1 ଏଚେଟିଏ ଇସ୍ରାୟେଲ ତାନି ବାରେ ଦ଼ନବିତି ଆସାହାଁ ହାଚେସି, ଇଞ୍ଜାଁ ବେର୍ସେବାତା ରେ଼ଚାହାଁ ଏମ୍ବାଆଁ ତାନି ଆ଼ବା ଇସାହାକତି ମାହାପୂରୁକି ପୂଜା ହେର୍ପିତେସି। 2 ଏଚେଟିଏ ମାହାପୂରୁ ଇସ୍ରାୟେଲଇଁ ଲା଼ଆଁୟାଁ ତ଼ଞ୍ଜାଆ଼ହାଁ ଏଲେଇଚେସି, "ଏ଼ ଜାକୁବ, ଏ଼ ଜାକୁବ"
ଏଚେଟିଏ ଏ଼ୱାସି ଏଲେଇଚେସି, "ମେହ୍ମୁ, ନା଼ନୁ ଇମ୍ବାଆଁ ମାଇଁ।"
3 ଏଚିବେ଼ଲା ଏ଼ୱାସି ଏଲେଇଚେସି, "ନା଼ନୁ ମାହାପୂରୁତେଏଁ, ନୀ ତାଞ୍ଜିତି ମାହାପୂରୁତେଏଁ, ନୀନୁ ମିସରତା ହାଜାଲି ଆଜାଆନି; ନା଼ନୁ ଏମ୍ବାଆଁ ନିଙ୍ଗେ ର଼ କାଜା କୂଲୁ କିୟାଇଁ। 4 ନା଼ନୁ ନୀ ତଲେ ମିସରତା ହାଇଁ; ଅ଼ଡ଼େ ନା଼ନୁ ଏ଼ ଟା଼ୟୁଟି ନୀ କୂଡ଼ାତି ୱେଟ୍ହା ତାଇଁ, ଅ଼ଡ଼େ ଜସେପ ନୀନୁ ହା଼ନାଟି ନୀ ଦାରିତା ଡ଼ୟିନେସି।"
5 ଏଚେଟିଏ ଜାକୁବ ବେର୍ସେବାଟିଏ ହାଚେସି; ଇଞ୍ଜାଁ ଏ଼ୱାଣାଇଁ ଅ଼ହାଲି ତାକି ପା଼ର ଏମିନି ସଗଡ଼ି ପାଣ୍ତାମାଚେସି, ଏଚେଟିଏ ଇସ୍ରାୟେଲତି ମୀର୍କା ତାମି ଆ଼ବା ଜାକୁବଇଁ ଅ଼ଡ଼େ କକାରି ପ଼ଦାୟାଁ ଅ଼ଡ଼େ ଡକ୍ରିସିକାଣି ଅ଼ତେରି। 6 ଏଚେଟିଏ ଏ଼ୱାରି, ଇଚିହିଁ, ଜାକୁବ ଅ଼ଡ଼େ ତାନି ବାରେ କୁଟମି, ତାମି ଜ଼ନ୍ତଜିୱେଡ଼ି ଅ଼ଡ଼େ କିଣାନ ଦେ଼ସାତା ଅର୍ଜିତି ବାରେ ଦ଼ନବିତି ଆସାହାଁ ମିସର ଦେ଼ସାତା ଏତେରି। 7 ଇଲେକିହିଁ ଜାକୁବ ତାନି ମୀର୍କା, ତାଙ୍ଗା ମୀର୍କା, ମା଼ସ୍କା, ଅ଼ଡ଼େ ତାନି ତାଙ୍ଗା ମା଼ସ୍କା ବାରେ କୁଟମି ମିସର ଦେ଼ସାତା ହାଚେରି।
8 ମିସର ଦେ଼ସାତା ୱା଼ହାମାନି ଇସ୍ରାୟେଲ କୂଡ଼ା ଇଚିହିଁ ଜାକୁବ ଅ଼ଡ଼େ ତାନି ମୀର୍କାତି ଦ଼ର୍କା। ଜାକୁବତି ପା଼ଣ୍ୱା ମୀର୍ଏସି ରୁବେନ୍। 9 ଅ଼ଡ଼େ ରୁବେନ୍ ମୀର୍କା ହନକ, ପଲ୍ଲୁ, ହିସ୍ରଣ ଅ଼ଡ଼େ କର୍ମି। 10 ସିମିୟନ ମୀର୍କା ଜିମୁୟେଲ, ଜାମିନ୍, ଅହଦ୍, ଜାକିନ୍ ଅ଼ଡ଼େ ସହର ଇଞ୍ଜାଁ ତାନି କିଣାନତି ଇୟା ତା଼ଣାଟି ଜାର୍ନାଆ଼ତି ମୀର୍ଏସି ସୟିଲ। 11 ଲେ଼ବି ମୀର୍କା ଗେର୍ସନ, କହାତ ଅ଼ଡ଼େ ମରାରି। 12 ଜୀହୁଦା ମୀର୍କା ଏର୍, ଅନନ୍, ସେଲା, ପେରସ ଅ଼ଡ଼େ ସେରହ; ସାମା ଏର୍ ଅ଼ଡ଼େ ଅନନ୍ କିଣାନ ଦେ଼ସାତା ହା଼ହାମାଚେରି। ପେରସତି ମୀର୍କା ହିସ୍ରଣ ଅ଼ଡ଼େ ହାମୁଲ। 13 ଇସାକର ମୀର୍କା ତଲୟ, ପୁୟ, ଜବ ଅ଼ଡ଼େ ସିମ୍ରଣ। 14 ସବୁଲୁନ ମୀର୍କା ସେରଦ, ଏଲନ ଅ଼ଡ଼େ ଜହଲେଲ। 15 ଈୱାରି ଅ଼ଡ଼େ ମା଼ଙ୍ଗା ଦୀଣା ପଦନ୍ ଅରାମତା ଜାକୁବ ତା଼ଣାଟି ଜାର୍ନାଆ଼ତି ଲେୟାତି ମୀର୍କା। ଈୱାରି ମୀର୍କା ମା଼ସ୍କା ତଲେ କଡ଼େ ତେ଼ର ଜା଼ଣା ଲ଼କୁ ମାଚେରି।
16 ଗାଦ୍ ମୀର୍କା ସିପନ୍, ହଗି, ସୁନି, ଇସବନ୍, ଏରି, ଅରଦୀ ଅ଼ଡ଼େ ଅରେଲି। 17 ଆସେର ମୀର୍କା ଜିମ୍ନା, ଜିସ୍ବା, ଜିସ୍ବି, ବରିୟ ଅ଼ଡ଼େ ତାମି ତାଙ୍ଗି ସେରହ। ଇଞ୍ଜାଁ ବରିୟତି ମୀର୍କା ହେବର ଅ଼ଡ଼େ ମଲ୍କିୟେଲ। 18 ଲାବନ ତାନି ମା଼ଙ୍ଗା ଲେୟାକି ଏମିନି ସିଲ୍ପା ଇନି ହ଼ଲେଣିନି ହୀହାମାଚେସି, ଏ଼ଦି ଜାକୁବତି ଈ ମୀର୍କାଣି ଜାର୍ନି କିହାମାଚେ। ଈୱାରି ସ଼ଡ଼ ଜା଼ଣା।
19 ଇଞ୍ଜାଁ ଜାକୁବ ଡକ୍ରି ରାହେଲ ମୀର୍କା ଜସେପ ଅ଼ଡ଼େ ବିନ୍ୟାମିନ୍। 20 ଜସେପ ମୀର୍କା ମନଃସି ଅ଼ଡ଼େ ଇପ୍ରୟିମ ମିସର ଦେ଼ସାତା ଜାର୍ନା ଆ଼ହାମାଚେରି; ଅନ୍ ଗା଼ଡ଼ାତି ପଟିପେର ପୂଜେରାତି ଆସନତ୍ ଇନି ମା଼ଙ୍ଗା ଏ଼ୱାରାଇଁ ଜାର୍ନି କିହାମାଚେ। 21 ବିନ୍ୟାମିନ୍ତି ମୀର୍କା ବେଲା, ବେକର, ଅସ୍ବେଲ, ଗେରା, ନାମାନ୍, ଏହୀ, ରସ, ମୁପ୍ପିମ, ହୁପ୍ପିମ, ଅ଼ଡ଼େ ଅର୍ଦ। 22 ଈ ସଦ ଜା଼ଣା ଜାକୁବ ତା଼ଣାଟି ଜାର୍ନାଆ଼ତି ରାହେଲ ମୀର୍କା।
23 ଅ଼ଡ଼େ ଦାନ୍ ମୀର୍ଏସି ହୁସିମ୍। 24 ନପ୍ତାଲି ମୀର୍କା ଜହସିୟେଲ, ଗୁନି ଜେସ୍ଚର ଅ଼ଡ଼େ ସିଲ୍ଲେମ। 25 ଲାବନ ତାନି ମା଼ଙ୍ଗା ରାହେଲକି ବିଲ୍ହା ଇନି ଏମିନି ହ଼ଲେଣି ହୀହାମାଚେସି, ଏ଼ଦି ଜାକୁବତି ଈ ମୀର୍କାଣି ଜାର୍ନି କିହାମାଚେ; ଈୱାରି ବାରେ ସା଼ତା ଜା଼ଣା ମାଚେରି।
26 ଜାକୁବ ତା଼ଣାଟି ଜାର୍ନା ଆ଼ତି ଏମିନି ଲ଼କୁ ଏ଼ୱାଣି ତଲେ ମିସରତା ହାଚେରି, ଜାକୁବତି କୁଡ଼୍ୟାସିକା ପିସ୍ପେ ଏ଼ୱାରି ବାରେ ମତମି ତୀନି କ଼ଡ଼ି ସ଼ଜା଼ଣା ମାଚେରି। 27 ମିସରତା ଜସେପତି ଏମିନି ମୀର୍କା ଜାର୍ନା ଆ଼ହାମାଚେରି, ଏ଼ୱାରି ରୀ ଲ଼କୁ। ମିସରତା ୱା଼ତି ଜାକୁବତି ବାରେ ଲ଼କୁ ତୀନି କ଼ଡ଼ି ଦସ ଜା଼ଣା ମାଚେରି।
28 ଏଚେଟିଏ ଜସେପ ଗ଼ସନ୍ ରା଼ଜିତା ହାଜାଲି ଏ଼ନିକିଁ ଜିରୁ ତ଼ହ୍ନେସି, ଏ଼ଦାଆଁତାକି ଜାକୁବ ତାମି ନ଼କିତା ହାଜାଲି ଜୀହୁଦାଇଁ ତାନି ତା଼ଣା ପାଣ୍ତିତେସି; ଏଚେଟିଏ ଏ଼ୱାରି ଗ଼ସନ୍ ରା଼ଜିତା ରେ଼ତେରି। 29 ଏଚେଟିଏ ଜସେପ ତାମି ଆ଼ବା ଇସ୍ରାୟେଲଇଁ କାତା ଆ଼ହାଲି ତାନି ରାତାତା ହ଼ଚାହାଁ ଗ଼ସନ୍ ରା଼ଜିତା ହାଚେସି, ଇଞ୍ଜାଁ ଏ଼ୱାଣାଇଁ ବେଟାଆ଼ହାଁ ହେର୍କିତା ପମାହାଁ ହା଼ରେକା ବେ଼ଲା ପାତେକା ଡ଼ୀତେସି। 30 ଏଚିବେ଼ଲା ଇସ୍ରାୟେଲ ଜସେପଇଁ ଏଲେଇଚେସି, "ନୀଏଁ ନା଼ ହା଼କି ଆ଼ପେ, ନା଼ନୁ ନୀ ମୂମ୍ବୁ ମେସ୍ତାତେଏଁ, ଅ଼ଡ଼େ ନୀନୁ ନୀଏଁ ପାତେକା ନୀଡାମାଞ୍ଜି।"
31 ଏଚେଟିଏ ଜସେପ ତାନି ତାୟିୟାଁଣି ଅ଼ଡ଼େ ତାଞ୍ଜି କୁଟମିତି ଏଲେଇଚେସି, "ନା଼ନୁ ହାଜାହାଁ ପା଼ରଇଁ କାବ୍ରୁ ହୀଇଁ, କିଣାନ ଦେ଼ସାଟି ନା଼ ତାୟିୟାଁ ଅ଼ଡ଼େ ତାଞ୍ଜିତି କୁଟମି ନା଼ ତା଼ଣା ୱା଼ହାମାନେରି।" 32 ଏ଼ୱାରି ଗ଼ଡ଼୍କା ଅ଼ଡ଼େ ଜ଼ନ୍ତଜିୱେଡ଼ି ବେ଼ବାରା କିନାରି, ଏ଼ଦାଆଁତାକି ଏ଼ୱାରି କ଼ଡି ଗରି ମାନ୍ଦା ଅ଼ଡ଼େ ବାରେ ଆ଼ସ୍ତି ତାଚାମାନେରି। 33 ଏଚେଟିଏ ପା଼ର ମିଙ୍ଗେ ହା଼ଟି କିହାଁ ମୀରୁ ଏ଼ନି କାମା କିନାତେରି ? ଇଞ୍ଜିଁ ଏଚେ଼ତା ୱେଞ୍ଜାନେସି, 34 ଏଚିବେ଼ଲା ଏ଼ୱାଣାଇଁ ଏଲେଇଞ୍ଜେରି, "ନୀ ଈ ହ଼ଲିୟାଙ୍ଗା ଊଣାୱେ଼ଡ଼ାଟିଏ ନୀଏଁ ପାତେକା ମା଼ ଆକୁ ଆ଼ବାୟାଁ କିହିମାଚି ଲେହେଁ କ଼ଡି ଗରି ବେ଼ବାରା କିନାତମି, ଇଲେ କିତିସାରେ ମୀରୁ ଗ଼ସନ୍ ରା଼ଜିତା ଡ଼ୟାଲି ଆ଼ଡିଦେରି; ଇଚିହିଁ ଗ଼ଡ଼୍କା ମିସରତି ଲ଼କୁ ନ଼କିତା ଅ଼ପାଆଗାଟାରି ମାଚେରି।"