O que é bom
O que é bom vem de Deus. A Bíblia celebra a bondade divina e nos convida a discernir, praticar e desfrutar tudo o que é bom — porque toda boa dádiva vem do Pai das luzes.
ପର୍ମେସର୍ ନିଜେ ତିଆର୍ କଲା,ସବୁଜାକକେ ଦେକ୍ଲା ଆରି ଦେକା ସର୍ତେ ଜାକ ବେସି ନିକ ଲାଗ୍ଲା, ତେବର୍ ପାଇ ସଞ୍ଜଅଇ ସାକାଲ୍ ପାଇଲାକେ ଚଅଦିନ୍ ଅଇଲା।
କାଇକେବଇଲେ ମୁଇଁ ତମ୍କେ ନିମାନ୍ ସିକିଆ ଦେଲିନି, ମର୍ ଆଦେସ୍କେ ପାସ୍ରା ନାଇଁ।
ନିଜର୍ ଟଣ୍ଡେ ଅନି ଉତର୍ ଦେଲେ ଲକ୍ମନ୍କେ ସାର୍ଦା ଲାଗ୍ସି, ମାତର୍ ଦର୍କାର୍କେ ଆଇବା ବେଲେ କାତା କଇବାଟା କେତେକ୍ ନିମାନ୍ !
ଏ ମର୍ ପିଲା, ତୁଇ ମୁଁ କା; ସେଟା ନିମାନ୍; ଆରି ମୁଁ ରସ୍ ଚାକ୍, କାଇକେବଇଲେ ସେଟା ତମର୍ ଟଣ୍ଡ୍କେ ସୁଆଦ୍ ଲାଗ୍ସି । ଗିଆନ୍ ତର୍ ଜିବନର୍ ପାଇଁ ସେରକାମ୍ ସୁଆଦ୍ ବଲିକରି ଜାନି ପାର୍ସୁ; ତମେ ସେଟାକେ ମିଲାଇଲେ ଇନାମ୍ ଆଚେ ତମର୍ ଆସା ବର୍ସା ବାଙ୍ଗି ନ ଜାଏ ।
ଗିଆନ୍ ଆନିଦାଦିମନର୍ ଅଦିକାର୍ ପାରା ନିକ୍; ଆରି ବଞ୍ଚି ରଇବା ଲକ୍ମନ୍କେ ସେଟା ଅଦିକ୍ ଲାବ୍ ।
ନିୟମ୍ ପର୍ମେସରର୍ଟାନେଅନି ଆଇଲାକେ ସୁକଲ୍ ଆଚେ । ତାର୍ ଆଦେସ୍ ସବୁ ସୁକଲ୍, ଟିକ୍ ଆରି ବେସି ନିକ ।
ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କୁରାଇସି, ସେଟା ଜାନି ପାର୍ସା ।
ଜଦି ଆରି କନ୍ ରକାମ୍ ଚଲାଚଲ୍ତି ପର୍ମେସରର୍ ମନ୍କେ ଜାଏ ନାଇ ବଲି କେତେଟା ବିସ୍ବାସି ବାବ୍ବାଇ, ମାତର୍ ସେଟା ବଲ୍ ବଲି ତମେ ବାବ୍ସା ବଇଲେ ସେଟା କରା ନାଇ । ସେନ୍ତାର୍ଆଲେ ସେଟା ନିକ ନଏଁ ବଲି କେ ବାବିନାପାରତ୍ ।
ପର୍ତୁମ୍ ବିସଇ ତମ୍କେ ଡାଟ୍ସଙ୍ଗ୍ କଇଲିନି, ସେଟା ଅଇଲାନି ସବୁର୍ଟାନେଅନି ମୁକିଅ ବିସଇ । ସବୁ ଲକ୍ମନର୍ପାଇ ପର୍ମେସର୍କେ ଗୁଆରି କରା । ସେମନର୍ପାଇ ପାର୍ତନା କରି ମଜାଇ ଉଆ ଆରି ସେମନର୍ ପାଇ ତାକେ ଦନିଅବାଦ୍ ଦିଆସ୍ । ରାଜା ମନ୍କେ ଆରି ଅଦିକାରେ ରଇକରି ସାସନ୍ କର୍ବା ଲକ୍ମନର୍ପାଇ ପାର୍ତନା କରା । ସେନ୍ତାରି କଲେ କାଇଟା ନ ଅଇତେ ସାନ୍ତିସଙ୍ଗ୍ ରଇପାର୍ସା । ଆରି ଆମେ କାକେ ନ ଡର୍ତେ ପର୍ମେସର୍କେ ପାର୍ତନା କରି ତାର୍ ମନ୍ କଲା ଇସାବେ ଚଲାଚଲ୍ତି କରିପାର୍ବୁ । ଲକ୍ମନର୍ ପାଇ ଏନ୍ତାରି ପାର୍ତନା କର୍ବାର୍ ଦର୍କାର୍ ଆକା । କାଇକେବଇଲେ ଏ ରକାମର୍ ପାର୍ତନା ଆମର୍ ଉଦାର୍କାରିଆ ପର୍ମେସର୍କେ ସାର୍ଦା କୁରାଇସି ।
ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ । କାଇକେବଇଲେ ପର୍ମେସର୍ କଇରଇବା ବାକିଅ ଆରି ଆମର୍ ପାର୍ତନା ବିସଇ ସବୁ ସୁକଲ୍ ଅଇଆଚେ ।
ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
"ନୁନ୍ ଗଟେକ୍ ନିମାନ୍ ଜିନିସ୍ । ମାତର୍ ନୁନ୍ ଜଦି ତାର୍ କରିଆ ଅଇବାଟା ଆରାଇସି ବଇଲେ ସେ ଆରି ତରେକ୍ କେନ୍ତାର୍ କରିଆ ଅଇପାର୍ସି ? ତମେ ନୁନ୍ ପାରା ନିମାନ୍ ଗୁନେ ପୁରାପୁରୁନ୍ ଅଇ ସବୁଲକ୍ମନର୍ ସଙ୍ଗ୍ ମିସି ବିଡି କରି ସୁଆଲେ ରୁଆ" ବଲି କଇଲା ।