1 ଜିସିର୍ କୁଟେଅନି ଗଟେକ୍ କଅଁଲା ପିଲ୍କା କେନ୍ଦି ବାରଇସି ଆରି ସେ କେନ୍ଦି ଅନି ଗଟେକ୍ କେନ୍ଦା ପାଲ୍ଅଇ କରି ପଲ୍ ପଲ୍ସି । 2 ଆରି, ସବୁବେଲର୍ ମାପ୍ରୁର୍ ଆତ୍ମା, ଗିଆନ୍ ଆରି ବିଚାର୍ନାର୍ ଆତ୍ମା ବପୁର୍ ଆରି ଜଜ୍ନାର୍ ଆତ୍ମା, ବୁଦି ଆରି ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ବା ଆତ୍ମା ତାର୍ ଲଗେ ବାସା ଅଇସି; 3 ସବୁବେଲର୍ ମାପ୍ରୁର୍ କାମ୍ରେ ସାର୍ଦା ରଇସି; ଆରି, ସେ ନିଜର୍ ଆଁକିକେ ଜାଇଟା ନିକ ଡିସ୍ସି ସେ ଇସାବେ ବିଚାର୍ ନ କରେ, କି ତାର୍ ନିଜର୍ ସୁନ୍ବା ବୁଦି ଇସାବେ ନ ନାମେ, 4 ମାତର୍ ସେ ନିଅମ୍ ଇସାବେ କାକୁର୍ତି ଲକ୍ମନର୍ ବିଚାର୍ କର୍ସି ଆରି ପୁର୍ତିବିର୍ ଦରମ୍ ଲକ୍ମନର୍ ପାଇଁ ବିଚାର୍ କର୍ସି, ଆରି, ସେ ତାର୍ ନିଜର୍ ଟଣ୍ଡର୍ କାତା ବାର୍ତା ଇସାବେ ପୁର୍ତିବିର୍ ଲକ୍ମନ୍କେ ସାସନ୍ କର୍ସି ଆରି ତାର୍ ନିଜର୍ ଟଣ୍ଡେ ଅନି ବାରଇବା ପୁଣ୍ଡାର୍ ପବନ୍ ସଙ୍ଗ୍ କାରାପ୍ ଲକ୍କେ ମାରି ମରାଇସି । 5 ଦରମ୍ ଅଇଲାନି ଗଟେକ୍ ଲକର୍ ଡାଟ୍ ଆଁଟା ବେଡା ଆରି ବିସ୍ବାସ୍ ଅଇଲାନି ବୁକର୍ ବାନ୍ଦ୍ବାଟା । 6 ଆରି, ଗଦଡୁର୍କା ମେଣ୍ଡା ପିଲାମନର୍ ସଙ୍ଗ୍ ବାସା କର୍ବାଇ ଆରି ଚିତାବାଗ୍ ଚେଲି ମନର୍ ସଙ୍ଗ୍ ସଇ ରଇସି; ବାଚାପିଲା, ବେଣ୍ଡିଆ ସିଅଁ ବାଗ୍ ଆରି ଗାଗଡ୍ ପସୁମନ୍ ମିସ୍ତେ ରଇବାଇ, ଆରି ଗଟେକ୍ ସାନ୍ଟା ପିଲା ସେମନ୍କେ ଚାରାଇ ବୁଲାଇସି । 7 ଗାଇ ଆରି ବାଲୁ ମିସ୍ତେ କାଇବାଇ; ସେମନର୍ ପିଲାମନ୍ ମିସ୍ତେ ଡୁଲ୍ବାଇ; ଆରି, ସିଅଁ ବାଗ୍ ଗରୁ ମନର୍ ପାରା ଗାଁସ୍ କାଇସି । 8 ଆରି, ଦୁଦ୍ କାଇବା ପିଲା ବିସ୍ ରଇବା ସାଁପର୍ ବିଲ୍ ଉପ୍ରେ କେଲ୍ସି ଆରି ଦୁଦ୍ ଚାଡି ରଇବା ପିଲା ବିସ୍ ରଇବା ସାଁପ୍ ବିଲ୍ ବିତ୍ରେ ଆତ୍ ଅଗ୍ସି । 9 ସେମନ୍ ଆମର୍ କନ୍ ମିସା ସୁକଲ୍ ଜାଗାଇ କାଇଟା ମିସା କରି ନାପାରତ୍, କାଇକେ ବଇଲେ ଗାଡ୍ ତେଇ ଜେନ୍ତାର୍ କି ପାନି ବର୍ତି ଅଇ ରଇସି, ପୁର୍ତିବି ସେରକାମ୍, ସବୁବେଲର୍ ମାପ୍ରୁର୍ ଦରମ୍ ଗିଆନ୍ ବର୍ତି ଅଇ ଜାଇସି।
10 ଆରି, ସେ ଦିନେ ଜିସିର୍ କୁଟୁମର୍ ମୁଲ୍ ଗଟେକ୍ ଜେଣ୍ଡା ପାରା ଟିଆ ଅଇସି, ଆରି ବିନ୍ ବିନ୍ ଦେସର୍ ଲକ୍ମନ୍ ତାକେ କଜ୍ବାଇ; ଆରି, ତାକର୍ ସଇବା ଜାଗା ମଇଁମା ଅଇସି । 11 ଆରି, ସେ ଦିନେ ସବୁବେଲର୍ ମାପ୍ରୁ ତାର୍ କେତେ ଲକ୍ମନ୍କେ ଅସୁର୍ ଦେସେ ଅନି, ମିସର୍ ଦେସେ ଅନି, ପତ୍ସର୍ ତେଇଅନି, କୁସରୁ ଦେସେ ଅନି ଏଲମ୍ ତେଇଅନି, ସିନିଅର୍ ତେଇଅନି ଆରି ଅମାତର୍ ତେଇଅନି ଆରି ସମ୍ଦୁର୍ କୁପ୍ଲି ବାସା ଅଇଲା ଲକ୍ମନ୍କେ ବାଉଡାଇ ଆନ୍ବାକେ ଆରିତରେକ୍ ଆନ୍ବାକେ ଆତ୍ ଲାମାଇସି । 12 ଆରି, ସେ ଗସ୍ଟିର୍ ଲକ୍ମନର୍ ପାଇଁ ଗଟେକ୍ ଡେଙ୍ଗ୍ ଜେଣ୍ଡା ଟେକ୍ସି ଆରି ଇସ୍ରାଇଲର୍ ଲକ୍କେ ପୁର୍ତିବି ତେଇ ରଇବା ଚାରିବେଟ୍ତିର୍ ଅନି ଗଟେକ୍ ଲଗେ ଟୁଲାଇସି ଆରି ଜିଉଦାର୍ ବନ୍ଦି ଅଇରଇବା ଲକ୍ମନ୍କେ ଆରି ଏନେତେନେ ବିଚି ଅଇ ବାସା ଅଇଲା ଲକ୍ମନ୍କେ ଗଟେକ୍ ଟାନେ ଟୁଲିଆଇସି । 13 ଆରି ଇପ୍ରାଇମର୍ ରିସା ଦୁର୍ ଅଇସି ଆରି ଜିଉଦାର୍ ଲକ୍କେ ଦୁକ୍ ଦେବା ଲକ୍ମନ୍ ନସ୍ଟ ଅଇଜିବାଇ; ଇପ୍ରଇମ୍ କେବେ ମିସା ଜିଉଦା ଦେସର୍ ଲକ୍କେ ରିସା ନ ଅଏ ଆରି ଜିଉଦାର୍ ଲକ୍ ଇପ୍ରଇମ୍କେ ଦୁକ୍ ନ ଦେଏ । 14 ଆରି, ସେମନ୍ ପଚିମ୍ ଦିଗେ ଅନି ପଲେସ୍ଟିଅମନ୍ କାଲ୍ଡେପ୍ ରଇବା ଜାଗାଇ ଡେଗଇବାଇ; ଆରି ସେମନ୍ ସର୍ତେ ଲକ୍ ମିସି କରି ପୁରୁବ୍ ଦିଗର୍ ଲକ୍ମନର୍ ସର୍ତେ ଜିନିସ୍ ଚରାଇ ଦାରି ଜିବାଇ; ସେମନ୍ ମଆବ୍ ଦେସେ ଆତ୍ ଲାମାଇବାଇ ଆରି ଇଦମ୍ ଆରି ଅମନର୍ ପିଲାମନ୍ ସେମନର୍ କାତା ନାମ୍ବାଇ । 15 ଆରି, ସବୁବେଲର୍ ମାପ୍ରୁ ମିସରର୍ ସମ୍ଦୁରର୍ ଲଗର୍ପାକର୍ ପାନିକେ ପୁରାପୁରୁନ୍ ଆଁଟାଇ ଦେଇସି ଆରି ତାର୍ ନିଜର୍ ତପତ୍ ପବନ୍ ସଙ୍ଗ୍ ଗାଡର୍ ପାନିକେ ଚୁଲ୍ ବୁଲାଇସି, ଆରି ସେଗାଡ୍କେ ଚିଇକରି ସାତ୍ଟା ଜଲା ତିଆର୍ କର୍ସି ଆରି ଲକ୍ମନ୍କେ ସୁକ୍ଲା ବୁଏଁ ଇଣ୍ଡାଇ ନେଇସି । 16 ଆରି, ଇସ୍ରାଇଲର୍ ଲକ୍ ମିସର୍ ଦେସେ ଅନି ବାରଇ ଆଇଲା ବେଲେ ବାଟେ ଜେନ୍ତାର୍ କାବା ଅଇଜିବା କାମ୍ କରି ଆନି ରଇଲା ସେନ୍ତାରି ଅସୁର୍ ଦେସେ ଅନି ଜେତେକ୍ ଲକ୍ ରଇବାଇ ସେମନ୍କେ ଗଟେକ୍ ବଡ୍ ବାଟ୍ ତିଆର୍ କରି ଆନ୍ସି ।