Deus nos chamou
Deus nos chamou antes da fundação do mundo. Ele nos conhece pelo nome, nos predestinou para sermos conforme a imagem de Cristo e nos capacita para o chamado.
Chamados por Deus
Os que Deus predestinou, também os chamou. O Seu chamado é irrevogável — fundamentado no propósito eterno e na graça abundante.
ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି । ଜନ୍ ଲକ୍ମନ୍କେ ପରମେସର୍ ବାଚ୍ଲା ଆଚେ, ସେମନ୍କେ ତାର୍ ପଅ ପାରା ଅଇବାକେ ଆଗ୍ତୁସେ ଟିକ୍ କରିଆଚେ । ସେନ୍ତିଆଲେ, ଗଟେକ୍ ବଡ୍ କୁଟୁମେ, ତାର୍ ପଅ ସେମନର୍ ବଡ୍ ବାଇ ଅଇସି । ଜନ୍ ଲକ୍ମନ୍ ଏନ୍ତାରି ବାଚିଅଇଲାଇ ଆଚତ୍, ସେମନ୍କେ ଡାକିଆଚେ । ସେ ଲକ୍ମନ୍କେ ପର୍ମେସରର୍ ମୁଆଟେ ଦରମ୍ଲକ୍ ବଲାଇ ଅଇ, ତାର୍ ଡାକ୍ପୁଟାଇ ମିସାଇ ଆଚତ୍ ।
ମୁଇ ପାର୍ତନା କଲିନି, ଜେନ୍ତାରିକି ତାର୍ ଉଜଲ୍ ଦେକ୍ବାକେ ତମର୍ ଆତ୍ମାର୍ ଆଁକି ଡିସ । ଜେନ୍ତିକି ଜନ୍ ଆସା ନେଇକରି ତମେ ତାର୍ ଲଗେ ଆସି ଆଚାସ୍, ସେଟା ଜାନିପାରାସ୍ । ତାର୍ ଲକ୍ମନର୍ ପାଇ ସେ ଦେଇରଇବା କାତାର୍ ସବୁ ବଡ୍ ଆସିର୍ବାଦ୍ କେତେକ୍ ଅଦିକ୍ ଆଚେ । ଆରି ଆମର୍ ପାରା ବିସ୍ବାସିମନର୍ ପାଇ ରଇବା ତାର୍ ବପୁ କେଡେ ବଡ୍, ସେଟା ତମେ ଜାନି ପାରାସ୍ ।
ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ । ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା । ଆରି ଏବେ ସେ ଜିବନ୍ ଦୁକାଇ ଦୟା ଦେକାଇଲାଟା, ପର୍ମେସର୍ ଆମ୍କେ ଜାନାଇଆଚେ । ଏଟା ଆମର୍ ରକିଆକାରି ଜିସୁକିରିସ୍ଟ ଜେ କି ଆମର୍ଟାନେ ଆଇଲା । ମରନର୍ ବପୁକେ ସେ କୁରୁପ୍ନାସ୍ କଲା । ଆରି ସୁବ୍ କବର୍ ଜାନ୍ଲାର୍ପାଇ ନ ସାର୍ବା ଜିବନ୍ ପାଇବାକେ ସେ ଆମ୍କେ ବାଟ୍ ଦେକାଇଲା ।
ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କୁରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ ।
A resposta ao chamado
Ninguém pode vir a mim se o Pai não o atrair. Deus escolheu os fracos para confundir os fortes — e nos chamou para a luz.
ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି ।
ଏ ବାଇବଇନିମନ୍, ପର୍ମେସର୍ ତମ୍କେ ବାଚ୍ଲା ବେଲେ ତମେ କେନ୍ତାର୍ ରଇଲାସ୍ ବାବିଦେକା । ଜଗତର୍ ବିଦି ଇସାବେ ବେସିଲକ୍ ଗିଆନି ନ ରଇଲାସ୍ । ବେସିଲକ୍ ନେତା ନ ରଇଲାସ୍ ଆରି ବଡ୍ ଗରେ ଜନମ୍ ନ ଅଇରଇଲାସ୍ । ପର୍ମେସର୍ ଗିଆନି ଲକ୍ମନ୍କେ ଲାଜ୍ କରାଇବାକେ ଜଗତର୍ ଦୁର୍ବଲ୍ ଲକ୍ମନ୍କେ ବାଚ୍ଲା, ଜେନ୍ତିକି ଜଗତେ ଗିଆନି ରଇବା ଲକ୍ମନ୍ ଆରି ବପୁ ରଇବା ଲକ୍ମନ୍ ଲାଜ୍ ଅଇଜିବାଇ ।
ଏ ମର୍ ଆଲାଦର୍ ମଇତର୍ମନ୍ ସୁନା, ପର୍ମେସର୍ ଏ ଜଗତର୍ ଅର୍କିତ୍ ଲକ୍ମନ୍କେ ବାଚି ଆଚେ । ସେମନ୍ ତାକେ ବିସ୍ବାସ୍ କର୍ବାଇ ଆରି ତାର୍ ରାଇଜେ କେଟ୍ବାଇ । ତାକେ ଆଲାଦ୍କର୍ବା ସବୁ ଲକ୍କେ ସେ ରାଇଜ୍ ଦେବିବଲି କାତା ଦେଏ ନାଇ କି ?
ସେ ଆମ୍କେ ଆନ୍ଦାରର୍ ବପୁତେଇଅନି ମୁକ୍ଲାଇକରି ତାର୍ ଆଲାଦର୍ ପଅର୍ ରାଇଜେ ଡାକିଆନିଆଚେ । ତାର୍ ପଅର୍ଲାଗି ସେ ଆମ୍କେ ମୁକ୍ଲାଇକରି ଆମର୍ ସବୁ ପାପ୍ କେମା କରିଦେଲାଆଚେ ।
ପିତର୍ ସେମନ୍କେ କଇଲା, "ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି । ଏ ସପତ୍ ତମର୍ପାଇ ଆରି ତମର୍ ପିଲାମନର୍ପାଇ । ଆରି ଇତିଅନି ଦୁରିକେ ରଇବା ସବୁର୍ପାଇ । ଜନ୍ ସବୁଲକ୍କେ ସେ, ତାର୍ ଲଗେ ଡାକ୍ଲାନି ।"
Confirmando o chamado
Procurai tornar cada vez mais firme a vossa vocação. Deus começou a boa obra e a completará até o dia de Cristo.
ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ । ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି ।
ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
ଜିସୁ କାତାନି କଇସାରାଇ କଇଲା, ବେସି ଲକ୍କେ ଡାକ୍ବାଇ, ମାତର୍ ଉନାଲକ୍କେ ବାଚ୍ବାଇ ।