Corpo é o templo de Deus
O corpo do cristão é templo de Deus. Ele habita em nós pelo Espírito Santo, fazendo do crente morada viva e sagrada do Altíssimo.
Templo do Deus vivo
Vós sois o templo do Deus vivo. Deus disse: habitarei neles e entre eles andarei. O criador mora em sua criação redimida.
ତମେ ନିକ ସଙ୍ଗ୍ ଜାନିଆଚାସ୍, ତମେ ଅଇଲାସ୍ନି ପର୍ମେସରର୍ ମନ୍ଦିର୍ । ଆରି ତାର୍ ଆତ୍ମା ତମର୍ ଗାଗଡ୍ ବିତ୍ରେ ବାସାଅଇଆଚେ । ଜଦି କେ ମିସା ପର୍ମେସରର୍ ମନ୍ଦିର୍ ନସାଇସି, ତେବେ ପର୍ମେସର୍ ତାକେ ନସାଇସି । କାଇକେବଇଲେ ପର୍ମେସରର୍ ମନ୍ଦିର୍ ସୁକଲ୍ଟା । ତମେମନ୍ ଆକା ସେ ମନ୍ଦିର୍ ।
ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ । କାଇକେବଇଲେ ପର୍ମେସର୍ ତମ୍କେ ଜବର୍ ଦାମ୍ ଦେଇକରି ଗେନିଆଚେ, ସେଟାର୍ ପାଇ ତମର୍ ଗାଗ୍ଡର୍ କାମ୍ ସଙ୍ଗ୍ ପର୍ମେସରର୍ ମଇମା କରା ।
ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ
" ଜନ୍ ଲକ୍ମନ୍ ମର୍ ଲକ୍,
ମୁଇ ସେମନର୍ ସଙ୍ଗ୍ ରଇବି ।
ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି ।
ଆରି ସେମନ୍ ମର୍ ଲକ୍ ଅଇବାଇ ।"
ତେବର୍ ପାଇ ଏ ଜିଉଦି ନଇଲା ଲକ୍ମନ୍, ତମେ ଆରି ବିନ୍ ଦେସେ ବାସା ଅଇରଇବାଲକ୍ ନୁଆସ୍ । ଏବେ ପର୍ମେସରର୍ ଲକ୍ମନର୍ସଙ୍ଗ୍ ତମେମିସା ତାର୍ ରାଇଜେ ମିସ୍ବା ଲକ୍ ଆରି ତାର୍ ଜାତିର୍ କୁଟୁମର୍ ଲକ୍ । ତମେ ମିସା ପେରିତ୍ ସିସ୍ମନ୍ ଆରି ବବିସତ୍ବକ୍ତାମନ୍ କରିରଇବା କୁନାଦି ଉପ୍ରେ, ତିଆର୍ ଅଇଲା ଗର୍ ପାରା । ସେ ଗର୍ କନର୍ ମୁଲ୍ ପାକ୍ନା ଅଇଲାନି କିରିସ୍ଟ ଜିସୁ । ସେ ଆକା ଗର୍କେ ସମାନ୍କରି ସଙ୍ଗଇଲା ଆଚେ ଆରି ମାପ୍ରୁର୍ପାଇ ଗଟେକ୍ ସର୍ପିଦେଲା ସୁକଲ୍ ମନ୍ଦିର୍ପାରା କଲାଆଚେ । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ, ଗଟେକ୍ ଗର୍ ପାରା ତମେ ସବୁକେ ମିସିକରି ତିଆର୍ କଲାନି । ଜେନ୍ତାରିକି ତମେ ପର୍ମେସର୍ ତାର୍ ଆତ୍ମାଇ ରଇବା ଗଟେକ୍ ବାସା ଅଇବା ଗର୍ ପାରା ଅଇସା ।
କାଇକେବଇଲେ ସବୁ ଗର୍ ମେସ୍ତୁରିସେ ତିଆର୍ କର୍ସି । ମାତର୍ ପର୍ମେସର୍ ସବୁ ବିସଇ ତିଆର୍ କଲାଆଚେ । ମସା ଗତିଦାଙ୍ଗ୍ଡା ଇସାବେ ପର୍ମେସରର୍ ଗରେ କାମ୍ କର୍ତେରଇଲା, ଆରି ପର୍ମେସର୍ ଜନ୍ଟା ଆଇବା ଦିନ୍ମନ୍କେ ଜାନାଇସି, ସେଟାଆକା ସେ କଇରଇଲା । ମାତର୍ କିରିସ୍ଟ ଅବ୍କା ଗତିଦାଙ୍ଗ୍ଡାସେ ନ ରଇ ଗଟେକ୍ ପଅ ରଇଲା । ତାର୍ ବାବାର୍ ଗରେ ରଇବା ସବୁ ଦାଇତ୍ ସେ ସତ୍ ବାବେ କଲା । ଆମେ ଜଦି ମୁର୍ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍ କୁଟୁମେ ମିସ୍ବୁ ।
ମସା ଗତିଦାଙ୍ଗ୍ଡା ଇସାବେ ପର୍ମେସରର୍ ଗରେ କାମ୍ କର୍ତେରଇଲା, ଆରି ପର୍ମେସର୍ ଜନ୍ଟା ଆଇବା ଦିନ୍ମନ୍କେ ଜାନାଇସି, ସେଟାଆକା ସେ କଇରଇଲା । ମାତର୍ କିରିସ୍ଟ ଅବ୍କା ଗତିଦାଙ୍ଗ୍ଡାସେ ନ ରଇ ଗଟେକ୍ ପଅ ରଇଲା । ତାର୍ ବାବାର୍ ଗରେ ରଇବା ସବୁ ଦାଇତ୍ ସେ ସତ୍ ବାବେ କଲା । ଆମେ ଜଦି ମୁର୍ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍ କୁଟୁମେ ମିସ୍ବୁ ।
Cristo em nós
Já não sou eu quem vive, mas Cristo vive em mim. A presença de Deus no crente é privilégio e responsabilidade sagrada.
ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
ଜିସୁ ତାକେ କଇଲା, "ଜନ୍ ଲକ୍ ମକେ ଆଲାଦ୍ କର୍ସି ସେ ମୁଇ ସିକାଇବା ବାକିଅ ମାନ୍ସି । ସେନ୍ତି କଲେ ମର୍ ବାବା ପର୍ମେସର୍ ତାକେ ଆଲାଦ୍ କର୍ସି । ବାବା ଆରି ମୁଇ ଆସି ସେ ଲକର୍ ଟାନେ ରଇବୁ ।
ପରମେସରର୍ ଲଗେ ଆଇବାଟା
ଏ ମର୍ ବାଇବଇନିମନ୍, ଜିସୁର୍ ମରନର୍ ଲାଗି ଆମେ ଅଦିକ୍ ସୁକଲ୍ ଜାଗାଇ ପୁର୍ବାକେ ଆମ୍କେ ଅଦିକାର୍ ଆଚେ । କାଇକେବଇଲେ, ତାର୍ ଗାଗଡ୍ ସର୍ପି ଅଇଲାକେ ପାର୍ଦାବାଟେ ଆମ୍କେ ନୁଆ ଆରି ଜିବନ୍ ରଇବା ବାଟ୍ ଉଗାଡିଦେଲା ଆଚେ । ଆରି ସେତ୍କିସେ ନଏଁ, ଆମ୍କେ ଏବେ ଗଟେକ୍ ବଡ୍ ପୁଜାରିଆଚେ । ଜେ କି ପରମେସର୍ ଗରର୍ ଅଦିକାରେ ରଇବା ଲକ୍ । ସେଟାର୍ପାଇଁ ତେବେ ଆସା, ଆମେ ସତଇସେ ମନ୍କରି ଆରି ଡାଟ୍ସଙ୍ଗ୍ ବିସ୍ବାସ୍ କରି ପର୍ମେସରର୍ ଲଗେ ଜୁ । ଆମର୍ ବିବେକ୍ ଆମ୍କେ ଦସ୍ ନ ଦେଲାପାରା କିରିସ୍ଟର୍ ବନିସଙ୍ଗ୍ ଚିଚିଅଇକରି ଦଇଅଇ ରଇବାର୍ ଆଚେ । ଆରି ଆମର୍ ଗାଗଡ୍ ସୁକଲ୍ ପାନିସଙ୍ଗ୍ ଦଇଅଇଲାପାରା ରଇବାର୍ ଆଚେ ।
ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।