Ascensão
A ascensão de Jesus ao céu é a coroação de sua obra redentora. Ele subiu à destra do Pai, de onde voltará com poder e glória para buscar os seus.
ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ ।
ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା ! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ । ଆରି କଇଲାଇ "ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି ? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।"
ମାପ୍ରୁ ଜିସୁ ଏ ସବୁ କାତା ସେମନ୍କେ କଇ ସାରାଇଲା ପଚେ, ପର୍ମେସର୍ ତାକେ ସର୍ଗେ ଦାରିଗାଲା ଆରି ପର୍ମେସର୍ ସନ୍ମାନ୍ ଜାଗାଇ ବସ୍ଲା ।
ତାର୍ପଚେ ଜିସୁ ସେମନ୍କେ ବେତ୍ନିଆ ନାଉଁର୍ ଜାଗାଇ ଜିବା ବାଟ୍ଜାକ ଡାକିନେଲା । ଆରି ସେମନ୍କେ ଆତ୍ ଟେକି ଆସିର୍ବାଦ୍ କଲା । ସେ ଏନ୍ତି ସେମନ୍କେ ଆସିର୍ବାଦ୍ କର୍ବାବେଲେ ପର୍ମେସର୍ ତାକେ ସରଗ୍ପୁରେ ଦାରିଗାଲା ।
ମର୍ ବାବାର୍ ଗରେ ରଇବାକେ ବେସି ବାକ୍ରା ଆଚେ । ଆରି ତେଇ ମୁଇ ତମର୍ ପାଇ ଜାଗା ଟିକ୍ କର୍ବାର୍ ଗାଲିନି । ଜଦି ଏଟା ସତ୍ ନଇତା ଆଲେ, ମୁଇ ତମ୍କେ ଏନ୍ତି ବଲି ନ କଇତି ।
ମୁଇ ତମ୍କେ ସତ୍ କଇଲିନି, ଜେ ମକେ ବିସ୍ବାସ୍ କର୍ସି ସେ, ମୁଇ କର୍ବା ଏନ୍ତି କାମ୍ମନ୍ କର୍ସି ଆରି ମର୍ତେଇଅନି ଅଦିକ୍ ବଡ୍ ବଡ୍ କାମ୍ମନ୍ ମିସା କର୍ସି । କାଇକେ ବଇଲେ ମୁଇ ମର୍ ବାବାର୍ ଲଗେ ଗାଲିନି ।
ମୁଇ ବାବାର୍ଟାନେଅନି ଏ ଦୁନିଆଇ ଆସିଆଚି, ଆରି ଏବେ ମୁଇ ଏ ଦୁନିଆ ଚାଡିକରି ବାବାର୍ ଲଗେ ବାଉଡି ଗାଲିନି ।"
ଜିସୁ ତାକେ କଇଲା, "ମକେ ଦାରି ର ନାଇ, ଏବେ ଜାକ ମୁଇ ବାବା ପର୍ମେସର୍ ଲଗେ ଜାଇନାଇ । ମାତର୍ ତୁଇ ଜାଇକରି ମର୍ ବାଇମନ୍କେ କଅ, ମୁଇ, ମର୍ ବାବା ଆରି ସେମନର୍ ବାବା, ମର୍ ପର୍ମେସର୍ ଆରି ସେମନର୍ ପର୍ମେସରର୍ ଲଗେ ବାଉଡି ଗାଲିନି ।"
ପଚେ ଜିସୁ କଇଲା, "ମୁଇ ଚନେକ୍ସେ ତମର୍ ସଙ୍ଗ୍ ରଇବି । ତାର୍ ପଚେ ମକେ ଜେ ପାଟାଇଲା ଆଚେ, ତାର୍ ଲଗେ ବାଉଡି ଜିବି ।
ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ ।
" ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା ।
ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ ।
ଦୁତ୍ମନ୍ ତାକେ ଦେକ୍ଲାଇ ।
ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ ।
ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ ।
ପର୍ମେସର୍ ତାକେ ସର୍ଗେ ନେଲା ।"