1 ଆରି, ସବୁବେଲର୍ ମାପ୍ରୁ ମକେ କଇଲା, ତମେ ଗଟେକ୍ ବଡ୍ ପାଟା ନେଇକରି ଲକ୍ମନ୍ ଜାନ୍ଲା ପାରା ଅକିଅର୍ ସଙ୍ଗେ ଲେକ୍, ମଏର ସାଲଲଆସ୍ ବସ୍ ଚରାଇ ରଇବା ଦନ୍ସପତି ଦାପ୍ରେ ଆଇଲାନି , ଚରାଇ ରଇବା ସବୁଜାକ ଦିନ୍ସୁ ପତର୍ ଦାପ୍ରେ ଗାଲାନି; 2 ଆରି , ମୁଇଁ ସାକି ଦେଇରଇବା ଉରିଅର୍ ଜାଜକ୍ ଆରି ଜିବରିକିଅର୍ ପିଲା ଜିକରିଅକେ ନିଜର୍ ବିସ୍ବାସ୍ର୍ ସାକି ରକ୍ବି। 3 ମୁଇଁ ବବିସତ୍ବକ୍ତି ସଙ୍ଗେ ସୁଆବସା କଲାକେ , ସେ ଗାଗ୍ଡେ ଅଇ କରି ଗଟେକ୍ ପିଲା ଜନମ୍ କଲା। ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ମକେ କଇଲା,ତାର୍ ନାଉଁ ମେଏର ସାଲଲାସ୍ ବସ୍ ବଲିକରି ଦିଆସ୍ । 4 କାଇକେବଇଲେ ଏ ପିଲା ଅଇଲାନି ମର୍ ବାବା ଆରି ମର୍ ଆୟା ବଲିକରି ଡାକ୍ବା ଆଗ୍ତୁ ଦମେସକର୍ ସବୁ ଦନ୍ସଁପତି ଆରି ସମରିଅର୍ ଚରାଇ ରଇବା ଦନ୍ସଁପତିକେ ଅସୁର୍ ରାଜାର୍ ଆଗେ ଆଗେ ବଇ ନେବାଇ।
5 ତାର୍ପଚେ ସବୁବେଲର୍ ମାପ୍ରୁ ମକେ ଆରି ତରେକ୍ କଇଲା, 6 ଏ ଲକ୍ମନ୍ ଅଇଲାଇନି ସିଲର୍ ଦିରେ ଦିରେ ବଇଜିବା ପାନି ନିଚିକରି ରସିନ୍ ଆରି ରମଲିଅର୍ ପିଲାର୍ ଟାନେ ସାର୍ଦା କଲାସ୍ନି; 7 ତେବର୍ ପାଇଁ ଦେକା, ମାପ୍ରୁ ଏବେ ପରାତ୍ ଗାଡର୍ ବଏଁକାର୍ ଆରି ବେସି ପାନି ପାରା ଅସୁରର୍ ରାଜାକେ ଆରି ତାର୍ ସବୁଜାକ ସକ୍ତିକେ ସେମନ୍ ଜିଉଦାର୍ ବିରଦ୍ରେ ଆନ୍ଲାନି; ତେବର୍ ପାଇଁ ନିଜର୍ ସବୁଜାକ ପାନି ଜମି ରଇବା ଉପ୍ରେ ପାନି ଉଚ୍ଲି ଜାଇକରି ନିଜର୍ ବନ୍ଦ୍ ଉପ୍ରେ ଚାପି କରି ଜାଇସି; 8 ଆରି, ସେଟା ଅଦିକ୍ ଅଦିକ୍ ଅଇଜାଇକରି ଆଗ୍କେ ଜିଉଦା ଦେସ୍ ଜାକ ବଇ ଜାଇସି; ସେ ପାନି ଉଚ୍ଲି ଜାଇକରି ସବୁବାଟେ ବଇ ଜାଇସି; ସବଦ୍ ଅଇକରି ଉଟ୍ସି; ଆରି ଏ ଇମାନୁଏଲ୍ , ତାର୍ ଆତର୍ ବପୁ ତମର୍ ଦେସର୍ ପାକ୍ନାକେ ଡାବି ଦେଲାପାରା ରକିଆ କର୍ସି । 9 ଏ କୁଟୁମର୍ ସବୁଲକ୍, ତମେ ଆଉଲି ଉଆ, ଏଲେମିସା ତମେ ବିନାସ୍ ଅଇ ଜାଇସା; ଆରି ଏ ଦୁର୍କେ ରଇବା ଦେସର୍ ଲକ୍ମନ୍ , ତମେ କାନ୍ ଡେରି କରି ସୁନା; ତମେ ଆଁଟାବେଡା ବାନ୍ଦି ଅଇକରି ରଇଲେ ମିସା, ବିନାସ୍ ଅଇ ଜାଇସା। 10 ଗଟେକ୍ ଅଇ କରି ଜଜ୍ନା କଲେ ମିସା, ସେଟା ସପଲ୍ ନ ଅଏ; କାତା କଇସା, ମାତର୍ ସେଟା ସବୁବେଲେ ନ ରଏ; କାଇକେ ବଇଲେ ପର୍ମେସର୍ ଆମର୍ ସଙ୍ଗେ ଆଚେ।
11 କାଇକେ ବଇଲେ ସବୁବେଲର୍ ମାପ୍ରୁ ବେସି ଡାଟ୍ ରଇବା ଆତ୍ ସଙ୍ଗେ ମକେ ଦାରିକରି ଏନ୍ତାର୍ ବଲିକରି କଇଲା ଆରି ମୁଇଁ ଜେନ୍ତିକି ଏ ଲକ୍ମନର୍ ବାଟେ ନ ଜାଇ, ସେଟାର୍ ପାଇଁ ବଲିକରି ମକେ ଆଦେସ୍ ଦେଇକରି କଇଲା ଆଚେ, 12 ଏ ଲକ୍ମନ୍ ଜନ୍ ବିସଇକେ ସଡ୍ଜନ୍ତର୍ ବଲିକରି କଇବାଇ, ତମେ ସେଟାମନ୍କେ ସଡ୍ଜନ୍ତର୍ ବଲିକରି କୁଆ ନାଇଁ ; କି ସେମନ୍ ଡର୍ବା ବିସଇକେ ତମେ ଡରା ନାଇଁ; କି ସେ ବିସଇ ନେଇକରି ଡରି ଜାଆ ନାଇଁ। 13 ସବୁବେଲର୍ ମାପ୍ରୁ ଆକା ତମ୍କେ ସୁକଲ୍ କର୍ସି , ଆରି ସେଟା ତମର୍ ଡର୍ବା ଜାଗା ଅ ଆରି ସେ ତମ୍କେ ଡର୍ସି । 14 ତାର୍ପଚେ ସେଟା ସୁକଲ୍ ଜାଗା ପାରା ଅଇସି, ମାତର୍ ଇସ୍ରାଏଲର୍ ଦୁଇ କୁଟୁମର୍ ଲକ୍ମନ୍କେ ନସ୍ଟ ଅଇଜିବା ପାକ୍ନା ପାରା ଆରି କସ୍ଟ ଅଇସି , ଜିରୁସାଲମେ ବାସା ଅଇରଇବା ଲକ୍ମନର୍ ପାଇଁ ପାନ୍ଦ୍ ପାରା ଅଇସି। 15 ଆରି , ବେସି ଲକ୍ମନ୍ ଜଟିଆଇ ଅଇ ନସ୍ଟ ଅଇ କରି ତପି ଅଇ ନସ୍ଟ ଅଇବାଇ ଆରି ସେ ପାନ୍ଦେ ପଡିକରି ଦାରା ପଡ୍ବାଇ। 16 ତମେ ଏ ଦେକାଇ ରଇବା ବାକିଅକେ ମାନା , ମର୍ ସିସ୍ମନର୍ ବିତ୍ରେ ନିଅମର୍ ଚିନ୍କରି ସଙ୍ଗୁଆ । 17 ଆରି, ଜେ ଜାକୁବ୍ ବଁସେ ଅନି ନିଜର୍ ଟଣ୍ଡ୍କେ ଚୁପ୍ କର୍ସି, ମୁଇଁ ସେ ସବୁବେଲର୍ ମାପ୍ରୁକେ ଜାଗିକରି ରଇବି ଆରି ସେ ଆଇବା ବାଟ୍କେ ଦେକ୍ତେ ରଇବି। 18 ଦେକା , ମୁଇଁ ଆରି ସବୁବେଲର୍ ମାପ୍ରୁର୍ ଲାଗି ମକେ ଜାତ୍ କରି ରଇବା ପିଲାଜିଲାମନ୍ ସିଅନ୍ ପର୍ବତେ ବାସାଅଇ ରଇବା ଲକ୍ମନ୍ ସବୁବେଲର୍ ବପୁରଇବା ମାପ୍ରୁ ଟାନେଅନି ଇସ୍ରାଏଲ୍ ବିତ୍ରେ ଚିନ୍ ଆରି ବଏଁକାର୍ ପାରା ଅଇସି। 19 ଆରି, ଜେଡେବେଲେ ସେମନ୍ ଜଦି ତମ୍କେ କଇବାଇ, ଜନ୍ ଦିସାରି ଗୁନିଆଁମନ୍ ଆଉଲି ଅଇକରି ଆରି କୁସୁକୁସୁ ଅଇକରି କଇବାଇ, ସେମନ୍କେ ଚିନା; ତମେ କୁଆ ଲକ୍ମନ୍ କାଇ ନିଜର୍ ନିଜର୍ ପର୍ମେସରର୍ ବାଟେ ନ ଜାଅତ୍ ? ସେମନ୍ କାଇ ଜିଇରଇବା ବାଦୁଲେ ମରି ରଇବା ଲକ୍ମନର୍ ବାଟେ ଜିବାଇ? 20 ନିଅମ୍ ଆରି ପର୍ମାନ୍ ପାଇ ରଇବା ବାକିଅର୍ ବାଟେ ଜାଆ। ଜେବେ ସେମନ୍ ଏ ବାକିଅ ଇସାବେ କାତା ନ କଅତ୍, ତେବେ ସେମନର୍ ବାଟ୍ ସବୁ ଆନ୍ଦାର୍ ।
21 ଆରି, ସେମନ୍ ବେସି କସ୍ଟ ଆରି ଦୁକ୍ ଅଇକରି ଦେସ୍ବିତ୍ରେ ପୁରିକରି ଜିବାଇ , ଆରି ବେସି ବୁକ୍ ଲାଗ୍ଲେ ସେମନ୍ ରିସା ଅଇଜାଇକରି ନିଜର୍ ରାଜାର୍ ଲାଗି ଆରି ନିଜର୍ ପର୍ମେସରର୍କେ ଅବିସାପ୍ ଦେଇକରି ସରଗ୍ ବାଟେ ନିଜର୍ ନିଜର୍ ମୁଁକେ ଦେକ୍ବାଇ; 22 ଆରି , ସେମନ୍ ବୁଇଁକେ ନିକକରି ଦେକ୍ବାଇ, ଆରି ଦେକା, ଦୁକର୍ ବେଲେ ଆରି ଆନ୍ଦାରେ, ଦୁକ୍ ପାଇବା ପାରା ବେସି ଆନ୍ଦାର୍; ଆରି, ସେମନ୍ ବେସି ଆନ୍ଦାର୍କେ ବାର୍କରାଇ ଦେବାଇ।