Ensinar
Ensinar é mandamento e dom. A Bíblia exorta pais, líderes e mestres a transmitir a verdade divina com fidelidade, paciência e sabedoria para as próximas gerações.
Ensinar a Palavra
Toda Escritura é útil para ensinar. Quem ouve as palavras de Jesus e as pratica é como o homem sábio que construiu sobre a rocha.
ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି । ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।
"ଜେ ମର୍ କାତା ସୁନି, ସେ ଇସାବେ ଚାଲ୍ସି, ସେ ବଡ୍ ରାଙ୍ଗ୍ନି ପାକ୍ନା ଉପ୍ରେ ଗର୍ କର୍ବା ଗିଆନ୍ଲକର୍ ପାରା ।
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ ।
କାଇକେବଇଲେ ସାସ୍ତରେ ଜେତ୍କି ଲେକା ଅଇଲାଆଚେ, ସେ ସବୁ ଆମ୍କେ ସିକାଇବାକେ । ଜେନ୍ତାରିକି, ସାସ୍ତରେଅନି ଜନ୍ ମୁର୍ଚି ରଇବାଟା ଆରି ସାର୍ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍ ଆସା ବଡ୍ସି ।
ଦାଉଦର୍ ପିଲା ଇସ୍ରାଏଲର୍ ରାଜା ସଲ୍ମନ୍ ରାଜାର୍ ନିମାନ୍ ସିକିଆ; ଗିଆନ୍ ଆରି ନିମାନ୍ ସିକିଆ ବୁଜ୍ବାକେ; ଗିଆନର୍ ବାକିଅ ଏତାଇବାକେ; ନିମାନ୍ ଚାଲିଚଲନ୍, ଦରମ୍ଟା ଆରି ନିମାନ୍ ଏତାଇବାଟା ଆରି ନିଆଇ ବିସଇରେ ଗଟେକ୍ ଆଦେସ୍ ପାଲନ୍ କର୍ବାକେ ପାର୍ସି; ଦରମ୍ ଲକ୍ମନ୍କେ ଜାଗର୍ତା ଆରି ଦାଙ୍ଗ୍ଡା ଲକ୍କେ ବିଦିଆ ଆରି ସବୁ ବିସଇ ଜାନି ପିଆସ୍ ଅଇଗାଲା ଆଚେ; ଜନ ରକାମ୍ ଗିଆନି ଲକ୍ ସେଟା ସୁନିକରି ଅଦିକ୍ ଗିଆନ୍ ସିକ୍ସି ଆରି ବୁଦିମାନ୍ ଲକ୍ ନିମାନ୍ ସିକିଆ ପାଇସି; ଆରି ଗଟେକ୍ ସିକିଆର୍ କାତା ଆରି ଉଦାଅରନର୍ କାତା ଆରି ଗିଆନିମନର୍ କାତା ଆରି ସେମନର୍ ମନ୍ ବିତ୍ରର୍ କାତା ବୁଜି ପାର୍ସା ।
ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ବାଟା ସେ ଗିଆନ୍ ଲଗେ ଅନି ଆରାମ୍; ମାତର୍ ବୁଦି ନ ରଇଲା ଲକ୍ ଗିଆନ୍ ଆରି ନିମାନ୍ ସିକିଆକେ ଗୁର୍ନା କର୍ବାଇ ।
Instruir as gerações
Ensina a criança nos caminhos de Deus. A geração que não conhece o Senhor perde a herança espiritual da fé.
ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍ ସିକିଆକେ ଅମାନିଆଁ କର୍ ନାଇଁ । କାଇକେବଇଲେ ସେ ତର୍ ମୁଣ୍ଡେ ପିନ୍ଦ୍ବା ଆସିର୍ବାଦର୍ ମୁକୁଟ୍ ଆରି ଗାଲାଇ ପିନ୍ଦ୍ବା ମାଲି ପାରା ଅଇସି ।
ଏ ମର୍ ପିଲା, ତୁଇ ତର୍ ବାବା କଇଲା କାତାକେ ପାଲନ୍ କର୍, ଆରି, ତର୍ ଆୟାର୍ ସିକିଆକେ ପାସ୍ରି ଦେସ୍ନାଇଁ । ସେଟା ସବୁବେଲେ ତର୍ ମନ୍ ବିତ୍ରେ ରଅ, ନିଜର୍ ଗାଲାଇ ପିନ୍ଦା । ତୁଇ ଇଣ୍ଡ୍ଲା ବେଲେ ସେଟା ତକେ ବାଟ୍ ଦେକାଇସି, ଆରି ସଇଲା ବେଲେ ସେଟା ତକେ ଜାଗୁଆଲ୍ ଅଇସି; ଜାଗ୍ବାବେଲେ ସେଟା ତମର୍ ସଙ୍ଗ୍ କାତାବାର୍ତା ଅଇସି । କାଇକେବଇଲେ ସେ ଆଦେସ୍ ଅଇଲାନି ବତି ଆରି ସେ ସିକିଆ ଉଜଲ୍ ଆରି ସିକିଆ ପାଇବାଟା ଅଇଲାନି ଜିବନର୍ ଗଟେକ୍ ବାଟ୍;
ଗିଆନ୍ ଅର୍ଜନ୍ କରା, ନିକ ବିଚାର୍ କରା, ସେଟା ପାସର୍ ନାଇଁ, ଆରି, ମୁଇଁ କଇ ରଇବା ବାକିଅକେ ଅମାନିଆଁ କରା ନାଇଁ । ତାକେ ଚାଡା ନାଇଁ; ତାର୍ପଚେ ସେ ତମ୍କେ ପାଲନ୍ କର୍ସି; ତାକେ ଲାଡ୍ କରା, ତାର୍ପଚେ ସେ ତମ୍କେ ରକିଆ କର୍ସି । ଗିଆନ୍ ଅଇଲାନି ସବୁଟାନେ ଅନି ବଡ୍, ସେଟାର୍ପାଇଁ ଗିଆନ୍ ସିକା, ଆରି, ତମର୍ ସବୁ ମୁଲିଅ ତେଇଅନି ନିମାନ୍ ବାବ୍ନା ଅଦିକ୍ ମୁଲିଅ । ତାକେ ବସ୍ତର୍ ପାରା ପିନ୍ଦା, ସେ ତମ୍କେ ସାଉକାର୍ କର୍ସି; ତାର୍ ସଙ୍ଗେ ଆଲାଦ୍ ସଙ୍ଗେ ରଇଲେ, ସେ ତର୍ ନାଉଁକେ ଡାକ୍ପୁଟା କର୍ସି ।
ମର୍ ସିକିଆକେ ମନେ ରକି ରୁଆ; ସେଟାକେ ପାସ୍ରି ଜାଆ ନାଇଁ; ସେଟାକେ ମାନା; କାଇକେବଇଲେ ସେଟା ଆକା ତମର୍ ଜିବନ୍ । କାରାପ୍ ବାଟ୍ ବାଟେ ଜାଆ ନାଇଁ ଆରି ପାପ୍ ଲକ୍ମନର୍ ବାଟ୍ ବାଟେ ଇଣ୍ଡା ନାଇଁ ।
ତମର୍ ମନ୍କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ । ତମେ କୁଟ୍ କାତା କଇବାଟା ଚାଡି ଦିଆସ୍, ଆରି ପାଲ୍ତୁ କାତା କଇବାଟା ଚାଡି ଦିଆସ୍ । ତମର୍ ଆଁକି ଆଗ୍ତୁ ଦେକ୍ ଆରି ତମର୍ ଆକିମାଟା ସଲ୍କେ ଦେକ୍ । ତମେ ନିଜର୍ ପାଦ୍ ସିଦା କରି ମାଣ୍ଡା ଆରି ତମର୍ ସବୁ ବାଟ୍ ନିକ ଅଅ । ଉଜା ବାଟେ କି ଡେବ୍ରି ବାଟେ ଜାଆ ନାଇଁ, ଆରି ତମର୍ ପାଦ୍ କାରାପ୍ ତେଇ ଅନି ଦୁରିକେ ରଅ ।
ମରନର୍ ପାନ୍ଦେ ଅନି ରକିଆ କର୍ବାକେ ବୁଦି ରଇଲା ଲକର୍ ନିଅମ୍ ଜିବନର୍ ଚୁଆ ପାନି ପାରା ।
ସବୁବେଲର୍ ମାପ୍ରୁର୍ ବିସଇର୍ ଡର୍ ଗିଆନ୍ ତେଇ ଅନି ଆରାମ୍, ଆରି, ଦରମ୍ ବିସଇକେ ଗିଆନ୍ ଆରି ନିମାନ୍ ବିଚାର୍ ଆଇସି ।
Fidelidade no ensino
Quem ensina com fidelidade merece dupla honra. Cuidado com doutrinas falsas — permaneçam na doutrina de Cristo.
ଜନ୍ ପାର୍ଚିନ୍ମନ୍ ମଣ୍ଡଲିର୍ ନେତା ଅଇ ଡାକିନେଲାଇନି, ସେମନ୍ ଦୁଇଗୁନ୍ ବୁତି ପାଇବା ଦର୍କାର୍ । କାଇକେବଇଲେ ସୁବ୍କବର୍ ଜାନାଇବାଟା ଆରି ସିକାଇବାଟା ସେମନ୍କେ ଦାଇତ୍ ଇସାବେ ଦେଲାଇ ଆଚତ୍ । ସାସ୍ତରେ ଜେନ୍ତି ଲେକାଅଇଲା ଆଚେ, ଗାନାଇ ଦାନ୍ ମାଣ୍ଡାଇବାବେଲେ ବଲଦର୍ ଟଣ୍ଡେ କତ୍ରା ବାନ୍ଦା ନାଇ ଆରି କାମ୍ କରୁ ସାଉକାର୍ଟାନେଅନି ତାର୍ କୁଲି ପାଇସି ଆକା ।
ମାତର୍ ଜନ୍ ଲକ୍ମନ୍ ଆସାର୍ କାତାଇ ଆରି ବକୁଆ କାତାଇ ଦିଆନ୍ ଦେଇତେ ରଇବାଇ, ସେନ୍ତାରି ଲକ୍ମନର୍ ଟାନେଅନି ଦୁରିକେ ର । ଜନ୍ ଲକ୍ମନ୍ ସେନ୍ତାରିଟାନେ ମିସ୍ବାଇ, ସେ ଲକ୍ମନ୍ ପର୍ମେସରର୍ ଟାନେଅନି ଦୁରିକେ ଜିବାଇ । ତାକର୍ କାତା ଗାଗ୍ଡେ ଅଦିକ୍ ଅଦିକ୍ ଅଇବା ଗଟେକ୍ ଗାଉପାରା ଅଇ ଲକ୍ମନ୍କେ ନସାଇସି । ସେନ୍ତାରିସେ ଉମନାଅ ଆରି ପିଲିତ୍ ଲକ୍ମନ୍କେ ଏନ୍ତି ସିକିଆ ଦେଇ ବୁଲ୍ଲାଇନି ।
ଜଦି କେ କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ ନ କରେ, ଆରି ତାର୍ ସିକିଆର୍ ସଙ୍ଗ୍ ତାର୍ ନିଜର୍ଟା ମିସାଇଲେ, ସେ କିରିସ୍ଟର୍ ସଙ୍ଗ୍ ମିସେନାଇ । ମାତର୍ କେ ଜଦି କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ କର୍ତେରଇସି, ସେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅ ଜିସୁକିରିସ୍ଟ ସଙ୍ଗ୍ ମିସ୍ଲାଆଚେ ।
ଆରି ପରବ୍ ଅଦାଅଦି ସାରିଗାଲା ପଚେ, ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା । ତେଇ ଜିଉଦି ନେତାମନ୍ କାବାଅଇଜାଇ କରି କଇଲାଇ, "ଏ ଲକ୍ ପାଟ୍ ନ ପଡି ମିସା କେନ୍ତି ଏତ୍କି ବିସଇ ଜାନିଆଚେ ?"
ଜିସୁ ସେମନ୍କେ କଇଲା, "ମୁଇ ସିକାଇଦେବା ଏ ସିକିଆ ମର୍ ନିଜର୍ଟାନେ ଅନି ନଏଁ, ମାତର୍ ମକେ ପାଟାଇରଇବା ପର୍ମେସରର୍ ତେଇଅନି ଆସିଆଚେ । ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି । ଜନ୍ ଲକ୍ ନିଜର୍ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍ ଜନ୍ଲକ୍ ମକେ ପାଟାଇଲା ଲକ୍ ସନ୍ମାନ୍ ପାଅ ବଲି ମନ୍ କର୍ସି ବଇଲେ, ସେ ମିଚ୍ ନ କଇ ସତ୍ କାତା କଇସି । ଆରି ତାର୍ଟାନେ କାଇ ବୁଲ୍ ବିସଇ ନ ରଏ ।