Dia das crianças
As crianças são preciosas aos olhos de Deus. Jesus as acolheu, abençoou e ensinou que delas é o Reino dos Céus — modelos de fé, pureza e humildade.
Jesus e as crianças
Deixai vir a mim as crianças. Jesus abraçou, abençoou e honrou as crianças como modelo de fé para os adultos.
ମାତର୍ ଜିସୁ କଇଲା, "ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍ । ସେମନ୍କେ ମନା କରା ନାଇ । କାଇକେ ବଇଲେ ଏମନ୍ ଆକା ସରଗ୍ ରାଇଜେ ରଇବା ଲକ୍ ।"
ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍
ସେ ବେଲେ ସିସ୍ମନ୍ ଜିସୁକେ ପାଚାର୍ଲାଇ, "ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍ ?" ଜିସୁ ଗଟେକ୍ ସାନ୍ ପିଲାକେ ଡାକି ସେମନର୍ ଲଗେ ଟିଆକରାଇ କଇଲା, "ମୁଇ ତମ୍କେ ସତ୍ କଇଲିନି, ତମର୍ ମନ୍ ବାଦ୍ଲାଇ ସାନ୍ ପିଲାମନର୍ ପାରା ନ ଅଇଲେ ସରଗ୍ ରାଇଜେ କେବେ ପୁରି ନାପାରାସ୍ । ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍,
ଆଜିରଇବା ମେଣ୍ଡା
ଏ ସାନ୍ ପିଲାମନର୍ ବିତ୍ରେ ଅନି ଗଟେକ୍କେ ମିସା ଇନ୍କରା ନାଇ । ମୁଇ ତମ୍କେ କଇଲିନି, ଏ ମନର୍ ଜତନ୍ ନେଇତେ ରଇବା ସରଗର୍ ଦୁତ୍ମନ୍ ସବୁ ବେଲା ମର୍ ବାବାର୍ ଲଗେ ଆଚତ୍ ।
ମୁକିଅ ପୁଜାରିମନ୍ ଆରି ଦରମ୍ ଗୁରୁମନ୍ ତାର୍ କାବା ଅଇଜିବା କାମ୍ ସବୁ ଦେକି ଆରି ପିଲାମନ୍ ଦାଉଦର୍ ପଅର୍ ଜୟ ଜୟ ଅ, ବଲି କଇବାଟା ସୁନି ରିସା ଅଇଗାଲାଇ । ସେମନ୍ ଜିସୁକେ ପାଚାର୍ଲାଇ, "ଏମନ୍ କାଇବଲି କଇଲାଇନି ତୁଇ ସୁନି ପାର୍ଲୁସ୍ନି ?" ଜିସୁ କଇଲା, "ଉଁ ସୁନ୍ଲିନି । ଦରମ୍ ସାସ୍ତରେ କାଇ ଏ କାତା ପଡାସ୍ ନାଇ କି ? ‘ତମେ ପିଲାମନ୍କେ ଆରି କଅଁଲା ପିଲାମନ୍କେ ଟିକ୍ ଇସାବେ ଆରାଦନା କର୍ବାକେ’ ସିକାଇଆଚାସ୍ ?"
ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।" ତାର୍ପଚେ ଜିସୁ ସାନ୍ ସାନ୍ ପିଲାଟକିମନ୍କେ ଉଁଚାରି ତାକର୍ ମୁଣ୍ଡେ ଚିଇକରି ଆସିର୍ବାଦ୍ କଲା ।
ତାର୍ପଚେ ଜିସୁ ଗଟେକ୍ ସାନ୍ଟା ପିଲାକେ ନେଇକରି ସେମନର୍ ମୁଆଟେ ଟିଆ କରାଇ ସେମନ୍କେ କଇଲା, "କେ କେ ମର୍ ଲାଗି ଏନ୍ତାରି ଗଟେକ୍ ସାନ୍ଟା ପିଲାକେ ନାମ୍ବାଇ, ସେମନ୍ ମକେ ନାମ୍ଲାଇନି, ଆରି କେ କେ ମକେ ନାମ୍ଲାଇନି, ସେମନ୍ ମକେ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବାକେ ନାମ୍ଲାଇନି ।"
Instruir e proteger
Instrui a criança no caminho de Deus. Elas são herança do Senhor — presentes sagrados que devemos educar com amor.
ପିଲାମନ୍କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍; ତେବର୍ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍ରି ନ ଜାଅତ୍ ।
ତମର୍ ପିଲାଟକିମନ୍ ସବୁବେଲର୍ ମାପ୍ରୁ ଲାଗି ସିକିତ୍ ଅଇବାଇ ଆରି ତମର୍ ପିଲାଟକି ମନ୍ ବେସି ସାନ୍ତି ଅଇବାଇ ।
ଏ ପିଲାଟକିମନ୍, ତମର୍ ଆୟାବାବାର୍ କାତା ମାନିକରି ରୁଆ । ସେଟା ପର୍ମେସର୍କେ ସାର୍ଦା କୁରାଇସି ।
ଏ ଆୟା ବାବାମନ୍, ତମର୍ ପିଲାଟକିମନ୍କେ ସବୁବେଲେ ଲାଗିକରି ମନ୍ ବାଙ୍ଗାଆ ନାଇ ।
ବାବା ମାଆ ଆରି ପିଲାଟକି
ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା । ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା । ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।