Bíblia
A Bíblia é a Palavra de Deus — viva, eficaz e mais cortante que espada de dois gumes. Toda Escritura é inspirada por Deus e útil para ensinar, repreender, corrigir e instruir em justiça.
Inspiração divina
Toda Escritura é inspirada por Deus. Homens santos falaram da parte de Deus movidos pelo Espírito Santo.
ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି । ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।
ଆରି ତୁଇ ପିଲାବେଲେ ଅନି ସୁକଲ୍ ସାସ୍ତର୍ ଜାନିଆଚୁସ୍ । କିରିସ୍ଟ ଜିସୁକେ ବିସ୍ବାସ୍ କଲାର୍ ପାଇ ପର୍ମେସର୍ ତକେ ରକିଆ କର୍ସି ବଲି ତୁଇ ଜାନ୍ଲୁସ୍ନି । ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି । ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।
ବବିସତ୍ବକ୍ତାମନ୍ କେ ମିସା ନିଜେ ବାବିକରି ସାସ୍ତର୍ଟାନେ ଲେକତ୍ନାଇ । ଏଟା ତମେ ବାଇଦରେ ଜାନ୍ବାର୍ ଆଚେ । କାଇକେବଇଲେ, ସେମନ୍ କେବେମିସା ନିଜର୍ତେଇଅନି କାଇ ବବିସତ୍ କାତା କଅତ୍ ନାଇ । ମାତର୍ ପର୍ମେସର୍ଟାନେଅନି ଆଇଲା କାତା ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ କଇରଇଲାଇ ।
ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ ।
ସୁବ୍ କବର୍ ସବୁକେ ଜାନାଆ । ଲକ୍ମନ୍ ସେଟା ସୁନ୍ବାକେ ମନ୍ କଲାବେଲେ କି ନ ସୁନ୍ବା ବେଲେ ସେଟା ଜାନାଇବାକେ ଜାଗିର । ବୁଲ୍କରି କାରାପ୍ କାମ୍ କର୍ବା ଲକ୍ମନ୍କେ ସେଟା ଚାଡ୍ବାକେ ଡାଟ୍ ସଙ୍ଗ୍ କ । ଆସା ନ ଚାଡି ପର୍ମେସରର୍ ବାକିଅ ସିକାଇତେର । ସେମନ୍କେ ନିକ କାମ୍ କର୍ବାକେ ସାର୍ଦା କରାଆ ।
ମୁଇ ତର୍ଟାନେ ଆଇବା ଜାକ ବିସ୍ବାସିମନ୍ ରୁଣ୍ଡ୍ଲା ବେଲାଇ, ଜେନ୍ତାରି କି ସବୁଲକ୍ ନିକକରି ସୁନ୍ଲାପାରା ସାସ୍ତର୍ ପଡିଦେସ୍ । ତେଇର୍ ଅରତ୍ ସେମନ୍କେ ବୁଜାଇଦେସ୍ ।
Poder da Palavra
A Palavra de Deus é viva e eficaz. O céu e a terra passarão, mas as minhas palavras jamais passarão.
ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା ।
ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
ମାତର୍ ଜିସୁ କଇଲା, "ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।"
କାଇକେବଇଲେ ଜେନ୍ତାର୍ ବର୍ସା ଆରି ଦୁଉଁରି ଆକାସେ ଅନି ତଲେ ଆଇସି ଆରି ସିତି ବାଉଡି ନ ଜାଏ, ମାତର୍ ବୁଇଁକେ ସିତ୍ଲି କର୍ସି, ଆରି ତାକେ ପଲ୍ପୁଲ୍ ଆରି ଗାଁସ୍ସବୁ ଉବ୍ଜାଇସି, ଆକାସେ ଉଡ୍ବା ଚଡଇ ମନ୍କେ କାଇବାକେ ମୁଞ୍ଜି ଉବ୍ଜାଇବାକେ ସାଇଜ କର୍ସି ଆରି ଲକ୍ମନର୍ ପାଇଁ କାଦି ଜାଗାଇସି । ମର୍ ଟଣ୍ଡେଅନି ବାରଇବା ବାକିଅ ସେନ୍ତାର୍ ଅଇସି; ସେଟା ମିଚ୍ ନ ଅଇତେ ଆମର୍ ଲଗେ ବାଉଡି ନ ଆସେ, ମାତର୍ ଆମେ ଜାଇଟା ଇଚାକର୍ବୁ, ସେଟା ସିଦ୍ କର୍ସି ଆରି ଜନ୍ କାମର୍ ପାଇଁ ଆମେ ପାଟାଇବୁ, ସେଟା ସପଲ୍ ଅଇସି ।
ତମର୍ ସତ୍ସଙ୍ଗ୍ ସେମନ୍କେ ସୁକଲ୍ କରା, ତମର୍ ବାକିଅ ତା ସତ୍ ।
ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି ।
ମାତର୍ ପର୍ମେସରର୍ ବାକିଅ ସବୁଦିନ୍ ପାଇ ରଇସି ।
ଏ ବାକିଅ ଅଇଲାନି ତମ୍କେ ଜାନାଇରଇବା ସୁବ୍କବର୍ ।
Estudar e pregar
Os bereanos examinavam as Escrituras diariamente. Procura apresentar-te a Deus aprovado como obreiro que maneja bem a Palavra.
ତେସଲନିର୍ ଜିଉଦିମନର୍ ଟାନେଅନି ବେରିଆର୍ ଜିଉଦିମନ୍ କୁଲାକୁଲି ମନ୍ ରଇବା ଲକ୍ ରଇଲାଇ । ସେମନ୍ ଅଦିକ୍ ମନ୍ଦିଆନ୍ ଦେଇ ସିସ୍ମନର୍ ସିକିଆ ସୁନ୍ଲାଇ । ଆରି ପାଉଲ୍ କଇଲା କାତା, ସତ୍ କି ନାଇ ବଲି ଜାନ୍ବାକେ ସବୁ ଦିନ୍ ଦରମ୍ ସାସ୍ତର୍ ପଡ୍ତେରଇଲାଇ ।
ପାଉଲ୍ ତାର୍ ରିତିନିତି ଇସାବେ, ପାର୍ତନା ଗରେ ଗାଲା । ତେଇ ସେ ଲାଗି ଲାଗି ତିନ୍ଟା ବିସ୍ରାମ୍ବାରେ ଲକ୍ମନର୍ ସଙ୍ଗ୍ କାତାବାର୍ତା କଲା । ଦରମ୍ ସାସ୍ତର୍ ପଡିକରି ବୁଜାଇଲା ଜେ, ମସିଅ ଦୁକ୍ ପାଇବାର୍ ରଇଲା ଆରି ପର୍ମେସର୍ ତାକେ ମଲାତେଇଅନି ଉଟାଇବାର୍ ରଇଲା । ପାଉଲ୍ କଇଲା, "ଜନ୍ ଜିସୁର୍ ବିସଇ ମୁଇ ଜାନାଇଲି, ସେ ଅଇଲାନି ମସିଅ ।"
ପିଲିପ୍ ପାଲାଇ ପାଲାଇ ଗାଲା ଆରି ସେ ଲକ୍ ଜିସାୟ ବବିସତ୍ବକ୍ତାର୍ ବଇ ପଡ୍ବାଟା ସୁନ୍ଲା । ସେ ତାକେ ପାଚାର୍ଲା "ତୁଇ ଜାଇଟା ପଡ୍ଲୁସ୍ନି, ସେଟା ବୁଜିପାର୍ଲୁସ୍ନିକି ?"
ସେ ବାଣ୍ଡାର୍ ଗରିଆ କଇଲା, "କେ ମିସା ଗଟେକ୍ ଲକ୍ ବୁଜାଇ ନ ଦେଲେ ମୁଇ କେନ୍ତି ବୁଜିପାର୍ବି ?" ତାର୍ ସଙ୍ଗ୍ ରତେ ବସ୍ବାକେ ସେ ପିଲିପ୍କେ ଡାକ୍ଲା । ପିଲିପ୍ ଜାଇ ବସ୍ଲା । ଦରମ୍ ସାସ୍ତରର୍ ଏ ପଦ୍ ପଡ୍ତେ ରଇଲା,
"ମରାଇବାକେ ନେବା ମେଣ୍ଡାପାରା, ଲକ୍ମନ୍ ତାକେ ଡାକିନେଲାଇ,
ଗଟେକ୍ ମେଣ୍ଡାର୍ ବାଲ୍ କାଟ୍ବା ବେଲେ ଜେନ୍ତି ସେ ଚିମ୍ରାଇଅଇରଇସି,
ସେନ୍ତାରି ସେ ପଦେକ୍ ମିସା କାତା କଏ ନାଇ ।
ପିଲିପ୍ ଦରମ୍ ସାସ୍ତରର୍ ଏ ପଦେଅନି ଆରାମ୍ କରି ଜିସୁର୍ ବିସଇର୍ ସୁବ୍ କବର୍ ତାକେ ଜାନାଇଲା ।
ସେଟାର୍ ପାଇଁ ଏଜ୍ରା ସବୁବେଲର୍ ମାପ୍ରୁର୍ ନିଅମ୍ ଦେକ୍ଲା ଆରି ପାଲନ୍ କର୍ବାକେ, ଇସ୍ରାଏଲ୍ ଲଗେ ବିଦି ଆରି ସାସନ୍ ସିକିଆ ଦେବାକେ ନିଜର୍ ମନ ଦେଇ ରଇଲା ।
ସେବେଲେ ଜିସୁ ସେମନ୍କେ କଇଲା, "ତମେ କେତେକ୍ ବକୁଆ ଲକ୍ମନ୍, ବବିସତ୍ବକ୍ତାମନ୍ କଇଲା କାତା ବିସ୍ବାସ୍ କର୍ବାକେ କାଇକେ ଜାଗ୍ରତ୍ ଉଆସ୍ ନାଇ ? ଏ ସବୁ ଦୁକ୍କସ୍ଟ ପାଇଲା ପଚେସେ ପର୍ମେସର୍ ବାଚିପାଟାଇଲା କିରିସ୍ଟକେ ମଇମା ପାଇବାକେ ଅଇସି । ଜିସୁ ମସାର୍ ବଇତେଇଅନି ଆରି ବିନ୍ ବିନ୍ ବବିସତ୍ବକ୍ତାମନ୍ ଲେକିରଇଲା କାତାଇ ଅନି ଆରାମ୍ କରି ସବୁ ଦରମ୍ ସାସ୍ତରେ ତାର୍ ଜେତ୍କି ବିସଇ ଲେକା ଅଇରଇଲା, ସେ ସବୁ ସେମନ୍କେ ବୁଜାଇଦେଲା ।"
ଜିସୁ ସେମନର୍ ଲଗେ ଜାଇ କଇଲା, "ସରଗ୍ ଆରି ମଚ୍ପୁରର୍ ସବୁ ଅଦିକାର୍ ମକେ ଦିଆଅଇଲା ଆଚେ । ତେବେ ତମେ ଦେସ୍ମନ୍କେ ରଇବା ସବୁ ବାସାର୍ ଲକ୍ମନର୍ ଲଗେ ଜାଇ, ସେମନ୍କେ ମର୍ ସିସ୍ କରାଆ । ବାବା, ପଅ ଆରି ସୁକଲ୍ ଆତ୍ମାର୍ ନାଉଁଦାରି ସେମନ୍କେ ଡୁବନ୍ ଦିଆସ୍ । ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।"
ସେମନର୍ ଲଗେ ଜାଇ ଜାନାଇକରି କୁଆ, ସରଗ୍ ରାଇଜ୍ ଲଗେ ଆଇଲା ଆଚେ !
Revelação e fidelidade
A Palavra do Senhor veio aos profetas. A graça de Deus se manifestou na Escritura para a salvação de todos.
ସେଡ୍କିବେଲେ ସବୁବେଲର୍ ମାପ୍ରୁର୍ ବାକିଅ ଜିସାଇଅର୍ ଲଗେ କେଟ୍ଲା,
ସବୁବେଲର୍ ମାପ୍ରୁ ପର୍ମେସରର୍ ଆତ୍ମା ମର୍ ଲଗେ ବାସା ଅଇସି; କାଇକେ ବଇଲେ ଦରମ୍ ଲକ୍ମନର୍ ଲଗେ ସୁବ୍କବରର୍ କାତା ଜାନାଇବାକେ ସବୁବେଲର୍ ମାପ୍ରୁ ମକେ ଅବିସେକ୍ କରି ଆଚେ; ଦୁର୍ବଲ୍ ଅଇ ରଇବା ଲକ୍ମନ୍କେ ସଗତ୍ କର୍ବାକେ, ବନ୍ଦି ଲକ୍ମନର୍ ମୁକ୍ତି ଆରି ଜଇଲେ କାନାଇ ରଇଲା ଲକ୍ମନର୍ ପାଇଁ ବନ୍ଦି ଲଗେ ଅନି ମୁକ୍ଲାଇବା କାତା ଜାନାଇବାକେ; ସବୁବେଲର୍ ମାପ୍ରୁର୍ ଆଇବା ଦିନ୍ ଆରି ଆମର୍ ପର୍ମେସରର୍ ବାଦ୍ଲା ନେବା ଦିନର୍ ବିସଇରେ ଜାନାଇବାକେ; ଦୁକର୍ ଲକ୍ମନ୍କେ ସାନ୍ତନା ଦେବାକେ; ସିଅନର୍ ଦୁକର୍ ଲକର୍ ପାଇଁ ଜଜ୍ନା କର୍ବାକେ, କୁରୁପ୍ନାସ୍ ଅଇବା ବାଦୁଲେ ଉଦାର୍ ପାଇବାକେ , ଦୁକର୍ ବାଦୁଲେ ସୁକ୍ ପାଇବାକେ , ମନ୍ଉନା କରି ରଇବା ଆତ୍ମାର୍ ବାଦୁଲେ ଚଚଁଲ୍ ଅଇକରି ରଇବା ବସ୍ତର୍ ଦେବାକେ ସେ ମକେ ପାଟାଇଲା ଆଚେ; ତାର୍ ପଚେ ସବୁବେଲର୍ ମାପ୍ରୁ ଜେନ୍ତାରି କି ମଇମା ପାଇସି, ସେଟାର୍ ପାଇଁ ସେମନ୍ ପର୍ମେର୍ ବାଡେ ନିଜେ ରପ୍ଲା ଗଚ୍ ପାରା ଉଡ୍ରା ଅଇବାଇ ।
Viver pela Palavra
Não só de pão vive o homem. Nada acrescentes nem diminuas. A Palavra é alimento, guia e espada do cristão.
ପର୍ମେସରର୍ ସବୁ ବାକିଅକେ ପରିକା କରି ସିଦ୍ ଅଇଲା ଆଚେ; ଜନ୍ ଲକ୍ମନ୍ ତାକେ ଆସା ବର୍ସା କର୍ବାଇ, ସେ ସେମନର୍ ଆଡ୍ନା ପାରା । ମାପ୍ରୁର୍ ବାକିଅତେଇ କାଇଟା ମିସା ମିସାଆ ନାଇଁ, ମିସାଇଲେ ସେ ତମ୍କେ ନିନ୍ଦା କର୍ସି, ଆରି ତମେ ମିଚ୍ କାତା କଇବା ଲକ୍ ବଲିକରି ଜାନା ପଡ୍ସା ।
ମୁଇ ଜଅନ୍ ସବୁକେ ଜାଗ୍ରତ୍ କରାଇଲିନି, ଆଇବା ଦିନ୍ମନ୍କେ ଗଟ୍ବା ଏ ବଇର୍ ଜେତ୍କି ବାକିଅ ଆଚେ, କେ ଜଦି ଇତି ଆରି କାଇ କାଇଟା ମିସାଇଲେ, ପର୍ମେସର୍ ଏ ବଇଟାନେ ଜନ୍ ମର୍ଡି ବିସଇ ଲେକ୍ଲାଆଚେ, ସେ ତାର୍ ପାଇବା ଡଣ୍ଡ୍ ସଙ୍ଗ୍, ଏ ମର୍ଡି ମିସା ମିସାଇସି । ଏ ବବିସତ୍ କାତାର୍ ବଇଟାନେଅନି କେ ଜଦି କାଇ ବିସଇ ମିସା ଲୁଚାଇଦେଲେ, ଏ ବଇଟାନେ ଲେକାଅଇରଇବା ଜିବନର୍ ଗଚର୍ ପଲ୍ ଆରି ସୁକଲ୍ ନଅରେଅନି ସେମନ୍ ପାଇରଇବାଟା ତାକର୍ଟାନେଅନି ଦାରିଜାଇସି ।
କିରିସ୍ଟ ଜିବନ୍ ଦୁକାଇକରିସେ ତମ୍କେ ଡାକିରଇଲା । ମାତର୍ ତମେ ତାକେ ଏତେକ୍ ଦାପ୍ରେ ଚାଡିଦେଇକରି ଆରି ଗଟେକ୍ ବିନ୍ ସୁବ୍କବର୍ବାଟେ ମନ୍ ଦେଲାସ୍ନି । ତମର୍ ଏ ମନ୍ ବାଦ୍ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି । ଏ ସୁବ୍କବର୍ ଚାଡି ଆରି ଗଟେକ୍ ବିନ୍ ସୁବ୍କବର୍ ନାଇ । ମାତର୍ ମୁଇ ଏନ୍ତି କଇଲିନି, କାଇକେ ବଇଲେ କେତେଲକ୍ କିରିସ୍ଟର୍ ସୁବ୍କବର୍ ବିନ୍ ବିନ୍ ରକାମ୍ କରି, ତମ୍କେ କଚପଚ କର୍ବାକେ ଚେସ୍ଟା କଲାଇନି ବଲି ମୁଇ ସୁନ୍ଲିନି । ମାତର୍ ଆମେ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇ ରଇଲୁ, ଜଦି ସେଟାକେ ଚାଡି ବିନ୍ ଗଟେକ୍ ସୁବ୍କବର୍ ଆମେ ନିଜେ, ନଇଲେ ସରଗ୍ ଦୁତ୍ ମିସା ଜାନାଇସି ବଇଲେ, ସେ ଅବିସାପ୍ ପାଅ । ଏଟା ଆମେ ଆଗ୍ତୁ କଇରଇଲୁ ଆରି ମୁଇ ଏବେ ଆରି ତରେକ୍ କଇଲିନି, ତମେ ତମର୍ ଜିବନେ ଜନ୍ ସୁବ୍କବର୍ ମାନିରଇଲାସ୍, ସେଟା ଚାଡି ଆରି ଜଦି କେ, କାଇମିସା ବିନ୍ ସୁବ୍କବର୍ ଜାନାଇସି ବଇଲେ ସେ ଅବିସାପ୍ ପାଅ ।
ଆରି, ଆମର୍ ମାପ୍ରୁ ବେସି ଦିନ୍ ଜାଗ୍ବାଟା ଆରି ରକିଆ କର୍ବାଟା ବଲି ଏତାଆ । ଆମର୍ ଆଲାଦର୍ ବାଇ ପାଉଲ୍କେ ମିସା ମାପ୍ରୁ ତାକେ ଦେଲା ବୁଦି ଇସାବେ ତମର୍ ଲଗେ ଏନ୍ତାର୍ ଲେକ୍ଲା ଆଚେ । ସେ ତାର୍ ସବୁ ଚିଟି ଲଗେ ମିସା ଏ ସମାନ୍ ବିସଇ ଲେକ୍ଲାଆଚେ । ମାତର୍ ତେଇଅନି କେତେଟା ବିସଇ ଲକ୍ମନ୍କେ ବୁଜ୍ବାକେ କସ୍ଟ ଆଚେ । ଜନ୍ ଲକ୍ମନ୍ ନିକ ସିକତ୍ନାଇ ଆରି ତାକର୍ ବିସ୍ବାସ୍ଟାନେ ଡାଟ୍ନାଇ, ଏ ସବୁ ବିସଇର୍ ଅରତ୍ ବୁଲ୍ଇସାବେ ବାତାଇଲାଇନି । ପର୍ମେସରର୍ ବାକିଅତେଇରଇବା କେତେଟା ବିନ୍ ବିସଇମନ୍ ମିସା ଏନ୍ତାରି ବୁଲ୍କରି ବାତାଇଲାଇନି । ଏନ୍ତାରି କଲାର୍ପାଇ ପର୍ମେସର୍ ସେମନ୍କେ କୁରୁପ୍ନାସ୍ କର୍ସି ।
କାଇକେବଇଲେ ସାସ୍ତରେ ଜେତ୍କି ଲେକା ଅଇଲାଆଚେ, ସେ ସବୁ ଆମ୍କେ ସିକାଇବାକେ । ଜେନ୍ତାରିକି, ସାସ୍ତରେଅନି ଜନ୍ ମୁର୍ଚି ରଇବାଟା ଆରି ସାର୍ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍ ଆସା ବଡ୍ସି ।
ମାତର୍ ସେମନ୍ ତାକେ ବିସ୍ବାସ୍ ନ କଲେ, କେନ୍ତି ତାର୍ ନାଉଁ ଦାରି ପାର୍ତନା କର୍ବାଇ ? ଆରି ତାର୍ ବିସଇର୍ ସୁବ୍କବର୍ ନ ସୁନିରଇଲେ କେନ୍ତି ବିସ୍ବାସ୍ କର୍ବାଇ ? ଆରି ସେମନ୍କେ କବର୍ ନ ସୁନାଇଲେ, କେନ୍ତି ସୁନ୍ବାଇ ? ଆରି କବର୍ ନେଉକେ ନ ପାଟାଇଲେ କେନ୍ତି ଜାନାଇସି ? ଏ ବିସଇ ସାସ୍ତରେ ଲେକା ଆଚେ "ସୁବ୍କବର୍ ଜାନାଉମନ୍ ଆଇବାଟା, କେଡେ ସାର୍ଦାର୍ କାତା !" ମାତର୍ ସୁବ୍କବର୍ ଜାନାଇବାଟାନେ ସବୁ ଲକ୍ ମାନତ୍ ନାଇ । ସେଟାର୍ ପାଇ ଜିସାଇୟ ଲେକ୍ଲା ଆଚେ, "ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କରତ୍ନାଇ ।" ତେବର୍ପାଇ ସୁବ୍କବର୍ ସୁନ୍ବାଟାନେଅନି ବିସ୍ବାସ୍ ଅଇସି । ଆରି କିରିସ୍ଟକେ ଜାନାଇବାଟା ସେ ସୁବ୍କବର୍ ।
ସେ ସୁବ୍ କବର୍ଟାନେ ମର୍ ପୁରାପୁରୁନ୍ ଆସାଆଚେ, ସେଟା ସିଗ୍ ପର୍ତମେ ଜିଉଦି ଲକ୍ମନର୍ ପାଇ ଆରି ତାର୍ ପଚେ ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନର୍ ପାଇ ପରମେସରର୍ ବଡ୍ ବପୁ । ଲକ୍ମନ୍ ପରମେସରର୍ ଲଗେ କେନ୍ତି ଦରମ୍ ଲକ୍ ବଲାଇ ଅଇ ପାର୍ବାଇ, ତାର୍ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍ତି ପାଇବା ଗଟେକ୍ ମାତର୍ ଉପାଇ ଅଇଲାନି, ବିସ୍ବାସ୍ । ସାସ୍ତରର୍ ବାକିଅ ଇସାବେ "ଜେ ବିସ୍ବାସ୍ କରି ପରମେସରର୍ ମୁଆଟେ ଦରମ୍ ବଲାଇ ଅଇସି, ସେ ବଁଚ୍ସି ।"
ଏ ଜଗତର୍ ଲକ୍ମନ୍ ପାଇରଇବା ଆତ୍ମା ପାରା ଆମେ ପାଉନାଇ । ମାତର୍ ପର୍ମେସରର୍ ଆତ୍ମା ପାଇଆଚୁ । ଜେନ୍ତାରିକି ଜନ୍ ସବୁ ବିସଇ ଆମ୍କେ ସେ ଦେଲାଆଚେ, ସେଟା ସବୁ ଆମେ ଜାନ୍ବୁ ।
ତେବେ ସେ ସବୁ ବିସଇ ମିସା ଆମେ ଜଗତର୍ ଗିଆନ୍ ଇସାବେ ସିକାଉନାଇ, ମାତର୍ ଜନ୍ ବିସଇ ଆମ୍କେ ପର୍ମେସରର୍ ସୁକଲ୍ ଆତ୍ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍ ଲକ୍ମନ୍ ସୁକଲ୍ ଆତ୍ମା ପାଇଆଚତ୍, ସେ ଲକ୍ମନ୍କେ ଏ ଆତ୍ମାର୍ ବିସଇ ସିକାଇଲୁନି । ମାତର୍ ସୁକଲ୍ଆତ୍ମା ନ ପାଇ ରଇବା ଲକ୍, ଆତ୍ମାର୍ ବିସଇ ନ ମାନେ, ମାତର୍ ସେଟାମନ୍ ତାର୍ପାଇ ଗଟେକ୍ କାଇଟା ନାଜାନ୍ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍ ଆତ୍ମା ସିକାଇଲେ ସେ ବୁଜିଅଇସି ।
ଏ ଜଗତର୍ ଲକ୍ମନ୍ ତାକର୍ ଚାଲାକିସଙ୍ଗ୍ ପର୍ମେସର୍କେ ନ ଜାନତ୍ ବଲି, ସେ ନିଜର୍ ଗିଆନ୍ ଇସାବେ ଟିକ୍କଲା । ଆମେ ଜାନାଇବା ବିସଇ ଜନ୍ଟା କି କାଇ ମୁଲିଅ ନାଇ ବଲି ଲକ୍ମନ୍ କଇବାଇ, ସେଟା ବିସ୍ବାସ୍ କର୍ବା ଲକ୍ମନ୍କେ ମୁକ୍ତି ଦେବାକେ ପର୍ମେସର୍ ସାର୍ଦା ଅଇଲା ।
ଜିଉଦିମନ୍ କାବା ଅଇଜିବା ଚିନ୍ ପାଇ ଦାବି କଲାଇନି । ଗିରିକ୍ମନ୍ ଗିଆନ୍ କଜ୍ଲାଇନି । ମାତର୍ ଆମେ କୁରୁସ୍ ଉପ୍ରେ ଚଗାଇ ଅଇରଇବା କିରିସ୍ଟର୍ ବିସଇ ଜାନାଇଲୁନି । ଏ କାତା ସୁନ୍ଲେ ଜିଉଦିମନ୍ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍ମନ୍ ସେ କାତାର୍ କାଇ ମୁଲିଅ ନାଇ ବଲି ବାବ୍ଲାଇନି । ମାତର୍ ଜିଉଦି ଅଅତ୍, କି ଜିଉଦି ନଇଲା ଲକ୍ ଅଅତ୍, ଜନ୍ ଲକ୍ମନ୍ ବାଚି ଅଇଆଚତ୍, ସେମନର୍ ପାଇ କିରିସ୍ଟ ପର୍ମେସରର୍ ବପୁ ଆରି ପର୍ମେସରର୍ ଗିଆନ୍ ପାରା ଆଚେ ।
କାଇକେବଇଲେ କିରିସ୍ଟ ମକେ ଡୁବନ୍ ଦେବାକେ ପାଟାଏ ନାଇ, ନିମାନ୍ କବର୍ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍ମନର୍ ଗିଆନ୍ ଇସାବେ ସେଟା ମୁଇ କର୍ତି, ସେନ୍ତାର୍ ଆଲେ କିରିସ୍ଟର୍ କୁର୍ସର୍ କବରର୍ ବପୁ ଉନା ଅଇତା ।
ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।