Publicidade

Isaías 40

ମାପ୍‌ରୁର୍ ଲକ୍‌ମନ୍‌କେ ଆସା ଦେବାଟା

1 ତମର୍‌ ସବୁବେଲର୍ ମାପ୍‌ରୁ କଇଲାନି ମର୍ ଲକ୍‌ମନ୍‌କେ ସାସ୍ ଦିଆସ୍‌, ମର୍ ଲକ୍‌ମନ୍‌କେ ସାସ୍ ଦିଆସ୍‌ । 2 ତୁଇ ଜିରୁସାଲାମର୍ ଲକ୍‌ମନ୍‌କେ ସାର୍‌ଦା କାତା କୁଆ, ଆରି ତାର୍ ଜୁଇଦ୍ ସାର୍‌ଲା ଆରି ତାର୍ ଅପ୍‌ରାଦ୍ କେମା କରା ଅଇଲା, ସେ ସବୁବେଲର୍ ମାପ୍‌ରୁ ପାପ୍‌ଟାନେ ଅନି ଦୁଇ ଗୁନ୍ ପାପ୍ କେମା ପାଇଲି ଆଚି ବଲିକରି ସେମନର୍ ଲଗେ ଉଡ୍‌ରା କର୍ । 3 ଗଟେକ୍ ଲକ୍ ଉଡ୍‌ରା କରି ଜାନାଇସି, ତମେ ବାଟ୍ ନ ରଇଲା ତେଇ ସବୁବେଲର୍ ମାପ୍‌ରୁର୍ ପାଇଁ ବାଟ୍ ତିଆର୍ କରା, ମରୁବାଲିପଟାଇ ଆମର୍ ପର୍‌ମେସରର୍ ପାଇଁ ବଡ୍‌ଟା ବାଟ୍ ତିଆର୍ କରା । 4 ସର୍‌ତେ ‌ ଡଙ୍ଗର୍ ମଜାର୍ ସଦ୍‌ରମ୍ ପାଦାମନ୍‌କେ ଉଚ୍ କରା ଅଇସି, ଡଙ୍ଗର୍ ଆରି କୁପ୍‌ଲିମନ୍ ସର୍‌ତେ ସାର୍‌ଦି କରି ସମାନ୍ କରା ଅଇସି ଆରି ବାଙ୍ଗ୍‌ଟିଟା ସିଦା କରା ଅଇସି ଆରି କାଲ୍ ଡେପ୍ ଜାଗାକେ ସମାନ୍ କରି ସାର୍‌ଦା ଜାଇସି ।

5 ଆରି ସବୁବେଲର୍ ମାପ୍‌ରୁ ମଇମା ଦେକାଇସି ଆରି ଜଗତର୍ ସର୍‌ତେ ଲକ୍ ରୁଣ୍ଡିକରି ତାକେ ଦେକ୍‌ବାଇ; କାଇକେବଇଲେ ସବୁବେଲର୍ ମାପ୍‌ରୁ ଏ କାତା କଇଲା ଆଚେ । 6 ଗଟେକ୍ ଲକର୍ ସବଦ୍ କଇସି, ବାକିଅ ଜାନାଆଁ, ଗଟେକ୍ ଲକ୍ କଇଲା, କାଇଟା ଜାନାଉଁ? ଦୁନିଆର୍ ସର୍‌ତେ ଲକ୍ ଗାଁସ୍ ପାରା ଆଚତ୍ ଆରି ସେ ଲକ୍‌ମନର୍ ଚାଲିଚଲନ୍ ବାଡର୍ ପୁଲ୍ ପାରା; 7 ଗାଁସ୍ ସୁକି ଜାଇସି, ପୁଲ୍ ଜାଉଁଲି ଜାଇସି; ମାତର୍ ନ ମରତ୍, କାଇକେବଇଲେ ସେମନର୍ ବିତ୍‌ରେ ସବୁବେଲର୍ ମାପ୍‌ରୁର୍ ପୁଣ୍ଡା ଚାଲ୍‌ତେ ରଇସି । 8 ଗାଁସ୍ ସୁକି ଜାଇସି, ପୁଲ୍ ସୁକି ଜଡି ଜାଇସି, ମାତର୍ ସବୁବେଲର୍ ମାପ୍‌ରୁର୍ ବାକିଅ ନ ସାରେ ସବୁବେଲର୍ ପାଇଁ ରଇସି । 9 ଏ ଜିରୁସାଲାମ୍ ଡଙ୍ଗର୍‌ ଉପ୍‌ରେ ସୁବ୍‌କବର୍ ଜାନାଇବା ମାଇଜି, ତମେ ଡେଙ୍ଗ୍‌ରେ ଜାଆ; ଏ ଜିରୁସାଲାମ୍ ତେଇ ସୁବ୍‌କବର୍ ଜାନାଇବା ମାଇଜି, ତୁଇ ବପୁ ସଙ୍ଗ୍ ଆଉଲି ଅ, ଆଉଲି ଅଇକରି କଅ, ଡର୍ ନାଇଁ; ଜିଉଦା ଦେସର୍ ନଅଁରର୍ ଲକ୍‌କେ କ, ଏଦେ ଦେକା, ତମର୍ ସବୁବେଲର୍ ମାପ୍‌ରୁ ପର୍‌ମେସର୍ ! 10 ଦେକା, ସବୁବେଲର୍ ମାପ୍‌ରୁ ପର୍‌ମେସର୍ ସାସନ୍ କର୍‌ବାକେ ବପୁ ସଙ୍ଗ୍ ଆଇଲାନି ଆରି ତାର୍ ବପୁ ସଙ୍ଗ୍ ସାସନ୍ କର୍‌ସି; ଆରି ତାର୍ ସଙ୍ଗ୍ ପୁରୁସ୍‌କାର୍ ମିସା ଆନ୍‌ଲାନି, ସେ ଇସାବେ ସେ ଲକ୍‌ମନ୍‌କେ ପୁରୁସ୍‌କାର୍ ଦେଇସି । 11 ସେ ମେଣ୍ଡା ଚାରାଉ ଗଉଡ୍ ପାରା ତାର୍ ଲକ୍‌ମନ୍‌କେ ଚାରାଇସି, ସାନ୍ ମେଣ୍ଡାମନ୍‌କେ ନିଜର୍ ବୁକେ ପାଟାଲି କରି ଦାର୍‌ସି ଆରି ନିଜର୍ କନ୍ଦେ ସେମନ୍‌କେ ବଇ ନେଇସି, ଆରି ଦୁଦ୍ କାଇବା ସାନ୍ ମେଣ୍ଡା ପିଲାମନ୍‌କେ ଦିରେ ଦିରେ କରି ବୁଲାଇ ଆନ୍‌ସି ।

ଇସ୍‌ରାଏଲର୍ ପର୍‌ମେସର୍‌ ପାରା କେ ନାଇ

12 ଏନ୍ତାରି କନ୍ ଲକ୍ ଆଚେ ଜେ ନିଜର ଆତର୍ ବିତାସଙ୍ଗ୍ ପାନି ନାପ୍‌ଲା ଆଚେ ଆରି ନିଜର୍ ଆତ୍ ସଙ୍ଗ୍ ଆକାସ୍ ପୁର୍‌ତିବିକେ ନାପ୍‌ଲା ଆଚେ ଆରି ଚାଟ୍‌ନାତେଇ ଦୁଲି ବର୍‌ତି କଲା ଆଚେ, ପୁର୍‌ତିବି କୁପ୍‌ଲି ମନ୍‌କେ ଆରି ଡଙ୍ଗର୍‌ମନ୍‌କେ କେଜି ଗୁଣ୍ଡୁ ସଙ୍ଗେ ସମାନ୍ କରି ନାପ୍‌ଲା ଆଚେ କି? 13 ସବୁବେଲର୍ ମାପ୍‌ରୁର୍ ଆତ୍‌ମାକେ ଆଦେସ୍ ଦେଲା ଆଚେ, କି ଗୁରୁ ଅଇକରି କେ ତାକେ ସିକିଆ ଦେଇ ପାର୍‌ସି ? 14 ଜଦି ସବୁବେଲର୍ ମାପ୍‌ରୁ କାର୍ ସଙ୍ଗ୍ ଜଜ୍‌ନା କଲା, କେ ତାକେ ସିକିଆ ଦେଲା ଆରି ଲକ୍‌କେ ବୁଜାଇ ଗିଆନ୍ କେ ଦେଲା ଆରି ବଲ୍‌ମନ୍ଦ୍ ବାଟ୍ କେ ତାକେ ଦେକାଇଲା ? 15 ସବୁବେଲର୍ ମାପ୍‌ରୁକେ ଏ ବିସଇ କାଇଟା ମିସା ନାଇଁ ପୁର୍‌ତିବିର୍ ଲକ୍‌ମନ୍‌କେ ମୁତାର୍ ଟପେକ୍ ପାନି ପାରା ଆରି କେଜି ତେଇ ତୁଲ୍‌ଲା ପାରା ଏଜ୍‌ଲା ଆଚେ; ଦେକା, ସେ ଗାଡ୍ ମଜାଇ ରଇବା କୁପ୍‌ଲିକେ ସାନ୍ କୁପ୍‌ଲି ପାରା କରି ଟେକ୍‌ସି । 16 ଆରି, ଲିବାନନ୍ ବନର୍ ଦାରୁ ଅମ୍ କର୍‌ବାକେ ନ କେଟେ ଆରି ଅମ୍ ବଲିପୁଜା କର୍‌ବାକେ ପସୁମନ୍ ମିସା ନ କେଟେ । 17 ଦେସର୍ ସର୍‌ତେ ଲକ୍ ସବୁବେଲର୍ ମାପ୍‌ରୁର୍ ଲଗେ ଆମେ କାଇଟା ମିସା ନାଇଁ; ତାର୍‌ ଲଗେ କାଇ କାମ୍‌କେ ମିସା ନ ଆସତ୍ । 18 ସେନ୍ତାର୍ ଆଲେ ତମେ ସବୁବେଲର୍ ମାପ୍‌ରୁକେ କାର୍ ସଙ୍ଗ୍ ସମାନ୍ କର୍‌ସା ? କି କନ୍ ଦେବ୍‌ତା ସଙ୍ଗ୍ ତାକେ ତୁଲ୍‌ନା କର୍‌ସା ? 19 ପୁତ୍‌ଲା ତିଆର୍ କର୍‌ବା ଲକ୍ ଗଟେକ୍ ଚଁଚ୍‌ ସଙ୍ଗ୍ ପୁତ୍‌ଲା ତିଆର୍ କର୍‌ସି ଆରି ସୁନାରି ତାର୍ ଉପ୍‌ରେ ରକଇ କରି ସୁନାର୍ ମୁର୍‌ତି ତିଆର୍ କର୍‌ସି, ଆରି ତାର୍ ଗାଲାର୍ ପାଇଁ ରୁପାର୍ ମାଲି ତିଆର୍ କର୍‌ସି । 20 ଜନ୍ ଲକ୍ ଚାନ୍ଦା ଦେବାକେ ବେସି କାକୁର୍‌ତି, ସେ ଲକ୍ କାଇଆଲେ ଗଟେକ୍ ନିକ ଗଚ୍ ବାଚ୍‌ସି ଆରି ମୁର୍‌ତି ତିଆର୍ କର୍‌ବାକେ କାରିଗର୍‌ମନର୍ ଲଗେ ଜାଇସି, ସେ ଗଟେକ୍ ଜୁଲାଇଲେ ମିସା ନ ବାଙ୍ଗ୍‌ବା ପୁତ୍‌ଲା ତିଆର୍ କର୍‌ବାକେ ଗଟେକ୍ ଲକ୍‌କେ କଜ୍‌ସି । 21 ତମେ କାଇ ନାଜାନାସ୍ କି? ତମେ କାଇ କାତା ସୁନାସ୍ ନାଇଁ କି? ପୁରୁବ୍ ପାଟେ ଅନି କାଇ ତମ୍‌କେ ଚେତ୍‌ନା ଦିଆ ଅଏ ନାଇଁ କି? ଆରି ପୁର୍‌ତିବି ଆରାମ୍ ଅଇଲା ବେଲେଅନି ତମେ କାଇ ବୁଜାସ୍ ନାଇଁ କି? 22 ସେ ପୁର୍‌ତିବି ତେଇ ଦେକ୍‌ଲାନି ଆରି ତେଇ ବାସା ଅଇଲା ସର୍‌ତେ ଲକ୍‌ମନ୍ ଚିଟ୍‌କା ପାରା; ଜନ୍ ପାରା ପୁର୍‌ତିବି ସାରାକେ ଡାବି ଅଇଲା ଆଚେ, ଆରି ବାସା ଅଇବାକେ ତୁମ୍‌ ପାରା ଡାବି ଅଇଲା ଆଚେ । 23 ସେ ପୁର୍‌ତିବିର୍ ବଡ୍‌ପଣିଆ ଲକ୍‌ମନ୍‌କେ ତଲେ ଅଦ୍‌ରାଇସି ଆରି ବଡ୍ ବଡ୍ ସାସନ୍ କାରିଆ ମନ୍ କାଇ କାମ୍‌କେ ମିସା ଦର୍‌କାର୍‌କେ ନ ଆସତ୍‌ । 24 ଉଁ, ସେମନ୍ ରପା ଅଅତ୍ ନାଇ; ଉଁ ସେମନ୍ ବୁନା ଜାଅତ୍ ନାଇଁ; ଉଁ ସେମନର୍ କୁଟର୍ ବୁନ୍ଦେ ଅନି ଚେର୍ ବାରଏ ନାଇଁ; ମାତର୍ ସବୁବେଲର୍ ମାପ୍‌ରୁ ସେମନ୍‌କେ ପୁକି ପୁକି ଉଡାଇ ଦେଇସି, ତାର୍‌ପଚେ ସେମନ୍ ନାଡା ପାରା ସୁକି ଜିବାଇ ଆରି ସୁରାଗାଲି ସେମନ୍‌କେ ଉଡାଇ ଦାରି ଜାଇସି । 25 ଏଟାର୍ ପାଇଁ ସୁକଲ୍ ସବୁବେଲର୍ ମାପ୍‌ରୁ କଇଲାନି, ମୁଇ କାଇ ସେମନର୍ ସଙ୍ଗ୍ ସମାନ୍ ଅଇ ପାର୍‌ବି, ଏନ୍ତାରି କାର୍‌ସଙ୍ଗ୍ ମକେ ସମାନ୍ କରି ପାରାସ୍? 26 ଆକାସ୍‌କେ ଅଲପ୍ ନିକ କରି ଦେକା, ଏ ସବୁକେ କେ ତିଆର୍ କଲା ଆଚେ? ସେ ସବୁ ସେମନ୍‌କେ ବେଲ୍, ଜନ୍,ତାରାମନ୍‌କେ ଗଟେକ୍ ଗଟେକ୍ କରି ବାର୍‌କରାଇ ଆନ୍‌ସି ; ସେ ନାଉଁ ଦାରି ସେମନ୍‌କେ ଡାକ୍‌ସି; ସେ ବେସି ସଗ୍‌ତିସାଲି ତାର୍ ସଙ୍ଗ୍ କେ ମିସା ସମାନ୍ ଅଇ ନାପାରତ୍ । 27 ଆମର୍ ବାଟ୍ ସବୁବେଲର୍ ମାପ୍‌ରୁର୍ ଟାନେ ଅନି ଲୁଚିକରି ନ ରଏ ଆରି ଆମର୍ ବିଚାର୍ ପର୍‌ମେସରର୍ ଗିଆନେ ଅଇସି, ଏ ଜାକୁବ୍ ଏ କାତା କାଇକେ ତୁଇ ଏନ୍‌ତାର୍ ବଲିକରି କଇଲୁସ୍‌ନି, ଏ ଇସ୍‌ରାଏଲ୍ ତୁଇ କେନ୍ତିକରି ଏନ୍ତାରି କାତା କଇଲୁସ୍‌ନି? 28 ତୁଇ କାଇ ନାଜାନୁସ୍? କି ତୁଇ ସୁନୁସ୍ ନାଇଁ? ପୁର୍‌ତିବିର୍‌ ସର୍‌ତେ ତିଆର୍ କଲା ଲକ୍ ମୁଇ ସାରାସାରି ଜାକ ରଇବି; ସବୁବେଲର୍ ମାପ୍‌ରୁ ପର୍‌ମେସର୍ କେବେ ମିସା ନ ତାକେ, କି ନ ପୁଣ୍ଡେ, କି କେବେ ମିସା ତାର୍ ଗିଆନର୍ କାତା, କେ ମିସା ବୁଜି ନାପାରତ୍ । 29 ସେ ତାକ୍‌ଲା ଲକ୍‌ମନ୍‌କେ ବପୁ ଦେଇସି ଆରି ବପୁ ନଇଲା ଲକ୍‌ମନ୍‌କେ ବପୁ ଦେଇସି । 30 ବେଣ୍ଡିଆ ଲକ୍‌ମନ୍‌ ତାକ୍‌ବାଇ, ଆରି ଦାଙ୍ଗ୍‌ଡା ପିଲାମନ୍ ଜଟିଆଇ ଅଇ ଅଦର୍ ବାଇ। 31 ମାତର୍ ଜନ୍ ଲକ୍‌ମନ୍ ସବୁବେଲର୍ ମାପ୍‌ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍‌ରେ ଉଡ୍‌ତେ ଜିବାଇ; ସେମନ୍ ନ ତାକ୍‌ତେ ପାଲାଇବାଇ; ସେମନ୍ ନ ତାକ୍‌ତେ ଇଣ୍ଡ୍‌ବାଇ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-