Amor incondicional
O amor incondicional de Deus não depende de mérito humano. Ele nos amou quando ainda éramos pecadores. Esse amor não tem limites, não cobra preço e não pode ser perdido.
Amor sem condições
Deus prova o seu amor em que Cristo morreu por nós sendo nós ainda pecadores. O amor de Deus é gratuito e irrevogável.
ମାତର୍ ଆମେ ପାପି ରଇଲାବେଲେ ଜିସୁ ଆମର୍ ପାଇ ନିଜର୍ ଜିବନ୍ ସର୍ପିଦେଲା । ଇତିଅନି ପରମେସର୍ ଆମ୍କେ କେତେକ୍ ଆଲାଦ୍ କଲାନି, ସେଟା ଜାନାପଡିଆଚେ ।
ଦରମ୍ ଲକର୍ ପାଇ କେ ମିସା ଗଟେକ୍ ଲକ୍ ମର୍ବାଟା ଆମେ ନାଜାନୁ, ମାତର୍ ଏନ୍ତାରି ମିସା ଅଇସି ଜେ, ଗଟେକ୍ ନିମାନ୍ ଲକର୍ପାଇ ନିଜର୍ ଜିବନ୍ ଦେବାକେ କେ ଆଲେ ସାସ୍ କର୍ବାଇ । ମାତର୍ ଆମେ ପାପି ରଇଲାବେଲେ ଜିସୁ ଆମର୍ ପାଇ ନିଜର୍ ଜିବନ୍ ସର୍ପିଦେଲା । ଇତିଅନି ପରମେସର୍ ଆମ୍କେ କେତେକ୍ ଆଲାଦ୍ କଲାନି, ସେଟା ଜାନାପଡିଆଚେ ।
ସବୁ ଲକ୍ ପାପ୍ କଲାଇ ଆଚତ୍ ଆରି ପରମେସରର୍ ପୁରାପୁରୁନ୍ ମଇମାଇଅନି ଉନା ଅଇଗାଲାଇ ଆଚତ୍ । ମାତର୍ ପରମେସର୍ କିରିସ୍ଟ ଜିସୁର୍ତେଇଅନି ଇନାମେ ନ ସାର୍ବା ଜିବନ୍ ଦୁକାନି ଦାନ୍ କଲାଆଚେ । ଜନ୍ ଲକ୍ମନ୍ ସେଟା ମିଲାଇଆଚତ୍, ସେମନ୍କେ ମାପ୍ରୁ ଜିସୁ ମୁକ୍ତି ଦେଇସି । ସେମନ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାଇ ।
ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ ।
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ସତଇସେ ଆମେ ସବୁଜାକ, ସେ ରକାମ୍ ରଇଲୁ ଆରି ଗାଗଡର୍ ଆରି ମନର୍ ଲାଲ୍ସା ଇସାବେ ଜିଉନା କାଉନା କର୍ତେ ରଇଲୁ । ଆରି ଅଲ୍ଗା ଲକ୍ମନର୍ ପାରା ଆମେମିସା ପର୍ମେସରର୍ ରିସାର୍ ଡଣ୍ଡ୍ ପାଇବାକେ ଜାଇତେ ରଇଲୁ ।
ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା, ସେଟାର୍ପାଇଁ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।
ମାତର୍ ଆମେ ସେନ୍ତାରି ଚଲାଚଲ୍ତି କର୍ତେରଇଲେ ମିସା ଆମର୍ ମୁକ୍ତିକାରିଆ ପର୍ମେସର୍ ନିଜର୍ ଦୟା ଆରି ଆଲାଦ୍ ଆମ୍କେ ଦେକାଇଆଚେ । ପାପର୍ ଡଣ୍ଡେଅନି ସେ ଆମ୍କେ ମୁକ୍ଲାଇଲା । ଆମେ ଦରମ୍ କାମ୍ କଲାର୍ପାଇ ସେ ଆମ୍କେ ଏନ୍ତି କରେନାଇ । ମାତର୍ ସେ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାକେସେ । ସୁକଲ୍ ଆତ୍ମା ଦେଇକରି ସେ ଆମ୍କେ ରକିଆ କଲା । ଜେକି ଆମର୍ ସବୁ ପାପ୍ ଦଇକରି ନୁଆ ଜିବନ୍ ଦେଲା । ଆମର୍ ରକିଆକାରି ଜିସୁକିରିସ୍ଟ କଲା କାମର୍ଲାଗି ପର୍ମେସର୍ ଏଟା କଲା । କାଇ ମୁଲିଅ ନ ଦେଇ ଜେତ୍କି ବଇଲେ ସେତ୍କି ଆମ୍କେ ସୁକଲ୍ଆତ୍ମା ଦେଲା ଆଚେ ।
Amor eterno
Com amor eterno te amei. O amor de Deus é mais largo, mais alto e mais profundo do que podemos compreender.
ସାଙ୍ଗ ସବୁବେଲେ ଲାଡ୍ କର୍ସି, ମାତର୍ ବାଇର୍ ଦୁକ୍ ବେଲେ ସାଇଜ କର୍ବାକେ ଜନମ୍ ଅଇ ରଇସି ।
ପର୍ମେସର୍ ଏନ୍ତାରି ଆମର୍ପାଇଁ ତାର୍ ଆଲାଦ୍ ଦେକାଇଲା । ସେ ଗଟେକ୍ ବଲି ତାର୍ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍ଲାଗି ଆମେ ନ ସାର୍ବା ଜିବନ୍ ପାଇବୁ ।
ଏନ୍ତାରି ନଏଁଜେ, ଆମେ ପର୍ମେସର୍କେ ଆଲାଦ୍ କଲୁ, ମାତର୍ ସେ ଆମ୍କେ ଆଲାଦ୍ କଲା । ଆରି କୁରୁସ୍କାଟେ ମଲାର୍ପାଇ ଆମର୍ ଡଣ୍ଡ୍ ପାଇବାକେ ତାର୍ ପଅକେ ପାଟାଇଲା । ଏଟା ଅଇଲାନି ସତ୍ସଙ୍ଗ୍ ଆଲାଦ୍ କର୍ବାଟା ।
ଆମେ ତାକେ ଆଲାଦ୍ କର୍ବା ଆଗ୍ତୁ ପର୍ମେସର୍ ଆମ୍କେ ଆଲାଦ୍ କଲା । ସେଟାର୍ପାଇଁ ଆମେ ତାକେ ଆଲାଦ୍ କଲୁନି ।
ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇଁ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
Amar como Deus ama
O amor é paciente e bondoso. Amai os vossos inimigos. O amor incondicional se expressa no perdão e na compaixão.
ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ । ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ ।
ଆମେ ଦରମ୍ ନଇଲାଟାକେ ଦେକି ସାର୍ଦା ନ ଅଉଁ, ମାତର୍ ସତ୍ ଟାନେ ସାର୍ଦା ଅଇବୁ । ସବୁ ବିସ୍ବାସ୍ କର୍ବୁ, ସବୁଟା ଆସାକର୍ବୁ, ସବୁବିସଇ ମୁରଚ୍ବାଟା ନ ଚାଡୁ ।
ସତ୍ରୁକେ ଆଲାଦ୍ କରା
"ମଇତର୍କେ ଆଲାଦ୍ କରା ଆରି ତମର୍ ସତ୍ରୁକେ ଗିନ୍ କରା । ଏ ସିକିଆ ତମେ ପୁର୍ବେଅନି ସୁନି ଆଚାସ୍ । ମାତର୍ ମୁଇ ତମ୍କେ କଇଲିନି, ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ ତମ୍କେ କସ୍ଟ ଦେଲାଇନି, ତାକର୍ପାଇ ପାର୍ତନା କରା । ଏଟା କଲେ ସରଗର୍ ପର୍ମେସରର୍ ପିଲା ବଲି ଚିନାପଡ୍ସା । କାଇକେ ବଇଲେ ପର୍ମେସର ବଲ୍ କାରାପ୍ ଦୁଇ ଲକର୍ ପାଇ ମିସା ବେଲର୍ ଉଜଲ୍ ଦେଲାନି, ଆରି ଦରମ୍ ରଇବା, ଦରମ୍ ନ ରଇବା ସବୁର୍ ଉପ୍ରେ ବର୍ସା ମାରାଇଲାନି । ତେବେ, ତମ୍କେ ଆଲାଦ୍ କର୍ବା ଲକ୍କେ ଆଲାଦ୍ କଲେ, ପର୍ମେସର୍ ତମ୍କେ କାଇକେ ପୁରୁସ୍କାର୍ ଦେଇସି ? ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ମିସା ସେନ୍ତି କର୍ବାଇ । ତମେ ଜଦି ନିଜର୍ ନିଜର୍ ବାଇମନ୍କେସେ ଜୁଆର୍ କର୍ସା, ତେବେ ଆରି ଅଦିକ୍ କାଇଟା କଲାସ୍ନି ? ବିସ୍ବାସ୍ ନକଲା ଲକ୍ମନ୍ ମିସା ସେଟା କର୍ବାଇ । ସେଟାର୍ ପାଇ ତମର୍ ସରଗର୍ ବାବା ଜେନ୍ତାର୍ ସିଦ୍, ତମେ ମିସା ସେନ୍ତାର୍ ସିଦ୍ ଅଇବା ଦର୍କାର୍ ।"
ସତ୍ରୁମନ୍କେ ମିସା ଆଲାଦ୍ କରା
"ମାତର୍ ତମେମନ୍ ସୁନି ଆଚାସ୍ଜେ ମୁଇ ତମ୍କେ କଇଲିନି, ତମର୍ ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ମନ୍ ତମ୍କେ ଇନ୍ କର୍ବାଇ, ସେମନର୍ ମଙ୍ଗଲ୍ କରା । ଜନ୍ ଲକ୍ମନ୍ ତମ୍କେ ସାଇପ୍ ଦେବାଇ, ସେମନ୍କେ ଆସିର୍ବାଦ୍ କରା । ଜନ୍ ଲକ୍ମନ୍ ତମ୍କେ ଇଜତ୍ ଜିକ୍ବାଇ, ସେମନର୍ପାଇ ପାର୍ତନା କରା ।
ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ତମର୍ ତମର୍ ବିତ୍ରେ ଆଲାଦ୍ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍ କଲେ, ତମର୍ ତମର୍ ପାପ୍ ବିସଇ ଚିନ୍ତା ନ କରି ମୁର୍ଚିକରି କେମା ଦିଆଦିଇ ଅଇସା ।