Arca da aliança
A Arca da Aliança era o símbolo mais sagrado de Israel — representava a presença de Deus no meio do seu povo. Sobre ela brilhava a glória do Senhor entre os querubins.
ରା଼ଜିମା଼ନା ପେ଼ଡ଼ା
ଅ଼ଡ଼େ ଏ଼ୱାରି ରୀ ହା଼ତା ଆଦା ଲାମ୍ବା, ର଼ ହା଼ତା ଆଦା ଅ଼ସାରା, ର଼ ହା଼ତା ଆଦା ପାଡ୍ଣି ସିଟିମ ମା଼ର୍କାତି ର଼ ପେ଼ଡ଼ା ତିୟାରା କିନେରି। ଏଚେଟିଏ ମୀରୁ ଏ଼ ପେ଼ଡ଼ାତି ଅଟ୍ହି ବାଂଗାରା ୱା଼ରି କିଦେରି; ଏ଼ଦାଣି ବିତ୍ରା ଅ଼ଡ଼େ ପାଙ୍ଗାତା ବାରେ ୱା଼ରି କିଦେରି, ଇଞ୍ଜାଁ, ତାନି ଲାକ ସା଼ରି ୱାକି ବାଂଗାରା ଗିଚୁ କିଦେରି। ଇଞ୍ଜାଁ, ଏ଼ଦାଣି ତାକି ବାଂଗାରାତି ସା଼ରିଗଟା ଡେ଼କିନି କାଡ୍ୱାୟାଁ କିହାଁ ତାନି ସା଼ରି କନତା ହୀଦେରି; ରକୱାକି ରୀ କାଡ୍ୱାୟାଁ ଅ଼ଡ଼େ ରକୱାକି ରୀ କାଡ୍ୱାୟାଁ ଡ଼ୟିନୁ। ଅ଼ଡ଼େ ମୀରୁ ସିଟିମ ମା଼ର୍କା ତଲେ ରୀ ଡେ଼କିନି କ଼ଣାୟାଁ କେ଼ପାହାଁ ଏ଼ କ଼ଣାୟାଁ ବାଂଗାରା ୱା଼ରି କିଦେରି। ଇଞ୍ଜାଁ ଏ଼ ପେ଼ଡ଼ାତି ଡେ଼କାଲି ତାକି ପେ଼ଡ଼ାତି ରୀ ୱାକିତି କାଡ୍ୱାୟାଁଣା ଏ଼ କ଼ଣାୟାଁ ପେନ୍ଦିଦେରି। ଏ଼ କ଼ଣାୟାଁ ପେ଼ଡ଼ାତି କାଡ୍ୱାୟାଁଣା ଡ଼ୟିନୁ, ଏମ୍ବାଟି ପାଙ୍ଗାତା ରେୱିଆ଼ଉ। ଇଞ୍ଜାଁ ନା଼ନୁ ମିଙ୍ଗେ ଏମିନି ରା଼ଜିମା଼ନାତି ରୀ ୱାଲି ପା଼ଟାୟାଁ ହିୟାଇଁ ଏ଼ଦାଆଁ ଏ଼ ପେ଼ଡ଼ା ବିତ୍ରା ଇଟିଦେରି।
ଏଚେଟିଏ ମୀରୁ ଅଟ୍ହି ବାଂଗାରା ତଲେ ରୀ ହା଼ତା ଆଦା ଲାମ୍ବା ଅ଼ଡ଼େ ର଼ ହା଼ତା ଆଦା ଅ଼ସାରା ର଼ ପା଼ପୁ ପ୍ଡିକ୍ନି ଡା଼ପ୍ଣା ତିୟାରା କିଦେରି। ମୀରୁ ବାଂଗାରା ତଲେ ରୀ କିରୁବ ତିୟାରା କିଦେରି; ଏ଼ୱାଆଁ ମୂତ୍ଲା ତଲେ କଲ୍ହିହିଁ କିହାଁ ଏ଼ ପା଼ପୁ ପ୍ଡିକ୍ନି ଡା଼ପ୍ଣା ରୀ ତା଼ର୍ପୁ ୱାକି ଇଟିଦେରି। ର଼ କିରୁବ ର଼ ତା଼ର୍ପୁ ୱାକି ଅ଼ର କିରୁବ ଅ଼ର ତା଼ର୍ପୁ ୱାକି ଇଟିଦେରି; ରୀ କିରୁବଣି ପା଼ପୁ ପ୍ଡିକ୍ନାଣି ତଲେ ଆଣ୍ତ୍ୱି କିଦେରି ଅ଼ଡ଼େ ଏମ୍ବାଆଁ ରିକୱାକି ନିପ୍ହାଁ ଇଟିଦେରି। ଇଞ୍ଜାଁ କିରୁବୟାଁ ତା଼ମ୍ବୁ ତା଼ମ୍ବୁ ମେସ୍ପି ଆ଼ହାଁ, ମା଼ରାୟାଁ ଲାକ ପେର୍ହାଁ ପା଼ପୁ ପ୍ଡିକ୍ନି ଡା଼ପ୍ଣାତି ପ୍ଡିକ୍ନୁ; ଇଞ୍ଜାଁ ପା଼ପୁ ପ୍ଡିକ୍ନାଣି ୱାକି ତାମି ମୂମ୍ବୁ ଡ଼ୟିନେ। ମୀରୁ ଏ଼ ପା଼ପୁ ପ୍ଡିକ୍ନି ଡା଼ପ୍ଣା ଏ଼ ପେ଼ଡ଼ା ଲାକ ଇଟିଦେରି, ଇଞ୍ଜାଁ, ନା଼ନୁ ମିଙ୍ଗେ ଏମିନି ରା଼ଜିମା଼ନା ଆ଼କୁ ହିୟାଇଁ, ଏ଼ୱାଆଁ ଏ଼ ପେ଼ଡ଼ା ବିତ୍ରା ଇଟିଦେରି।
ଅ଼ଡ଼େ ନା଼ନୁ ଏ଼ ଟା଼ୟୁତା ନୀ ତଲେ କାତା ଆୟାଇଁ ଅ଼ଡ଼େ ପା଼ପୁ ପ୍ଡିକ୍ନି ଲାକନି ପାରୁଟି, ଇଚିହିଁ ରା଼ଜିମା଼ନା ପେ଼ଡ଼ା ଲାକ ମାନି ରୀ କିରୁବୟାଁ ତା଼ଣାଟି ନୀ ତଲେ କାତା ଆ଼ହାଁ ଇସ୍ରାୟେଲ ଲ଼କୁତି ନା଼ ବାରେ ହୁକୁମି ନିଙ୍ଗେ ୱେସ୍ତାଇଁ।
ରା଼ଜିମା଼ନା ପେ଼ଡ଼ା କେ଼ପିନାୟି
ଏଚେଟିଏ ବସ୍ଚଲେଲ ସିଟିମ ମା଼ର୍କା ତଲେ ରୀ ହା଼ତା ଆଦା ଲାମ୍ବା ଅ଼ଡ଼େ ର଼ ହା଼ତା ଆଦା ଅ଼ସାରା ଅ଼ଡ଼େ ର଼ ହା଼ତା ଆଦା ପାଡ୍ଣି ର଼ ପେ଼ଡ଼ା ତିୟାରା କିତେସି।
ଆଣ୍ତ୍ୱିଆ଼ନି ତୂମୁ ଅ଼ଡ଼େ ପା଼ଣା ହେର୍ପିନାୟି
ଏଚେଟିଏ ପ୍ରବୁ ମ଼ସାଇଁ ଏଲେଇଚେସି, "ନୀନୁ ମୂଲୁ ଲେ଼ଞ୍ଜୁତି ମୂଲୁ ଦିନା ଆଣ୍ତ୍ୱିଆ଼ନି ତୂମୁତି ବାସା ଟା଼ୟୁ କିଦି। ଇଞ୍ଜାଁ, ଏ଼ ବିତ୍ରା ରା଼ଜିମା଼ନା ପେ଼ଡ଼ା ଇଟାହାଁ ଏଟ୍କା କିନି ଟା଼ଟନି ହିମ୍ବରି ଲେଚାନା ଏ଼ ରା଼ଜିମା଼ନା ପେ଼ଡ଼ାତି ପ୍ଡିକ୍ଦି।
ଏଚେଟିଏ ମ଼ସାକି ପ୍ରବୁ ହୁକୁମି ହୀତିଲେହେଁ ଏ଼ୱାସି ହୁକୁମିତି ୱାଲି ପା଼ଟାୟାଁ ଅ଼ହାଁ ରା଼ଜିମା଼ନା ପେ଼ଡ଼ା ବିତ୍ରା ଇଟିତେସି ଅ଼ଡ଼େ ଏ଼ ପେ଼ଡ଼ାତା ଟେଙ୍ଗାୟାଁ ପେନ୍ଦାହାଁ ଏ଼ ପେ଼ଡ଼ା ଲାକ ପା଼ପୁ ପ୍ଡିକ୍ନି ଡା଼ପ୍ଣା ଇଟିତେସି; ଇଞ୍ଜାଁ, ବାସା ଟା଼ୟୁ ବିତ୍ରା ରା଼ଜିମା଼ନା ପେ଼ଡ଼ା ତାତେରି ଅ଼ଡ଼େ ପ୍ଡିକ୍ନି ଟା଼ଟିନି ହିମ୍ବରି ଲେଚାନା ରା଼ଜିମା଼ନା ପେ଼ଡ଼ାତି ପ୍ଡିକ୍ହେରି।
ଦାର୍ତି ଅ଼ଡ଼େ ଲାକପୂରୁତି ପ୍ରା଼ତାନା
ସାତେଏ ଏ଼ ତଲିତି ରା଼ଜିମା଼ନା ଜିକେଏ ପ୍ରା଼ତାନା କିନି ମେ଼ରା ଅ଼ଡ଼େ ର଼ ଦାର୍ତିତି ସୁଦୁ ଟା଼ୟୁ କିୱି ଆ଼ହାମାଚେ । ଏ଼ଦି ର଼ ତୂମୁ ତଲେ କେ଼ପିତି ଇଲୁ ଆ଼ହାମାଚେ, ଏମ୍ବାତି ତଲିତି ବାକ୍ରା ଇଞ୍ଜିଁ ଇନେରି ଏମ୍ବାଆଁ ର଼ ଦୀୱଁ ସ଼ଡ଼ା, ର଼ ପିଣ୍ତା ଅ଼ଡ଼େ ମାହାପୂରୁକି ହେର୍ପାମାନି ରୂଟି ମାଚେ, ଏ଼ଦାନି ସୁଦୁ ଟା଼ୟୁ ଇନେରି । ଏମ୍ବାଆଁ ଲେଚାମାଚି ରୀ ଟା଼ଟିନି ହିମ୍ବରିକା ଡା଼ୟୁୱାକି ଆମିନି ତୂମୁ ମାଚେ, ଏ଼ଦାଆଁ ହା଼ରେକା ସୁଦୁ ବାକ୍ରା ଇଞ୍ଜିଁ ଇନେରି; ଏମ୍ବାଆଁ ବାଂଗାରା ତଲେ ୱା଼ରି କିହାମାଚି ଦୁପ୍ଣି ହୂଡିନି ର଼ ପିଣ୍ତା ଅ଼ଡ଼େ ବାଂଗାରା ତଲେ ୱା଼ରି କିହାମାଚି ରା଼ଜିମା଼ନା ପେ଼ଡ଼ା ମାଚେ । ଏ଼ ରା଼ଜିମା଼ନା ପେ଼ଡ଼ାତା ମାନା ଇଟ୍କି ଆ଼ହାମାଚି ର଼ ବାଂଗାରା ମୁତା ଅ଼ଡ଼େ ହାରଣୱାୟି ଆ଼କୁ ଗା଼ଲ୍ହାମାଚି ବାଡ଼୍ଗା ଇଞ୍ଜାଁ ରା଼ଜିମା଼ନା ରା଼ସ୍କି ଆ଼ହାମାଚି ରୀ ୱାଲି ପା଼ଟାୟାଁ ମାଚୁ, ରା଼ଜିମା଼ନା ପେ଼ଡ଼ା ଲାକ ମାହାପୂରୁ ନ଼କିତା ନିଚାମାନି ଲେହେଁ ଗା଼ୱୁରମିଗାଟି ଜ଼ଡ଼େକା କିରୁବ ଦୂତୁୟାଁତି ବମା ମାଚୁ, ଏ଼ୱି ପା଼ପୁ ମେଣ୍ଙ୍ଗି କିନି ଟା଼ୟୁତି ପ୍ଡିକ୍ହାମାଚୁ; ଏ଼ୱି ପା଼ପୁ ମ୍ଣେକ୍ନି ଟା଼ୟୁ ଲାକ ମା଼ରାୟାଁ ପ୍ଡିକ୍ହାମାଚୁ, ଏ଼ ବାରେତି କାତା ନୀଏଁ ନେହିକିଁ ୱେସାଲି ଲ଼ଡ଼ା ହିଲେଏ ।
ଏଚେଟିଏ ଲାକପୂରୁ ମାନି ମାହାପୂରୁ ଇଲୁତି ଦା଼ରା ଦେପିଆ଼ତେ, ଅ଼ଡ଼େ ତାନି ଇଲୁତା ମାନି ରା଼ଜିମା଼ନାତି ପେ଼ଡ଼ା ତ଼ଞ୍ଜାଆ଼ତେ, ଅ଼ଡ଼େ ବିଲିବାଲା ମ୍ଣିହ୍ନାୟି, ହା଼ରେକା ଗିୟାଁ, ହା଼ଗୁ ଗୂଣ୍ନି ହା଼ଡା, ଇଞ୍ଜାଁ ବୂମି ୱୀଡିତେ ଅ଼ଡ଼େ ହା଼ରେକା ଆ଼ଜିୟାଁ ରିତୁ ।