A comunhão
A comunhão cristã é dom e mandamento. Juntos somos mais fortes. A Bíblia celebra a unidade dos crentes em Cristo como antecipação do céu na terra.
ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।"
ମୁଇ ତମ୍କେ ଗଟେକ୍ ନୁଆ ଆଦେସ୍ ଦେଲିନି, ତମେ ତମର୍ ନିଜର୍ ନିଜର୍ ବିତ୍ରେ ଆଲାଦ୍ କରା । ମୁଇ ଜେନ୍ତି ତମ୍କେ ଆଲାଦ୍ କଲିଆଚି, ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ କର୍ବାର୍ଆଚେ । ତମର୍ ନିଜର୍ ନିଜର୍ ବିତ୍ରେ ଆଲାଦ୍ ରଇଲେ, ତମେ ମର୍ ସିସ୍ ବଲି ସବୁଲକ୍ ଜାନ୍ବାଇ ।"
ଜିସୁକେ ବିସ୍ବାସ୍ କଲା ଲକ୍ମନ୍ ଗଟେକ୍ ଗରର୍ ଲକ୍ପାରାଅଇ ରଇତେ ରଇଲାଇ । ଆରି ତାକର୍ତେଇ କାଇକାଇଟା ରଇଲା, ସେଟା ସେମନ୍ ବାଟା କର୍ତେରଇଲାଇ । ତାକର୍ ବିତ୍ରେ କେତେଲକ୍ ଜମି ଆରି ନିଜର୍ପାଇ ରଇବାଟା ବିକିକରି, ସେ ଡାବୁ ଦର୍କାର୍ ଅଇଲା ଲକ୍ମନ୍କେ ଦେଇତେରଇଲାଇ । ସବୁଦିନ୍ ପାର୍ତନା କର୍ବା ମନ୍ଦିରେ ଗଟେକ୍ ଦଲ୍ଅଇ ମିସ୍ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍ଦାସଙ୍ଗ୍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ । ସେମନ୍ ପର୍ମେସର୍କେ ଡାକ୍ପୁଟା କର୍ତେରଇଲାଇ ଆରି ଜିରୁସାଲେମର୍ ସବୁଲକ୍ ସେମନ୍କେ ନିକ ବଲି ବାବ୍ତେରଇଲାଇ । ମାପ୍ରୁ ଜନ୍ ଲକ୍ମନ୍କେ ମୁକ୍ତି କର୍ତେରଇଲା, ଦିନ୍କେ ଦିନ୍ ସେମନର୍ ଦଲେ ମିସାଇତେରଇଲା ।
ତେବର୍ପାଇ ଏ ଲକ୍, ଜାର୍ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍ ବିସଇ ଆକା ଆମେ ତମ୍କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍ ସଙ୍ଗ୍ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍ମେସରର୍ ସଙ୍ଗ୍ ଆରି ତାର୍ ପଅ ଜିସୁ କିରିସ୍ଟର୍ ସଙ୍ଗ୍ ମିସିବିଡି ଆଚୁ ।
ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇଁ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
ତେବେ ତମେ ଜେନ୍ତାରି କଲାସ୍ନି, ସେନ୍ତାରି ନିଜର୍ ଲକ୍ମନ୍କେ ଦୁକ୍ ସାରାଆ । ଆରି ସାଇଜ କର୍ତେରୁଆ ।
ଏଟାର୍ ଲାଗି ତମର୍ ବିସ୍ବାସେଅନି ମର୍ ବିସ୍ବାସ୍ ଡାଟ୍ ଅଇସି ଆରି ମର୍ ବିସ୍ବାସେଅନି ତମର୍ ବିସ୍ବାସ୍ ଡାଟ୍ ଅଇସି ।
ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।
ଜେନ୍ତିକି ଲୁଆ ଲୁଆକେ ଲାଗନ୍ କର୍ସି, ସେ ରକାମ୍ ଗଟେକ୍ ଲକ୍ ମଇତରର୍ ମୁଁକେ ଚଁଚଲ୍ କରାଇସି ।
ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।
ସେନ୍ତି ବଇଲେ ଜେତେକ୍ ତର୍ ବେଲା ପାଇଲୁନି, ସବୁବେଲା ସବୁର୍ସଙ୍ଗ୍, ଜନ୍ଲକ୍ମନ୍ ଆମର୍ ବିସ୍ବାସି କୁଟୁମେ ମିସ୍ଲାଇ ଆଚତ୍, ସେମନର୍ ପାଇ ନିମାନ୍ କର୍ବାର୍ ଆମର୍ ଦାଇତ୍ ।
ଗଟେକ୍ଲକର୍ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍ଟ କଲା ପଲ୍, ପାଇବାଇ। ସେମନର୍ ବିତ୍ରେ ଗଟେକ୍ ଲକ୍ ଅସୁବିଦା ଅଇଲେ ମିସା ଆରି ଗଟେକ୍ ଲକ୍ ସାଇଜ କର୍ସି; ମାତର୍ ଜେ ଗଟେକ୍ ଲକ୍ସେ ରଇସି ତାକେ କାଇ ଅସୁବିଦା ଅଇଲେ ମିସା ସାଇଜ କର୍ବାଲକ୍ କେ ନ ରଅତ୍, ସେ ଗଟେକ୍ କସ୍ଟ ପାଇବା ଲକ୍ । ଆରି ଦୁଇ ଲକ୍ ମିସିକରି ସଇଲେ ତାତି ପୁଟାଇ ଦେଇସି; ମାତର୍ ଏକ୍ଲା ସଇଲେ ଗରମ୍ ଲାଗ୍ସିକି? କେବେ ଜଦି କେ ଏକ୍ଲା ରଇବା ଲକ୍କେ ମାର୍ସି ବଇଲେ ଦୁଇଲକ୍ ଅଇକରି ତାକେ ମାର୍ବାକେ ଚେସ୍ଟା କର୍ବାଇ; ଆରି ତିନ୍ଟା ମିସାଇ ବଁଅଁଲା ଡର୍ ନ ଚିଡେ ।