ଡରର୍ ଲାଗି ସେମନ୍କେ ଗଟାଇବାର୍ ଅଇସି ; କାଇକେ ବଇଲେ ମକେ ଡାକ୍ଲାବେଲେ କେ ମିସା କାଇ ବଲିକରି କଅତ୍ ନାଇ ; ଆରି ଆମେ କଇଲାବେଲେ କେ ମିସା ସୁନତ୍ ନାଇଁ ; ମାତର୍ ଜନ୍ଟା ମର୍ ଆକିର୍ ଆଗେ କାରାପ୍, ସେଟାକେ ସେମନ୍ କଲାଇ ଆରି ଜନ୍ତେଇକି ମର୍ ରାଜିନାଇ ସେଟାମନ୍କେ ସେମନ୍ ବାଚି ଅଇଲାଇ । 5 ସବୁବେଲର୍ ମାପ୍ରୁର୍ ବାକିଅ ତେଇ ଲଦ୍ବଦି ଗାଲାନି ଜେ , ତମେ ତାର୍ ବାକିଅକେ ସୁନା ; ତମର୍ ଜନ୍ ବାଇମନ୍ ତମ୍କେ କାରାପ୍ ବାବ୍ବାଇ , ମର୍ ନାଉଁ ଇସାବ୍ରେ ସେମନ୍କେ ଦୁର୍ କର୍ସି, ସେମନ୍ କଇଲାଇ ଆଚତ୍ , ଆମେ ଜେନ୍ତିକି ତମର୍ ସାର୍ଦାରେ ରଇବାଟା ଦେକ୍ବୁ , ସେଟାର୍ପାଇଁ ସବୁବେଲର୍ ମାପ୍ରୁ ମଇଁମା ପାଅ; ମାତର୍ ସେମନ୍ ଲାଜ୍ ଅଇ ଜିବାଇ । 6 ସୁନା, ନଅଁର୍ ତେଇର୍ ଆଉଲି ଗଉଲି , ମନ୍ଦିରର୍ ତେଇର୍ ଆଉଲି, ସେଟା ମାତର୍ ସତ୍ରୁ ମନର୍ କଲାକାମର୍ ବାଦ୍ଲା ନେଇସି , ସେଟା ସବୁବେଲର୍ ମାପ୍ରୁର୍ କଇବା କାତା।
7 ଦୁକ୍ କସ୍ଟ ଆଇବା ଆଗ୍ତୁ ସେ ନିମାନ୍ ଅଇଲା; ପିଲା ଜନମ୍ କର୍ବା ବେଲା ନ ଆଇବା ଆଗ୍ତୁ ପିଲା ଜନମ୍ କଲା । 8 ଏ ରକାମ୍ କାତା କେ ସୁନି ଆଚାସ୍ ? ଏ ରକାମ୍ ଗଟ୍ନା କେ ଦେକି ଆଚାସ୍ ? କାଇ ଗଟେକ୍ ଦିନେ କନ୍ ଦେସ୍ ଜନମ୍ ଅଇସି କି? କନ୍ କୁଟୁମର୍ ଲକ୍ କାଇ ଗଟେକ୍ ସମଇ ଜନମ୍ ଅଇବାଇ? ସିଅନ୍ ପିଲା ଜନମ୍ କର୍ବା ଦୁକା ପାଇବା ଦାପ୍ରେ, ସେ ନିଜର୍ ପିଲା ମନ୍କେ ଜନମ୍ ଦେଲା । 9 ସବୁବେଲର୍ ମାପ୍ରୁ କଇଲାନି, ଆମେ ପିଲା ଜନମ୍ କର୍ବା ଦିନ୍ କେଟାଇ କରି କାଇ ପିଲା ଜନମ୍ କରି ନାପାରୁ କି? ତମର୍ ପର୍ମେସର୍ କଇଲାନି, ପିଲା ଜନମ୍ କରାଇବା ଲକ୍ ଜେ , ମୁଇ କାଇ ପିଲା ଜନମ୍ ଅଇବାଟାକେ ବନ୍ଦ୍ କର୍ବି? 10 ଏ ଜିରୁସାଲାମ୍କେ ଲାଡ୍ମୁଆସ୍ କର୍ବା ସବୁ ଲକ୍ମନ୍, ତମେ ତାର୍ ସଙ୍ଗେ ସାର୍ଦା କରା ଆରି ତାର୍ ପାଇଁ ବଲି କରି ଆଁସା ବକ୍ରା ଉଆ; ତାର୍ ବିସୟ୍ ନେଇକରି ଦୁକ୍ କର୍ବା ସବୁ ଲକ୍ ତମେ ସାର୍ଦା କର୍ବାର୍ ଲାଗି ତାର୍ ସଙ୍ଗେ ଆଁସା ବକ୍ରା କରା; 11 ତାର୍ପଚେ ଜେନ୍ତିକି ଗଟେକ୍ ପିଲା ଆୟାର୍ ଦୁଦ୍ କାଇ କରି ପେଟ୍ପୁରାଇ ସାନ୍ତି ଅଇସି , ସେ ରକାମ୍ ତମେ ମିସା ସେ ଦନ୍କେ ମିଲାଇ କରି ସାର୍ଦା ଉଆ । 12 କାଇକେ ବଇଲେ ସବୁବେଲର୍ ମାପ୍ରୁ ଏନ୍ତାର୍ ବଲିକରି କଇଲା ଆଚେ, ଦେକା, ମୁଇ ତାର୍ ଆଡ୍ଗଡ୍କେ ଗାଡ୍ପାରା ସାନ୍ତି ଆରି ପାଜ୍ରା ପାନି ବାର୍କରାଇ କରି ଉଚ୍ଲିଜିବା ପାରା ଜର୍ନା ପାନି ପାରା ବିନ୍ବିନ୍ ଦେସ୍ମନର୍ କାବା ଅଇଜିବା କାମ୍ କର୍ସା, ଆରି ତମେ ତେଇଅନି ଦୁଦ୍ କାଇସା ଆରି ତମେ କନ୍ଦେ ବୁଆ ଅଇସା ଆରି କଲେ ନାଟ୍ କର୍ସା। 13 ଜେନ୍ତିକି ଗଟେକ୍ ପିଲାକେ ତାର୍ ଆୟା ଅଅ କରି ବୁଜାଇସି, ଟିକ୍ ସେନ୍ତି କରି ଆମେ ବୁଜାଇବୁ ଆରି ତମେ ଜିରୁସାଲାମ୍ ଟାନେ ସାନ୍ତି ପାଇସା । 14 ଆରି, ତମେ ଏଟା ଦେକ୍ସା ଆରି ତମର୍ ମନ୍ ବେସି ସାର୍ଦା ଅଇଜାଇସି , ଆରି ତମର୍ ଗାଗ୍ଡେ ରଇଲା ଆଡ୍ କଁଲି ଗାଁସ୍ ପାରା ଦପ୍ଦପା ଡିସ୍ସି ; ଆରି , ସବୁବେଲର୍ ମାପ୍ରୁର୍ ଆତ୍ ତାର୍ ଦାଙ୍ଗ୍ଡା ଲଗେ ଜାନା ପଡ୍ସି ଆରି ସେ ନିଜର୍ ସତ୍ରୁ ମନର୍ ବିରୁଦେ ରିସା ଅଇ ଜାଇସି।
15 କାଇକେ ବଇଲେ ଦେକା , ବେସି ଜଇ ଲାଗ୍ଲା ପାରା ତାର୍ ରିସା ଅଇସି ଆରି ଲାଗ୍ବା ଜଇ ସଙ୍ଗ୍ କୁରୁପ୍ନାସ୍ କର୍ବାକେ ସବୁବେଲର୍ ମାପ୍ରୁ ଜୟ୍ ଆଇଲାପାରା ଆଇସି ତାର୍ ସବୁଜାକ ରତ୍ ବାଉପବନ୍ ପାରା ଅଇସି । 16 କାଇକେ ବଇଲେ ସବୁବେଲର୍ ମାପ୍ରୁ ଜୟ୍ସଙ୍ଗେ ଆରି ନିଜର୍ କାଣ୍ଡାସଙ୍ଗେ ମଚ୍ପୁରେ ସର୍ତେ ଲକର୍ ବିଚାର୍ନା କର୍ସି ; ତାର୍ପଚେ ସବୁବେଲର୍ ମାପ୍ରୁ ମାରି ରଇବା ଲକ୍ ବେସି ଅଇବାଇ । 17 ସବୁବେଲର୍ ମାପ୍ରୁ କଇଲାନି , ଜନ୍ ଲକ୍ମନ୍ ମଜାର୍ ଗଟେକ୍ ଲକ୍ ପଚ୍ବାଟର୍ ଉଦିଆନ୍ ବାଡେ ଜିବାକେ ତମ୍କେ ସୁକଲ୍ ଆରି ସୁଚି କର୍ସି, ଗୁସ୍ରି ମାଉଁସ୍ ଆରି ବେସି ଆସାର୍ ଜିନିସ୍ ଆରି ମୁସା ମାଉଁସ୍ କାଇବାଇ, ସେମନ୍ ଏକା ସଙ୍ଗେ କୁରୁପ୍ ନାସ୍ ଅଇଜିବାଇ । 18 କାଇକେ ବଇଲେ ଆମେ ସେମନର୍ କାମ୍ ଆରି ବାବ୍ନାକେ ଜାନି ଆଚୁ ; ସବୁ ଦେସର୍ ଆରି ସବୁ ବାସାର୍ ଲକ୍ମନ୍କେ ଆମେ ଟୁଲିଆଇବା ସମୟ୍ ଆଇଲାନି ଆରି ସେମନ୍ ଆସିକରି ଆମର୍ ମଇମା ଦେକ୍ବାଇ । 19 ଆରି, ଆମେ ସେମନ୍ର୍ ବିତ୍ରେ ଗଟେକ୍ ଚିନ୍ ତିଆର୍ କର୍ବାର୍ ଅଇସି ଆରି ସେମନର୍ ବିତ୍ରେ ଅନି ରକିଆ ଅଇ ରଇବା ଲକ୍ମନ୍କେ ଆମେ ବିନ୍ବିନ୍ ଦେସର୍ ଲକ୍ମନର୍ ଲଗେ , ତର୍ସିସ୍, ପୁଲ୍, ଆରି ଲୁଦ୍, ଜନ୍ ଲକ୍ମନ୍କି ଦୁନୁଦାରୁମନ୍ ,ତୁବଲ୍ ଆରି ଜବନ୍ , ଏଟାମନ୍ସବୁ ଜନ୍ ଦୁରିକେ ରଇଲା କୁପ୍ଲିମନ୍ ଆମର୍ ସୁବ୍କବର୍କେ କେବେ ସୁନତ୍ ନାଇଁ , କି ଆମର୍ ଉଜଲ୍କେ କେବେ ଦେକତ୍ ନାଇ, ସେ ଲକ୍ମନର୍ ଲଗେ ପାଟାଉଁ ଆରି ସେମନ୍ ବିନ୍ବିନ୍ ଦେସର୍ ଲକ୍ମନର୍ ଲଗେ ଆମର୍ ମଇମାକେ ଜାନାଇବାଇ । 20 ଆରି, ସବୁବେଲର୍ ମାପ୍ରୁ କଇଲାନି ଏ ଇସ୍ରାଏଲ୍ ଦେସର୍ ଲକ୍ମନ୍ ଜେନ୍ତିକି ସୁଚି ଗିନା ତେଇ ସବୁବେଲର୍ ମାପ୍ରୁର୍ ଗରେ ଇନାମ୍ ଆନ୍ବାଇ, ସେ ରକାମ୍ ସେମନ୍ ତମର୍ ବାଇ ସବୁ ଲକ୍କେ ସବୁବେଲର୍ ମାପ୍ରୁର୍ ଇସାବ୍ରେ ଇନାମ୍ ଇସାବେ , ସବୁ ଦେସ୍ମନର୍ ବିତ୍ରେ ଅନି ସେମନ୍କେ ଗଡା , ରତ୍,ଉଟ୍, ମାଇଗଡା ଆରି ବେସି ପାଲାଇତେ ରଇବା ପସୁମନର୍ ଉପ୍ରେ ଆମର୍ ସୁକଲ୍ ପର୍ବତ୍ ଜିରୁସାଲାମେ ଆନ୍ବାଇ । 21 ଆରି ମୁଇ ସେମନର୍ ଲଗେ ଅନି ଜାଜକ୍ ଆରି ଲେବିଅ ଅଇବାକେ ଲକ୍ମନ୍କେ ଡାକ୍ବି ଏ କାତା ସବୁବେଲର୍ ମାପ୍ରୁ କଇଲାନି । 22 କାଇକେ ବଇଲେ ଆମେ ଜନ୍ ନୁଆଁ ଆକାସ୍ମଣ୍ଡଲ୍ ମର୍ ବପୁ ସଙ୍ଗେ ତିଆର୍ କର୍ବି, ସେଟା ଜେନ୍ତିକି ମର୍ ମୁଆଟେ ସବୁବେଲର୍ ପାଇଁ ରଇସି, ସେ ରକାମ୍ ମର୍ ବଁସ୍ କୁଲ୍ ଆରି ତମର୍ ନାଉଁ ଜୁଗ୍ଜୁଗ୍ ରଇସି, ଏନ୍ତାର୍ ବଲିକରି ସବୁବେଲର୍ ମାପ୍ରୁ କଇଲାନି। 23 ଆରି ଗଟେକ୍ ଉଆଁସ୍ ରାତି ଦିନେଅନି ଆର୍ଗଟେକ୍ ଉଆଁସ୍ ରାତି ଆଇବା ଜାକ ଆରି ଗଟେକ୍ ବିସ୍ରାମ୍ ଦିନେ ଅନି ଆରିଗଟେକ୍ ବିସ୍ରାମ୍ ଦିନ୍ ଆଇବା ଜାକ ପୁର୍ତିବି ମର୍ ମୁଆଟେ ଜୁଆର୍ କର୍ବାକେ ଆଇବାଇ, ଏ କାତା ସବୁବେଲର୍ ମାପ୍ରୁ କଇଲାନି । 24 ଆରି ସେମନ୍ ବାଇଲେ ଜାଇ କରି , ଜନ୍ ଲକ୍ମନ୍ ମର୍ ବିରୁଦେ ଅନିଆଇ କରି ଆଚତ୍ , ସେ ଲକ୍ମନର୍ ମଲା ମଡ୍ ଦେକ୍ବାଇ ; କାଇକେ ବଇଲେ ସେମନ୍କେ କାଇବା କିଡା ନ ମରତ୍ କି ଜଇ ଲାଗ୍ବାଟା ନ ଲିବେ; ଆରି ସେ ସବୁଲକ୍ ଜାକ ତେଇ ଚଟ୍ପଟି ଚଟ୍ପଟି କରି ରଇବାଇ ।