Arca da aliança
A Arca da Aliança era o símbolo mais sagrado de Israel — representava a presença de Deus no meio do seu povo. Sobre ela brilhava a glória do Senhor entre os querubins.
ଆରି ,ସେମନ୍ ଆତେକ୍ ଅଦ୍ ଲମା ଆରି ଆତେକ୍ ଅଦ୍ ଅସାର୍ ଆରି ଆତେକ୍ ଅଦ୍ ଉଚା ଆକାସିଆ ପାଟା ସଙ୍ଗେ ଗଟେକ୍ ସିନ୍ଦୁକ୍ ପେଟିଆ ତିଆର୍ କର୍ବାଇ ।
ତାର୍ପଚେ ତମେ ସୁକଲ୍ ସୁନା ସଙ୍ଗେ ସେଟା ଚାପାଇସା; ତାର୍ ବିତର୍ ବାଟେ ଆରି ବାଇଲେ ମିସା ଚାପାଇସା, ଆରି, ତାର୍ ଚାରିବେଟ୍ତି ସୁନାର୍ ଅଣ୍ଟି ତିଆର୍ କର୍ସା । ତାର୍ପଚେ ବିତ୍ରେ ଆରି ବାଇରେ ନିକ ସୁନା ସଙ୍ଗ୍ ଡସାଇସା ଆରି ପେଡିର୍ ଚାରିବେଟ୍ତି ସୁନା ସଙ୍ଗେ ଅଟି ବାନ୍ଦ୍ସା, ତାର୍ପଚେ ଗଟେକ୍ ବାଟେ ଦୁଇଟା କଡା ଆରି ଗଟେବାଟେ ଦୁଇଟା କଡା ରଇସି । ଆକାସିଆ ଗଚ୍କେ ଦୁଇଟା କାଣା ତିଆର୍ କରି ସୁନାର୍ ପାତିଆ ଦେଇସା । ପେଡି ବଇବାକେ ପେଡିର୍ ଦୁଇପାଲିର୍ କଡୁ ତେଇ କନା ଚିଙ୍ଗ୍ଲାଇସା । ସେ କନା ପେଡିର୍ କଡୁ ତେଇସେ ଲାଗି ରଇସି, ବେଟ୍ବାର୍ ନାଇ । ଆରି ଆମେ ଜନ୍ ଲେକ୍ଲା ସାକି ପଟା ଦେବୁ ସେଟା ସେ ସାକି ପେଡି ବିତ୍ରେ ସଙ୍ଗ୍ଇସା ।
ତାର୍ପଚେ ତମେ ତେଇ ଡାବ୍ବାକେ ସୁକଲ୍ ସୁନାର୍ ପାପ୍ ଡାବ୍ନା ତିଆର୍ କର୍ସା; ଦୁଇ ଆତ୍ ଲମ ଆରି ଗଟେ ଆତ୍ ଅସାର୍ । ସୁନାର୍ ଦୁଇଟା ଦୁତ୍ ତିଆର୍ କରା, ସେଟାକେ ମୁଟ୍ଲା ଲଗେ ମାରି ମାରି ବନାଇ, ପାପ୍ ଡାବ୍ନାର୍ ଦୁଇ ମୁଣ୍ଡେ ଲାଗାଇସା ଗଟେକ୍ ଦୁତ୍ ଗଟେକ୍ ମୁଣ୍ଡେ ଆରି ସେ ମୁଣ୍ଡେ ଆରି ଗଟେକ୍ କିରୁବ୍ ଲାଗାଇସା ; ଆରି ଦୁତ୍ ଦୁଇଟା ମିଆମୁଇ ଅଇ ଡେନା ଉପ୍ରେ କରି ପାପ୍ ଡାବ୍ନାକେ ଡାବି ରଇସି, ଆରି କିରୁବ୍ମନର୍ ମୁ ପାପ୍ ଡାବ୍ନା ବାଟେ ରଇସି । ତମେ ଜନ୍ କିରୁବ୍ ଲାଗ୍ଲା ଡାବ୍ନା ଉଗାଡି ସାକି ପେଡି ଉପ୍ରେ ସଙ୍ଗଇସା ତେଇ ମୁଇ ଲେକ୍ଲା ପୁସ୍ତକ୍ ଦେବି ବିତ୍ରେ ସଙ୍ଗଇସା ।
ଆରି ମୁଇ ଆସି ତମ୍କେ ସେ ଜାଗାଇମିସ୍ବି, ଆରି ପାପ୍ ଡାବ୍ନା ଉପ୍ରେ ଅଇ, ଆରି, ସାକି ପେଡି ଲଗେ ଇବା ଦୁଇଟା ଦୁତ୍ ବିତ୍ରେ ଅନି ତମର୍ ଲଗେ କାତା ଅଇବି ଅରି ଇସ୍ରାଏଲର୍ ସର୍ତେ ଆମର୍ ଆଦେସ୍ ତମ୍କେ ଜାନାଇବି ।
ତାରପାଚେ ବସ୍ଚଲେଲ୍ ଆକାସିଆ ପାଟା ସଙ୍ଗେ ଦୁଇଆତ୍ ଅଦା ଲମ୍, ଆତେକ୍ ଅଦ୍ ଅସାର୍, ଆରି ଆତେକ୍ ଅଦ୍ ଉଚାର୍ ଗଟେକ୍ ପେଡି ତିଆର୍ କଲା
ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତମେ ପର୍ତୁମ୍ ମାସର୍ ପର୍ତୁମ୍ ଦିନେ ସମାଗମ୍ ତୁମ୍ ତିଆର୍ କର୍ସା ଆରି ତେଇ ସାକିପେଡି ସଙ୍ଗଇ ବସ୍ତର୍ ଅଚାଇ ସେ ପେଡିକେ ଡାବାଇସା ।
ତାର୍ପଚେ ମସା ସବୁବଲର୍ ମାପ୍ରୁର୍ ଆଦେସ୍ ଇସାବେ ସାକିଅ ପାଟା ପେଡି ବିତ୍ରେ ସଙ୍ଗ୍ଇଲା ଆରି ପେଡିର୍ କୁଟି ଲାଗାଇ ପେଡି ଉପ୍ରେ ପାପ୍ ଡାବ୍ନା ସଙ୍ଗଇଲାଇ। ଆରି ସମାଗମ୍ ତୁମ୍ ବିତ୍ରେ ପେଡି ଆନ୍ଲାଇ ଆରି ଡାବ୍ବା ବସ୍ତର୍ ନେଇ ସାକି ପେଡିକେ ଡାବ୍ଲାଇ।
ପର୍ମେସରର୍ ପର୍ତୁମ୍ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍ବାର୍ ଆଚେ ବଲି ନିୟମ୍ ରଇଲା । ତାକେ ଏ ଜଗତେ ଉପାସନା କର୍ବାକେ ଗଟେକ୍ ତୁମ୍ ଉଟାଇରଇଲା । ଏ ତୁମ୍ଟାନେ ଦୁଇଟା ଜାଗା ରଇଲା । ପର୍ତୁମ୍ ଜାଗାକେ ସୁକଲ୍ ଜାଗା ବଲି ନାଉଁ ରଇଲା । ସେ ବିତ୍ରେ ବତିସଙ୍ଗଇବା କୁଦ୍ରା ଆରି ପର୍ମେସର୍କେ ସର୍ପିଦେବାକେ ରୁଟି ସଙ୍ଗଇବା ଗଟେକ୍ ଟେବୁଲ୍ ରଇଲା । ସେ ଜାଗାଇ ପୁର୍ବା ବାଟେ ଗଟେକ୍ ପାର୍ଦା ରଇଲା । ପାର୍ଦାର୍ ପଚ୍ବାଟେ ଜନ୍ ଜାଗା ରଇଲା, ତାକେ ବଡ୍ ସୁକଲ୍ ଜାଗା ବଲି କଇତେ ରଇଲାଇ । ସେ ବଡ୍ ସୁକଲ୍ ଜାଗାଇ ଗଟେକ୍ ଦୁପ୍ ପଡାଇବା ସୁନାର୍ ବେଦି ଆରି ସୁନାର୍ ନିୟମ୍ ପେଡି ରଇଲା । ଏ ନିୟମ୍ ପେଡି ବିତ୍ରେ, ମାନା ରଇବା ଗଟେକ୍ ସୁନାର୍ ଆଣ୍ଡି ରଇଲା । ତେଇ ପତର୍ କଅଁଲି ରଇବା ଆରଣ୍ ଦାରି ଇଣ୍ଡ୍ବା ଡାଙ୍ଗ୍ ରଇଲା । ଆରି ପରମେସରର୍ ଆଦେସ୍ ଲେକାଅଇରଇଲା ଦୁଇ କଣ୍ଡ୍ ଚାଚଡା ପାକ୍ନା ମିସା ରଇଲା । ପେଡିର୍ ଡାବ୍ନା ଉପ୍ରେ ପର୍ମେସର୍ ଆଚେ ବଲି ଚିନ୍ ଇସାବେ କେରୁବିନ୍ ବଲି ଡାକ୍ବା ଦୁଇଟା ଡେନା ରଇଲା ଜଁତୁର୍ ମୁର୍ତି ରଇଲା । ତାକର୍ ଉଗାଡିଅଇରଇବା ଡେନା ପେଡିର୍ ଡାବ୍ନା ଉପ୍ରେ ଡାବିଅଇଜାଇରଇଲା । ତାର୍ ଉପ୍ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍ମନର୍ ପାପ୍କେମା ଅଇଜିବାକେ । ମାତର୍ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ ।
ସର୍ଗେ ରଇବା ପର୍ମେସରର୍ ମନ୍ଦିର୍ ଉଗାଡି ଅଇଲା ଆରି ତେଇ ରାଜିନାମାର୍ ପେଡି ଡିସ୍ଲା । ତାର୍ପଚେ ବିଜ୍ଲି ଜଟକ୍ଲା, ଗଡ୍ଗଡି ମାର୍ଲା ଦର୍ତନି ଚୁଲ୍ବୁଲ୍ଲା ଆରି ବେସି କାରାପାକ୍ନା ମିସା ମାର୍ଲା ।