Beleza
A verdadeira beleza vem de dentro. A Bíblia ensina que o encanto é enganoso e a formosura é vã, mas a mulher que teme ao Senhor — essa sim merece louvor.
ବେସି ସୁନ୍ଦର୍ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍, ମାତର୍ ଜନ୍ ମାଇଁଜି ସବୁବେଲର୍ ମାପ୍ରୁକେ ଡର୍ସି, ସେ ଆସିର୍ବାଦ୍ ପାଇସି ।
ବିନ୍ ମାଇଜିମନ୍ ଜେନ୍ତାରିକି, ପିନ୍ଦାଅଡା ଅଇକରି, ସୁନାବାନା ପିନ୍ଦିକରି, ଚେଣ୍ଡି ସାଜାଡିକରି, ନିଜେ ସୁନ୍ଦର୍ ଅଇବାଇ, ତମେ ସେନ୍ତାରି ଉଆନାଇ । ମାତର୍ ମନ୍ବିତ୍ରେ ସୁଆଲେ ରଇକରି ଆତ୍ମାଇ ସୁସାରେ ରଇବା ଗଟେକ୍ ମାଇଜି ପର୍ମେସର୍ ଦେକ୍ବା ଇସାବେ ସୁନ୍ଦର୍ । ସେନ୍ତାରି ସୁନ୍ଦର୍ ରଇବାଟା ବେସି ମୁଲିଅ ଆରି ସବୁଦିନର୍ପାଇ ରଇସି ।
ସେନ୍ତାରିସେ ମାଇଜିମନ୍ ମିସା ଜାଗ୍ରତ୍ ରଇକରି ସୁଆଲ୍ସୁତର୍ ଉଆ । ମୁଣ୍ଡର୍ ଚେଣ୍ଡିତେଇ ଚିକ୍ଚାକ୍ ନ କରି, ସୁନା କି ମୁକ୍ତା କି ଅଦିକ୍ ଦାମ୍ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍ ମର୍ଜିତା ସଙ୍ଗ୍ ନିଜ୍କେ ମାନ୍ଲାପାରା ତିଆର୍ ଉଆ । ତାର୍ ବାଦୁଲେ ବିନ୍ଲକ୍ମନ୍କେ ଦୟା ଦେକାଅତ୍ । ପର୍ମେସର୍କେ ଜୁଆର୍ କଲୁନି ବଲି କଇବା ମାଇଜିମନର୍ପାଇ ସେଟା ନିକ ଚଲାଚଲ୍ତି ଅଇସି ।
ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା ।
ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
ଉଟା, ଉଜଲ୍ ଉଆ, କାଇକେ ବଇଲେ ତମର୍ ଉଜଲ୍ କେଟ୍ଲା ଆରି ସବୁବେଲର୍ ମାପ୍ରୁର୍ ଉଜଲ୍ ତମର୍ ଲଗେ ଆଇଲା ଆଚେ ।
ଗାଁସ୍ ସୁକି ଜାଇସି, ପୁଲ୍ ସୁକି ଜଡି ଜାଇସି, ମାତର୍ ସବୁବେଲର୍ ମାପ୍ରୁର୍ ବାକିଅ ନ ସାରେ ସବୁବେଲର୍ ପାଇଁ ରଇସି ।
ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି ।
ଏଟାର୍ପାଇ ମୁଇ ତମ୍କେ କଇଲିନି, ବଁଚ୍ବାକେ କାଇଟା କାଇବୁବେ ? ଆରି ଗାଗଡର୍ ପାଇ କାଇଟା ପିନ୍ଦ୍ବୁ ? ବଲି ବାବି ଚିନ୍ତା କରାନାଇ । କାଦିର୍ତେଇଅନି ଜିବନ୍, ଆରି ବସ୍ତର୍ ତେଇଅନି ଗାଗଡ୍ ମୁକିଅ ଆଚେ ।