Bem
Fazer o bem é mandamento de Deus e expressão prática do amor cristão. A Bíblia convida a praticar o bem a todos, com alegria, sem se cansar — porque colheremos no tempo próprio.
ସେଟାର୍ପାଇଁ ତମେ ଦରମଟା, ନିମାନ୍ ବିଚାର୍ କର୍ବାଟା, ନିଆଇ କର୍ବାଟା ଆରି ମଙ୍ଗଲର୍ ସବୁ ବାଟ୍ ଜାନ୍ସା ।
ନର୍ଲକର୍ ବାବ୍ନା ତାର୍ ଦୟା ରକାମ୍ ଆରି ମିଚ୍ କଇଲା ଲକର୍ ଲଗେ ଅନି କାକୁର୍ତି ଲକ୍ ବଡ୍ ।
ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା, ଏ ସବୁର୍ ଚଲନ୍ ମାନ୍ବା ଲକ୍ ନିୟମର୍ ବିରୁଦେ କାଇଟା ନ କରେ ।
ସେନ୍ତି ବଇଲେ ଜେତେକ୍ ତର୍ ବେଲା ପାଇଲୁନି, ସବୁବେଲା ସବୁର୍ସଙ୍ଗ୍, ଜନ୍ଲକ୍ମନ୍ ଆମର୍ ବିସ୍ବାସି କୁଟୁମେ ମିସ୍ଲାଇ ଆଚତ୍, ସେମନର୍ ପାଇ ନିମାନ୍ କର୍ବାର୍ ଆମର୍ ଦାଇତ୍ ।
ଜନ୍ କାତା ବିନ୍ଲକ୍ମନ୍କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍ ଟଣ୍ଡେ ଅନି ନ ବାରଅ । ତାର୍ବାଦୁଲେ ସେମନ୍କେ ସାର୍ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍ବା ଲକ୍ମନ୍ ତାକର୍ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍ଦା ଅଇବାଇ ।
ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।
ବିନ୍ ଲକ୍ମନ୍କେ ଆଲାଦ୍ କର୍ବାର୍ ଆଲେ କାଇ କପଟ୍ ରଇବାର୍ ନାଇ । କାରାପ୍ ଚଲାଚଲ୍ତି ଗିନ୍ କରି, ସତ୍ ଚଲାଚଲ୍ତି ଚାଡ୍ବାର୍ ନାଇ ।
ମିଚ୍ କାମ୍ କରି ଆରିଜାଆ ନାଇ, ସବୁ ବିସଇ ସତ୍ ବାବେ କରି ଜିତିକରି ରୁଆ ।
ସବୁ ବିସଇ କର୍ବାକେ ଆମର୍ ଅଦିକାର୍ ଆଚେ, ସେନ୍ତି ସେମନ୍ କଇବାଇ, ସେଟା ସତ୍ । ମାତର୍ ମୁଇ କଇଲିନି ସବୁ ବିସଇ ଆମ୍କେ ସାଇଜ ନ କରେ ।
ନାଡାଇ ଉଆନାଇ, କାରାପ୍ ଲକ୍ମନର୍ ସଙ୍ଗ୍, ସାଙ୍ଗ ଅଇଲେ ସେମନ୍ ତମର୍ ନିକ ଚଲାଚଲ୍ତି କର୍ବାଟା ନସାଇ ଦେବାଇ ।
ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି ।
ସେନ୍ତାରିସେ ମାଇଜିମନ୍ ମିସା ଜାଗ୍ରତ୍ ରଇକରି ସୁଆଲ୍ସୁତର୍ ଉଆ । ମୁଣ୍ଡର୍ ଚେଣ୍ଡିତେଇ ଚିକ୍ଚାକ୍ ନ କରି, ସୁନା କି ମୁକ୍ତା କି ଅଦିକ୍ ଦାମ୍ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍ ମର୍ଜିତା ସଙ୍ଗ୍ ନିଜ୍କେ ମାନ୍ଲାପାରା ତିଆର୍ ଉଆ । ତାର୍ ବାଦୁଲେ ବିନ୍ଲକ୍ମନ୍କେ ଦୟା ଦେକାଅତ୍ । ପର୍ମେସର୍କେ ଜୁଆର୍ କଲୁନି ବଲି କଇବା ମାଇଜିମନର୍ପାଇ ସେଟା ନିକ ଚଲାଚଲ୍ତି ଅଇସି ।
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ, ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ, ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା ।
ତମେ ଜଦି ନିକ କାମ୍ କର୍ବାକେ ମନ୍ କଲେ, ତମର୍ ବିରଦେ କେ ମିସା କାରାପ୍ କାମ୍ ନ କରତ୍ ।
କେ ମିସା ବତି ଡସାଇକରି ଆଣ୍ଡିଡାବି ନ ସଙ୍ଗଅତ୍ । ସେଟା ବତିକୁଦ୍ରା ଉପ୍ରେ ସଙ୍ଗଇବାଇ ଆରି ଗରେ ରଇଲା ସବୁ ଲକ୍କେ ଉଜଲ୍ ଦେଇସି । ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।
ତମର୍ ସରଗର୍ ବାବା ଜେନ୍ତାରି ଦୟା କଲାନି, ସେନ୍ତାରି ତମେ ମିସା ଦୟା କରା ।"