Publicidade

Isaías 10

1 ଜନ୍ ଲକ୍‌ମନ୍ ଅଦରମ୍ ବିସଇ ତିଆର୍ କର୍‌ବାଇ ଆରି ଜନ୍ ବେବସ୍‌ତା ଲେକୁମନ୍ ମିଚ୍ କାତା ବିସଇରେ ଲେକ୍‌ବାଇ, ସେମନ୍ ଅଇଲାଇନି ସବୁ ଲକର୍‌ ତେଇଅନି ବେସି ଅବିସାପ୍ ପାଇବା ଲକ୍‌ମନ୍‌ । 2 ସେମନ୍ ରାଣ୍ଡି ମାଇଜି ମନ୍‌କେ ଚରାଇ ଆନ୍‌ଲା ଜିନିସ୍ ପାରା ଦେକ୍‌ବାଇ, ପିଲାଟକି ନ ଅଇଲା ଲକ୍‌ମନ୍‌କେ ଚରାଇ ନେବାକେ, କାକୁର୍‌ତି ଲକ୍‌ମନ୍‌କେ ବଲ୍ ବିଚାର୍ କର୍‌ବା ତେଇଅନି ବାଉଡାଇ ଦେବାଇ ଆରି ଆମର୍ ଗରିବ୍ ଲକ୍‌ମନର୍ ଅଦିକାର୍ ଚାଡାଇ ନେବାଇ । 3 ଏଟାର୍ ପାଇଁ ଦଣ୍ଡ୍ ଦେବା ଦିନେ ଆରି ବିନାସ୍ ଅଇବା ବେଲା କେଟ୍‌ଲେ ତମେ କାଇଟା କର୍‌ସା ? ସାଇଜ ମାଗ୍‌ବାକେ ତମେ କାର୍ ଲଗେ ପାଲାଇସା ? ଆରି ତମର୍ ଦନ୍‌ ସପତିକେ କନ୍‌ତେଇ ସଙ୍ଗଇସା? 4 ସେମନ୍ ବନ୍ଦି ବିତ୍‌ରେ ରଇଲା ଲକ୍‌ମନର୍ ଗଡ୍ ତଲେ ଜାଇ ସରନ୍ ପସ୍‌ବାଇ ଆରି ମଲା ଲକ୍‌ମନର୍ ଗଡ୍ ତଲେ ଜାଇ ଅଦର୍‌ବାଇ । ଏନ୍ତାରି କାମ୍ କଲେ ମିସା ତାର୍ ରିସା ଉନା ନ ଅଏ, ମାତର୍ ତାର୍ ଆତ୍ ଆଗ୍‌ତୁର୍ ପାରା ସେ, ଲମା ଆଚେ ।

ଅସୁର୍ ପାଇଁ ସବୁବେଲର୍ ମାପ୍‌ରୁର୍ ସାସ୍‌ତି

5 ସବୁବେଲର୍ ମାପ୍‌ରୁ କଇଲାନି ଏ ଅସୁର୍ ତମର୍ ଆତେ ଆମର୍ ରିସାର୍ ଡାଙ୍ଗ୍ ଆଚେ । 6 ମୁଇ ତାକେ ଚରାଇଲା ଜିନିସ୍ ଆରି ଚରାଇ ଦାରି ଜିବା ସଁପତି ଆରି ଲକ୍‌ମନ୍‌କେ ବାଟ୍ ଇଣ୍ଡ୍‌ବା କାଦ ପାରା କର୍‌ବାକେ ଅଦରମର୍ କୁଟୁମ୍‌ ଆରି ମର୍ ଉପ୍‌ରେ ରିସା ଅଇଲା ଲକ୍‌ମନ୍‌କେ ଆଦେସ୍ ଦେବି । 7 ଅଇଲେ ମିସା ତାର୍ ବାବ୍‌ନା ସେନ୍ତାରି ନଏଁ, କି ତାର୍ ମନେ ସେନ୍ତାରି ବାବେ ନାଇଁ; ମାତର୍ ବିନାସ୍ କର୍‌ବାକେ ଆରି କେତେକ୍ ଗସ୍‌ଟିକେ ଚିନ୍‌ବିନ୍ କରି ନସ୍‌ଟ କର୍‌ବାକେ ତାର୍ ମନେ ଆଚେ । 8 କାଇକେବଇଲେ ସେ କଇଲାନି, ଆମର୍ ମୁକିଆମନ୍ କାଇ ରାଜା ନ ଅଉତ୍‌କି? 9 କଲେନା ସଅର୍ କାଇ କର୍‌କମିସର୍‌ ପାରା ନ ଅଏ କି? ଅମାତ୍ ସଅର୍ କାଇ ଅର୍‌ପଦ୍ ପାରା ନ ଅଏ? ସମରିଅ କାଇ ଦମେସ୍‌କସ୍ ପାରା ନ ଅଏ କି? 10 ଜନ୍ ତିଆର୍ କଲା ମୁର୍‌ତିମନର୍ ରାଇଜ୍ ସର୍‌ତେ ତିଆର୍ କଲା ମୁର୍‌ତି ସବୁ, ଜିରୁସାଲାମ୍ ଆରି ସମରିଅର୍ ମୁର୍‌ତିମନର୍ ତେଇଅନି ବଡ୍ , ସେ ସର୍‌ତେ ରାଇଜ୍ ମର୍ ଆତେ ଆଚେ; 11 ମୁଇ ସମରିଅ ଆରି ତାର୍ ମୁର୍‌ତିମନ୍‌କେ ଜେନ୍ତାରି କରି ଆଚି, ଜିରୁସାଲାମ୍ ଆରି ତାର୍ ମୁର୍‌ତିମନ୍‌କେ କାଇ ସେ ରକାମ୍ ନସ୍‌ଟ କରି ନାପାରୁ କି? 12 ସେଟାର୍‌ପାଇଁ ଏନ୍ତାରି ଗଟ୍‌ନା ଗଟ୍‌ସି ଜେ , ସବୁବେଲର୍ ମାପ୍‌ରୁ ସିଅନ୍‌ ଡଙ୍ଗ୍‌ରେ ଆରି ଜିରୁସାଲାମ ତେଇ ମର୍ କାମ୍ ସିଦ୍ ଅଇଲା ପଚେ ମୁଇ ଅସୁରର୍‌ ରାଜା ନିଜ୍‌କେ ଗରବ୍ ଦେକାଇ ଆଇବା ଦଣ୍ଡ୍ ଆରି ତାର୍ ବଡ୍‌ପନ୍ ଦେକାଇ ଅଇଲା କାମର୍ ଦଣ୍ଡ୍ ଦେବି । 13 କାଇକେବଇଲେ ଅସୁର୍ ରାଜା କଇଲାନି, ମୁଇ ଗିଆନ୍ ଆଚି ବଲି ମର୍ ବପୁ ଆରି ମର୍ ବୁଦିର୍ ଲାଗି ଏଟା କରି ଆଚି; ଆରି, କେତେକ୍ ଗସ୍‌ଟିର୍ ସନ୍ଦି ଗୁଚାଇ ଆଚି ଆରି ସେମନର୍ ଅରଜ୍‌ଲା ଦନ୍‌ସପତି ଚାଡାଇଲି ଆଚି, ଆରି ବଡ୍ ବପୁ ରଇଲା ଲକ୍‌ମନ୍‌କେ ମୁଇ ରାଜ୍ ଗାଦି ଉପ୍‌ରେ ବସି ରଇବା ଲକ୍‌ମନ୍‌କେ ତଲେ ଉତ୍‌ରାଇ ଦେଇ ଆଚି; 14 ଆରି, ମର୍ ଆତ୍ କେତେକ୍ ଗସ୍‌ଟିର୍‌ ଦନ୍‌କେ ଚଡଇ ମନର୍ ଗୁଡା ପାରା ଅଇଆଚେ ଆରି କେ ଜଦି କୁକ୍‌ଡାର୍ ଡିମ୍ ଟୁଲିଆଇସି, ସେନ୍ତାରି ମୁଇ ପୁର୍‌ତିବି ଚାରିବେଟ୍‌ତିର୍ ଲକ୍‌କେ ଟୁଲିଆଇଲି ଆଚି; ଆରି, ଡେନା ଜାଡ୍‌ବାକେ କି ଟଣ୍ଡ୍ ପାଡ୍‌ବାକେ କି ଚୁଁ ଚୁଁ ସବଦ୍ କର୍‌ବାକେ କେ ମିସା ନ ରଇଲାଇ । 15 କୁରାଡି କାଇ ତାର୍ ମାଲିକ୍‌କେ କାଟ୍‌ବାକେ ଉଟ୍‌ସି କି? କରତ୍ କାଇ କରତ୍ କାଟୁର୍‌ ତେଇଅନି ବଡ୍ ବଲି କଇସି କି? ଜନ୍ ଲକ୍‌ମନ୍ ଡଣ୍ଡ୍ ଆନ୍‌ବାଇ, ସେ ଡଣ୍ଡ୍ ବିପଦ୍ କର୍‌ସି କି ? ଜଦି ଗଟେକ୍ ଡାଙ୍ଗ୍ ନଏଁ ସେ ମୁଇ ଗଚ୍ ବଲି କରି କଇ ପାର୍‌ସି କି? 16 ଏଟାର୍ ପାଇଁ ସବୁବେଲର୍ ମାପ୍‌ରୁ ଗାଗଡ୍ ଗାଗଡ୍ ଲକ୍‌ମନର୍ ଲଗେ ଦଣ୍ଡ୍‌ଦେବାକେ ଗଟେକ୍ ରଗ୍‌ ପାଟାଇ ଦୁର୍‌ବଲ୍ କର୍‌ସି ଆରି ସେଟା ଜଇ ଲାଗ୍‌ବାଟାନେ ସେଟା ଲାଗ୍‌ସି । 17 ଆରି, ଇସ୍‌ରାଇଲର୍ ଲାଗ୍‌ବା ଜଇ ପାରା ଅଇସି ଆରି ତାର୍ ଦରମ୍‌ ଜଇ ଉମ୍‌ଲା ପାରା ଅଇସି, ତାର୍‌ପଚେ ସେଟା ଜଇ ଲାଗି ଗଟେକ୍ ଦିନେ କାନ୍‌କଲି ଆରି କାଟା ବୁଟା ସବୁକେ ପଡାଇ ଦେଇସି। 18 ଲାଟା ଡଙ୍ଗର୍ ନିବଡ୍‌ଲା ଜମି ପୁରାପୁରୁନ୍ ବାବ୍‌ରେ କୁରୁପ୍ ନାସ୍ କରା ଜାଇସି। ସେ ରକାମ୍ ଗଟେକ୍ ଲକ୍‌କେ ଜିବନ୍ ନେବାକେ ଗଟେକ୍ ରଗ୍ ନସ୍‌ଟ କର୍‌ସି 19 ତାର୍‌ପଚେ ସେ ବନେ କେତେଟା ଗଚ୍‌ମନ୍ ବଁଚିକରି ରଇବାଇ , ଜେନ୍‌ତିକି ସେଟାମନ୍‌କେ ଗଟେକ୍ ସାନ୍‌ଟା ପିଲା ମିସା ଏଜି ପାର୍‌ସି ।

ଇସ୍‌ରାଇଲର୍ କେତେକ୍ ଲକ୍ ବାଅଡ୍‌ଲାଇ

20 ଆରି ସେ ଦିନେ ଏନ୍ତାରି ଗଟ୍‌ନା ଗଟ୍‌ସି ଜେ, ଇସ୍‌ରାଇଲର୍ କେତେକ୍ ଲକ୍ ଆରି ଜାକୁବ୍ ବଁସର୍ ଜିଇ ରଇଲା ଲକ୍‌ମନ୍ ତାକର୍ ସାସନ୍ କାରିଆମନର୍ ଉପ୍‌ରେ ଆସା ନ କରତ୍‌; ମାତର୍ ସେମନ୍ ସତ୍‌ ସଙ୍ଗ୍ ବିସ୍‌ବାସ୍ କରି ଇସ୍‌ରାଇଲର୍ ସୁକଲ୍‌ ପର୍‌ମେସରର୍‌ ସବୁବେଲର୍ ମାପ୍‌ରୁର୍ ଉପ୍‌ରେ ଆସା କରି ରଇବାଇ । 21 ଇସ୍‌ରାଇଲର୍ କେତେକ୍ ଲକ୍, କଇବାକେ ଗାଲେ ଜାକୁବର୍ କେତେକ୍ ଲକ୍ ସବୁବେଲର୍ ମାପ୍‌ରୁର୍ ଲଗେ ବାଉଡି ଆଇବାଇ । 22 କାଇକେବଇଲେ ଇସ୍‌ରାଏଲର୍ ଲକ୍ ସମ୍‌ଦୁରର୍ ବାଲି ପାରା ଅଇଲେ ମିସା ସେମନର୍ ବିତ୍‌ରେ ଅନି କେତେକ୍ ଲକ୍ ବାଉଡି ଆଇବାଇ; ଦରମ୍ ଲକ୍‌ମନ୍ ବିନାସ୍ ଅଇବାକେ ଟିକ୍ କରା ଅଇଲା ଆଚେ । 23 ଜେନ୍ତାରି କି ମାପ୍‌ରୁ, ସବୁବେଲର୍ ମାପ୍‌ରୁ ପୁର୍‌ତିବିର୍ କୁରୁପ୍ ନାସ୍‌ ଅଇବାଟାକେ , ସମାନ୍ ବେଲାଇ କୁରୁପ୍‌ନାସ୍ କର୍‌ବାଟା ସିଦ୍ କର୍‌ସି ।

ସବୁବେଲର୍ ମାପ୍‌ରୁ ଅସିରିଆକେ ଡଣ୍ଡ୍

24 ଏଟାର୍ ପାଇଁ ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ କଇଲାନି, ଏ ସିଅନ୍ ଦେସେ ବାସା ଅଇଲା ମର୍ ଲକ୍‌ମନ୍, ଅସୁରର୍ ଲକ୍ ମିସରର୍ ରିତିନିତି ଇସାବେ ତମ୍‌କେ ଡଣ୍ଡ୍ ଦେବାଇ ଆରି ତମର୍ ଉପ୍‌ରେ ମାର୍‌ବାକେ ଡାଙ୍ଗ୍ ଟେକ୍‌ବାଇ, ଅଇଲେ ମିସା ତମେ ଡରା ନାଇଁ। 25 କାଇକେବଇଲେ କେତେକ୍ ଦିନ୍ ବିତ୍‌ରେ ରିସା ଆରି ସେମନର୍ ବିନାସ୍ ଅଇବା ମର୍ ରିସା ଉନା ଅଇସି। 26 ଆରି ସବୁର୍ ତେଇଅନି ଉପ୍‌ରେ ରଇଲା ସବୁବେଲର୍ ମାପ୍‌ରୁ, ଅରେବ୍ ରାଙ୍ଗ୍‌ନି ପାକ୍‌ନା ଲଗେ ମିଦିଅନର୍ ଲକ୍‌କେ ଜେନ୍ତାରି ମାରି ରଇଲା, ସେନ୍ତାରି ଅସୁରିଅ ଲକ୍‌ମନ୍‌କେ କର୍‌ଡା ସଙ୍ଗ୍ ମାର୍‌ସି; ଆରି ସେମନର୍ ଡଣ୍ଡ୍ ସମ୍‌ଦୁର୍ ତେଇ ରଇସି ଆରି ମିସରର୍ ନିଅମ୍ ଇସାବ୍‌ରେ ସେ ସେଟା ପାଟାଇସି । 27 ସେ ଦିନେ ଅସୁରିଅର୍ ସାସନ୍ କାରିଆମନର୍ ତେଇଅନି ତମ୍‌କେ ଉଦାର୍ କର୍‌ବି ଆରି ସେମନର୍ କନ୍ଦେ ଲାଦି ଅଇ ରଇବା ଜୁଆଡି ବେସି ଦିନ୍ ନ ରଏ।

ସଇନମନର୍ ଜୁଇଦ୍

28 ସେମନ୍ ଅଆଇତ ତେଇ ଆଇଲା ଆଚେ, ସେମନ୍ ମିଗ୍‌ରନ୍ ବାଟେ ଗାଲାଇନି; ସେ ମିକ୍‌ମସ୍‌ ତେଇ ତାର୍‌ ନିଜର୍ ଜିନିସ୍‌ପତର୍ ସଙ୍ଗଇଲାଇ ଆଚତ୍‌; 29 ସେମନ୍ ଗାଟି ଚଗି ଗେବା ତେଇ ଜାଇ ବାସା ଅଇଲାଇ ଆଚତ୍; ରାମାର୍ ଲକ୍ ଡରି ଗାଲାଇନି; ସାଉଲର୍ ଗିବିଆ ଡରିକରି ଉଟି ପାଲାଇଲା ଆଚେ । 30 ଏ ଗଲିମର୍ ଲକ୍‌ମନ୍‌ ତମେ ନିଜେ ଆଉଲି ଅଇକରି ଡାକା, ଆମର୍ ସବଦ୍ ସୁନା, ଏ ଲଇସ୍ , କାନ୍ ଡେରିକରି ସୁନା , ଏ ଦୁକ୍‌ରେ ରଇବା ଅନାତତ୍‌, 31 ମଦ୍‌ମେନା ଉଟି ପାଲାଇଲା ଆଚେ; ଗେବିମର୍ ଲକ୍‌ମନ୍ ନିଜର୍ ଜିବନ୍ ବଁଚାଇବାକେ ଉଟି ପାଲାଇବାକେ ଗଟେକ୍ ଲଗେ ଟୁଲ୍ ଅଇଲାଇନି । 32 ସେ ଦିନେ ସେମନ୍ ନବ ତେଇ ରଇବାଇ; ସେମନ୍‌ ସିଅନର୍ ଡଙ୍ଗର୍ ଉପ୍‌ରେ ଅନି ଜିରୁସାଲମ୍ ବାଟେ ଆତ୍ ଟେକିକରି ଆତ୍ ମାର୍‌ଲାଇନି। 33 ଦେକା, ପର୍‌ମେସର୍, ବଡ୍ ସବୁବେଲର୍ ମାପ୍‌ରୁ ବଏଁକାର୍‌ ରୁପ୍ ସଙ୍ଗ୍ କେନ୍ଦା ମନ୍‌କେ କାଟି ପାକାଇସି; ଆରି, ଡେଙ୍ଗ୍ ଗଚ୍‌ମନ୍‌କେ କାଟି ଅଦ୍‌ରାଇ ଦେଇସି ଆରି ପଡ୍‌ପନ୍ ଲକ୍‌ମନ୍‌କେ ତଲେ ପାକାଇ ଦେଇସି। 34 ସେ ଟେଙ୍ଗିଆ ସଙ୍ଗ୍ ଡଙ୍ଗରର୍ ବନେ ରଇବା ଗଚ୍‌ମନ୍‌କେ ସବୁ କାଟି ପାକାଇସି, ଆରି ଗଟେକ୍ ବଡ୍ ବପୁ ରଇଲା ଲକ୍ ସଙ୍ଗେ ଲିବାନନ୍ କୁରୁପ୍‌ନାସ୍ ଅଇଜାଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-