1 ସବୁବେଲର୍ ମାପ୍ରୁ ତାର୍ ଅବିସେକ୍ କଲା ଲକର୍, କଇବାକେ ଗାଲେ କରସର୍ ବିସଇରେ ଏ କାତା କଇଲାନି, ମୁଇଁ ତାର୍ ମୁଆଟେ ବିନ୍ବିନ୍ ଗସ୍ଟିକେ ଜୁଇଦ୍ ଲଗେ ଅନି ଆରାଇବାକେ ତାର୍ ଉଜା ଆତ୍ ଦାରିଆଚି ଆରି ମୁଇଁ ରାଜାମନର୍ ଆଁଟାବେଡାକେ ଡିଲା କର୍ବି; ମୁଇଁ ତାର୍ ମୁଆଟେ କାପାଟ୍ ସବୁ ଉଗାଡ୍ବି ଆରି ନଗରର୍ କାପାଟ୍ ଡାବି ଅଇକରି ନ ରଏ; 2 ମୁଇଁ ତର୍ ଆଗେ ଆଗେ ଇଣ୍ଡ୍ବି, କାଲ୍ଡେପ୍ ଜାଗାସବୁ ସମାନ୍ କର୍ବି; ମୁଇଁ ପିତଲ୍ କାପାଟ୍ ସବୁ ଗୁଣ୍ଡ୍ ଗୁଣ୍ଡା କରି ବାଙ୍ଗାଇ ପାକାଇବି ଆରି ଲୁଆ କାପାଟର୍ ଗାଡା ସବୁ କାଟି ପାକାଇବି; 3 ଆରି,ମୁଇଁ ଆନ୍ଦାର୍ ବିତ୍ରେ ରଇବା ଦନ୍ ରଇବା ଗର୍ ଆରି ଲୁଚ୍ଲା ଜାଗାଇ ସଙ୍ଗଇଲା ଦନ୍ସପତି ସବୁ ତମ୍କେ ଦେବି, ତାର୍ପଚେ ତମର୍ ନାଉଁଦାରି ଡାକ୍ଲା ଆମେ ଜେ ସବୁବେଲର୍ ମାପ୍ରୁ, ଇସ୍ରାଏଲର୍ ପର୍ମେସର୍ ଆଚୁ, ଏଟା ତମେ ଜାନି ପାର୍ସା। 4 ମର୍ ଦାସ୍ ଜାକୁବ୍ ଆରି ମୁଇ ବାଚ୍ଲା ଇସ୍ରାଲର୍ ପାଇଁ ମୁଇ ତର୍ ନାଉଁ ଦାରି ତକେ ଡାକ୍ଲିନି; ତମେ ଆମ୍କେ ନାଜାନ୍ଲେ ମିସା ଆମେ ତମ୍କେ ଉପାଦି ଦେଲିଆଚି । 5 ମୁଇ ସବୁବେଲର୍ ମାପ୍ରୁ, ଆରି ମର୍ ପାରା ଆର୍ କେ ନାଇଁ ; ମକେ ଚାଡିଦେଲେ ଆରି ପର୍ମେସର୍ ନାଇ; ତମେ ମକେ ନାଜାନ୍ଲେ ମିସା ମୁଇ ତମର୍ ଆଟାବେଡା ବାନ୍ଦ୍ବି। 6 ତାର୍ପଚେ ମକେ ଚାଡ୍ଲେ ଆରି କେ ନାଇଁ, ଏଟା ବେଲ୍ ଉଦ୍ଲା ଜାଗାଇ ଅନି ପଚିମ୍ ଦିଗର୍ ଲକ୍ ଜାକ ଜାନ୍ବାଇ; ମୁଇ ସବୁବେଲର୍ ମାପ୍ରୁ, ମର୍ ପାରା ଆରି କେ ନାଇଁ । 7 ମୁଇ ଉଜଲ୍ ତିଆର୍ କର୍ବି ଆରି ମୁଇ ଆନ୍ଦାର୍ ତିଆର୍ କର୍ବି; ମୁଇ ସାନ୍ତି ବିସଇରେ କଇବି, କାରାପ୍ ବିସଇରେ କଇବି; ମୁଇ ସବୁବେଲର୍ ମାପ୍ରୁ ଏଟା ସବୁ ସାଦନ୍ କର୍ବି । 8 ଏ ଆକାସ୍ ମଣ୍ଡଲ୍, ତମେ ଉପ୍ରେ ଅନି ପାନି ମାର୍ଲା ପାରା ଅଦ୍ର, ମେଗ୍ମାଲା ସୁସ୍ତା ପାନି ମାର୍; ଜେନ୍ତାରି କି ଉଦାର୍ କାରିଆ ଉବଜ୍ବାଇ, ସେଟାର୍ପାଇଁ ପୁର୍ତିବି ବିଜି ଜାଅ ଆରି ସେ ଦରମ୍ ଲକ୍ମନ୍କେ ଗଟେକ୍ ଲଗେ ଟୁଲିଆଉ; ମୁଇ ସବୁବେଲର୍ ମାପ୍ରୁ ଏଟା ତିଆର୍ କରିଆଚି ।
9 ଜେ ସୁସ୍ଟି କାରିଆ ସଙ୍ଗେ ବିରଦ୍ କର୍ସି, ସେ ଅବିସାପ୍ ପାଇବା ଲକ୍! ପୁର୍ତିବିର୍ ଜିକ୍ରା ତେଇ ଅନି କଣ୍ଡେକ୍ ଜିକ୍ରା ମାତର୍! ମାଟି କାଇ ତାର୍ କୁମାର୍କେ କଇସି, ତମେ କାଇଟା ତିଆର୍ କଲାସ୍ନି? ଆରି ତମର୍ କାମ୍ କାଇଟା, ତାର୍ ଆତ୍ ନାଇଁ? 10 ଜେ ବାବାକେ ପାଚାରି କରି କଇସି, ତୁଇ କାଇଟା ଜନମ୍ ଦେଲୁସ୍, କି ତାର୍ ଆୟାକେ କଇସି, ତୁଇ କାଇଟା ଜନମ୍ ଦେଲୁସ୍, ସେ ଅବିସାପ୍ ପାଇବା ଲକ୍! 11 ସବୁବେଲର୍ ମାପ୍ରୁ, ଇସ୍ରାଏଲର୍ ସୁକଲ୍ ସବୁବେଲର୍ ମାପ୍ରୁ ଆରି ତାକେ ଗଡି ରଇଲା ଲକ୍ ଏ କାତା କଇଲାନି, ଆଗ୍ତୁର୍ ଗଟ୍ନାର୍ ବିସଇରେ ମକେ ପାଚାରା; ତମେ ମର୍ ପିଲାମନର୍ ବିସଇରେ ଆରି ମର୍ ଆତ୍ ସଙ୍ଗ୍ କଲା କାମ୍ ବିଇରେ ମକେ କଅ । 12 ମୁଇ ପୁର୍ତିବି ସୁସ୍ଟି କରିଆଚି ଆରି ସେ ବିତ୍ରେ ନର୍ଲକ୍କେ ତିଆର୍ କରିଆଚି; ମୁଇ ମର୍ ଆତ୍ ସଙ୍ଗେ ଆକାସ୍ ବାଦଲ୍ ଚିନ୍ବିନ୍ କରିଆଚି ଆରି ତେଇର୍ ସବୁ ବିସଇକେ ମୁଇ ଆଦେସ୍ ଦେଲି ଆଚି । 13 ମୁଇ ଦରମ୍ ସଙ୍ଗ୍ ତାକେ ଉବ୍ଜାଇ ଆଚି ଆରି ମୁଇ ତାର୍ ସବୁ ବାଟ୍ ସିଦା କର୍ବି; ସେ ମର୍ ନଅଁର୍ ତିଆର୍ କର୍ସି ଆରି ସେ ମର୍ ବନ୍ଦି ଅଇ ରଇବା ଲକ୍ମନ୍କେ ଚାଡି ଦେଇସି, ବୁତି ଇସାବେ ନଏଁ କି ଇନାମର୍ ଇସାବେ ନଏଁ, ଏଟା ସବୁର୍ ତେଇ ଅନି ବଡ୍ ସବୁବେଲର୍ ମାପ୍ରୁ କଇଲାନି ।
14 ସବୁବେଲର୍ ମାପ୍ରୁ ଏକାତା କଇଲାନି, ମିସରର୍ କସ୍ଟ ଆରି କୁସ୍ ଦେସର୍ ବେବାର୍ବାଟର୍ ଲାବ୍ ଆରି ସବାଇର୍ ଲକ୍ମନ୍ ତମର୍ ଲଗେ ଆଇବାଇ ଆରି ତମର୍ ଲକ୍ ଅଇବାଇ; ସେମନ୍ ତମର୍ ପଚେ ପଚେ ଆଇବାଇ; ସିକ୍ଲି ସଙ୍ଗେ ବାନ୍ଦି ଅଇଲା ଲକ୍ମନ୍ ତମର୍ ଲଗେ ଆଇବାଇ; ଆରି, ସେମନ୍ ତମ୍କେ ଜୁଆର୍ କର୍ବାଇ ଆରି ଗୁଆରି କରି କଇବାଇ, ସତ୍ ପର୍ମେସର୍ ତମର୍ ସଙ୍ଗେ ଆଚେ; ତାକେ ଚାଡି ଦେଲେ ଆରି କେ ନାଇଁ, ଆରି କେ ମିସା ପର୍ମେସର୍ ନାଇଁ । 15 ଏ ଉଦାର୍ କାରିଆ ଇସ୍ରାଏଲର୍ ପର୍ମେସର୍, ତୁଇ ଆତ୍ମା ବିତ୍ରେ ଲୁଚି ରଇବା ପର୍ମେସର୍ । 16 ସେମନ୍ ଲାଜ୍ ଅଇବାଇ, ଉଁ, ସେ ସବୁଲକ୍ ଗାବ୍ରା ଅଇବାଇ; ଆରି ମୁର୍ତି ତିଆର୍ କର୍ବା ଲକ୍ମନ୍ ମିସା ମିସ୍ତେ ଲାଜ୍ ଅଇବାଇ । 17 ମାତର୍ ଇସ୍ରାଏଲ୍, ସବୁବେଲର୍ ମାପ୍ରୁର୍ ଲାଗି ସବୁବେଲେ ରଇବା ଉଦାର୍ କାରିଆ ; ତମେ ଜୁଗ୍ଜୁଗ୍ ଜାକ ଲାଜ୍ କି ତେରେପେତେ ନ ଉଆସ୍ । 18 ଆକାସ୍ ମଣ୍ଡଲ୍ ତିଆର୍ କଲା ସବୁବେଲର୍ ମାପ୍ରୁ ଏନ୍ତାରି କଇଲାନି; ସେ ପର୍ମେସର୍ ସେ ପୁର୍ତିବିକେ ତିଆର୍ କଲା, ସେ ସେଟା ସୁନ୍ସାନ୍ କରି ତିଆର୍ ନ କରି ଲକ୍ବାକ୍ ବାସା ଅଇବାକେ ସୁସ୍ଟି କଲାଆଚେ, ମୁଇ ସବୁବେଲର୍ ମାପ୍ରୁ, ମକେ ଚାଡି ଦେଲେ ଆରି ମର୍ ପାରା କେ ନାଇଁ । 19 ମୁଇ ଲୁଚ୍ତେ ଆନ୍ଦାର୍ ଦେସର୍ କନ୍ ମିସା ଜାଗାଇ କଉ ନାଇଁ; ତମେ ଚୁଚାଇ ଚୁଚାଇ ମକେ କଜ୍ସା, ଏଟା ମୁଇ ଜାକୁବର୍ କୁଲ୍କେ କଇ ନାଇଁ, ମୁଇ ସବୁବେଲର୍ ମାପ୍ରୁ ଦରମ୍, ମୁଇ ସୁଆଲ୍ କାତା କଇବି ।
20 ଏ ବିନ୍ ବିନ୍ ଗସ୍ଟି ବିତ୍ରେ ଅନି ରକିଆ ପାଇବା ଲକ୍ମନ୍, ତମେ ଟୁଲ୍ ଅଇ କରି ଆସା, ସର୍ତେ ଲକ୍ ମିସି ମର୍ ଲଗେ ଆସା, ଜନଲକ୍ମନ୍ ତମର୍ ମୁର୍ତିର୍ ଦାରୁକେ ବଇ ବୁଲ୍ଲାଇନି ଆରି ମୁକ୍ତି କର୍ବାକେ ସକ୍ତି ନଇଲା ଦେବ୍ତାର୍ ଲଗେ ପୁଜାକର୍ବାଇ,ସେମନ୍କେ କାଇ ବୁଦିନାଇଁ । 21 ତମେ ଜାନାଆ ଆରି ସେଟା କେଟାଆ; ଉଁ ସେମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇତ୍; ଆଗ୍ତୁ ଅନି କେ ସେଟା ଜାନାଇ ଆଚେ? ମୁଇ ସବୁବେଲର୍ ମାପ୍ରୁ କି ଏଟା କରି ନାଇଁ? ମକେ ଚାଡ୍ଲେ ଅଲ୍ଗା ପର୍ମେସର୍ ନାଇଁ, ମୁଇ ସୁକଲ୍ ପର୍ମେସର୍ ଆରି ଉଦାର୍ କାରିଆ; ମକେ ଚାଡି ଦେଲେ ଆରି କେ ନାଇଁ । 22 ଏ ପୁର୍ତିବିର୍ କନେକନେ ରଇବା ଲକ୍ମନ୍ , ତମେ ମର୍ ବାଟେ ଆସି ଉଦାର୍ ପାଆ; କାଇକେବଇଲେ ମୁଇ ପର୍ମେସର୍, ମକେ ଚାଡି ଦେଲେ ଆରି ମର୍ ପାରା କେ ନାଇଁ । 23 ମୁଇ ନିଜର୍ ନାଉଁ ଦାରି ପର୍ମାନ୍ କରିଆଚି ଆରି ସୁକଲ୍ ବାକିଅ ମର୍ ଟଣ୍ଡେଅନି ବାରଇ ଆଚେ, ସେଟା ମିଚ୍ ନ ଅଏ, ମର୍ ମୁଆଟେ ସବୁ ଲକ୍ ମାଣ୍ଡିକୁଟା ଦେଇ କରି ଜୁଆର୍ କର୍ବାଇ, ସର୍ତେ ଲକ୍ ପର୍ମାନ୍ କର୍ବାଇ । 24 ଲକ୍ମନ୍ ମର୍ ନାଉଁରେ କଇବାଇ, ଆରି ସବୁବେଲର୍ ମାପ୍ରୁର୍ ଲଗେ ଦରମ୍ ଆରି ବପୁ ଆଚେ; ତାର୍ଲଗେ ଲକ୍ମନ୍ ଆଇବାଇ, ଆରି ଜନ୍ ଲକ୍ମନ୍ ତାର୍ ଉପ୍ରେ ରିସା ଅଇ ବିରଦ୍ ଅଇ ରଇଲାଇ ସେ ସବୁ ଲକ୍ ଲାଜ୍ ଅଇ ଜିବାଇ । 25 ଇସ୍ରାଏଲ୍ ଦେସର୍ ସବୁ ବଁସର୍ ଲକ୍ ସବୁବେଲର୍ ମାପ୍ରୁର୍ ଲଗେ ଦର୍ମ୍ ଅଇବାଇ ଆରି ବଡ୍ପନ୍ ଅଇବାଇ ।