1 ଏଚିବେ଼ଲାତା ଜାକୁବ ତାମି ଆ଼ବାତି ଡ଼ୟାମାଚି ଟା଼ୟୁ କିଣାନ ଦେ଼ସାତା ବାସା କିହିମାଚେସି। 2 ଜାକୁବ ଇଲୁ କୁଟମିତି ପୁସ୍ପନି ଈଦି। ଜସେପ ସତର ବାର୍ସା ବେ଼ଲାତା, ତାନି ତାୟିୟାଁ ତଲେ କ଼ଡିୟାଁ ଗରିୟାଁ ମେଚିମାଚେସି; ଏ଼ୱାରି ତାନି ଆ଼ବା ଡକ୍ରି ବିଲ୍ହା ଅ଼ଡ଼େ ସିଲ୍ପାତି ମୀର୍କା ତଲେ କକାସି ମାଚେସି; ଅ଼ଡ଼େ ଜସେପ ଏ଼ ତାୟିୟାଁତି ଲାଗେଏ ଲେ଼ମ୍ବିନାଣି ଆ଼ବା ତା଼ଣା ତାଚିମାଚେସି।
3 ଏ଼ ଜସେପ ଜାକୁବତି ବୁଡ଼୍ହା ବେ଼ଲାତି ମୀର୍ଏସି ଆ଼ତାକି ଜାକୁବ ବାରେ ମୀର୍କା କିହାଁ ଜସେପଇଁ ହା଼ରେକା ଜୀୱୁ ନ଼ହିମାଚେସି, ଅ଼ଡ଼େ ଏ଼ୱାଣାକି କା଼ବ୍ରା ସିତ୍ରା ସକା ତିୟାରା କିହାଁ ହୀହାମାଚେସି। 4 ସାମା ତାମି ଆ଼ବା ବାରେ ମୀର୍କା କିହାଁ ଜସେପଇଁ ହା଼ରେକା ଜୀୱୁ ନ଼ହିମାନାଣି ମେସାହାଁ ତାମି ତାୟିୟାଁ ଏ଼ୱାଣାଇଁ ଅ଼ପାଆତେରି ଅ଼ଡ଼େ ଏ଼ୱାଣାଇଁ ଜୀୱୁନ଼ନି କାତା ଜ଼ଲାଲି ଆ଼ଡାଆତେରି।
5 ଏଚେଟିଏ ଜସେପ ର଼ ହାପାନା ହେ଼ଣ୍ତାହାଁ ତାନି ତାୟିୟାଁଣି ଏଲେଇଚେସି; ଏଚେଟିଏ ଏ଼ୱାରି ଏ଼ୱାଣାଇଁ ହା଼ରେକା ଗାଡି ଅ଼ପାଆତେରି। 6 ଇଚିହିଁ ଜସେପ ଏ଼ୱାରାଇଁ ଏଲେଇଚେସି, "ନା଼ନୁ ଏମିନି ହାପାନା ହେ଼ଣ୍ତାମାଇଁ ଏ଼ଦାଆଁ ୱେଞ୍ଜାଦୁ। 7 ମେହ୍ଦୁ ମା଼ର ଗୁଡିୟାତା ପେ଼ଣ୍ତାୟାଁ ଦସିମାଚାୟି, ଏଚେଟିଏ ସିନିକିଦୁ, ନା଼ ପେ଼ଣ୍ତା ନିଙ୍ଗାହାଁ ନିତେ; ଅ଼ଡ଼େ ମୀ ପେ଼ଣ୍ତାୟାଁ ନା଼ ପେଣ୍ତେତି ସା଼ରିୱାକି ଗୂର୍ଚାହାଁ ଜହରା କିତୁ।"
8 ଏଚେଟିଏ ତାମି ତାୟିୟାଁ ଏ଼ୱାଣାଇଁ ଏଲେଇଚେରି, "ନୀନୁ ସାତେଏ ମା଼ ରାଜା ଆ଼ଦି ? ନୀନୁ କି ମାଙ୍ଗେ ସା଼ଲୱି କିୟାଦି ?" ଏଚେଟିଏ ଏ଼ୱାରି ତାନି ହାପାନା ଅ଼ଡ଼େ କାତା ତାକି ଅ଼ଡ଼େ ହା଼ରେକା ଅ଼ପାଆତେରି।
9 ଏଚେଟିଏ ଜସେପ ଅ଼ଡ଼େ ର଼ ହାପାନା ହେ଼ଣ୍ତାହାଁ ତାୟିୟାଁଣି ଏଲେଇଚେସି, "ମେହ୍ଦୁ ନା଼ନୁ ଅ଼ଡ଼େ ର଼ ହାପାନା ହେ଼ଟେଏଁ, ମେହ୍ଦୁ ୱେ଼ଡ଼ା, ଲେ଼ଞ୍ଜୁ, ଅ଼ଡ଼େ ଏଗାରଗଟା ହୁକାୟାଁ ନାଙ୍ଗେ ଜହରା କିୟାତୁ।"
10 ସାମା ଏ଼ୱାସି ତାନି ଆ଼ବା ଅ଼ଡ଼େ ତାୟିୟାଁ ନ଼କିତା ଏଲେଇଞ୍ଜାଲିଏ, ତାମି ଆ଼ବା ଦାକା ହୀହାଁ ଏଲେଇଚେସି, "ଈଦି ଏ଼ନିଲେହେଁତି ହାପାନା ନୀନୁ ହେ଼ଟି ? ନା଼ନୁ ଅ଼ଡ଼େ ନୀ ଇୟା, ନୀ ତାୟିୟାଁ, ଅ଼ଡ଼େ ମା଼ମ୍ବୁ ନିଙ୍ଗେ ଜହରା କିହାଲି ୱା଼ନମି ?" 11 ଏଚେଟିଏ ତାମି ତାୟିୟାଁ ଏ଼ୱାଣାଇଁ ଡା଼ହାରା ଆ଼ତେରି, ସାମା ତାମି ଆ଼ବା ବାରେ କାତାତି ଅଣ୍ପୁତା ଇଟିତେସି।
12 ର଼ ଦିନା ଜସେପତି ତାୟିୟାଁ ଆ଼ବାତି କ଼ଡି ଗରି ମେଚାଲି ସିକିମତା ହାଜାମାଚେରି, 13 ଜାକୁବ ଜସେପଇଁ ଏଲେଇଚେସି, "ନୀ ତାୟିୟାଁ ସିକିମତା କ଼ଡି ଗରି ମେଚି ମାନେରି, ୱା଼ମୁ ନା଼ନୁ ନିଙ୍ଗେ ଏ଼ୱାରି ତା଼ଣା ପାଣ୍ତାଇଁ;" ଏଚେଟିଏ ଏ଼ୱାସି ଏଲେଇଚେସି, "ମେହ୍ମୁ ନା଼ନୁ ଇମ୍ବାଆଁ ମାଇଁ।"
14 ଏଚିବେ଼ଲା ଜାକୁବ ଏ଼ୱାଣାଇଁ ଏଲେଇଚେସି, "ନୀନୁ ହାଜାହାଁ ନୀ ତାୟିୟାଁ ଅ଼ଡ଼େ ଜ଼ନ୍ତଜିୱେଡ଼ି ନେହିଁ ମାନୁକି ଆ଼ଏ, ସିନିକିହାଁ ନାଙ୍ଗେ ୱେସ୍ତାମୁ।" ଏ଼ଦାଆଁତାକି ଏ଼ୱାସି ଜସେପଇଁ ହିବ୍ରଣତି ଡ଼଼ଇନି ବୂମିଟି ପାଣ୍ତାଲିଏ, ଏ଼ୱାସି ସିକିମତା ଏତେସି।
15 ଏଚିବେ଼ଲା ର଼ ମାଣ୍ସି ଜସେପଇଁ ଗୁଡିୟାତା ଇତାଲା ଆତାଲା ରେ଼ଜିମାନାଣି ମେସାହାଁ ୱେଚେସି, "ନୀନୁ ଏ଼ନାଆଁ ପାରିମାଞ୍ଜି ?"
16 ଏ଼ୱାସି ଏଲେଇଚେସି, "ନା଼ନୁ ନା଼ ତାୟିୟାଁଣି ପାରିମାଇଁ, ଏ଼ୱାରି ଆମ୍ବିୟା କ଼ଡି ଗରି ମେଚି ମାନେରି, କାର୍ମା ଆ଼ହାଁ ନାଙ୍ଗେ ୱେସ୍ତାମୁ।"
17 ଏ଼ ମାଣ୍ସି ଏଲେଇଚେସି, "ଏ଼ୱାରି ଇମ୍ବାଟି ହାଜାମାନେରି; ନା଼ନୁ ୱେଞ୍ଜାମାଚେଏଁ ଏ଼ୱାରି ଦତନତା ହାନମି ଇଞ୍ଜିଁ ଏଲେଇଞ୍ଜି ମାଚାଣି।" ଏ଼ଦାଆଁତାକି ଜସେପ ତାନି ତାୟିୟାଁ ଜେ଼ଚ ଜେ଼ଚ ହାଜାହାଁ ଦତନତା ଏ଼ୱାରାଇଁ ବେଟାଆ଼ତେସି।
18 ଏ଼ୱାରି ଏ଼ୱାଣାଇଁ ହେକଟିଏ ମେସ୍ତେରି, ଅ଼ଡ଼େ ଏ଼ୱାସି ଏ଼ୱାରି ତା଼ଣା ଏନି ନ଼କେଏ, ଏ଼ୱାରି ଏ଼ୱାଣାଇଁ ପା଼ୟାଲି ତାକି କାତା ଆ଼ତେରି। 19 ଏ଼ୱାରି ତା଼ମ୍ବୁ ତା଼ମ୍ବୁ ଏଲେଇଣ୍ମ୍ବି ଆ଼ତେରି, "ମେହ୍ଦୁ ହାପାନା ହେଣ୍ନାସି ଇମ୍ବାଆଁ ୱା଼ହିମାନେସି। 20 ୱା଼ଦୁ, ମା଼ର ଏ଼ୱାଣାଇଁ ପା଼ୟାହାଁ ର଼ ଗା଼ଡ଼୍ୟୁତା ମେତ୍ହା ତୁହ୍ନ; ଇଞ୍ଜାଁ ର଼ ଜା଼ଡ଼ାତି ଜ଼ନ୍ତ ତିଚେ ଇଞ୍ଜିଁ ଏଲେଇନ; ଏଚେ଼ଟିଏ ତାନି ହାପାନା ଏ଼ନି ଆ଼ନେ ସିନିକିନ।"
21 ଈ କାତା ରୁବେନ୍ ୱେଞ୍ଜାହାଁ ଏ଼ୱାରି କେୟୁଟି ଏ଼ୱାଣାଇଁ ଗେଲ୍ପାଲି ଏଲେଇଚେସି, "ଆ଼ଏ, ମା଼ର ଏ଼ୱାଣାଇଁ ହାୟେ ୱେ଼ଆପ।" 22 ଅ଼ଡ଼େ ରୁବେନ୍ ଏ଼ୱାରି କେୟୁଟି ଏ଼ୱାଣାଇଁ ଗେଲ୍ପାହାଁ ତାଞ୍ଜି ତା଼ଣା ୱେଣ୍ତେ ପାଣ୍ତିନି ଅଣ୍ପୁ ତଲେ ଏଲେଇଚେସି, "ମୀରୁ ପା଼ୟାଆଦୁ ଈ ବାଟାତି ଗା଼ଡ଼୍ୟୁତା ମେତ୍ହା ତୁହ୍ଦୁ, ସାମା ଏ଼ୱାଣାଇଁ କେୟୁ କିଆଦୁ।" 23 ଏଚେ଼ତା ଜସେପ ତାନି ତାୟିୟାଁ ତା଼ଣା ୱା଼ତେସି, ଏ଼ୱାରି ତାନି କା଼ବ୍ରା ସିତ୍ରା ସକାତି ତାନି ଆଙ୍ଗାଟି ହୁକ୍ହା ଅ଼ତେରି। 24 ଏଚେ଼ଟିଏ ଏ଼ୱାରି ଏ଼ୱାଣାଇଁ ଅ଼ହାଁ ଗା଼ଡ଼୍ୟୁତା ମେତ୍ହେରି, ଏ଼ ଗା଼ଡ଼୍ୟୁତା ଏ଼ୟୁ ହିଲାଆତୁ, ୱାର୍ଆୟି ମାଚେ।
25 ଏଚେଟିଏ ଏ଼ୱାରି ତିଞ୍ଜାଲି କୁଗିତେରି, ଏଚେଟିଏ ଏ଼ୱାରି ମେସ୍ତେରି ଗିଲିୟଦଟି ଇସ୍ମାୟେଲତି ର଼ ଗଚି ତାମି ଊଟୁୟାଁଣା ଗାନ୍ଦା ଆ଼ନି ଦିଣ୍ସୁ, ଦୁପ୍ଣି ଅ଼ଡ଼େ ଗାନ୍ଦା ନିୟୁଁ ଏକ୍ହାଁ ମିସର ଦେ଼ସାତା ହାଜି ମାନେରି। 26 ଏଚିବେ଼ଲା ଜୀହୁଦା ତାମି ତାୟିୟାଁଣି ଏଲେଇଚେସି, "ମା଼ ତାୟିଇଁ ପା଼ୟାହାଁ ତାନି ନେତେରି ଡ଼ୁକ୍ହିସାରେ ମାଙ୍ଗେ ଏ଼ନି ଲା଼ବା ? 27 ୱା଼ଦୁ ମା଼ର, ଏ଼ୱାଣାଇଁ ଈ ଇସ୍ମାୟେଲ ଲ଼କୁକି ପା଼ର୍ନ, ମା଼ କେୟୁ ଏ଼ୱାଣି କ଼ପାଟି ନିଙ୍ଗାଆପେ; ଇଚିହିଁ ଏ଼ୱାସି ମା଼ ତାୟି, ମା଼ ଊୟୁ ଅ଼ଡ଼େ ନେତେରି ଲେହେଁ।" ଏଚେଟିଏ ତାମି ତାୟିୟାଁ ରା଼ଜି ଆ଼ତେରି। 28 ଏଚିବେ଼ଲା ଏ଼ ମିଦିୟନିୟ ବେ଼ବାରା ଗାଟାରି ଏ଼ୱାରି ଡାଗେ ୱା଼ହାଲିଏ, ତାମି ତାୟିୟାଁ ଜସେପଇଁ ଗା଼ଡ଼୍ୟୁଟି ଲାକ ରେଜା ତାତେରି; ଇଞ୍ଜାଁ ଇସ୍ମାୟେଲ ଲ଼କୁ ତା଼ଣାଟି କଡ଼େ ସେକଲ ୱେଣ୍ତି ଟାକାୟାଁ ତାକି ଜସେପଇଁ ପା଼ର୍ତେରି, ଏଚେଟିଏ ଏ଼ୱାରି ଜସେପଇଁ ମିସର ଦେ଼ସାତା ଅ଼ତେରି।
29 ଏଚେଟିଏ ରୁବେନ୍ ଗା଼ଡ଼୍ୟୁ ଡାଗେ ହାଜାହାଁ ଜସେପ ଗା଼ଡ଼୍ୟୁତା ହିଲଅସି, ଈଦାଆଁ ମେସାହାଁ ତାନି ବାସ୍ତେରି ଗେସ୍ତେସି। 30 ଇଞ୍ଜାଁ ତାୟିୟାଁ ତା଼ଣା ୱେଣ୍ତା ୱା଼ହାଁ ଏଲେଇଚେସି, "କକାସି ହିଲଅସି; ନା଼ନୁ ଆମ୍ବିୟା ହାଇଁ ?"
31 ଏଚେଟିଏ ଏ଼ୱାରି ଜସେପତି ସକା ଅ଼ହାଁ ର଼ ଗରି ପା଼ୟାହାଁ ଏ଼ଦାନି ନେତେରିତା ମୁସ୍ତେରି। 32 ଅ଼ଡ଼େ ଏ଼ୱାରି ତାମି ଆ଼ବା ତା଼ଣା ଏ଼ ସକା ପାଣ୍ତାହାଁ ଏଲେଇଚେରି, "ଈଦାଆଁ ମା଼ମ୍ବୁ ବେଟାଆ଼ତମି, ଈଦି ନୀ ମୀର୍ଏଣାୱାୟି କି ଆ଼ଏ ବାଚି କିମୁ।"
33 ଏଚେଟିଏ ଜାକୁବ ଏ଼ଦାଆଁ ସିନିକିହାଁ ଏଲେଇଚେସି, "ଈ ବାସ୍ତେରି ନା଼ ମୀର୍ଏଣାୱାୟି; ଏନି ଜା଼ଡ଼ା ଜ଼ନ୍ତ ଏ଼ୱାଣାଇଁ ତିଞ୍ଜାମାନେ, ଜସେପ ସାତେଏ ଗାଣ୍ତ୍ରା ଗାଣ୍ତ୍ରା ଆ଼ହାମାନେସି।" 34 ଏଚେଟିଏ ଜାକୁବ ତାନି ବାସ୍ତେରି ଗେସ୍ତେସି ଅ଼ଡ଼େ ଗ଼ଣି ବାସ୍ତା ତୁର୍ହାଁ, ତାନି ମୀର୍ଏଣା ତାକି ହା଼ରେକା ଦିନା ଦୁକୁ ତଲେ ଡ଼ୀତେସି। 35 ଏଚେଟିଏ ତାନି ବାରେ ମୀର୍କା ଅ଼ଡ଼େ ମା଼ସ୍କା ଏ଼ୱାଣି ଦୁକୁ ଡୂକ୍ହାଲି ଜାତ୍ନୁ କିତୁ; ସାମା ଏ଼ୱାସି ମା଼ନୱି ଆ଼ଆତେସି; ଇଞ୍ଜାଁ ଏ଼ୱାସି ଏଲେଇଚେସି, "ନା଼ନୁ ଡ଼ୀହି ଡ଼ୀହି ନା଼ ମୀର୍ଏଣି ତଲେ ହା଼ହାହାଇଁ।" ଇଲେକିହିଁ ତାମି ଆ଼ବା ତାନି ମୀର୍ଏସି ଜସେପ ତାକି ଡ଼ୀତେସି।
36 ଏଚେଟିଏ ଏ଼ ମିଦିୟନିୟ ଲ଼କୁ ମିସର ଦେ଼ସାତି ପଟିପର ଇନି ପା଼ରତି କାମାକିନାସି ଇଚିହିଁ, କାୟିଦିତା କା଼ଃନି କ଼ସ୍କାତି କାଜାଣାକି ଜସେପଇଁ ପା଼ର୍ତେରି।