Casa de Deus
A casa de Deus é lugar de adoração, refúgio e encontro com o Sagrado. A Bíblia exalta o tabernáculo, o templo e a igreja como morada do Altíssimo entre seu povo.
A presença de Deus
Quão amáveis são os teus tabernáculos! Uma coisa pedi ao Senhor: habitar na casa do Senhor todos os dias da minha vida.
O templo
Minha casa será chamada casa de oração. O zelo da tua casa me consumiu. O verdadeiro templo é o corpo do cristão.
ଜିସୁ ମନ୍ଦିର୍ ବିତ୍ରେ ପୁରିକରି ତେଇ ଗେନା ବିକା କର୍ତେ ରଇବା ସବୁ ଲକ୍ମନ୍କେ ବାର୍କରାଇ ଦେଲା । ଡାବୁ ବାଦ୍ଲାଉମନର୍ ଟେବୁଲ୍ ଆରି ପରୁଆ ବିକୁମନର୍ ବସ୍ବାଟା ପାସ୍ଲାଇ ଦେଲା । ଜିସୁ ସେମନ୍କେ କଇଲା, "ଦରମ୍ ସାସ୍ତରେ ଲେକା ଆଚେ, ମର୍ ମନ୍ଦିର୍ ପାର୍ତନା ଗର୍ ବଲି ନାଉଁ ଅଇସି । ମାତର୍ ତମେ ତାକେ ଚର୍ମନର୍ ଆକାଡା ସାଲ୍ ପାରା କରିଆଚାସ୍ ।"
ସେ ବେଲା ଜିଉଦି ଲକ୍ମନର୍ ନିସ୍ତାର୍ ପରବ୍ କେଟି ଆଇତେ ରଇଲା । ସେଟାର୍ପାଇଁ ଜିସୁ ଜିରୁସାଲମେ ଗାଲା । ତେଇ ସେ ମନ୍ଦିର୍ ବିତ୍ରେ, ଲକ୍ମନ୍ ଗରୁଗାଇ ମେଣ୍ଡା, ଆରି ପାରୁଆମନ୍ ବେବାର୍ କର୍ବାଟା, ଆରି ବିନ୍ ଦେସର୍ ଡାବୁ ବାଦ୍ଲାଉମନ୍ ସେମନର୍ ଟେବୁଲେ ବସିରଇଲାଟା ଦେକ୍ଲା । ତେଇ ଜିସୁ କସିରା ସଙ୍ଗ୍ କର୍ଡା ତିଆର୍ କରି ମେଣ୍ଡା ଆରି ଗରୁମନର୍ ସଙ୍ଗ୍ ସବୁ ଲକ୍ମନ୍କେ ମନ୍ଦିରେଅନି ବାର୍କରାଇ ଦେଲା । ଆରି ଲକ୍ମନର୍ତେଇ ଅନି ବାଦ୍ଲାଇ ନେବା ଡାବୁ ସବୁ ବିଚିଦେଇ ସେମନର୍ ଟେବୁଲ୍ ପାସ୍ଲାଇ ଦେଲା । ପରୁଆ ବିକ୍ବା ଲକ୍ମନ୍କେ କଇଲା, "ଏ ସବୁ ଦିନ୍ସୁ ଇତିଅନି ଦାରିଜା । ମର୍ ବାବାର୍ ଗରେ ଗେନା ବିକା ଜାଗା ପାରା କରାନାଇ ।" ଏ ସବୁ ଗଟ୍ନା ଅଇବାବେଲେ ଜିସୁର୍ ସିସ୍ମନ୍ ପର୍ମେସରର୍ ସାସ୍ତରେ ଲେକାଅଇଲା ଗଟେକ୍ ବାକିଅ ଏତାଇଲାଇ । ତମର୍ ଗରର୍ ପାଇ ରଇବା ମର୍ ବକ୍ତି, ମର୍ ମନ୍ ବିତ୍ରେ ଜଇ ଲାଗ୍ଲା ପାରା ଲାଗ୍ଲାନି ।
ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ ।
କାଇକେବଇଲେ ଜଦି ମର୍ ଆଇବାଟା ଅଲ୍ସମ୍ ଅଇଲେ ମିସା, ପର୍ମେସରର୍ କୁଟୁମ୍ ଇସାବେ ମଣ୍ଡଲିଟାନେ ତମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ କେନ୍ତାରି ମିସିକରି ରଇବାର୍ଆଚେ, ସେ ବିସଇ ତମେ ଜାନ୍ସା । ଏ ମଣ୍ଡଲି ପର୍ମେସରର୍, ଜେକି ସତଇସେ ବଁଚିଆଚେ । ସେ କୁନାଦି ଆରି ମୁଲ୍ ଡେଲି ପାରା ଅଇ ସତ୍ ବିସଇକେ ଡାଟ୍ କରାଇଲାନି ।
ମାତର୍ କିରିସ୍ଟ ଅବ୍କା ଗତିଦାଙ୍ଗ୍ଡାସେ ନ ରଇ ଗଟେକ୍ ପଅ ରଇଲା । ତାର୍ ବାବାର୍ ଗରେ ରଇବା ସବୁ ଦାଇତ୍ ସେ ସତ୍ ବାବେ କଲା । ଆମେ ଜଦି ମୁର୍ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍ କୁଟୁମେ ମିସ୍ବୁ ।
ତିପାନ୍ ଆରି କଇଲା, "ମରୁବାଲିବୁଏଁ ଆମର୍ ଆନିଦାଦିମନ୍ ରଇଲାବେଲେ ପର୍ମେସର୍ ସେମନ୍କେ ଲେକି ଦେଇରଇବା ନିୟମ୍ ମନ୍ ବିତ୍ରେ ରଇଲା । ସେଟା ପର୍ମେସର୍ ମସାକେ ଜେନ୍ତି ତମୁ ତିଆର୍ କର୍ବାକେ କଇରଇଲା, ଆରି ତାକେ ଜନ୍ କାମ୍ ଦେକାଇ ରଇଲା, ଏଟା ସେନ୍ତାରିସେ ତିଆର୍ ଅଇରଇଲା ।"
"ପଚେ ଆମର୍ ଆନିଦାଦିମନ୍ ସେମନର୍ ଆନିଦାଦିମନର୍ ଟାନେଅନି ମିଲାଇକରି ସେ ତୁମ୍ ଜିଅସୁଅ ସଙ୍ଗ୍ ବଇ ଦାରିଗାଲାଇ । ଆରି ପର୍ମେସର୍ ବାର୍କରାଇ କେଦି ରଇବା ବିନ୍ ଜାତିମନର୍ ଦେସ୍, ସେମନ୍ ଅଦିକାର୍ କଲାଇ । ଦାଉଦର୍ ସାସନ୍ ବେଲେ ଜାକ ସେ ତମୁ ତେଇସେ ରଇଲା । ଦାଉଦ୍ ପର୍ମେସରର୍ ମନ୍କେ ଜାଇରଇଲାଜେ ଜାକୁବର୍ ପର୍ମେସରର୍ ପାଇ ଗଟେକ୍ ମନ୍ଦିର୍ ତିଆର୍ କର୍ବି ବଲି ତାର୍ ଆଦେସ୍ ପାଇବାକେ ମନ୍ କର୍ତେ ରଇଲା । ପଚେ ସେ ମନ୍ଦିର୍ ଦାଉଦର୍ ପଅ ସଲ୍ମନ୍ ତିଆର୍ କର ବଲି ମନ୍କଲା ।"
ଅଇଲେ ମିସା ସବୁର୍ ଉପ୍ରର୍ ପର୍ମେସର୍ ଲକ୍ମନ୍ ତିଆର୍ କଲା ଗରେ ବାସା ନ କରେ । ଏ ବିସଇ ବବିସତ୍ବକ୍ତା ଲେକ୍ଲା ଆଚେ,
ମାପ୍ରୁ କଇଲାନି, ସରଗ୍ ମର୍ ବସ୍ବା ଜାଗା
ଦର୍ତନି ଅଇଲାନି ମର୍ ପାଦର୍ ପିଡା ।
ତମେ ମର୍ପାଇ କେନ୍ତାରି ଗର୍ ତିଆର୍ କର୍ସା ?
ମୁଇ ପୁଣ୍ଡ୍ବାକେ କନ୍ତି ଜାଗା ଆଚେ କି ?
"ମୁଇ ନିଜେ କାଇ ଏ ସବୁ ବିସଇ ତିଆର୍ କରି ନାଇ କି ?"
ସବୁବେଲର୍ ମାପ୍ରୁ ଏନ୍ତାରି ବଲିକରି କଇଲା ଆଚେ, ସରଗ୍ ଅଇଲାନି ମର୍ ସିଆଁସନ୍ ଆରି ପୁର୍ତିବି ଅଇଲାନି ମର୍ ପାଦ୍ ସଙ୍ଗଇବା ଜାଗା; ତମେ ମର୍ ପାଇଁ କେନ୍ତାର୍ ରକାମର୍ ଗର୍ ମର୍ ପାଇଁ ତିଆର୍ କର୍ସା ? ଆରି କନ୍ ଜାଗା ମର୍ ବିସ୍ରାମ୍ କର୍ବା ଗର୍ ଅଇସି । କାଇକେ ବଇଲେ ମର୍ ଆତ୍ ଏଟାମନ୍ ସବୁକେ ଜାକ ତିଆର୍ କଲା ଆଚେ, ଆରି ସେଟାର୍ ପାଇଁ ବଲିକରି ଏଟାମନ୍ ସବୁଜାକ ଜାତ୍ ଅଇଲା , ଏନ୍ତାର୍ ବଲିକରି ସବୁବେଲର୍ ମାପ୍ରୁ କଇଲା ଆଚେ; ମାତର୍ ଏ ଲକ୍ମନର୍ ପାଇଁ , କଇବାକେ ଗାଲେ ଜନ୍ ଲକ୍ମନ୍ ଦୁକ୍ରେ ଆଚତ୍ ଆରି ଦରମ୍ ଲକ୍ ଆରି ଜେ ମର୍ ବାକିଅକେ ଜାନାଇସି, ତାର୍ପାଇଁ ମୁଇ ଦେକ୍ବି ।
ତାର୍ପଚେ ନିଦ୍ ବାଙ୍ଗ୍ଲାକେ, ଜାକୁବ୍ ଜାଗ୍ରତା ଅଇ କଇଲା, ସତ୍ ସେ ଜାଗାଇ ସବୁବେଲର୍ ମାପ୍ରୁ ଆଚେ, ମାତର୍ ସେଟା ମୁଇଁ ନାଜାନ୍ଲି । ସେ ଡରିକରି ଆରିତରେକ୍ କଇଲା, ଏଟା କେନ୍ତାର୍ ବଏଁକାର ଜାଗା, ଏଟା ତ ପର୍ମେସରର୍ ଗର୍, ଏଟା ତା ସରଗର୍ ଦୁଆର୍ ।