Dar
Dar é princípio do Reino de Deus. Jesus deu tudo — até a própria vida. A Bíblia nos ensina que é mais bem-aventurado dar do que receber, e que Deus ama ao que dá com alegria.
Dar com alegria
Deus ama ao que dá com alegria. Dai e dar-se-vos-á. O generoso prospera e quem abençoa será abençoado.
ଦାନ୍ ଦେବାକେ ତମେ ଜେନ୍ତି କାତାବାର୍ତା ଅଇଆଚାସ୍, ସେନ୍ତାରି ଦେବାର୍ଆଚେ । ଦୁକ୍ ଅଇକରି ନାଇ କି କେ ବାଇଦ କଲାର୍ପାଇ ନାଇ । କାଇକେବଇଲେ ତମେ ସାର୍ଦା ସଙ୍ଗ୍ ଦେଲେ ପର୍ମେସର୍ ସେଟା ମନ୍ କର୍ସି ।
ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି ।
ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି ।
ସେ ତମ୍କେ ସାଉକାର୍ କୁରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ ।
କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
ବିନ୍ ଲକ୍କେ ଦାନ୍ କରା, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦାନ୍ ଦେଇସି, ଲକ୍ମନ୍ ମାନ୍ଟାନେ କାଦି ପୁରୁନ୍କରି ତାକେ ଚାପି ଜୁଲାଇ, ଉଚ୍ଲାଇକରି, ତମର୍ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍ ଇସାବେ ତମେ ନାପ୍ସା, ସେ ଇସାବେ ସେ ତମ୍କେ ନାପି ଦିଆଅଇସି ।"
Princípios de generosidade
Honra ao Senhor com as tuas primícias. Não negues o bem a quem o merece. A alma generosa prosperará.
ତମେ ତମର୍ ଦନ୍ ଆରି ସବୁ ପର୍ତୁମ୍ ପଲ୍ଲା ପଲ୍ ସବୁବେଲର୍ ମାପ୍ରୁକେ ଦେଇ ଆଲାଦ୍ କରା ।
ଜଦି ଗଟେକ୍ ଲକ୍କେ ଉପ୍କାର୍ କର୍ବା ସକ୍ତି ତମର୍ ଆତେ ରଇଲେ, ଦାନ୍ କର୍ବା ଲକ୍ମନ୍କେ ମନା କରା ନାଇଁ ।
ଜନ୍ ଲକ୍ ଦୁକି ସୁକି ଲକ୍ମନ୍କେ ଦାନ୍ ଦେଇସି, ସେ ଲକ୍ ଆସିର୍ବାଦ୍ ପାଇସି, ଆରି ଜେ ବିନ୍ ଲକ୍କେ ପାନି ଚିଚ୍ସି, ସେ ନିଜେ ପାନି ଚିଚି ଅଇସି ।
ନର୍ଲକର୍ ଦାନ୍ ଦେବାଟା ତାର୍ପାଇଁ ବାଟ୍ ନିର୍ମଲ୍ କର୍ସି, ଆରି ବଡ୍ ଲକ୍ମନର୍ ଲଗେ ତାକେ ଆନ୍ବାଇ ।
କେତେକ୍ ଲକ୍ ଦିନ୍ସାରା ବେସି ଦାନ୍ ଦେବାକେ ଲବ୍ କର୍ବାଇ; ମାତର୍ ଦରମ୍ ଲକ୍ ଦାନ୍ ଦେବାକେ, ଲବ୍ ନ କରତ୍ ।
ଆଉଲି ଅଇ ସତ୍ ବିଚାର୍ କର୍,
ଆରି ଦୁକି ଆରି ଗରିବ୍ ଲକ୍ମନର୍ ନିମାନ୍ ବିଚାର୍ କର୍ ।
O ensino de Jesus
Quando deres esmola, não toque a trombeta. A generosidade do coração importa mais que a grandeza do donativo.
ତେବେ ଗଟେକ୍ ଗରିବ୍ ଲକ୍କେ ଦାନ୍ ଦେବା ବେଲେ କୁଟିଆଲ୍ମନର୍ ପାରା ଦେକାଇ ନ ଉଆ । ସେମନ୍ ଲକ୍ମନର୍ତେଇ ଅନି ଡାକ୍ପୁଟା ପାଇବାକେ ପାର୍ତନା ଗରେ ଆରି ସାଇ ମଜାଇ ଦାନ୍ଦରମ୍ ଦେକାଇବାଇ । ମୁଇ ସତ୍ କଇଲିନି ଜେ, ସେମନ୍ ଇତିଅନି ସେମନର୍ ବୁତି ପୁରାପୁରୁନ୍ ପାଇସାରି ଆଚତ୍ ।
ମାତର୍ ତମେ ଅବାବେ ରଇଲା ଲକ୍କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍ ଲଗର୍ ମଇତର୍ ମିସା ଏ କାତା ନାଜାନ । ତମର୍ ଏ ଦାନ୍ ଲୁଚ୍ତେ ଅଇରଇଲେ ମିସା ସବୁ ଦେକ୍ବା ବାବା ପର୍ମେସର୍ ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।
ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।
ଜିସୁ ତାକେ କଇଲା, "ତୁଇ ଜଦି ସିଦ୍ ଅଇବାକେ ମନ୍ କଲୁସ୍ନି ବଇଲେ, ଜାଆ ତର୍ଟାନେ ରଇବା ସବୁଜାକ ବିକି ଦେଇ, ସେ ଡାବୁ ଗରିବ୍ ଲକ୍ମନ୍କେ ଦାନ୍ କରିଦେସ୍ । ଏଟା ସବୁ କରି ସାରାଇ ମର୍ ସଙ୍ଗ୍ ଆଉ । ସେନ୍ତାର୍ କଲେ ତକେ ସର୍ଗେ ଦନ୍ ମିଲ୍ସି ।"
ଜେ ତମ୍କେ ମାଙ୍ଗ୍ସି, ତାକେ ଦିଆସ୍ । ଆରି ଜେ ତମର୍ ଦନ୍ ସଁମ୍ପତି ଉଦାର୍ ନେଇସି, ତାର୍ଟାନେଅନି ସେଟା ଆରିତରେକ୍ ମାଙ୍ଗାନାଇ ।
ଆରି ନିଇମିଆ ସେମନ୍କେ କଇଲା, ନିଜର୍ ନିଜର୍ ବାଟେ ଜାଆ, ନିକ ଜିନିସ୍ କାଆ, ଆରି ସୁଆଦ୍ ଜିନିସ୍ କାଆ, ଆରି, ଜାର୍ପାଇ କାଇଟାମିସା ରାନ୍ଦା ଅଏ ନାଇ, ତାର୍ପାଇ କଣ୍ଡେକ୍ ପାଟାଆ; କାଇକେବଇଲେ ଆଜିର୍ ଦିନ୍ ଆମର୍ ମାପ୍ରୁର୍ ନାଉଁରେ ସୁକଲ୍ ଦିନ୍, ତମେ ଦୁକ୍ ଉଆନାଇ; ଜେନ୍ତାରି କି ସବୁବେଲର୍ ମାପ୍ରୁର୍ ବିସଇ ସାର୍ଦା ଆରି ବପୁ ଅଇସି ।
ଜଦି ମୁଇ ମର୍ ସବୁ ଦନ୍ ସଁପତି ଅର୍କିତ୍ ଲକ୍ମନ୍କେ ଦେଇରଇଲେ ମିସା, ଆରି କିରିସ୍ଟର୍ପାଇ ମର୍ ଗାଗଡ୍ ପଡାଇବାକେ ସର୍ପି ଦେଲେ ମିସା ମର୍ ଆଲାଦ୍ ନାଇ ବଇଲେ, ମର୍ପାଇ କାଇ ଲାବ୍ ନାଇ ।