Publicidade

Isaías 42

ମାପ୍‌ରୁ ବାଚି ରଇବା ଦାଙ୍ଗ୍‌ଡା

1 ଜାକେ ଆମେ ଦାର୍‌ଲୁ ଆଚୁ, ଏନ୍ତାର ଆମର୍ ଦାସ୍‌କେ, ଜାର୍‌ଲଗେ ଆମେ ସାନ୍‌ତି ଅଇଲୁନି, ଏନ୍ତାର୍ ଆମର୍ ବାଚ୍‌ଲା ଲକ୍‌କେ ଦେକା; ଆମେ ତାର୍ ଉପ୍‌ରେ ଆମ୍‌ର ଆତ୍‌ମାକେ ସଙ୍ଗଇ ଆଚୁ; ସେ ସବୁ ଦେସର୍ ଲକ୍‌ମନ୍‌କେ ନିଆଇ ବିଚାର୍‌ କର୍‌ସି ।

2 ସେ ଆଉଲି ଅଇ କରି ବେସି ଆଉଲି ନ କରେ, କି ଅସାର୍‌ ବାଟେ ଗାଟେ ଟିଆ ଅଇକରି ଆଉଲି ଅଇ ନ ଜାନାଏ।

3 ସେ କୁଟ୍‌କୁଟା ଚପ୍‌ଲା ଗାସ୍‌ ନ ବାଙ୍ଗେ ଆରି ଲାଗ୍‌ତେ ରଇବା ସଲିତା ନ ଲିବେ ; ସେ ସତ୍‌ ବାବ୍‌ରେ ନିଆଇଁ ବିଚାର୍ କର୍‌ସି

4 ସେ ପୁର୍‌ତିବ୍‌ର ନିଆଇ ବିଚାର୍‌ନା ନ କର୍‌ବା ଜାକ ନିରାସ୍ ଆରି ସାଆସ୍ ନଇଲା ପାରା ନ ଅଏ; ଆରି,ସମ୍‌ଦୁର୍ ମଜାଇ ରଇବା କୁପ୍‌ଲିର୍ ଲକ୍‌ମନ୍ ତାର୍‌ ନିଅମ୍‌କେ ଜାଗି ରଇବାଇ ।

5 ଜେ ବାଦଲ୍‌କେ ସୁସ୍‌ଟି କରି ଅଚାଇଲା ଆଚେ; ଜେ ବୁଇଁଲ୍‌ଗେ ରଇବା ଜିବ୍‌ ଜନ୍‌ତୁ ମନ୍‌କେ ଅଚାଇ ଆଚେ; ଜେ ତାର୍ ଉପରେ ଅନି ସବୁ ଲକ୍‌ମନ୍‌କେ ପୁଣ୍ଡ୍‌ବାକେ ପବ୍‌ନ ଦେବାଇ ଆରି ସିତି ଚାଲାବୁଲା ଅଇବା ଲକ୍‌ମନ୍‌କେ ଜିବ୍‌ନ ଦେବାଇ, ସେ ସବୁବେଲର୍ ମାପ୍‌ରୁ ପର୍‌ମେସ୍‌ର ଏ କାତା କଇଲାନି;

6 ଆମେ ସବୁବେଲ୍‌ର ମାପ୍‌ରୁ, ଦରମ୍‌ କର୍‌ବାକେ ତମ୍‌କେ ଡାକି ଆଚୁ ଆରି ତମର୍ ଆତ୍ ଦାରି ତମ୍‌କେ ରକିଆ କର୍‌ବୁ, ଆରି କାଣା ଲକ୍‌ମନର୍‌ ଆଁକି ଦେକ୍‌ବାକେ, ବନ୍ଦି ଲକ୍‌ମନ୍‌କେ ବାର୍‌କର୍‌ବାକେ ଆରି ଆନ୍ଦାରେ ବସି ରଇବା ଲକ୍‌ମନ୍‌କେ ବାର୍‌କରି ଆନ୍‌ବାକେ ଜା,

7 ଆମେ ତମ୍‌ର ଲକମନ୍‌ର୍ ନିଅମ୍ ରକାମ୍ ଆରି ସବୁ ଦେସର୍‌ ଲକ୍‌ମନର୍ ଉଜଲ୍‌ ପାରା କରି ତମ୍‌କେ ବାଚ୍‌ଲୁ ଆଚୁ ।

8 ଆମେ ସବୁବେଲ୍‌ର ମାପ୍‌ରୁ: ଏଟା ଆମ୍‌ର ନାଅଁ; ଆରି ଆମେ ଆମର୍ ବପୁ ଅଲ୍‌ଗା ଲକ୍‌କେ, ଆରି ନିଜ୍‌ର ସୁକଲ୍ ଆତେ କର୍‌ଲା ମୁର୍‌ତିମନ୍‌କେ ନ ଦେଉଁ ।

9 ଦେକା, ଅଗ୍‌ର କାତାମନ୍ ସତ୍ ଅଇ ଗଟ୍‌ଲା, ଆରି ଆମେ ନୁଆ ବିସଇମନ୍‌ କଇଲୁ ଆଚୁ; ସେସବୁ ଲେକା ଅଇବା ଆଗେଅନି ଆମେ ତମ୍‌କେ ଜାନାଇଲୁନି ।

ପର୍‌ସଙ୍ଗ୍‌ସାର୍‌ ଗିତ୍‌

10 ଏ ସମ୍‌ଦୁର୍‌ ତେଇ ବୁଡ୍‌ବା ଲକ୍‌ମନ୍ ଆରି ସମ୍‌ଦୁର ମଜାଇ ରଇବା ଲକ୍‌ମନ୍, ଏ ସମ୍‌ଦୁର୍ ମଜାଇ ବାସା ଅଇ ରଇବା ଲକ୍‌ମନ୍, ତମେମ୍‌ନ ସବୁ ସବୁବେଲର୍ ମାପ୍‌ରୁର୍ ପାଇ ଗଟେକ୍ ନୁଆଁ ଗିତ୍‌ ଆରି ପୁର୍‌ତିବିର୍ ସାରାସାରି‌ଜାକ ରଇବା ଲକ୍‌ମନ୍ ତାକ୍‌ର ଆରାଦନା ଗିତ୍ ଗାଆ।

11 ମୁରୁବାଲି ବୁଏଁ ବାସା ଅଇରଇବା ନଅଁରର୍ ଲକ୍‌ମନ୍ , କେଦାରଲଗେ ବାସା ଅଇରଇବା ଗାଁଉଁ ସବୁ ବେସି ଆଉଲି ଉଆ; ପାକ୍‌ନା ଲଗେ ରଇବା ଲକ୍‌ମନ୍ ଗିତ କୁଆ, ସେଲା ନଅଁରେ ବାସା ଅଇ ରଇଲା ଲକ୍‌ମନ୍ ଗିତ୍ କୁଆ, ଡଙ୍ଗରର୍ ଟିପେଅନି ସେମନ୍ ବେସି ସାର୍‌ଦା କରତ୍।

12 ସେମନ୍ ସବୁବେଲର୍ ମାପ୍‌ରୁକେ ଦନିଅବାଦ୍ କରତ୍‌ ଆରି ଗାଡ୍ ମଜାଇ ରଇଲା କୁପ୍‌ଲି ଲଗେ ବାସା ଅଇ ରଇଲା ଲକ୍‌ମନ୍ ତାକର୍ ମଇମା ଜାନାଇ ବାଇ ।

13 ସବୁବେଲ୍‌ର ମାପ୍‌ରୁ ବପୁ ସଙ୍ଗ୍ ବାରଇ ଆଇସି; ସେ ବିରର୍‌ ନିଆଇଁ ସଙ୍ଗ୍ ନିଜର୍ ଆଲାଦ୍ ସଙ୍ଗେ ଉଟାଇସି; ସେ ଆଉଲି ଅଇକରି କଇବାଇ, ସେ ବେସି ଆଉଲି ଅଇବାଇ; ସେ ତାକ୍‌ର ସତ୍‌ରୁମନ୍ ବିରଦେ ବେସ ରକାମ କାମ୍ କର୍‌ବାଇ ।

ପର୍‌ମେସରର୍ ପର୍‌ମାନ୍‌

14 ମୁଇ ବେସି ଦିନ୍ ଚୁପ୍‌ଅଇ ରଇଲି ଆଚି; ମୁଇ ଚୁପ୍‌ଚାପ୍ ଅଇ ଆଚି; ଏବେ ମୁଇ ଗଟେକ୍ ପିଲା ପାଇଲା ମାଇଜି ପାରା ଡାକ୍‌ବି; ମୁଇ ନିଜର ପୁଣ୍ଡାକେ ବିତ୍‌ରେ ବେସି ଟାନି କରି ବେସି ଆଉଲି ଅଇ ଦ ସଁ ଅଇବି।

15 ଆମେ ଡଙ୍ଗର୍‌ ଆରି ଡଙ୍ଗ୍‌ରକେ କରୁପ୍‌ନାସ କର୍‌ବୁ ଆରି ସିତିର୍‌ ତାସ୍‌ମନ୍‌କେ ସୁକାଇ ଦେବୁ; ଆରି ସମ୍‌ଦୁର୍‌କେ କୁପ୍‌ଲି କରବାଇ ଆରି ପାନିରଇଲା ଜାକେ ସୁକାଇବାଇ ।

16 ଆରି ଆମେ କାଣାମନ୍‌କେ, ସେମନ୍‌ କେବେ ନ ଇଣ୍ଡ୍‌ବା ବାଟେ ସେମ୍‌ନକେ ଆନ୍‌ବି; ଜନ୍ ବାଟ୍‌କେ ସେମନ୍‌ କେବେ ଜାନା ନାଇ, ସେବାଟେ ସେମ୍‌ନକେ ଆନ୍‌ବି; ମୁଇ ସେମ୍‌ର ମୁଆଟେ ରଇବି ଆନ୍ଦାର୍‌କେ ଉଜଲ୍ କର୍‌ବି ଆରି ସେମର୍ ବେସି କସ୍‌ଟ ବାଟ୍‌କେ ସୁକ୍‌ଲ କର୍‌ବି ।

17 ଜନଲକ୍‌ମନ ଆତେ ତିଆର୍ କଲା ଦେବ୍‌ତାମନ୍‌ର ତେଇ ଆସା କର୍‌ବାଇ ଆରି ଚାଞ୍ଚ୍‌ ସଙ୍ଗେ ତିଆର୍ କଲା ମୁର୍‌ତିମ୍‌ନକେ କଇବାଇକି ତମେ ଆମ୍‌ର ମାପ୍‌ରୁ ବଲି, ସେମନ୍ ପଚେ ରଇଜିବାଇ ଆରି ବେସି ଲାଜ୍ ଅଇବାଇ ।

ସିକ୍‌ବାକେ ଇସ୍‌ରାଇଲ୍ ଲକ୍‌ମନ୍‌କେ ଇଚା ନାଇଁ

18 ଏ ବଇରାମନ୍, ସୁନା; ଏ କାଣା ଲକ୍‌ମନ୍ ଦେକା, ତମେ ଦେକ୍‌ବାକେ ମୁଣ୍ଡ୍‌ ଉପ୍‌ରେ ଟେକା ।

19 ମର୍ ଦାସ୍‌କେ ଚାଡି ଦେଲେ ଆରି କେ କାଣା ଅଇଲା ଆଚେ? ଆରି ଆମର୍ କବର୍ ଦେଉ ପାରା କେ ବଇରା ଆଚେ? ଆମ୍‌ର ସଙ୍ଗେ ମିଲାମିସା କର୍‌ତେ ରଇବା ଲକ୍ ପାରା କାଣା କେ ଆଚେ? ଆରି ସବୁବେଲ୍‌ର ମାପ୍‌ରୁ ଦାସ ରକାମ୍ କେ କାଣା ଆଚେ ?

20 ତମେ ବେସି ବିସଇକେ ଦେକ୍‌ଲାସ୍‌ନି, ମାତର୍ କାଇଟା ମିସା ମନ୍‌ଦିଆନ୍ ଦିଆସ୍ ନାଇଁ, ତମ୍‌ର କାନ୍‌ମନ୍ ମେଲା ଅଇଲା ଆଚେ ମାତ୍‌ର କାଇଟା ମିସା ସୁନାସ୍ ନାଇଁ ।

21 ସବୁବେଲ୍‌ର ମାପ୍‌ରୁ ନିଜ୍‌ର ଦରମ୍‌ ପାଇ ନିଜ୍‌ର ନିଅମ୍‌କେ ବଡ୍ ଆଦର୍ କର୍‌ବାକେ ସନ୍‌ତୁସ୍‌ଟ ଅଇଲା ।

22 ମାତ୍‌ର ଏ ଲକ୍‌ମନ୍‌ ଚରାଇ କରି ଜିକି ନେଲାଇ ଆଚତ୍; ସେ ସବୁ ଲକ୍‌ମନ୍‌କେ କାଲେ ବାନ୍ଦିକରି ଆରି ବନ୍ଦିଗରେ ଲୁଚାଇକରି ସଙ୍ଗ୍‌ଇ ଆଚତ୍; ସେମ୍‌ନକେ ଜିକି ନେବାକେ ସଙ୍ଗ୍‌ଇ ଆଚ୍‌ତ ଆରି ଚାଡାଇବାକେ କେ ମିସା ନାଇଁ, ସେମ୍‌ନକେ ଚର୍‌ବାକେ ଆଚ୍‌ତ ଆରି ମୁକ୍‌ଲାଇ ଆନ୍‌ବାକେ କେ ମିସା ନାଇଁ ।

23 ଏ କାତାକେ ଜନ୍‌ଲକ୍ ସୁନ୍‌ବାଇ ଆରି ସୁନିକରି ବବିସତ୍‌ର ପାଇଁ ବାବ୍‌ବାଇ, ତମର୍‌ ଟାନେ ଏ ରକାମ୍ କେ ଆଚ୍‌ତ?

24 ଜାକୁବ୍‌କେ ଜିକି ନେବାକେ ଆରି ଇସ୍‌ରାଇଲର୍ ଲକ୍‌କେ ଚରି ନେବା ଲକ୍‌ମନ୍‌ର ଆତେ କେ ସେମ୍‌ନକେ ସର୍‌ପି ଦେଲାଇ? ଜାର ବିରୁଦେ ଆମେ ପାପ୍ କାମ୍ କରି ଆଚୁ ଆରି ଜାର୍ ବାଟେ ଇଣ୍ଡ୍‌ବାକେ ଲକମନ୍ ଇଚା କରତ୍ ନାଇ, ଆରି ସେମନ୍‌ ଜାର୍‌ ଆଦେସ୍‌କେ ନାମତ୍ ନାଇ, ସେ ସବୁବେଲର୍‌ ମାପ୍‌ରୁ କାଇ ଏଟା କରେ ନାଇଁ ?

25 ସେଟାର୍‌ପାଇଁ ସେ ତାକ୍‌ର ଉପ୍‌ରେ ନିଜ୍‌ର ରିସାକେ ଆରି ଜୁଇଦ ଅଇବାଟାକେ ଲାଗାଇ ଦେଲା; ତାର୍‌ପଚେ ସେଟା ଚାରିବେଡ୍‌ତି ଜଇ ରକାମ୍ ଅଇ ଉଟ୍‌ଲା, ମାତ୍‌ର ସେ ଜାନି ନାପାର୍‌ଲା; ଆରି, ଜଇ ତାକେ ପଡାଇ ଦେଲା, ମାତ୍‌ର ସେ ମନ୍‌ଦିଆନ୍ ଦେଏ ନାଇଁ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-