O que é bom
O que é bom vem de Deus. A Bíblia celebra a bondade divina e nos convida a discernir, praticar e desfrutar tudo o que é bom — porque toda boa dádiva vem do Pai das luzes.
ପର୍ମେସର୍ ନିଜେନେ ତିଆର୍ ଡିଙ୍ଗ୍କ୍ନେ ସାପା ଜିନିସ୍ ଆଡ଼ାତ୍ରା କେକେ, ଆରି କେଲା, ସାପା ଜାବର୍ ନିମାଣ୍ଡା । ଆତ୍ବାନ୍ ଲମ୍ଡିଗ୍ ଆରି ଞ୍ଜିର୍ ଡିଂଚେଃ ତୁର୍ ଦିନ୍ ଡିଂକେ ।
ମେଃଡାଗ୍ଲା ନିଂ ଆପେକେ ନିମାଣ୍ଡାଃ ସିକ୍ୟା ବିଃଣ୍ଡିଂକେ, ନିଂନେ ଆଦେସ୍ ଆଆନ୍ତାର୍ଗେପା ।
ନିଜର୍ ତୁମୁଆଃନେ ସାମୁଆଁରେ ରେମୁଆଁନେ ସାର୍ଦା ଡିଂଏ, ବାରି ସମାନ୍ ବେଲାନେ ସାମୁଆଁ ଡିରକମ୍ ନିମାଣ୍ଡାଃ !
ଅ ନିଂନେ ଉଙ୍ଗ୍, ନା ଞ୍ଜୁଙ୍ଗ୍ ଚଙ୍ଗ୍, ମେଃଡାଗ୍ଲା ଆତେନ୍ ନିମାଣ୍ଡାଃ; ବାରି, ଞ୍ଜୁଙ୍ଗ୍ଟାଟା ଚଙ୍ଗ୍, ମେଃଡାଗ୍ଲା ଆତେନ୍ ନାନେ ତୁମୁଆଃକେ ମ୍ବ୍ରେ ଲାଗେଏ । ଗିଆନ୍ ନାନେ ଜିବନ୍ ଆଡ଼ାତ୍ରା ଦେତ୍ରକମ୍ ଡାଗ୍ଚେଃ ନା ନାମ୍ୟାଃଏ; ନା ଆତେନ୍ ନାଅବାଲା, ଇନାମ୍ ଲେଃକେସାଃ ନାନେ ଆସା ବିନେ ଆଡିଂ ଣ୍ଡୁ ।
ଗିଆନ୍ ନ୍ତା ଞ୍ଜାଇଂନେ ବାନ୍ ସିକେ ଲେଲା ନିମାଣ୍ଡା; ଆରି, ମ୍ୱ୍ରଲେକ୍ନେ ରେମୁଆଁଇଂ ଆଡ଼ାତ୍ରା ଆତେନ୍ ବେସି ମୁଲ୍ୟବାନ୍ ।
ତେସା ନିୟମ୍ ପବିତ୍ର ବାରି ମେଁନେ ଆଦେସ୍ ସାପା ପବିତ୍ର ନିୟମ୍ ବାବ୍ରେ ବାରି ନିମାଣ୍ଡା ।
ଆକେନ୍ ମଞ୍ଚ୍ପୁର୍ନେ ମାପେନେ ଡୁଡୁ ଇସାବ୍ରେ ବେବଆର୍ ଆଡିଙ୍ଗ୍ଗେପା । ଇସ୍ପର୍ ପେନେ ମନ୍ ବାବ୍ନାକେ ପୁରାପୁରି ଆବଦ୍ଲେଏ ବାରି ପେନେ ଗର୍ବେନେ ମନ୍ ପୁରାପୁରି ବଦ୍ଲେଲେ । ତେଲା ଇସ୍ପର୍ନେ ଇକ୍ଚା ମେଃନେ ମେଁ ସାର୍ମୁଆନ୍ନିଆ ମେଃନେ ସାପା ସାମୁଆଁ ସତ୍ ମନ୍କେ ବାକେ ରକମ୍ ବାରି ନିମାଣ୍ଡା ଆକେନ୍ ପେ ମ୍ୟା ପେୟାଏ ।
ପେ ଆଜାକେ ନିମାଣ୍ଡା ଡାଗ୍ଚେ ମନେ ବାବେ ପେଡିଙ୍ଗ୍ ଆତ୍ବାନ୍ ପେନି ବଦ୍ଲାମ୍ ଆଡିଙ୍ଗ୍ଲେ ।
ନେଙ୍ଗ୍ ସେନୁଗ୍ ଗୁଆରି ଣ୍ଡିଙ୍ଗ୍ଏ ପାର୍ତନା ଡିଙ୍ଗ୍ନେ ବେଲା ସାପାରେ ନ୍ସା ଇସ୍ପର୍ନେ ଡାଗ୍ରା ପାର୍ତନା ନିବେଦନ ବାରି ଦନ୍ୟବାଦ୍ ଆମ୍ୟାପା ଦେକ୍ ରକମ୍ ବିନ୍ ବିନ୍ନେ ସାସନ୍ ଡିଙ୍ଗ୍ଣ୍ଡ୍ରେ ବାରି ଇଃସାଙ୍ଗ୍ଇଂ ନ୍ସା ପାର୍ତନା ଡିଙ୍ଗ୍ପା । ଡିରକମ୍ ଇସ୍ପର୍ନେ ବକ୍ତିନ୍ନିଆ ସାନ୍ତିରେ ଜିବନ୍ଜାପନ୍ ନେଡିଙ୍ଗ୍ପା । ବାରି ବିନ୍ ବିନ୍ଣ୍ଡ୍ରେନେ ଆଡ଼ାତ୍ରା ସୁକ୍ ସାନ୍ତିରେ ଜିବନ୍ଜାପନ୍ ନେଡିଙ୍ଗ୍ପା । ଦେକ୍ ରକମ୍ ପାର୍ତନା ଆମ୍ବ୍ରଣ୍ଡ୍ରେ ଇସ୍ପର୍ନେ ଡାଗ୍ରା ନିମାଣ୍ଡା ବାରି ଗ୍ରଅନ୍ ଡିଙ୍ଗ୍ଏ ।
ପର୍ମେସର୍ ଆଣ୍ଡିନେ ସାପା ତିଆର୍ ଡିଙ୍ଗ୍ ବକେ ଆତେନ୍ ସାପା ନିମାଣ୍ଡା ଲେଃଏ । ପର୍ମେସର୍କେ ଦନ୍ୟବାଦ୍ ବିଃକ୍ନେ ଇଡ଼ିଙ୍ଗ୍ ମେଁନେ ତିଆର୍ ଡିଙ୍ଗ୍କ୍ନେ ଆଣ୍ଡିନେ ବିସୟ୍ ଗ୍ରଅନ୍ ଡିଙ୍ଗ୍ ନ୍ସା ମନା ଡିଙ୍ଗ୍ନେ ଟିକ୍ ଣ୍ଡୁ । ପର୍ମେସର୍ ବାନ୍ ତିଆର୍ ଡିଙ୍ଗ୍କ୍ନେ ସାପା ବିସୟ୍ ପର୍ମେସର୍ ବାସଙ୍ଗ୍ ବକ୍ନେ ସାମୁଆଁ ବାନ୍ ବାରି ପାର୍ତନା ବାନ୍ ପବିତ୍ର ଡିଙ୍ଗ୍ଲେଃଏ ।
ସାପା ନିମାଣ୍ଡା ଦାନ୍ ବାରି ସାପାବାନ୍ ମ୍ନା ପୁରୁସ୍କାର୍ କିତଂନେ ଆବା ବାନ୍ ପାଙ୍ଗ୍ଲେଃଏ । ମେଁ ସାପା ଆର୍କେ ସ୍ନି ଚାଙ୍କୁଆନେ ତିଆର୍ ଡିଙ୍ଗ୍ଣ୍ଡ୍ରେ । ମେଁ ନ୍ଲୁଡ଼୍ୟା ଡିଙ୍ଗ୍ଚେ ଆବଦ୍ଲେ ଣ୍ଡୁ ।
ବିତିଗ୍ ନିମାଣ୍ଡା ଜିନିସ୍, ମାତର୍ ବିତିଗ୍ ଜଦି ମେଁନେ ବିସେଃବିଗ୍ ଆନ୍ତାର୍ଏ, ଆମେକେ ଆରି ମୁଇଂତର୍ ଡିରକମ୍ ବିସେଃବିଗ୍ ଆଃଡିଙ୍ଗ୍ଡିଂଏ ? ପେ ବିତିଗ୍ ସୁଗା ନିମାଣ୍ଡା ଗୁନ୍ରେ ବର୍ତି ଡିଙ୍ଗ୍ପା । ସାପା ମାନ୍ଦା କୁଡ଼େଚେ ନିମାଣ୍ଡା ଲାଃଲାପା ।"