1 ଆମସର୍ ପିଲା ଜିସାଇଅ ଜିଉଦା ଆରି ଜିରୁସାଲମର୍ ବିସଇରେ ଜନ୍ ଦର୍ସନ୍ ଦେକି ରଇଲା ସେ ଅର୍ସା ସଙ୍ଗର୍ କାତାନି । 2 ସାରାସାରି ବେଲେ ଏ ରକାମ୍ ଗଟ୍ସି ସବୁବେଲର୍ ମାପ୍ରୁ ଗର୍ ରଇବା ଡଙ୍ଗର୍ ଆରି ଏଟା ଡଙ୍ଗର୍ ଉପ୍ରର୍ ଟିପେ ତିଆର୍ ଅଇସି ଆରି ସବୁ ଡଙ୍ଗର୍ ମନର୍ ତେଇ ଅନି ଜବର୍ ଡେଙ୍ଗ୍ ଅଇସି; ଆରି ତେଇ ଅନି ସର୍ତେ କୁଟୁମ୍ ଜର୍ନା ପାନି ପାରା ସେ ଟିପେ ଅନି ଗସ୍ରି ଆଇବାଇ 3 ଆରି ବେସି କୁଟୁମ୍ମନ୍ ଗାଲା ଦାପ୍ରେ କଇବାଇ ତମେ ସବୁଲକ୍ ଆସା ଆମେ ସବୁଲକ୍ ସବୁବେଲର୍ ମାପ୍ରୁର୍ ପର୍ବତେ ଜାକୁବର୍ ପର୍ମେସରର୍ ଗରେ ଜୁ ତେଇ ସେ ନିମାନ୍ ବାଟେ ଜିବା ବିସଇରେ; ଆମ୍କେ ସିକିଆ ଦେଇସି ଆରି ଆମେ ସେ ସିକାଇଲା ବାଟ୍ ବାଟେ ଇଣ୍ଡୁ କାଇକେ ବଇଲେ ସିଅନେ ଅନି ନିଅମ୍ ଆରି ଜିରୁସାଲାମେ ଅନି ସବୁବେଲର୍ ମାପ୍ରୁର୍ ବାକିଅ ବାରଇସି 4 ଆରି ଦେସ୍ ବାସିମନ୍କେ ବିଚାର୍ କର୍ସି ଆରି ସବୁ କୁଟୁମ୍ ମନର୍ ବିସରେ ଦାଇତ୍ ନେଇସି; ତେଇ ସେମନ୍ ନିଜର୍ ନିଜର୍ କାଣ୍ଡାକେ ବାଙ୍ଗାଇ କରି ଲଙ୍ଗଲର୍ ପାଲ୍ ତିଆର୍ କର୍ବାଇ ଆରି ନିଜର୍ ନିଜର୍ ଚେଲ୍କେ ବାଙ୍ଗାଇ କରି ଇଲା ତିଆର୍ କର୍ବାଇ ; ଗଟେକ୍ ଦେସର୍ ଲକ୍ ଆରି ଗଟେକ୍ ଦେସର୍ ଲକର୍ ବିରୁଦେ କାଣ୍ଡା ନ ବେଟତ୍ କି ସେ ମନ୍ ଜୁଇଦ୍ କର୍ବାଟା ନ ସିକତ୍ 5 ଏ ଜାକୁବର୍ ବଁସ୍ ଆସା ଆମେ ସବୁବେଲର୍ ମାପ୍ରୁର୍ ଉଜଲ୍ ବାଟେ ଜୁ
6 କାଇକେ ବଇଲେ ତମେ ନିଜର୍ ଲକ୍ ଜାକୁବର୍ ବଁସ୍କେ ଚାଡିଦେଇ ଆଚାସ୍ ସେଟାର୍ ପାଇ ସେମନ୍ ଆଗର୍ ରିତିନିତି ତେଇ ମିସି ଆଚତ୍ ଆରି ପଲେସ୍ଟିଅ ମନର୍ ପାଞ୍ଜି ଦେକୁମନର୍ ପାରା ଅଇ ଆଚତ୍ ଆରି ସେମନ୍ ଅଲ୍ଗା ଦେସର୍ ପିଲାମନର୍ ସଙ୍ଗେ ଆତ୍ ମିସାଇ ମିସି ବିଡି ରଇଲାଇନି 7 ସେମନର୍ ଦେସେ ମିସା ସୁନା ରୁପା ବର୍ତି ଅଇ ଆଚେ; ସେମନର୍ ଟାଙ୍ଗା ସୁନାକେ ଏଜି ନ ଅଏ ;ଆରି ସେମନର୍ ଦେସେ ଗଡାମନ୍ ବର୍ତି ଅଇ ଆଚେ ଆରି ସେମନର୍ ରତ୍ ମିସା ଏଜି ନ ଅଏ 8 ସେମନର୍ ଦେସେ ମୁର୍ତି ମିସା ବର୍ତି ଆଚେ; ସେମନ୍ ନିଜର୍ ଆତେ ଗଡ୍ଲା ମୁର୍ତି ମନ୍କେ ଜୁଆର୍ କର୍ବାଇ । 9 କେତେକ୍ ଲକ୍ ଲାଜ୍ ଅଇ ଅଲପ୍ ମୁଁ ଦେକାଇ ବାଇ ଆରି ବଡ୍ଲକ୍ମନର୍ ମୁଁ ଉତ୍ରି ଜାଇସି; ସେଟାର୍ ପାଇଁ ସେମନ୍କେ କେମା ଦିଆସ୍ ନାଇ । 10 ତମେ ସବୁବେଲର୍ ମାପ୍ରୁକେ ଡରା ଆରି ତାର୍ ମଇମାର୍ ଉଜଲ୍ଟାନେ ଅନି , ରାଙ୍ଗ୍ନି ପାକ୍ନା ପାର୍ ବିତ୍ରେ ପୁରିକରି ମାଟି ବିତ୍ରେ ଲୁଚା । 11 ଗଟେକ୍ ଦିନ୍ ଆଇସି ନର୍ଲକ୍ମନର୍ ବଡ୍ପନ୍ ଉନା ଅଇ ଜାଇସି ଆରି ମୁନୁସ୍ ମନର୍ ଆଁକାର୍ ମିସା ଉନା ଅଇ ଜାଇସି, ଆରି, ସେ ଦିନେ ଅବ୍କା ସବୁବେଲର୍ ମାପ୍ରୁ ଆକା ଡାକ୍ପୁଟା ଅଇସି । 12 କାଇକେ ବଇଲେ ଆଁକ୍ରିଆମନ୍, ଗରବ୍ କରୁମନ୍ ଆରି ବଡ୍ପନିଆଁ ଲକ୍ମନର୍ ପାଇଁ ସବୁବେଲର୍ ମାପ୍ରୁର୍ ବିରୁଦେ ଗଟେକ୍ ଦିନ୍ ଆସି କେଟ୍ସି ତେଇ ସେଟା ସବୁଜାକ ନସ୍ଟ ଅଇ ଜାଇସି; 13 କଇବାକେ ଗାଲେ ସେ ଦିନ୍ ଲିବାନନର୍ ଡେଙ୍ଗ୍ ଆରି ବଡ୍ବା ସବୁଜାକ ଏରସ୍ ଗଚ୍ ପାରା ଆରି ବାସନର୍ ସବୁଜାକ ଆଁଟୁଆଁ ଅଲନ୍ ଗଚର୍ ବିରୁଦେ; 14 ଆରି , ସବୁର୍ ଉପ୍ରେ ରଇବା ଡଙ୍ଗର୍ ବିରୁଦେ ଆରି ସବୁର୍ ତେଇ ଅନି ଉପ୍ରେ ରଇବା ଡାକ୍ପୁଟା ଡଙ୍ଗରର୍ ବିରୁଦେ; 15 ଆରି ସବୁଜାକ ଉଚ୍ ଦୁର୍ଗ ବିରୁଦେ ଆରି ସବୁଜାକ ଡାଟ୍ ପାଚୁରିର୍ ବିରୁଦେ; 16 ତର୍ସିସର୍ ସର୍ତେ ଜାଜର୍ ବିରୁଦେ ଆରି ମୁର୍ତି ତିଆର୍ କରୁର୍ ଆତର୍ ନିମାନ୍ ନିମାନ୍ ଜିନିସ୍ ତିଆର୍ କର୍ବା ଲକ୍ମନର୍ ବିରୁଦେ । 17 ଆରି ନର୍ଲକ୍ମନର୍ ଗରବ୍ ଉନା ଅଇସି ଆରି ନର୍ଲକ୍ମନର୍ ଆଁକାର୍ ଉନା ଅଇସି ; ଆରି ସେ ଦିନେ ସବୁବେଲର୍ ମାପ୍ରୁ ବଡ୍ ଅଇସି। 18 ଆରି, ମୁର୍ତି ପୁଜା ସବୁଜାକ ଲୁଚି ଜାଇସି। 19 ଆରି ଜେଡେବେଲେ ସବୁବେଲର୍ ମାପ୍ରୁ ପୁର୍ତିବିକେ ବେସି ତର୍ତରାଇ ଦେଇସି, ସେଡ୍କିବେଲେ ଲକ୍ମନ୍ ତାକେ ଡରି ଜିବାଇ ଆରି ମଇମାର୍ ଉଜଲର୍ ପାଇଁ ଗଟେକ୍ ବଡ୍ ପାରେ ଜାଇ ପୁର୍ବାଇ ଆରି ପୁର୍ତିବିର୍ ବଡ୍ କାଲେ ଜାଇକରି ପୁର୍ବାଇ । 20 ନର୍ଲକ୍ମନ୍ ନିଜର୍ କାଇବା ପିଇବାକେ ତିଆର୍ କରି ରଇବା ରୁପାର୍ ମୁର୍ତି ଆରି ସୁନାର୍ ସଙ୍ଗେ ଗଡ୍ଲା ମୁର୍ତି ମନ୍କେ ସେ ଦିନେ ମିସା ଆରି ବାଦଡି ଲଗେ ପିଙ୍ଗି ଦେବାଇ । ସବୁବେଲର୍ ମାପ୍ରୁ ପୁର୍ତିବିକେ ବେସି ତର୍ବର୍ କରି ଦେବାକେ ଉଟ୍ଲା ଆଚେ , ତାର୍ କାବା ଅଇ ଜିବା କାମ୍ ଆରି ତାର୍ ମଇମାର୍ ଉଜଲ୍କେ ବଡ୍ ପାକ୍ନା ପାରର୍ ଆରି ପାକ୍ନାକେ ବେଦି କାଣା କଲା ଜାଗା ତେଇ ପୁର୍ବାକେ; 21 ସବୁବେଲର୍ ମାପ୍ରୁ ପୁର୍ତିବିକେ ବେସି ତର୍ବର୍ କରି ଦେବାକେ ଉଟ୍ଲା ଆଚେ , ତାର୍ କାବା ଅଇ ଜିବା କାମ୍ ଆରି ତାର୍ ମଇମାର୍ ଉଜଲ୍କେ ବଡ୍ ପାକ୍ନା ପାରର୍ ଆରି ପାକ୍ନାକେ ବେଦି କାଣା କଲା ଜାଗା ତେଇ ପୁର୍ବାକେ; 22 ତମେ ନାକେ ପୁଣ୍ଡା ଦାରି ଜିଇତେ ରଇବା ନର୍ଜାତିମନ୍କେ ଆସା କରା ନାଇଁ ; କାଇକେବଇଲେ ସେମନ୍ କାଇ କାମ୍କେ ମିସା ନ ଆସତ୍?