1 ଏ ବାୟ୍ବେଣିମଃନ୍, ସଃରାସଃରି ଅଃମିମଃନାର୍ ଗିନେ ପାର୍ତ୍ନା କଃରା, ମାପୁରାର୍ କଃତା ତୁମିମଃନାର୍ ବିତ୍ରେ ଜଃନ୍କଃରି ଉର୍ଜି ଅୟ୍ରିଲି, ସେରଃକମ୍ ସଃବୁହାକ୍ ବେଗି ଉର୍ଜିଅୟ୍ ଜଃଜ୍ମାନ୍ ହାୟ୍ଦ୍, 2 ଆରେକ୍ ପାର୍ତ୍ନା କଃରା, ଇସ୍ୱର୍ ଜଃନ୍କଃରି ଅଃମିମଃନ୍କେ କଃରାପ୍ ଲକ୍ ଆର୍ ଦୁସ୍ଟ୍ ଲକ୍ମଃନାର୍ ତଃୟ୍ହୁଣି ରଃକ୍ୟା କଃରେଦ୍ କାୟିତାକ୍ବଃଲେକ୍ ସଃବୁ ଲକ୍ ନିକ କବୁର୍କେ ବିସ୍ୱାସ୍ ନଃକେର୍ତି ।
3 ମଃତର୍ ମାପୁର୍ ବିସ୍ୱାସାର୍ ଜୟ୍ଗ୍, ସେ ତୁମିମଃନ୍କେ ତିର୍କଃରି ସୟ୍ତାନ୍ ତଃୟ୍ହୁଣି ବାଚାୟ୍ଦ୍ । 4 ଅଃମିମଃନ୍ ଜୁୟ୍ସଃବୁ ବଲ୍ ଦଃୟ୍ଆଚୁ, ସେସଃବୁ ଜେ ତୁମିମଃନ୍ କଃରୁଲାସ୍ ଆର୍ କଃରାସ୍, ଇରି ତୁମିମଃନାର୍ କଃତାୟ୍ ମାପୁରାର୍ ତଃୟ୍ ଅଃମିମଃନାର୍ ବଃଡେ ବିସ୍ୱାସ୍ ଆଚେ ।
5 ଆର୍ ମାପୁର୍ ତୁମିମଃନାର୍ ମଃନ୍କ୍ ଇସ୍ୱରାର୍ ଲାଡ୍ ଆର୍ କ୍ରିସ୍ଟର୍ ସଃମ୍ବାଳ୍ତା ହର୍ ବାଟେ କାଡାୟ୍ ନେଉଅ ।
6 ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ନାଉଁଏ ତୁମିମଃନ୍କେ ଇ ଆଦେସ୍ ଦେଉଁଲୁ, ଜୁୟି ବାୟ୍ବେଣିମଃନ୍ ଅଃଳ୍ସିଆ ଜିବନ୍ କାଟ୍ତି ଆର୍ ଅଃମାର୍ ତଃୟ୍ହୁଣି ହାୟ୍ଲା ସିକ୍ୟା ହଃର୍କାରେ ଜିବନ୍ ନଃକାଟେ, ଆର୍ ସେ ବାୟ୍ମଃନାର୍ ତଃୟ୍ହୁଣି ଅଃହ୍ଣା ଆହ୍ଣାକେ ଅଃଲ୍ଗା କଃରି ରିଆ । 7 କାୟିତାକ୍ବଃଲେକ୍ କଃନ୍କଃରି ଅଃମିମଃନ୍କେ କାମ୍ ହଃର୍କାରେ ତୁମିମଃନ୍କେ କଃର୍ତାର୍ ଲଳା, ସେରି ତୁମିମଃନ୍ ନିଜେ ଜାଣୁଲାସ୍; ତୁମିମଃନାର୍ ସଃଙ୍ଗ୍ ରିଲାବଃଳ୍ ଅଃମିମଃନ୍ ଅଃଳ୍ସିଆ ଅୟି ନଃରିଲୁ, 8 କି ତଃନେ ତଃନେ କାର୍ ଅଃର୍ନ୍ କାୟ୍ନଃରିଲୁ, ମଃତର୍ ତୁମିମଃନାର୍ ବିତ୍ରେ କାର୍ ଉହ୍ରେ ବଜ୍ ହର୍ ନଃଉଁକ୍ କଃସ୍ଟ ଆର୍ ଦୁକ୍ ସଃଙ୍ଗ୍ ଦିନ୍ରାତି କାମ୍ କଃରିରିଲୁ । 9 ତୁମିମଃନାର୍ ତଃୟ୍ହୁଣି କାୟିରି ନେଉଁକ୍ ଜେ ଅଃମିମଃନାର୍ ଅଃଦିକାର୍ ନାୟ୍, ସେରି ନାୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ଅଃମିମଃନାର୍ କାମ୍ କଃରାସ୍, ଇତାର୍ ଗିନେ ଅଃମିକ୍ ଦଃକି ତୁମି ସିକୁକ୍ ସେବାନ୍ୟା କଃଲୁ । 10 କାୟିତାକ୍ବଃଲେକ୍ ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ଅଃମିମଃନ୍ ତୁମିମଃନ୍କେ ଇ ବଲ୍ ଦଃୟ୍ରିଲୁ, "ଜୁୟି ଲକ୍ କାମ୍ କଃରୁକେ ମଃନ୍ ନଃକେରେ, ସେ ଅଃର୍ନ୍ ହେଁ କାଉଅ ନାୟ୍ ।"
11 ତୁମିମଃନାର୍ ବିତ୍ରେ କେଏ କେଏ ଅଃଳ୍ସିଆ ଜିବନ୍ କାଟୁଲାୟ୍ ଆର୍ ନିଜାର୍ କାୟି କାମ୍ ନଃକେରି ବିନ୍ ଲକାର୍ କାମେ ବାଦା ଦେଉଁକ୍ ଲାଗିରେତି ବଃଲି ଅଃମିମଃନ୍ ସୁଣୁଲୁ । 12 ଇରଃକମ୍ ଲକ୍ମଃନ୍କେ ସୁସ୍ତା ବାବେ କାମ୍ କଃରି ନିଜାର୍ ନିଜାର୍ ଅଃର୍ନ୍ କାଉଁକେ ଅଃମିମଃନ୍ ମାପୁର୍ ଜିସୁ କ୍ରିସ୍ଟର୍ ନାଉଁଏ ଆଦେସ୍ ଆର୍ ଚେତ୍ନା ଦେଉଁଲୁ ।
13 ମଃତର୍ ଏ ବାୟ୍ବେଣିମଃନ୍, ସଃତ୍ କାମ୍ କଃରୁକେ ତୁମିମଃନ୍ ତାକା ନାୟ୍ । 14 ଆର୍ ଜଃବେ କେଏ ଇ ଚିଟି ତଃୟ୍ ଲେକା ଅୟ୍ଲା ଅଃମିମଃନାର୍ ସିକ୍ୟାକେ ନଃମାନେ, ତଃବେ ସେ ଲକ୍କେ ଚିନି ରିଆ, ଆରେକ୍ ସେ ଜଃନ୍କଃରି ଲାଜ୍ ଅୟ୍ଦ୍, ଇତାର୍ ଗିନେ ତାର୍ ସଃଙ୍ଗ୍ ମିସାବିଳା କଃରାନାୟ୍ । 15 ଅୟିଲେକ୍ ହେଁ ତାକେ ସଃତ୍ରୁ ବଃଲି ମଃନେ ବାବା ନାୟ୍, ମଃତର୍ ତାକେ କ୍ରିସ୍ଟ ବିସ୍ୱାସି ବାୟ୍ ବଃଲି ମଃନେ ବାବି ଚେତ୍ନା ଦିଆସ୍ ।
16 ସୁସ୍ତା ଦେଉଁକେ ମାପୁର୍ ନିଜେ ତୁମିମଃନ୍କେ ସଃବୁବଃଳ୍ ଆର୍ ସଃବୁ ରଃକମେ ସୁସ୍ତା ଦେଅ । ମାପୁର୍ ତୁମି ସଃବୁ ଲକାର୍ ସଃଙ୍ଗେ ସଃଙ୍ଗେ ରେଅ ।
17 ମୁୟ୍ଁ ପାଉଲ୍, ମର୍ ନିଜାର୍ ଆତେ ଲେକି ଜୁଆର୍ ଜାଣାଉଁଲେ; ସଃବୁ ଚିଟି ତଃୟ୍ ଇରି ଚିନା ହର୍, ମୁୟ୍ଁ ଇବାନ୍ୟା ଲେକିନ୍ଦ୍ ।
18 ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଦଃୟା ତୁମି ସଃବୁଲକାର୍ ଉହ୍ରେ ଅଃଉଆ ।