Esperar em Deus
Esperar em Deus não é passividade — é confiança ativa no Senhor que age no tempo perfeito. Os que esperam nele não serão confundidos nem envergonhados.
Esperança em Deus
Descanse somente em Deus, ó minha alma, pois dele vem a minha esperança. Ele é rocha e salvação — não serei abalado.
Confiança na espera
O Senhor é bom para os que esperam nele. O olho não viu o que Deus preparou para os que o amam e o aguardam.
ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।
ଏ ସବୁବେଲର୍ ମାପ୍ରୁ, ଆମ୍କେ ଦୟା କର୍; ଆମେ ତକେ କେବ୍କେ ଆଇସି ବଲି ଜାଗିଆଚୁ; ତୁଇ ସବୁବେଲେ ସେ ଲକ୍ମନର୍ ପଡିଆ ପାରା ଅଇ ରଅ, ବିପଦ୍ ଆଇଲେ ମିସା ଆମର୍ ଉଦାର୍ କାରିଆ ଅଇକରି ରୁଆ ।
କାଇକେ ବଇଲେ ଜେ, ତାର୍ ଜାଗ୍ବା ଲକର୍ ବାଟେ ଅଇକରି କାମ୍ ସାଦନ୍ କର୍ସି, ଲକ୍ମନ୍ ପୁର୍ବେ ଅନି ତକେ ଚାଡିକରି ଅଲ୍ଗା ପର୍ମେସରର୍ ବିସଇ ସୁନତ୍ ନାଇ, କି କେବେ ମିସା ସୁନତ୍ ନାଇଁ, କି କେବେ ଦେକତ୍ ମିସା ନାଇଁ।
ମୁଇଁ କାରାପ୍ କାମର୍ ବାଦୁଲେ ତାକେ ମୁଇଁ ଡଣ୍ଡ୍ ଦେବି, ତମେ ଏରକାମ୍ କାତା କୁଆନାଇଁ, ସବୁବେଲର୍ ମାପ୍ରୁକେ ସରନ୍ ପସା, ସେ ତମ୍କେ ଉଦାର୍ କର୍ସି ।
ଏ ମର୍ ବାଇବଇନିମନ୍, ମାପ୍ରୁ ଆରିତରେକ୍ ଆଇବାଜାକ ମୁର୍ଚିକରି ରୁଆ । ଚାସିମନର୍ ବିସଇ ଚିନ୍ତାକରିଦେକା, ତାକର୍ ଜମିଅନି ନିକ ପସଲ୍ ମିଲ୍ବା ଜାକ ସେମନ୍ ଜାଗିକରି ରଇବାଇ । ଜେନ୍ତିକି ମାଟିବିଜାଇବାକେ ପର୍ତୁମର୍ ବରିସା ଆରି ନିଙ୍ଗ୍ବାପାଚ୍ବା ବେଲର୍ ସାରାସାରି ବର୍ସାକେ ମୁର୍ଚିକରି ଜାଗି ରଇବାଇ । ସେ ରକାମ୍ ତମେମନ୍ ମିସା ମୁର୍ଚି ଜାଗିରୁଆ । ତମର୍ ମନ୍ ଡାଁଟ୍କରି ରୁଆ, କାଇକେବଇଲେ ମାପ୍ରୁ ଆଇବା ଦିନ୍ ଲଗେ କେଟିଆଇଲାନି ।
ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଦିନ୍କେ ଜାଗ୍ତେରୁଆ ଆରି ପର୍ମେସରର୍ ଆଲାଦେ ବଡିଆସା । ସେନ୍ତାର୍ଆଲେ ତମେ ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସା । କାଇକେବଇଲେ ସେ ଆମ୍କେ ଦୟା ଦେକାଇଲା ଆଚେ ।
ମାତର୍ ଆମେତା ସରଗର୍ ଲକ୍ମନ୍, ସେ ଜାଗାଇଅନି ଆମର୍ ଉଦାର୍କାରିଆ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ବେଲାକେ ଆମେ ଜାଗ୍ଲୁନି ।