Arca da aliança
A Arca da Aliança era o símbolo mais sagrado de Israel — representava a presença de Deus no meio do seu povo. Sobre ela brilhava a glória do Senhor entre os querubins.
ଆର୍ ସେମଃନ୍ ଦୁଇଆତ୍ ଆଦା ଲଃମା, ଆର୍ ଡେଡ୍ ଆତ୍ ଅଃସାର୍ ଆର୍ ଆତେକ୍ ଉଚ୍ ସିଟିମ୍ କାଟେ ଗଟେକ୍ ହେଳି ତିଆର୍ କଃରତ୍। ତଃବେ ତୁମି ନିର୍ମୁଳ୍ ସନାୟ୍ ସେରି ଡାଳାଉଆସ୍; ତାର୍ ବିତୁର୍ ଆର୍ ହଃଦା ବାଟ୍ ହେଁ ଡାଳାଉଆସ୍ ଆରେକ୍ ତାର୍ ଉହ୍ରେ ଚାରିବେଳ୍ତ୍ ସନାର୍ କଃତି କଃରାସ୍। ଆରେକ୍ ତାର୍ ହାଁୟ୍ ସନାର୍ ଚାରିଗଟ୍ ବଃଳା ହାଜି ତାର୍ ଚାରି କନେ ଲାଗାଉଆସ୍; ଜୁଳେକେ ଗଟ୍ବାଟ୍ ଆରେକ୍ ଜୁଳେକେ ଆର୍ ଗଟ୍ବାଟ୍ ଲାଗାଉଆସ୍। ଆର୍ ତୁମି ସିଟିମ୍ କାଟେ ଜୁଳେକ୍ ଟେଙ୍ଗା ହାଜି ସନା ସଃଙ୍ଗ୍ ଡାଳାଉଆସ୍। ଆରେକ୍ ନିୟମ୍ ହେଳି ବଃଉଁକେ ହେଳିର୍ ଦୁୟ୍ ବାଟାର୍ ମଃଣ୍ଡଳାୟ୍ ସେ ଟେଙ୍ଗା ହୁରାଉଆସ୍। ସେ ଟେଙ୍ଗା ହେଳିର୍ ମଃଣ୍ଡଳାୟ୍ ରଃୟ୍ଦ୍, ସେ ସେତିହୁଣି କଃବେ ହେଁ ବାର୍ କଃରାୟ୍ ଅୟି ନଃକେରେ। ଆରେକ୍ ମୁଁୟ୍ ତକ୍ ଜୁୟି ବିଦି ଲେକା ରିଲା ଜଃଳେକ୍ ଟେଲା ହାଟା ଦଃୟ୍ନ୍ଦ୍, ସେରି ସେ ହେଳି ବିତ୍ରେ ସଃଙ୍ଗାଉସି। ତାର୍ ହଃଚେ ତୁମି ସୁଦ୍ ସନାୟ୍ ଡାଳାୟ୍ କଃରି ଦୁୟ୍ ଆତ୍ ଆଦାର୍ ଲଃମ୍ ଆର୍ ଡେଡ୍ ଆତ୍ ଅଃସାର୍ ଗଟେକ୍ ହାହ୍କେ ଡାହ୍ତାର୍ ଡାହ୍ଣା ତିଆର୍ କଃରାସ୍। ତୁୟ୍ ସନାର୍ ଜୁଳେକ୍ କିରୁବ୍ ଦୁତ୍ ତିଆର୍ କଃର୍ସି; ସନାକେ ହିଟି କଃରି ଡେଣା ରିଲା ଜଃଳେକ୍ କିରୁବ୍ ଦୁତ୍ ତିଆର୍ କଃରି ସେରିକେ ହାହ୍ ଡାହ୍ତା ଡାହ୍ଣାର୍ ଦୁୟ୍ ମୁଣ୍ଡେ ଲାଗାଉଆସ୍। ଗଟେକ୍ କିରୁବ୍କେ ଗଟେକ୍ ମୁଣ୍ଡେ ଆର୍ ବିନ୍ କିରୁବ୍ ବିନ୍ ମୁଣ୍ଡେ ବଃସାଉସି ଜୁଳେକ୍ କିରୁବ୍କେ ହାହ୍ ଡାହ୍ତା ଡାହ୍ଣା ସଃଙ୍ଗ୍ ମିସାୟ୍ ଟିଆ କଃରାଉସି। ଆରେକ୍ କିରୁବ୍ମଃନ୍ ଜୁଳେକ୍ ମୁକାମୁକି ଅୟି ଡେଣା ଉହ୍ରେ ଲାମାୟ୍ ହାହ୍ ଡାହ୍ତାର୍ ଡାହ୍ଣା ଉହ୍ରେ ଡାହି ରେତି; ହାହ୍ ଡାହ୍ତା ଡେଣା ହାକ୍ କିରୁବ୍ମଃନାର୍ ମୁଉଁ ରଃୟ୍ଦ୍। ତୁୟ୍ ସେ ହାହ୍ ଡାହ୍ଣା ସେ ହେଳି ଉହ୍ରେ ସଃଙ୍ଗାଉସି, ଆରେକ୍ ମୁଁୟ୍ ତକ୍ ଜୁୟି ବିଦି ହାଟା ଦଃୟ୍ନ୍ଦ୍ ସେରି ସେ ହେଳି ବିତ୍ରେ ସଃଙ୍ଗାଉସି।
ଆର୍ ମୁଁୟ୍ ସେଟାଣେ ତର୍ ସଃଙ୍ଗ୍ ମିସିନ୍ଦ୍ ଆର୍ ହାହ୍ ଡାହ୍ତା ଡାହ୍ଣା ଉହ୍ରେ ହୁଣି ବଃଲେକ୍ ନିୟମ୍ ହେଳିର୍ ଉହ୍ରାର୍ ଜୁଳେକ୍ କିରୁବ୍ ବିତ୍ରେ ହୁଣି ତର୍ ସଃଙ୍ଗ୍ କଃତାବାର୍ତା କଃରି ଇସ୍ରାଏଲ୍-ଲକ୍ମଃନାର୍ ବିସୟାର୍ ମର୍ ସଃବୁ ଆଦେସ୍ ତକ୍ ଜାଣାୟ୍ନ୍ଦ୍।
ଇତାର୍ହଃଚ ବତ୍ସଲେଲ୍ ସିଟିମ୍ କାଟେ ଦୁୟ୍ ଆତ୍ ଆଦା ଲଃମ୍ ଆର୍ ଗଟ୍ ଆତ୍ ଆଦା ଅସାର୍ ଆର୍ ଗଟ୍ ଆତ୍ ଆଦା ଉଚ୍, ଗଟେକ୍ ହେଳି ହାଜ୍ଲା
ଇତାର୍ହଃଚ ମାପୁର୍ ମସାକେ କୟ୍ଲା, "ତୁମି ହଃର୍ତୁମ୍ ମାସେ ହଃର୍ତୁମ୍ ଦିନ୍ ପବିତ୍ର-ତୁମ୍ ତାହୁନ୍ କଃରାସ୍।" ଆରେକ୍, ସେ ବିତ୍ରେ ନିୟମ୍ ହେଳି ସଃଙ୍ଗାୟ୍ ବିଚେଦ୍ ବଃସ୍ତର୍ ଅଳାୟ୍ ସେ ହେଳି ଡାହାସ୍।
ଇତାର୍ହଃଚ ମସାକେ ମାପୁର୍ କୟ୍ଲା ଆଦେସ୍ ହଃର୍କାରେ ସେ ସାକିହଃତାର୍ ନଃୟ୍ ନିୟମ୍ ହେଳି ବିତ୍ରେ ସଃଙ୍ଗାୟ୍ଲା ଆର୍ ହେଳାୟ୍ ବଃଉତା ଟେଙ୍ଗା ଲାଗାୟ୍ ହେଳି ଉହ୍ରେ ହାହ୍ ଡାହ୍ତାର୍ ସଃଙ୍ଗାୟ୍ଲା; ତୁମ୍ ବିତ୍ରେ ହେଳି ଆଣ୍ଲା ଆର୍ ଡାହ୍ତା ପର୍ଦା ହଃଚ୍ୟା ଅଳାୟ୍ ମସାକେ ଇସ୍ୱର୍ କୟ୍ଲା ହଃର୍କାରେ ନିୟମ୍ ହେଳିକ୍ ଡାହ୍ଲା।
ହଃର୍ତୁ ନିୟମାର୍ ହେଁ ପାର୍ତ୍ନା ବିସୟେ ବିନ୍ବିନ୍ ବିଦିବିଦାନ୍ ଆର୍ ଗଟେକ୍ ହୁର୍ତିବିର୍ ପବିତ୍ର ଟାଣ୍ ରିଲି । ବଃଲେକ୍ ଗଟେକ୍ ତୁମ୍ ତିଆର୍ ଅୟ୍ରିଲି, ସେତିର୍ ହଃର୍ତୁ ବାବେ ଦିହ୍ରୁକା, ଟେବୁଲ୍ ଆର୍ ଦାନ୍ ଦିଲା ରୁଟି ରିଲି; ତାକେ ପବିତ୍ର ଜଃଗା ବଃଲି କଃଉତି । ଆରେକ୍ ପର୍ଦା ହଃଚ୍ବାଟ୍ୟା ଜୁୟି ବାଗ୍ ରିଲି, ତାକେ ମୁଳ୍ ପବିତ୍ର ଟାଣ୍ ବଃଲି କଃଉତି । ସେତି ସନାର୍ ଦିହ୍ବେଦି ଆର୍ ଚାରିବାଟ୍ ସନା ଡାଳାୟ୍ଲାର୍ ନିୟମ୍ ହେଳି ରିଲି । ସେ ନିୟମ୍ ହେଳି ତଃୟ୍ ମାନ୍ନା ସଃଙ୍ଗାୟ୍ଲା ଗଟେକ୍ ସନାର୍ କଣ୍ଡି ରିଲି, ହାରଣାର୍ ଗଃଜା ଅୟି ହଃତାର୍ ବାରାୟ୍ଲା ଡାଙ୍ଗ୍ ଆର୍ ଦଃସ୍ଗଟ୍ ବିଦି ଲେକାରିଲା ଜଳେକ୍ ଟେଳାର୍ ହାଟା ରିଲି । ଆର୍ ତାର୍ ଉହ୍ରେ ହାହ୍ କେମା କଃର୍ତାତଃୟ୍ ଚାୟ୍ କଃର୍ତା ଇସ୍ୱରାର୍ ଜଃଜ୍ମାନ୍ ଚିନାଉତା ଜଳେକ୍ କିରୁବ୍ ଦୁତ୍ମଃନ୍ ରିଲାୟ୍, ସେ ସଃବୁ ବିସୟେ ଅଃବେ ଅଃମିମଃନ୍ ନିକକଃରି କଃଉଁକେ ଲଳା ନାୟ୍ । ପାର୍ତ୍ନା ଗଃରାର୍ ବିତୁର୍ ଗଃର୍
ସଃଡେବଃଳ୍ ସଃର୍ଗେ ରେତା ଇସ୍ୱରାର୍ ମନ୍ଦିର ଉଗାଳି ଅୟ୍ଲି ଆର୍ ତାର୍ ମନ୍ଦିର୍ ବିତ୍ରେ ତାର୍ ନିଅମାର୍ ହେଳି ଦଃକାଗଃଲି, ଆରେକ୍ ବିଜ୍ଲି, ବିନ୍ ବିନ୍ ସଃବ୍ବ୍ଦ୍, ମେଗ୍ ଗଃର୍ଜାଣ୍, ବୁମିକମ୍ପ୍ ଆର୍ ଜଃବର୍ କଃରା ଟେଳା ବଃର୍ସା ଅୟ୍ଲି ।