1 ମୁଇ ନିଜର୍ ଲକ୍ମନର୍ ବିସଇରେ, ତାକର୍ ଅଙ୍ଗୁର୍ ବାଡର୍ ବିସଇରେ ମର୍ ଲାଡ୍ କର୍ବା ନିଜର୍ ଲକ୍ ମନର୍ପାଇ ଗଟେକ୍ ଗିତ୍ ଗାଇବି । ବେସି ପସ୍ପସିଆ ଡଙ୍ଗ୍ରେ ମର୍ ନିଜର୍ ଲାଡ୍ କର୍ବା ଲକ୍ମନର୍ ପାଇ ବଲିକରି ଗଟେକ୍ ଅଙ୍ଗୁର୍ ବାଡ୍ ରଇଲା; 2 ଆରି, ମାଟି କୁନି କରି ପାକ୍ନାମନ୍ ସବୁ ବାର୍ କରାଇଲାଇ ଆରି ବେସି ନିମାନ୍ ଅଙ୍ଗୁର୍ ଡିର୍ମନ୍ ତେଇ ରପ୍ଲାଇ ଆରି ବାଡର୍ ମଜାଇ ଗଟେକ୍ ବଡ୍ ଗର୍ ତିଆର୍ କରି ତେଇ ଅଙ୍ଗୁର୍ କୁଣ୍ଡ୍ ମିସା ତିଆର୍ କଲାଇ , ଆରି ଅଙ୍ଗୁର୍ ପଲ୍ ପଲ୍ସିବେ ବଲିକରି ଜାଗିକରି ରଇଲାଇ, ମାତର୍ ତେଇ ଆମଟ୍ ଅଙ୍ଗୁର୍ ପଲ୍ ପଲ୍ଲା। 3 ସେଟାର୍ ପାଇ ବଲିକରି ଏବେ ଏ ଜିରୁସାଲାମେ ବାସାଅଇ ରଇବା ଲକ୍ମନ୍ ଆରି ଜିଉଦାର୍ ଲକ୍ମନ୍, ମୁଇ ତମ୍କେ ଗୁଆର୍ନା କଲିନି, ତମେ ମର୍ଟା ଆରି ମର୍ ଅଙ୍ଗୁର୍ ବାଡର୍ ବିସୟ୍ରେ ବିଚାର୍ନା କରା । 4 ମୁଇ ଅଙ୍ଗୁର୍ବାଡେ ଜନ୍ଟା କରିନାଇ, ଏନ୍ତାରି କାଇ କାମ୍ ତାର୍ ପାଇ ବଲିକରି କରି ଅଇତା? ଏଟାର୍ପାଇ ମୁଇ ଅଙ୍ଗୁର୍ ପଲ୍ ପଲ୍ସିବେ ବଲିକରି ଜାଗି ରଇଲି , ମାତର୍ ସେ ବାଡେ ଆମଟ୍ ଅଙ୍ଗୁର୍ କଲି କାଇକେ ପଲ୍ଲା ? 5 ସେଟାର୍ ପାଇ ଏବେ ସୁନା ; ମୁଇ ନିଜର୍ ଅଙ୍ଗୁର୍ ବାଡର୍ଲାଗି ଜନ୍ଟା କର୍ବି, ସେଟା ତମ୍କେ ଜାନାଇବି; ମୁଇ ତେଇର୍ ବାଡ୍ କୁନି କରି ନାର୍କାର୍ କରିଦେବି, ମୁଇ ତେଇର୍ ବାଡ୍ କୁସ୍ଲାଇ ବାଙ୍ଗାଇ ପାକାଇବି, ତାର୍ପଚେ ସେଟାକେ ମାଣ୍ଡି କୁଟ୍କୁଟା କରି ପାକାଇବି; 6 ଆରି, ମୁଇ ସେଟାକେ କରାପ୍ କର୍ବି; ଅଙ୍ଗୁର୍ ଡିର୍ମନ୍ କାଟା ନ ଜାଏ କି କୁସାକଡ୍କା ନ ଅଏ; ସେଟା କାନ୍କଲି ଆରି କାଟା ଗଚ୍ ଅଇସି; ଆରି ସେ ଉପ୍ରେ ପାନି ନ ମାର୍ବାକେ ମିସା ମୁଇ ମେଗ୍କେ କଇବି। 7 ଜେନ୍ତିକି ଇସ୍ରାଏଲର୍ ବଁସର୍ ସନିଅର୍ ମୁକିଆମନ୍ ସବୁବେଲର୍ ମାପ୍ରୁର୍ ଅଙ୍ଗୁର୍ବାଡ୍ ଆରି ଜିଉଦାର୍ ଲକ୍ମନ୍ ଅଇଲାଇନି ମନ୍କେ ଗାଲା ପାଲା ପାରା; ସେ ଅନିଆଇକେ ଜାଗିକରି ରଇଲାଇ, ମାତର୍ ଦେକା, ତାର୍ ବାଦୁଲେ କାରାପ୍ ଅଇଲାଇ; ଦରମ୍କେ ଜାଗି ରଇଲାଇ , ମାତର୍ ଦେକା, ସେମନ୍ ଏବେ କାନ୍ଦାବୁବା ଅଇଲାଇନି ।
8 ଦେସ୍ ବିତ୍ରେ ଆରି ଜେନ୍ତିକି ଟାନ୍ ନ ରଏନି, ଆରି ତମେ ଜେନ୍ତିକି ତେଇ ଗଟେକ୍ ଲକ୍ସେ ବାସାକରି ରଇସା, ତେଇ ଗର୍କେ ଗର୍, ଜମିକେ ଜମି ମିସାଇ ଦେଲାସ୍ନି, ସେ ଲକ୍ ଅବିସାପ୍ ପାଇବା ଲକ୍! 9 ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍ରୁ ମକେ କଇଲାନି, ସତ୍ରେ ବେସି ଗର୍ ବାଙ୍ଗି ମାଟି ଟାନେ ମିସି ଜାଇସି , ଏଲେ ମିସା ବେସି ସୁନ୍ଦର୍ ଗର୍ମନ୍କେ ଲକ୍ମନ୍ ବାସାଅଇ କରି ନ ରଅତ୍ । 10 କାଇକେ ବଇଲେ ଦସ୍ ଏକର୍ ଅଙ୍ଗୁର୍ ବାଡେ ଅନି କଡେ ଦୁଇ ଲିଟର୍ ଅଙ୍ଗୁର୍ ରସ୍ ବାରଇସି ଆରି ସଏ ସାଟେ କେଜି ବିଅନ୍ ବୁନଲେ ଅବ୍କା ସଉଲ କେଜି ବିଅନ୍ ବାରଇସି। 11 ଜନ୍ ଲକ୍ମନ୍ ମଦ୍ କାଇବାକେ ବଲିକରି କୁକ୍ଡା ଡାକେ ଉଟ୍ବାଇ; ଆରି ଅଙ୍ଗୁର୍ ରସ୍ ଚୁଲି ଅନି ଉତ୍ରାଇବା ଜାକ ରାତିଆ ଜାଗିକରି ରଇବାଇ, ସେମନ୍ ଅଇଲାଇନି ଅବିସାପ୍ ପାଇବା ଲକ୍! 12 ସେମନର୍ ବଜିବାଟ୍ ଟାନେ ବାଜା ବାଇଦ୍ ଆରି ଅଙ୍ଗୁର୍ ରସ୍ ରଇସି ସବୁବେଲର୍ ମାପ୍ରୁର୍ କାମ୍କେ ନ କଜତ୍ କି ସେମନ୍ କର୍ବା କାମ୍ ଟିକ୍ କି ବୁଲ୍ ବଲିକରି ଆଲ୍ଚନା ନ କରତ୍ । 13 ସେଟାର୍ପାଇଁ ମର୍ ଲକ୍ମନ୍ ବୁଦି ଗିଆନ୍ ନ ରଇବାର୍ ଲାଗି ଗଟେକ୍ ଟାନେ ବାନ୍ଦିଅଇ ଆଚତ୍; ଆରି, ସାଉକାର୍ ଲକ୍ମନ୍ ବୁକେ ରଇଲାଇନି ଆରି ଗରିବ୍ ଲକ୍ମନ୍ ସବୁଜାକ ସସର୍ ଲାଗି ସୁକି ଜୁଲି ଗାଲାଇନି। 14 ସେଟାର୍ପାଇଁ ପାତାଲ୍ ନିଜର୍ ବଡ୍ପେଟ୍କେ ଆରି ନିଜର୍ ଟଣ୍ଡ୍କେ ଲେକାକରି ନ ଅଇଲାପାରା ମେଲାଇ ଅଇଲା ଆଚେ; ଆରି, ସେମନର୍ ଆରାଦନା,ସେମନର୍ ସବୁ ଲକ୍ମନ୍, ସେମନ୍ସେ, ଲାଗାଜଡା ଅଇବାଲକ୍ ଆରି ସେମନର୍ ବିତ୍ରେ ଅନି ସାର୍ଦାର୍ ଲକ୍ମନ୍ ତେଇଅନି ଉତ୍ରି କରି ବାରିଜିବାଇ,। 15 ଆରି , କେତେକ୍ ଲକ୍ ଲାଜ୍ ଅଇ ଜିବାଇ ଆରି ବଡ୍ ଲକ୍ମନ୍ ମୁଣ୍ଡ୍ ଲୁଆଁଇବାଇ ଆରି ଆକ୍ରିଆ ମନର୍ ଆଁକି ନସ୍ଟ ଅଇ ଜାଇସି; 16 ମାତର୍ ବଡ୍ ସବୁବେଲର୍ ମାପ୍ରୁ ବିଚାର୍ନା ତେଇ ଜିତ୍ସି, ଆରି, ସୁକଲ୍ ସବୁବେଲର୍ ମାପ୍ରୁ ପର୍ମେସର୍ ସେ କରିରଇବା କାମର୍ ଲାଗି ସୁକଲ୍ ଇସାବ୍ରେ ଇଜତ୍ ପାଇସି। 17 ସେ ବେଲାଇ ମେଣ୍ଡା ପିଲାମନ୍ ସେମନ୍ ଚାର୍ବା ଜାଗାଇ ଚାର୍ଲା ପାରା ଚାର୍ବାଇ, ଆରି ବିନ୍ ଦେସର୍ ଲକ୍ମନ୍ ସାଉକାର୍ ଲକମନର୍ ନସ୍ଟ ଅଇଲା ଜମିକେ ନିଜର୍ କର୍ ବାଇ। 18 ଜନ୍ ଲକ୍ମନ୍ ବଲ୍ ବାଦୁଲେ କରାପ୍ କର୍ବାଇ ଆରି ସଗଡ୍ ତେଇ ଚଗି କରି ସୁନ୍ଦର୍ ଦେକାଇ ଅଇକରି ପାପ୍ କର୍ବାଇ,ସେମନ୍ କେଡେ ଅବିସାପ୍ ଲକ୍ ! 19 ସେମନ୍ କଇବାଇ, ଆମେ ଜେନ୍ତିକି କଜି ପାର୍ବାର୍ ଅଇସି, ସେଟାର୍ପାଇଁ ସେ ଦାନ୍ଦାପାନ୍ଦା କରା, ସେ ଆମର୍ କାମ୍କେ ଦାପ୍ରେ କର; ଆରି, ଆମେ ଜେନ୍ତିକି ଜାନି ପାର୍ବାର୍ ଅଇସି, ସେଟାର୍ପାଇଁ ଇସ୍ରାଏଲର୍ ସୁକଲ୍ ସବୁବେଲର୍ ମାପ୍ରୁ ଜଜ୍ନା କେଟିକରି ଗଟ୍ସି । 20 ଜନ୍ ଲକ୍ମନ୍ କାରାପ୍ଟାକେ ନିକ ଆରି ନିକଟାକେ କାରାପ୍ ବଲିକରି କଇବାଇ; ଜନ୍ ଲକ୍ମନ୍ ଆନ୍ଦାର୍କେ ଉଜଲ୍ ଆରି ଉଜଲ୍କେ ଆନ୍ଦାର୍ ବଲିକରି ମନେ ବାବ୍ବାଇ; ଜନ୍ ଲକ୍ମନ୍ ମିଟାକେ ପିତା ଆରି ପିତାକେ ମିଟା ବଲିକରି ତାକର୍ ମନେ ବାବ୍ବାଇ, ସେମନ୍ ଅବିସାପ୍ ପାଇବା ଲକ୍ମନ୍! 21 ଜନ୍ ଲକ୍ମନ୍ ନିଜର୍ ନିଜର୍ ଆକିଲଗେ ଗିଆନି ଆରି ନିଜର୍ ନିଜର୍ ଇସାବ୍ରେ ବୁଦିଆଚେ ବଲିକରି ବାବ୍ବାଇ, ସେମନ୍ ଅବିସାପ୍ ପାଇବା ଲକ୍! 22 ଜନ୍ ଲକ୍ମନ୍ ଅଙ୍ଗୁର୍ ରସ୍ କାଇବାକେ ଆଗେ ଅଇବାଇ ଆରି ମଦ୍ କାଇବାକେ ତେରେପେତେ ଅଇବାଇ; 23 ଜନ୍ ଲକ୍ମନ୍ ଲାଁଚ୍ ନେବା ବାଦୁଲେ କାରାପ୍ ଲକ୍ମନ୍କେ ଦସ୍କରେ ନାଇ ବଲିକରି ଚାଡି ଦେବାଇ ଆରି ଦର୍ମ୍କେ ଦରମ୍ ନାଇ ବଲିକରି ତାର୍ଲଗେ ଅନି ପଚ୍କେ କର୍ବାଇ , ସେମନ୍ ଅବିସାପ୍ ଅଇଜିବାଇ! 24 ସେଟାର୍ ପାଇ ଜଇ ଜେନ୍ତିକି ପିରିକେ ପଡାଇ ଦେଇସି ଆରି ସୁକ୍ଲା ନାଡା ଜେନ୍ତିକି ଲାଗ୍ତେ ରଇବା ଜଇଟାନେ ପଡି ମସ୍ରି ଜାଇସି, ସେ ରକାମ୍ ସେମନର୍ ମୁଲ୍ ସୁକି ଜାଇସି, ଆରି ସେମନର୍ ପୁଲ୍ ଦୁଲିପାରା ଉଡି ଜାଇସି; କାଇକେ ବଇଲେ ସେମନ୍ ବଡ୍ ସବୁବେଲର୍ ମାପ୍ରୁର୍ ନିଅମ୍କେ ଚାଡିଦେଇ ଆଚତ୍ ଆରି ଇସ୍ରାଏଲର୍ ସୁକଲ୍ ସବୁବେଲର୍ ମାପ୍ରୁର୍ ବାକିଅକେ ନାମତ୍ ନାଇ। 25 ସେଟାର୍ ପାଇ ସବୁବେଲର୍ ମାପ୍ରୁର୍ ରିସା ତାକର୍ ଲକ୍ମନର୍ ବିରୁଦେ ଉଟ୍ଲା ଆଚେ ଆରି ସେମନର୍ ବିରୁଦେ ନିଜର୍ ଆତ୍ ଲାମାଇ କରି ସେମନ୍କେ କସ୍ଟ ଦେଲା ଆଚେ ଆରି ଡଙ୍ଗର୍ମନ୍ ଗରଜ୍ଲାଇ ଆରି ଲକ୍ମନର୍ ମଲା ମଡ୍ ସଡକ୍ ଉପ୍ରେ କାଚ୍ରା ପାରା ଅଇଲା। ସେ ରକାମ୍ ଅଇଲେ ମିସା ତାର୍ ରିସା ଉନା ଅଏନାଇଁ, ମାତର୍ ତାର୍ ଆତ୍ ଆଗର୍ ପାରା ଡେଙ୍ଗ୍ ଅଇଲା ଆଚେ। 26 ସବୁବେଲର୍ ମାପ୍ରୁ ଦୁର୍ ଦେସର୍ କୁଟୁମ୍ ମନର୍ପାଇଁ ଗଟେକ୍ ଜେଣ୍ଡା ଦେକାଇସି ଆରି ପୁର୍ତିବିର୍ ମରୁବାଲି ବୁଏଁ ଅନି ସେମନର୍ ପାଇଁ ସୁଇଟି ମାର୍ବାଇ , ଆରି ଦେକା, ସେମନ୍ ଦାନ୍ଦାପାନ୍ଦା ଅଇ କରି ଦାପ୍ରେ ଆଇବାଇ; 27 ସେମନର୍ ବିତ୍ରେ ଅନି କେ ମିସା ନ ତାକତ୍; କି ଜଟିଆଇ ନ ଅଅତ୍; କେ ନ ଡୁଲତ୍ କି ନ ସଅତ୍;ଆରି ସେମନର୍ ଆଁଟାବେଡା ନ କୁସ୍ଲେ କି ସେମନର୍ ଗଡର୍ ପାଣ୍ଡଇର୍ ବାନ୍ଦ୍ଲା ପିତା ମିସା ନ ଚିଡେ; 28 ସେମନର୍ କାଣ୍ଡ୍ ଗଜିଆ ଆରି ସେମନର୍ ଦୁନୁ ସବୁ ଟେକି ଅଇଲା ଆଚେ;ସେମନର୍ ଗଡାମନର୍ କୁର୍ ଚକ୍ମକିଜିବା ପାକ୍ନା ପାରା ଆରି ସେମନର୍ ରତର୍ ଚକ୍ ବାଉ ପବନ୍ ପାରା 29 ଆରି ସେମନର୍ ଗର୍ଜନ୍ ସିଅଁ ଗରଜ୍ଲା ପାରା, ସେମନ୍ ବେଣ୍ଡିଆ ସିଅଁ ଗରଜ୍ଲା ପାରା ଉଁକାର୍ ବାଇ;ଆରି ସେମନ୍ ଉଁକାରି କରି ସିକାରିମନ୍ ସେମନ୍କେ ଦାରିକରି ନିମାନ୍ ଜାଗାଇ ସେଟା ମନ୍କେ ଦାରି ଜିବାଇ ଆରି ଉଦାର୍ କର୍ବାକେ କେ ମିସା ନ ରଅତ୍। 30 ଆରି , ସେମନ୍ ସେ ଦିନେ ସମ୍ଦୁରୁର୍ ଲଅଡି ଗରଜ୍ଲା ପାରା ଲକ୍ମନର୍ ଉପ୍ରେ ଗର୍ଜନ୍ କର୍ବାଇ; ତାର୍ପଚେ କେ, ଜଦି ସେ ଦେସ୍କେ ଦେକାରକା କର୍ବାଇ, ତେବେ ଦେକା, ଆନ୍ଦାର୍ ଆରି ଦୁକ୍ ଅଇସି, ଆରି ସେ ଜାଗାଇ ଉଜଲ୍ ରଇଲା ମେଗ୍ ଟାନେ ଆନ୍ଦାର୍ ଅଇଜାଇସି।