Chamada
A chamada de Deus é irrevogável. Ele nos chamou das trevas para a sua maravilhosa luz — para sermos santos, discípulos e instrumentos de sua graça no mundo.
Chamados por Deus
Fostes chamados para a liberdade. A chamada de Deus é dom irrevogável que nos convida à santidade e ao serviço.
ମାତର୍ ତମ୍କେ ଡାକ୍ଲା ମାପ୍ରୁ ଜେନ୍ତାର୍ ସୁକଲ୍ ଆଚେ, ସେନ୍ତାରିସେ ତମେମନ୍ ମିସା ତମର୍ ସବୁ ବିସଇଟାନେ ସୁକଲ୍ ଉଆ । ତେବେ ସାସ୍ତରେ ଲେକା ଆଚେ, ପର୍ମେସର୍ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍, ତମେ ମିସା ସେନ୍ତାରି ସୁକଲ୍ ଉଆ ।
ସେନ୍ତାରି ଚଲାଚଲ୍ତି କର୍ବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । କିରିସ୍ଟ ତମର୍ପାଇ ଦୁକ୍କସ୍ଟ ମୁର୍ଚି କରି, ତମେ ଚଲାଚଲ୍ତି କର୍ବାଟା ଦେକାଇଆଚେ ।
ତମର୍ ବିରୁଦେ କେ କାରାପ୍ କାମ୍ କଲେ ତାକେ ବେର୍ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍ ଲାଗାଆ ନାଇ । ତାର୍ ବାଦୁଲେ ପର୍ମେସର୍ ସେମନ୍କେ ଦୟା ଦେକାଇବାକେ ପାର୍ତନା କରା । କାଇକେବଇଲେ ସେ ତମ୍କେ ଡାକ୍ଲାବେଲେ ମୁଇ ତମ୍କେ ଆସିର୍ବାଦ୍ କର୍ବି । ବଲି କାତା ଦେଇରଇଲା ।
ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା ।
ଜେ ତମ୍କେ ବାଚ୍ଲା ଆଚେ, ସେ ସେଟା କର୍ସି । କାଇକେବଇଲେ ସେ ବିସ୍ବାସ୍ ରକ୍ବା ଲକ୍ ।
ଆମେ ସବୁ ବିସ୍ବାସି ବାଇବଇନିମନ୍ ଗଟେକ୍ ଗାଗଡ୍ ପାରା ଆରି ସବୁଲକ୍ ସମାନ୍ ଆତ୍ମା ମିଲାଇଆଚୁ । ସେନ୍ତାରିସେ ସମାନ୍ ଆସିର୍ବାଦ୍ ମିଲାଇବାକେ ସେ ଆମ୍କେ ଡାକ୍ଲାଆଚେ ।
ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇଁ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
A resposta à chamada
Deus é fiel, pelo qual fostes chamados. Ele nos escolheu, nos capacitou e nos enviou com propósito eterno.
ଜନ୍ ପର୍ମେସରର୍ ଲାଗି ତମେ ତାର୍ ପଅ ଜିସୁ କିରିସ୍ଟ, ଆମର୍ ମାପ୍ରୁର୍ସଙ୍ଗ୍ ମିସିବିଡି ରଇବାକେ ବାଚିଅଇ ଆଚାସ୍, ସେ ସେନ୍ତି କର୍ସି ଆକା ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କଲାସ୍ନି ।
ତେବର୍ ପାଇ, ପର୍ମେସର୍ ଏ ଜଗତର୍ କାଇ ଲଡାକେ ନ ଆସେ ବଲି କଇବା ଲକ୍ମନ୍କେ, ଆରି ସବୁବେଲେ ତଲେ ରଇ ଲକ୍ମନ୍ ଗିନ୍ କର୍ତେରଇବା ଲକ୍କେ ବାଚ୍ଲାଆଚେ । ଜେନ୍ତାର୍ କି ଜଗତ୍ ବିତ୍ରେ ଜନ୍ ଲକ୍ମନ୍ ବଡ୍ ବଲି ନାମାଇ ଅଇବାଇ, ସେମନ୍ କାଇ ଲଡାକେ ନ ଆସତ୍ ଆରି ପର୍ମେସରର୍ ମୁଆଟେ କେ ମିସା ବଡ୍ପନ୍ ଅଇ ନ କଅତ୍ ।
ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି ।
ଆମେ ତମର୍ଟାନେ ଜନ୍ ନିମାନ୍ କବର୍ ଜାନାଇଆଚୁ, ସେଟାର୍ଲାଗି ପର୍ମେସର୍ ତମ୍କେ ବାଚ୍ଲା ଆଚେ । ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଡାକ୍ପୁଟା ଅଇବା ଟାନେ ମିସାଇବାକେ ବାଚିଆଚେ ।
ପିତର୍ ସେମନ୍କେ କଇଲା, "ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି ।
ତମେ ମକେ ବାଚାସ୍ ନାଇ, ମାତର୍ ମୁଇ ତମ୍କେ ବାଚ୍ଲି ଆଚି । ଆରି ଜାଇକରି ଅଦିକ୍ ଅଦିକ୍ ପଲ୍ ଦାର୍ବାକେ ତମ୍କେ ଦାଇତ୍ ଦେଲି । ତମର୍ ପଲ୍ ସବୁ ଦିନର୍ ପାଇ ରଇସି । ତେବେ ତମେ ମର୍ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍ଲେ ମିସା ସେ ତମ୍କେ ଦେଇସି ।
ଜନ୍ ଲକ୍ମନ୍ ମର୍ ବିସଇରେ ନ ପାଚାର୍ଲାଇ,ସେମନ୍କେ କଜ୍ଲିନି; ଜନ୍ଲକ୍ ମନ୍ ମକେ ନ କଜ୍ଲାଇ, ସେମନ୍ ମକେ ପାଇଲାଇନି ଜନ୍ ବିଦେସି ଲକ୍ମନ୍ ମର୍ ନାଉଁକେ ନାଜାନି ରଇଲାଇ, ସେମନ୍କେ, ମକେ ଦେକା, ମକେ ଦେକା ବଲି ମୁଇଁ କଇଲି ।