Bom ânimo
Tende bom ânimo! Jesus repetiu estas palavras aos seus discípulos em meio às tempestades. No mundo tereis aflições, mas Ele já venceu o mundo — e nos dá coragem para enfrentar tudo.
ମିର୍ ଏଣ୍ତେସ୍ ନା ୱାଲେ ମାନ୍ଞ୍ଜି ସାନ୍ତି ପୟ୍ନିଦେର୍, ଇୟାଉଣ୍ତିଙ୍ଗ୍ ନାନ୍ ମିଙ୍ଗିଁ ଇୟାୱିଜୁ ବିସୟ୍ ୱେର୍ତାମାନା । ଜଗତ୍ଦୁ ମି ଉଣ୍ତିଙ୍ଗ୍ କାସ୍ଟୁ ମାନାତ୍, ମାତର୍ ସାସ୍ ଆସ୍ତୁ, ନାନ୍ ଜଗତ୍ତିଙ୍ଗ୍ ଜିଣାକିତାମାନା ।
ନିନ୍ ତିଲାମା, ଇର୍ରିଙ୍ଗ୍ ମାପ୍ ନି ୱାଲେ ମାନାପ୍; ନିରାସ୍ ଆମା, ଇରିଙ୍ଗ୍ ନାନୁ ନି ମାପୁରୁ; ମାପ୍ ନିଙ୍ଗିଁ ବପୁ କିନାପ୍; ହୁଁ, ମାପ୍ ନିଙ୍ଗିଁ ସାହାଜ୍ୟ କିନାପ୍; ହୁଁ, ମାପ୍ ନିଜେଦି ଦାର୍ମୁଦିୱାଜା ଉଣେରି କିୟୁଦୁ ନିଙ୍ଗିଁ ଆସ୍ନାପ୍ ।
ମାପୁରୁ ମାଙ୍ଗିଁ ଆମା ଆତ୍ମା ଦାନ୍ କିତାମାନାନ୍, ଆକା ମାଙ୍ଗିଁ ତାଗ୍ଇଲୋକ୍ କିଏତ୍, ମାରି ୱାନିମାଣାନ୍ ମାପ୍ ସାକ୍ତି, ଜିବନ୍ନୋନିକା ମାରି ଆତ୍ମାଦାନ୍ ପୁରାବର୍ତି ଆପିତ୍ ।
ନା ସକ୍ତିଦାତା କ୍ରିସ୍ତଦି ସାହାଜ୍ୟଦାନ୍ ନାନ୍ ୱିଜୁ କିଦେଙ୍ଗ୍ ଆଟ୍ସିନା ।
ଜିସୁ ଆୟାଦାପ୍ରେ ୱାରି ୱାଲେ ୱାର୍ଗିଜି ଇର୍ହାନ୍, "ସାସ୍ ଆସ୍ତୁ, ଇକାନ୍ ତୋ ନାନ୍, ତିଲାମାଟ୍ !"
ଇରିଙ୍ଗ୍ ୱିଜେରେ ଜିସୁଙ୍ଗୁଁ ସୁଡ଼ୁତାର୍ ତିଲାତା ସର୍ହାମାର୍ଆର୍ । ମାତର୍ ଜିସୁ ଆୟାଦାପ୍ରେ ୱାରିୱାଲେ ୱାର୍ଗିଜି ୱାରିଙ୍ଗ୍ ଇର୍ଆନ୍, ସାସ୍ ଆସ୍ତୁ, ତିଲାମାଟ୍, "ନାନ୍ ତୋ ଜିସୁ ।"
ଆବେଟ୍ ୱାନ୍ ତାନିଙ୍ଗ୍ ଇର୍ଆନ୍, "ଗାଡ଼ି, ନି ବିସ୍ବାସ୍ ନିଙ୍ଗିଁ ନେଗେନ୍ କିତାମାନାତ୍, ସାନ୍ତିଦାନ୍ ସାଙ୍ଗ୍ଆ ।"
ଆୟାଉଣ୍ତିଙ୍ଗ୍ ମାପୁ ୱିଜୁଦିନ୍ ସାହାସ୍ ଆସ୍ତିମାନିକା । ମାପ୍ ନେସ୍ନିକା, ଏସ ଦିନ୍ ମାପୁ ଇୟା ମେନ୍ଦଲ୍ତୁ ମାନ୍ଜିନିକା, ନାସ ଦିନ୍ ପ୍ରବୁଦି ଇଲୁଦାନ୍ ଆକମାନିଜି ଜିଜି ମାଡ଼ିନିକା ।
ସନିରାଉଦି ନାଣ୍ତିଙ୍ଗ୍ ନିନୁ ଏସ୍କାଙ୍ଗ୍ ସାକ୍ତି ସିଲେଣ୍ଡା ଆନି, ଆର୍ତିଙ୍ଗ୍ ନି ସାକ୍ତି ଉଣା ।
ମାରି, ତଡ଼ାନ୍କୁ, ସାହାସ୍ ଆସ୍ତୁ ! ଇରିଙ୍ଗ୍ ନାନୁ ମାପୁରୁଦିମାନୁ ବିସ୍ବାସ୍ କିନା, ନାଙ୍ଗିଁ ଆମାକା ୱେରାୟ୍ଆତାମାନାତ୍, ଟିକ୍ ଆୟାୱାଜା ଗଟାନାତ୍ ।
ନାନ୍ ଇୟା ବିସୟ୍ତାନ୍ ସତ୍ ଜେ, ଆମା ପ୍ରବୁ ମି ଲାକ୍ତୁ ଇୟା ନେଗିପାଣି ଆରାମ୍ କିତାମାନାନ୍, କ୍ରିସ୍ତ ଜିସୁ ମାରିଡ଼େସିୱାନି ଦିନ୍ତୁ ଇକା ସେସ୍ ଆନି ସାନ୍ଧି ୱାନ୍ ଆକା ପାଣି କିଜି ପୁରା କିନାନ୍ ।
ଇବେନୁ ମିର୍ ୱେଡ଼ିକା କିଜିନିଦେର୍, ଜଦିବା ଇଲେଇ ସାଣେକ୍ତି ଉଣ୍ତିଙ୍ଗ୍ ଏଣ୍ତେସ୍ ନାନି କାସ୍ଟୁ ଉଣ୍ତିଙ୍ଗ୍ ଦୁଃକ୍ବୋଗ୍ ବଗାଦେଙ୍ଗ୍ ମିଙ୍ଗିଁ ପଡ଼ାନାତ୍ ।
ମି ଲାକ୍ତୁ ୱାଜି ନାନୁ ପୟ୍ତିମାନି ଆତ୍ମିକ ଦାନ ବିସୟ୍ ମିଙ୍ଗିଁ ୱେର୍ନି ମାଣାନ୍ ମି ବିସ୍ବାସ୍ତିଙ୍ଗ୍ ଡାଟ୍ କିନା, ଇକା ନା ଅରେନ୍ୱାନି ବଦା । ଇୟାବାଣାନ୍ ମାପ୍ ନିଜେନିଜେଦିମାନୁ ବିସ୍ବାସ୍ତିଙ୍ଗ୍ ଆଟ୍ୱା କିଦେଙ୍ଗ୍ ଆଟ୍ନିକା ।
ଇୟାଉଣ୍ତିଙ୍ଗ୍ ମାପ୍ ଏସ୍କାଙ୍ଗ୍ ନିସାର୍ ଆଏପ୍ । ମା ମେନ୍ଧଲ୍ ଦିରେ ଦିରେ ୱିଜ୍ଜିନାତ୍ । ମାତର୍ ମା ଜିବନ୍ତିଆତ୍ମା ଦିନ୍ତିଙ୍ଗ୍ ଦିନ୍ ପୁନିକା ଆଜିନାତ୍ ।
ଆର୍ତିଙ୍ଗ୍ ଇଲେଇ ଏଣ୍ତେସ୍ କିଜିନିଦେର୍, ଟିକ୍ ଆୟାୱାଜା ନିଜେଦିଙ୍ଗ୍ ନି ଆଇୱାରିଙ୍ଗ୍ ୱେଡ଼ିକା ନି ସାହାଜ୍ୟ କିଜିମାନ୍ଡ୍ରୁ ।
ଇୟାଉଣ୍ତିଙ୍ଗ୍, ଏ ତଡ଼ାନ୍କୁ ନି ତାଙ୍ଗିଁକି, ମା ୱିଜୁ ଦୁଃକ୍କାସ୍ଟୁ ସମୟ୍ତୁ ମାପ୍ ମି ଉଣ୍ତିଙ୍ଗ୍ ସାସ୍ ଆଜିନାପ୍ । ମି ଡାଟ୍ ବିସ୍ବାସ୍ନେ ମାଙ୍ଗିଁ ସତ୍ତାନ୍ ଜିପିସ୍ କିତା ଇଟ୍ତାମାନାତ୍ ।