Deus está contigo
Deus está contigo — esta é a promessa mais repetida da Bíblia. Onde quer que vás, em qualquer situação, o Senhor caminha ao teu lado e nada pode te separar do seu amor.
Eu sou contigo
Sê forte e corajoso! Não temas, porque o Senhor teu Deus é contigo por onde quer que andares.
ତମେ ଡରା ନାଇ, କାଇକେ ବଇଲେ ମୁଇଁ ତମର୍ ସଙ୍ଗେ ଆଚି; ମନ୍କେ ଉନା କରା ନାଇ, କାଇକେ ବଇଲେ ମୁଇଁ ତର୍ ପର୍ମେସର୍, ମୁଇଁ ତମ୍କେ ବପୁ କର୍ବି; ଉଁ, ମୁଇଁ ତମ୍କେ ସାଇଜ କର୍ବି; ଉଁ, ମୁଇଁ ମର୍ ନିଜର୍ ଦରମ୍ ଉଜା ଆତେ ତମ୍କେ ଦାରି ଇଣ୍ଡାଇବି ।
Presença constante
Não te deixarei nem te desampararei. Cristo habita no coração pela fé — e estará conosco até o fim dos tempos.
ଡାବୁ ଆସା ଅଇକରି ତାର୍ପଚେ ପାଲାଆ ନାଇ । କାଇକେବଇଲେ ପର୍ମେସର୍ କଇଲାଆଚେ, "ମୁଇ ତମ୍କେ କେବେ ନ ପାସ୍ରି କି ନ ଚାଡି ।"
ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।"
ମୁଇ ପାର୍ତନା କଲିନି, ଜେନ୍ତିକି ତମର୍ ବିସ୍ବାସର୍ ଲାଗି, କିରିସ୍ଟ ତମର୍ ବିତ୍ରେ ବାସା ଅଇସି । ଆରି, ତମେ ପର୍ମେସର୍କେ ଆରି ବିନ୍ ଲକ୍କେ ଆଲାଦ୍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍ ଚେର୍ପାରା ଆରି କୁନାଦି ଉପ୍ରେ ତିଆର୍ ଅଇଲା ଗର୍ ପାରା ଡାଟ୍ ଅଇସା ।
ତମେ ନିକ ସଙ୍ଗ୍ ଜାନିଆଚାସ୍, ତମେ ଅଇଲାସ୍ନି ପର୍ମେସରର୍ ମନ୍ଦିର୍ । ଆରି ତାର୍ ଆତ୍ମା ତମର୍ ଗାଗଡ୍ ବିତ୍ରେ ବାସାଅଇଆଚେ ।
ଦେକା, ମୁଇ କାପାଟେ ଟିଆଅଇ ମାର୍ଲିନି । ଜେ ଜଦି ମର୍ ମାର୍ବା ସବଦ୍ ସୁନି କାପାଟ୍ ଉଗାଡ୍ଲେ ମୁଇ ବିତ୍ରେ ପୁର୍ବି ଆରି ସେମନର୍ ସଙ୍ଗ୍ କାଇବି ।
Amor inseparável
Nada poderá nos separar do amor de Deus que está em Cristo Jesus nosso Senhor. Absolutamente nada.
ମୁଇ ସତଇସେ ଜାନ୍ଲିନି ଜେ, ପର୍ମେସର୍ ଜନ୍ ବଡ୍ ଆଲାଦ୍ ଆମ୍କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍କେ ବେଗ୍ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍ ରଇଲେ, ସରଗର୍ ଦୁତ୍ ଅଅତ୍ କି ସାସନ୍କାରିଆମନ୍, କି କାଇ ବିନ୍ ବପୁ, କି ଏବେ ଜନ୍ଟା ଅଇଲାନି, ପଚ୍କେ ଜନ୍ଟା ଅଇସି, ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।