1 ପ୍ରବୁ ମାହାପୂରୁ ଗା଼ଡ଼ିକିତି ବୂମିତା ତା଼କିନି ଜ଼ନ୍ତ ବିତ୍ରାଟି ରା଼ଚୁ ବାରେକିହାଁ ସୁତର ଗାଟାୟି ମାଚେ। ଏ଼ଦି ଆୟାଟିଇଁ ଏଲେଇଚେ, "ଆଲ, ଈଦି କି ସାତା, ବା଼ଡ଼ାତା ଏମିନି ମା଼ର୍ନୁତି ପା଼ଡ଼େୟି ତିନାଆଦୁ ଇଞ୍ଜିଁ ମାହାପୂରୁ ମିଙ୍ଗେ ୱେସାମାଞ୍ଜାନେସି ?"
2 ଆୟାଟି ରା଼ଚୁତି ଏଲେଇଚେ, "ମା଼ମ୍ବୁ ବା଼ଡ଼ାତି ବାରେ ମା଼ର୍କାତି ପା଼ଡ଼େୟି ତିଞ୍ଜାଲି ଆ଼ଡିନମି, 3 ସାମା ୱାର୍ଇ ବା଼ଡ଼ା ମାଦିତି ମା଼ର୍ନୁତି ପା଼ଡ଼େୟି କାତା ମାହାପୂରୁ ୱେସାମାଞ୍ଜାନେସି, ମୀରୁ ଏ଼ଦାଆଁ ତିନଅତେରି କି ଡୀଗଅତେରି, ଏଲେକିତିହିଁ ହା଼ଦେରି।"
4 ରା଼ଚୁ ଆୟାଟିନି ଏଲେଇଚେ, "ଈଦି ସାତା ଆ଼ଏ, ମୀରୁ ହା଼ଅତେରି; 5 ସାମା ମାହାପୂରୁ ପୁଞ୍ଜାମାନେସି, ଏମିନି ଦିନା ମୀରୁ ଏ଼ଦାଣି ତିଞ୍ଜେରି, ଏ଼ ନେ଼ଚୁ ମୀ କାଣ୍କା ଦେପିଆ଼ନୁ, ଏଚେଟିଏ ମୀରୁ ମାହାପୂରୁ ଲେହେଁ ନେହାଣି ଅ଼ଡ଼େ ଲାଗେଏତାଣି ପୁଞ୍ଜାଲି ଆ଼ଡିଦେରି।"
6 ଏଚେଟିଏ ଆୟାଟି ଏ଼ ମା଼ର୍ନୁତି ନେହିଁ କା଼ଦିତି ପା଼ଡ଼େୟି ଆ଼ୟିନି ଲେହେଁ ଅ଼ଡ଼େ କାନୁତି ଜୂପ୍କା ଅ଼ଡ଼େ ବୁଦି ହୀନାୟି ଇଞ୍ଜିଁ ଅଣ୍ପାହାଁ, ଏମ୍ବାତି ପା଼ଡ଼େୟି ଏସାହାଁ ତିଚେ, ଅ଼ଡ଼େ, ତାନି ତ଼ଡ଼ୁ ଡକ୍ରାକି ହୀହାଲିଏ, ଏ଼ୱାସି ଜିକେଏ ତିଚେସି। 7 ଏଚେଟିଏ ତାମି କାଣ୍କା ଦେପି ଆ଼ତୁ, ଏ଼ୱି ତାମି ନା଼ଗ୍ଡ଼ାତି ପୁଞ୍ଜାଲି ଆ଼ଡାହାଁ ତ଼ୟା ମା଼ର୍ନୁତି ଆ଼କା଼ଣି ଚା଼ଚାହାଁ ହୁଚିତୁ।
8 ଏଚେଟିଏ ମିଡ଼୍ଅଲା ବେ଼ଲା ବା଼ଡ଼ାତା ରେ଼ଗାୱା଼ନି ପ୍ରବୁ ମାହାପୂରୁ ହା଼ଡା ୱେଞ୍ଜାହାଁ ଆଦମ ଅ଼ଡ଼େ ତାନି ଡକ୍ରି ପ୍ରବୁ ମାହାପୂରୁ ତା଼ଣାଟି ବା଼ଡ଼ାତି ମା଼ର୍କା ମାଦି ଡ଼ୁଗିତୁ। 9 ଏଚେଟିଏ ପ୍ରବୁ ମାହାପୂରୁ ଆଦମଇଁ ହା଼ଟିତେସି, "ମୀରୁ ଏମ୍ବିୟା ମାଞ୍ଜେରି ?"
10 ଏ଼ୱାସି ଏଲେଇଚେସି, "ନା଼ନୁ ବା଼ଡ଼ାତି ମାଦି ନୀ ହା଼ଡା ୱେଞ୍ଜାହାଁ ଜାହାରା ନା଼ଗ୍ଡ଼ା ପୁଞ୍ଜାହାଁ ଆଜି ତାକି ଡ଼ୁଗିତେଏଁ।"
11 ମାହାପୂରୁ ଏଲେଇଚେସି, "ମୀରୁ ନା଼ଗ୍ଡ଼ା ମାଞ୍ଜେରି ଇଞ୍ଜିଁ, ଈଦାଆଁ ଆମ୍ବାଆସି ମିଙ୍ଗେ ୱେସ୍ତାତେସି ? ନା଼ନୁ ଏମିନି ମା଼ର୍ନୁତି ପା଼ଡ଼େୟି ତିନାଆଦୁ ଇଞ୍ଜିହିଁ ୱେସାମାଞ୍ଜାତେଏଁ, ଏ଼ଦାଣି କି ମୀରୁ ତିଞ୍ଜାମାଞ୍ଜେରି ?"
12 ଆଦମ ଏଲେଇଚେସି, "ନୀନୁ ଏମିନି ଆୟାଟିନି ନା଼ ଜୂଡ଼ି ଆୟାଲି ହୀହାମାଞ୍ଜାଦି, ଏ଼ଦି ନାଙ୍ଗେ ଏ଼ ମା଼ର୍ନୁତି ପା଼ଡ଼େୟି ହିୟାତେ, ଏଚେଟିଏ ନା଼ନୁ ତିଚେଏଁ।"
13 ଏଚିବେ଼ଲା ପ୍ରବୁ ମାହାପୂରୁ ଆୟାଟିନି ଏଲେଇଚେସି, "ନୀନୁ ଏ଼ନାଆଁ କିତି ?" ଆୟାଟି ଏଲେଇଚେ, "ରା଼ଚୁ ନାଙ୍ଗେ ନା଼ଡ଼ିକିୟାତେ, ଏଚେଟିଏ ନା଼ନୁ ତିଚେଏଁ।"
14 ଏଚେଟିଏ ପ୍ରବୁ ମାହାପୂରୁ ରା଼ଚୁତି ଏଲେଇଚେସି, "ଈ କାମା କିତାକି ନୀନୁ ବାରେ ନା଼ୟୁଁ ଅ଼ଡ଼େ ଜା଼ଡ଼ାତି ଜ଼ନ୍ତ କିହାଁ ହା଼ରେକା ବା଼କା ବେଟାଆ଼ତି, ନୀନୁ ନୀ ବାଣ୍ତି ତଲେ ତା଼କିଦି ଅ଼ଡ଼େ ଜୀୱୁ ମାନି ପାତେକା ଦୂଡ଼ି ତିଞ୍ଜି। 15 ନା଼ନୁ ନିଙ୍ଗେ ଅ଼ଡ଼େ ଆୟାଟି ବିତ୍ରା ଅ଼ଡ଼େ ନୀ କୂଡ଼ା ଅ଼ଡ଼େ ତାନି କୂଡ଼ା ବିତ୍ରା ସାତ୍ରୁ ଆ଼ୱିକିଇଁ; ଏ଼ୱାସି ନୀ ତା଼ର୍ୟୁଁତା ୱେ଼ତାନେସି ଅ଼ଡ଼େ ନୀନୁ ତାନି ହାନ୍ଦୁଲିତା କତ୍ଦି।"
16 ଏଚେଟିଏ ମାହାପୂରୁ ଆୟାଟିଇଁ ଏଲେଇଚେସି, "ନୀ ପୂରାମା଼ସା ଆ଼ନାଟି ହା଼ରେକା ଗାଡି ବୀସା ପାଡିକିଇଁ, ନୀନୁ ବୀସା ତଲେ କକାରି ପ଼ଦାୟାଁ ଜାର୍ନି କିଦି; ଅ଼ଡ଼େ ଡକ୍ରା ତାକି ନୀ ମ଼ନ ଡ଼ୟିନେ, ଏ଼ୱାସି ନିଙ୍ଗେ ସା଼ଲୱି କିୟାନେସି।"
17 ଅ଼ଡ଼େ ଏ଼ୱାସି ଆଦମଇଁ ଏଲେଇଚେସି, "ଏମିନି ମା଼ର୍ନୁତି ପା଼ଡ଼େୟି କାତା ନା଼ନୁ ନିଙ୍ଗେ ହୁକୁମି ହୀହାଁ ମାଞ୍ଜାତେଏଁ, ଏ଼ଦାଆଁ ତିନଅତେରି, ନୀନୁ ନୀ ଡକ୍ରି କାତା ଆସାହାଁ ଏ଼ଦାଆଁ ତିଞ୍ଜାମାଞ୍ଜି; ଏ଼ଦାଆଁତାକି ନୀ କ଼ସମି ବୂମି ବା଼କା ବେଟାଆ଼ତେ; ନୀନୁ ହା଼ନି ପାତେକା କସ୍ତ ତଲେ କା଼ଦି କାମ୍ବିକିଦି। 18 ଏଚେଟିଏ ଜା଼ଡ଼ା ଜା଼ଣ୍ତୁ ଅ଼ଡ଼େ ହା଼ପ୍କା ନେୟିଁନୁ, ଅ଼ଡ଼େ, ନୀନୁ ବୂମିତି ଜା଼ୟୁକୁଚା ତିଞ୍ଜି। 19 ନୀନୁ ଏମିନି ଦୂଡ଼ିଟି ଗା଼ଡ଼ିଆ଼ତି, ଏମ୍ବାଆଁ ଆଣ୍ତାଆ ପାତେକା ମୂମ୍ବୁତି ଗା଼ମା ଟିକ୍ଉଣିତା ଜେ଼ଜାହାଁ କା଼ଦି ତିଞ୍ଜି; ଏ଼ନିଇଚିହିଁ ନୀନୁ ଦୂଡ଼ିଟି କେ଼ପିଆ଼ତି ଅ଼ଡ଼େ ଦୂଡ଼ିତା ୱେଣ୍ତେ ଆଣ୍ତିଦି।"
20 ଏଚେଟିଏ ଆଦମ ତାନି ଡକ୍ରିନି ଦ଼ରୁ ହବା ଇଟିତେସି, ଏ଼ନାଆଁତାକି ଇଚିହିଁ ଏ଼ଦି ଜୀୱୁଗାଟି ଲ଼କୁତି ତାଲି ଆ଼ନେ। 21 ଅ଼ଡ଼େ ପ୍ରବୁ ମାହାପୂରୁ ଜ଼ନ୍ତତି ତ଼ଲୁ ବାସ୍ତେରି କିହାଁ ଆଦମ ଇଞ୍ଜାଁ ତାନି ଡକ୍ରିନି ତୁର୍ୱି କିତେସି।
22 ଏଚେଟିଏ ପ୍ରବୁ ମାହାପୂରୁ ଏଲେଇଚେସି, "ମେହ୍ମୁ, ମାଣ୍ସି ନେହାଣି ଅ଼ଡ଼େ ଲାଗେଏତାଣି ପୁଞ୍ଜାହାଁ ମା଼ ଲେହେଁ ଆ଼ହାମାନେସି," ଅ଼ଡ଼େ ନୀଏଁ ଏ଼ୱାସି ଏ଼ନିକିଁ କେୟୁ ଦା଼ସାହାଁ ହା଼ଆଗାଟି ମା଼ର୍ନୁତି ପା଼ଡ଼େୟି ତିଞ୍ଜା ଜିକେଏ କା଼ଲେଏ ତାକି ନୀଡା ମାନଅସି, 23 ଏ଼ଦାଆଁତାକି ପ୍ରବୁ ମାହାପୂରୁ ଏଦନ ବା଼ଡ଼ାଟି ଏ଼ୱାରାଇଁ ହ଼ପ୍ହା ପାଣ୍ତିତେସି ଅ଼ଡ଼େ ଏ଼ୱାସି ଏମିନି ଇର୍ଆଟି ଗା଼ଡ଼ି ଆ଼ହାମାଚେସି, ଏମ୍ବାଆଁ ତା଼ସା କାମା କିହାଲି ହେର୍ପିତେସି। 24 ଇଲେକିହିଁ ଏ଼ୱାସି ଆଦମଇଁ ବା଼ଡ଼ାଟି ପେ଼ର୍ହେସି; ଇଞ୍ଜାଁ, ହା଼ଆଗାଟି ମା଼ର୍ନୁତି ଜିରୁ ଆ଼ଙ୍ଗାଲି ଏଦନ ବା଼ଡ଼ାତି ୱେ଼ଡ଼ା ହ଼ପୁୱାକି କିରୁବ ଦୂତୁ ଅ଼ଡ଼େ ସା଼ରିୱାକି ତିର୍ୱିହିଁ ଡ଼ୀଞ୍ଜିନି କାଣ୍ତା ଇଟିତେସି।