1 ଦରମ୍ ଲକ୍ମନ୍ କୁରୁପ୍ନାସ୍ ଅଇଲାଇ ଆଚତ୍ ଆରି ସେ ବିସଇରେ କେ ମିସା ମନ୍ଦିଆନ୍ ଦେଅତ୍ ନାଇଁ ; ଆରି, ସେ ଲକ୍ମନ୍କେ ନେଲାଇ ଆଚତ୍, ଦରମ୍ ଲକ୍ମନ୍ ଜେ ଆଇଲା ବିପଦେ ଅନି ନେଇ ଜାଇ ଆଚତ୍, ଏଟାକେ ତମେ ଆଲ୍ଚନା କରାସ୍ ନାଇଁ । 2 ସେ ସାନ୍ତି ସଙ୍ଗ୍ ପୁର୍ସି; ଦରମ୍ ବାଟେ ଜିବା ସବୁଲକ୍ ନିଜର୍ ନିଜର୍ ଅଚ୍ନାଇ ପୁଣ୍ଡ୍ବାଇ । 3 ଏ ଦିସାରି ମନର୍ ପିଲାମନ୍, ପାଦ୍ରି ଆରି ଦାରିଆନି ବଁସ୍, ତମେ ଲଗେ ଆସା । 4 ତମେ କାକେ କିଆଲି ଟାପ୍ରା କଲାସ୍ନି? ତମେ କାର୍ବାଟେ ଟଣ୍ଡ୍ ପାଡି କରି ଜିବ୍ ଲାମାଇ ଲାସ୍ନି? ତମେ କାଇ ଅଦରମ୍ ଲକ୍ମନ୍ ଆରି ସତ୍ ନଅଲା ବଁସ୍ ନୁଆସ୍? 5 ତମେ ଅଲନ୍ ଗଚ୍ମନର୍ ବିତ୍ରେ, ସବୁ ଅରିପୁର୍ନ ଗଚ୍ତଲେ ଆସା ରକାମର୍ ନାଲା ନଇଲାତେଇ ତମ୍କେ କାଇ ଉକ୍ଲାଉ ନାଇଁ; ତମେ କେତେକ୍ ଡଙ୍ଗର୍ ଜଲା, ରାଙ୍ଗ୍ନି ମନର୍ ମଞ୍ଜାର୍ ତଲେ ପିଲାମନ୍କେ କାଇ ମର୍ତେ ମାରାସ୍ନାଇଁ? 6 ଡଙ୍ଗର୍ ଜଲାର୍ ଚିକ୍ନା ରାଙ୍ଗ୍ନି ପାକ୍ନା ସବୁ ବିତ୍ରେ ତମର୍ ବାଗ୍, ସେସବୁ ତମର୍ ଅଦିକାର୍; ଆରି, ସେମନର୍ ଉଦେସେ ତମେ କାଇଲା ନଇବେଦିଅ ଡାଲିଆଚାସ୍, ନଇବେଦିଅ ଚଗାଇଆଚାସ୍ । ଏସବୁର୍ ପାଇଁ ଆମେ କାଇ ସାଇଜ ଅଇବୁ? 7 ଉଚା ଆରି ଉନତି ପର୍ବତ୍ ଉପ୍ରେ ତମେ ନିଜର୍ ଅଚ୍ନା ଅଚାଇ ଆଚାସ୍; ସେ ଜାଗାକେ ମିସା ତମେ ବଲି କର୍ବାକେ ଜାଇ ଆଚାସ୍ । 8 ଆରି, କାପାଟ୍ ଆରି ଦୁଆର୍ବନ୍ଦ୍ ପଚ୍ବାଟେ ତମେ ତମର୍ ଏତାଇବା କୁନାଦି ତିଆର୍ କରି ଆଚାସ୍; କାଇକେ ବଇଲେ ତମେ ଆମ୍କେ ଚାଡି ଅଲ୍ଗା ତେଇ ନିଜ୍କେ ନ ଡାବିକରି ଉପର୍କେ ଜାଇ ଆଚାସ୍; ତମେ ନିଜର୍ ଅଚ୍ନା ବଡାଇ ସେମନର୍ ସଙ୍ଗେ ନିଅମ୍ କରିଆଚାସ୍; ତମେ କନ୍ତେଇ ସେମନର୍ ଅଚ୍ନା ଦେକ୍ଲାସ୍, ସେଟା ନିମାନ୍ ବଲିକରି କଇଲାସ୍ନି । 9 ଆରି, ତମେ ଚିକନ୍ ଗେନି ରାଜାର୍ ଲଗେ ଜାଇ ଆଚାସ୍ ଆରି ନିଜର୍ ବାସ୍ନା ଦିନ୍ସୁ ଅଦିକ୍ କରି ଆଚାସ୍, ଆରି ତମର୍ ଦୁର୍ ଦେସେ ନିଜର୍ ଦୁତ୍ମନ୍କେ ପାଟାଇ ଆଚାସ୍ ଆରି ପାତାଲ୍ ପୁର୍ଜା ଅନିଆଇ କଲାଇ ଆଚତ୍ । 10 ତମେ ନିଜର୍ ବାଟର୍ ଅସାର୍ ଲାଗି ତାକି ଜାଇ ରଇଲାସ୍, ଏଲେମିସା ଆରି ଆସା ନାଇଁ ବଲି କୁଆସ୍ ନାଇଁ, ତମର୍ ବପୁ ଅଦିକ୍ ଅଇଲା ବଲି ବଡ୍ପନ୍ ଅଇଲାସ୍, ସେଟାର୍ପାଇଁ ତମେ ତାକାସ୍ ନାଇଁ । 11 ଆରି, କାର୍ପାଇଁ ତମେ ଏରାକାମ୍ ଡର୍ଲାସ୍ ଆରି ତର୍ତରି ଗାଲାସ୍ , ତମେ ମିଚ୍ କଇ ଆଚାସ୍ ଆରି ଆମ୍କେ ଏତାଆସ୍ ନାଇଁ, କି ନିଜର୍ ମନ୍ ତେଇ ଦିଆସ୍ ନାଇଁ ଆମେ କାଇ ବେସି ଦିନ୍ ଚୁପ୍ଚାପ୍ ରଉନାଇଁ, ତେବେ ତମେ କାଇ ଆମ୍କେ ଡରାସ୍ ନାଇଁ? 12 ଆମେ ତମର୍ ଦରମ୍କେ ଦେକାଇବୁ; ଆରି, ତମର୍ କାମ୍ସବୁ କାଇ କାମ୍କେ ନ ଆସେ। 13 ତୁଇ ଜନ୍ ଲକ୍ମନ୍କେ ଟୁଲିଆଇ ଆଚୁସ୍, ତୁଇ କାନ୍ଦ୍ବାବେଲେ ସେମନ୍ ଉଦାର୍ କରତ୍, ମାତର୍ ପବନ୍ ସେମନ୍କେ ଉଡାଇ ନେଇସି, ଗଟେକ୍ ପୁଣ୍ଡା ବାଉ ସେ ସର୍ତେ ଲକ୍କେ ଦାରି ଜାଇସି, ମାତର୍ ଜନ୍ ଲକ୍ ଆମ୍କେ ପାର୍ତନା କର୍ସି, ସେ ଦେସ୍ ଅଦିକାର୍ କର୍ସି ଆରି ଆମର୍ ସୁକଲ୍ ଡଙ୍ଗ୍ରର୍ ଅଦିକାରି ଅଇସି ।
14 ଆରି, ସେ କଇସି, ତମେ ଉଚା କରା, ଉଚା କରା, ବାଟ୍ ତିଆର୍ କରା, ଆମର୍ ଲକ୍ମନର୍ ଦୁକ୍ କସ୍ଟକେ ଦୁର୍କର୍ । 15 କାଇକେ ବଇଲେ ଜେ ସବୁବେଲରର୍ ମାପ୍ରୁ, ଜାର୍ ନାଉଁ ସୁକଲ୍ , ସେ ଉଚା ଆରି ବଡ୍ଲକ୍ ଏ କାତା କଇଲାନି; ଆମେ ଉପ୍ରର୍ ଆରି ସୁକଲ୍ ଜାଗାଇ ବାସା କର୍ବୁ, ଆରି ଦରମ୍ ଲକର୍ ଆତ୍ମାକେ ବପୁ ଆରି ନିରାସ୍ ଅଇରଇବା ଲକ୍ମନର୍ ରୁଦୟ୍କେ ବପୁ କର୍ବାକେ ଆମେ ନିରାସ୍ ଆରି ଦରମ୍ ମନ୍ ରଇଲା ଲକର୍ ସଙ୍ଗେ ବାସା କର୍ବୁ । 16 କାଇବଇଲେ ମୁଇଁ ସବୁବେଲେ ବିରଦ୍ ନ କରି, ଆରି ସବୁବେଲେ ରିସା ନ ଅଇ; କଲେ, ଆତ୍ମା ଆରି ଆମେ ତିଆର୍କଲା ଜିବନ୍ ରଇଲା ସବୁ ଆମର୍ ମୁଆଟେ ଜିରିଜିବାଇ । 17 ମୁଇଁ ତାକେ ଲବ୍ରା ଅଇଲା ଅପ୍ରାଦ୍ ପାଇଁ ରିସା ଅଇ ତାକେ ମର୍ତେ ମାର୍ଲୁ, ମୁଇ ନିଜର୍ ମୁଁ ଲୁଚାଇ ରିସା ଅଇଲି, ତାର୍ପଚେ ସେ ଅମାନିଅ ଅଇ ନିଜେ ମନ୍କଲା ବାଟେ ଇଣ୍ଡ୍ଲା । 18 ମୁଇଁ ତାର୍ ବାଟ୍ ଦେକାଇବି ଆରି ତାକେ ନିମାନ୍ କର୍ବି; ଆରି ମୁଇଁ ତାକେ ବାଟ୍ କାଡାଇ ନେବି, ଆରି ତାକେ ଆରି ତାର୍ ଦୁକେ ରଇଲା ଲକ୍ମନ୍କେ ଆରିତରେକ୍ ସାନ୍ତନା ଦେବି । 19 ଆମେ ଟଣ୍ଡର୍ ପଲ୍ ତିଆର୍ କର୍ବୁ; ସବୁବେଲର୍ ମାପ୍ରୁ କଇଲାନି, ଦୁର୍କର୍ ଆରି ଲଗର୍ ଲକର୍ତେଇ ସାନ୍ତି, ସାନ୍ତି ଅ ଆରି ଆମେ ତାକେ ନିମାନ୍ କର୍ବୁ । 20 ମାତର୍ କାରାପ୍ ଲକ୍ମନ୍ ଉଲ୍କା ସମ୍ଦୁର୍ ରକାମ୍, କାଇକେ ବଇଲେ ସେଟା ତିର୍ ଅଇ ରଇ ନାପାରେ, ଆରି ସେ ପାନିତେଇ ଜଗଲ୍ ଆରି କାଦ ବାରଇସି । 21 ଆମର୍ ପର୍ମେସର୍ କଇଲାନି, କାରାପ୍ ଲକ୍ମନ୍କେ ମୁଲ୍କେ ସାନ୍ତି ନାଇଁ।