Beleza
A verdadeira beleza vem de dentro. A Bíblia ensina que o encanto é enganoso e a formosura é vã, mas a mulher que teme ao Senhor — essa sim merece louvor.
ରଞ୍ଜ୍ନାକା ରାସିକା ଆନାକା ଆରି ହଲ୍ନାକା ବେକାର୍; ମତର୍ ଇମ୍ଣି କଗ୍ଲେ ନିତ୍ରେମାପ୍ରୁଙ୍ଗ୍ ପାଣ୍ଡ୍ରା ଆନାତ୍, ହେଦେଲ୍ ୱାରିନିକା ଆନାତ୍ ।
ଆରେ ତେମୁଲ୍ ବେସ୍, ହନା ହାସ୍କୁ ତୁସ୍ନାକା ଆରି ହାର୍ଦି ହେନ୍ଦ୍ରା ଉସ୍ପାନାକା, ଏଲେଙ୍ଗ୍ ଇମ୍ଣି ବାର୍ତାକା ଆର୍ପାନାକା, ହେଦାଂ ଏପେଙ୍ଗ୍ ଆର୍ପାନାକା ହାର୍ ଆକାୟ୍, ହାତ୍ପା ହଲ୍ନାକା ନେ ମାନ୍ତ ଇମ୍ଣି କଁଆଣ୍ ଆରି ସୁସ୍ତାମିହା ଡ଼ୁକ୍ତି ମାନ୍ବାବ୍ନା ଇସ୍ୱର୍ତି ମୁମ୍ଦ ବେସିମଲ୍, ହେଦାଂ ନେ ମି ଜିରାୱି ହାରାଂ ଆଏତ୍ ।
ହେ ଲାକେ ପା କଗ୍ଲେ ହିମ୍ଣାକାଂ କହାବଲିଂ ଗାଚ୍ମେକ୍ ଆରି ହନା କି ମୁକ୍ତା କି ଦାମ୍ନି ହେନ୍ଦ୍ରାତ ଜାର୍ ଜାର୍ତିଂ ଗାଡ଼ିକିୱାଦାଂ ଲାଜ୍ ଆରି ହାର୍ଦି ବୁଦି ହୁକେ, ଜାଗ୍ରତ୍ କିଜ଼ି ଉସ୍ପାଟ୍ ହାର୍ଦି କାମାୟ୍ କାଜିଂ ଜାର୍ତି ଦାର୍ମି କଗ୍ଲେକ୍କାଂ ଲଡ଼ାନି ହାତ୍ପା କାମାୟ୍ ଲାକେ ରଞ୍ଜି ଜାର୍ ଜାର୍ତିଂ ରଞ୍ଜାଟ୍ ।
ଇଦାଂପାଚେ ଇସ୍ୱର୍ ଜାର୍ ମୁର୍ତିତାଂ ମାନାୟ୍ତିଂ ରଚ୍ଚାନ୍; ଇସ୍ୱର୍ତି ଜାର୍ ମୁର୍ତିତାଂ ହେୱାନ୍ ତାଂ ରଚ୍ଚାନ୍; ଆଣ୍ଡ୍ରେନ୍ ଆରି କଗ୍ଲେ କିଜ଼ି ହେୱାନ୍ ହେୱାରିଙ୍ଗ୍ ରଚ୍ଚାନ୍ ।
ଆପେଂ ଇନାକା ଆତାପ୍ନା, କେବଲ୍ ଇସ୍ୱର୍ ନେ ହେଦାଂ କିତାନ୍ନା; ଇମ୍ଣି ହାର୍ଦି କାମାୟ୍ ଆସେଙ୍ଗ୍ କିନାସ୍ ଇଞ୍ଜି ଇସ୍ୱର୍ ଆଗେତାଂ ବାଚିକିଜ଼ି ମାଚାନ୍, ଆସେଙ୍ଗ୍ କ୍ରିସ୍ଟ ଜିସୁ ଲାହାଂ ମେହାନି କାଜିଂ ମା ଜିବୁନ୍ତ ହେଦାଂ ଆଦେଂ ଆତାତ୍ନ୍ନା ।
ନିଂଗାଟ୍, ଅଜଡ଼୍ ଆଡ, ଇନେକିଦେଂକି ମି ଅଜଡ଼୍ ଏକାୱାତାତ୍ ଆରି ନିତ୍ରେମାପ୍ରୁତି ସାକ୍ତି ମି ଜପି ହତ୍ନାତା ।
କାଚ୍ରା ୱାଜ୍ଜି ହାନାତ୍, ପୁଇ କମ୍ଜା ଆନାତ୍; ମାତର୍ ମା ପର୍ମେସ୍ୱର୍ତି ବଚନ୍ ୱିଜ୍ୱିକାଡ଼୍ ପାତେକ୍ ତିର୍ ମାନାତ୍ ।"
ଲାଗିଂ ଆପ୍ ୱାହୁପା ମତର୍ ମା ବାର୍ତି ମାନାୟାର୍ କିତି ପାୟା ଆୱିତିସ୍ପା ମା ୱାସ୍କିନି ମାନାୟାର୍ ଦିନ୍ତିଂ ଦିନ୍ ପୁନାକା ଆନାତା ।
"ଇଦାଂ କାଜିଂ ଆନ୍ ମିଙ୍ଗ୍ ଇଞ୍ଜ୍ନାଙ୍ଗା, ଇନାକା ତିନାଦେର୍ କି ଇନାକା ଉଣାଦେର୍, ଏପେଙ୍ଗ୍ ଏତୁ କିଜ଼ି ମି ଜିବୁନ୍ କାଜିଂ, କି ଇନାକା ଉସ୍ପାନାଙ୍ଗ୍, ଏପେଙ୍ଗ୍ ଏତୁ କିଜ଼ି ମି ଗାଗାଡ଼୍ କାଜିଂ ପା ଚିନ୍ତା କିମାଟ୍ । ତିନାଉଣାତାଂ ଜିବୁନ୍ ଆରି ହେନ୍ଦ୍ରାଙ୍ଗ୍ ତାଂ ଗାଗାଡ଼୍ କି ଗାଜା ଆକାୟ୍ ?