Família
A família é a primeira instituição criada por Deus. Ele a projetou para ser escola de amor, fé e formação de caráter. A Bíblia honra a família e nos ensina a cuidar dela.
Eu e minha casa
Eu e minha casa serviremos ao Senhor. A família que serve a Deus juntos permanece unida e fortalecida em todas as circunstâncias.
ସେମନ୍ କଇଲାଇ, "ମାପ୍ରୁ ଜିସୁକେ ବିସ୍ବାସ୍ କଲେ, ତୁଇ ଆରି ତମର୍ କୁଟୁମର୍ ସବୁ, ମୁକ୍ତି ପାଇସା ।"
Criar os filhos
Instrui a criança no caminho em que deve andar. O lar é a primeira escola de fé e obediência.
ପିଲାମନ୍କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍; ତେବର୍ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍ରି ନ ଜାଅତ୍ ।
ପିଲାମନ୍କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍; ତେବର୍ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍ରି ନ ଜାଅତ୍ ।
ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍ ସିକିଆକେ ଅମାନିଆଁ କର୍ ନାଇଁ । କାଇକେବଇଲେ ସେ ତର୍ ମୁଣ୍ଡେ ପିନ୍ଦ୍ବା ଆସିର୍ବାଦର୍ ମୁକୁଟ୍ ଆରି ଗାଲାଇ ପିନ୍ଦ୍ବା ମାଲି ପାରା ଅଇସି ।
ଦାରିଆ କାମ୍ କରୁ ଜାଗର୍ତା
ଏ ମର୍ ପିଲା, ତୁଇ ତର୍ ବାବା କଇଲା କାତାକେ ପାଲନ୍ କର୍, ଆରି, ତର୍ ଆୟାର୍ ସିକିଆକେ ପାସ୍ରି ଦେସ୍ନାଇଁ ।
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
ବାବା ମାଆ ଆରି ପିଲାଟକି
ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା । ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା ।
Honrar e amar
Honra teu pai e tua mãe. A família funciona com perdão, paciência e amor incondicional entre todos os seus membros.
ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା ।
ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା ।
ଆୟା ବାବାର୍ ସେବା କରା ଆରି ତମର୍ ପଡିସାର୍ ଲକ୍ମନ୍କେ ନିଜର୍ ପାରା ଆଲାଦ୍ କରା ।"
ଚାଡାମେଲା ବିସଇ ନେଇ ସିକିଆ
ଜିସୁ ଏ ସବୁ କଇସାର୍ଲା ପଚେ ଗାଲିଲି ଚାଡିକରି ଜର୍ଦନ୍ ଗାଡ୍ ସେପାଟେ ରଇଲା ଜିଉଦା ଜାଗାଇ କେଟ୍ଲା । ବେସି ଲକ୍ମନ୍ ତାର୍ ସଙ୍ଗ୍ ଗାଲାଇ ଆରି ସେ କେତେକ୍ କେତେକ୍ ରଗିମନ୍କେ ନିକ କଲା ।
କେତେଟା ପାରୁସିମନ୍ ଜିସୁକେ ବୁଲ୍ ଦାର୍ବାକେ ଚେସ୍ଟା କଲାଇ । ସେମନ୍ ତାର୍ ଲଗେ ଆସି ପାଚାର୍ଲାଇ, "ମସାର୍ ରିତିନିତି ଇସାବେ ଗଟେକ୍ ଲକ୍ କାଇଆଲେ ବୁଲର୍ ପାଇ ବଲି ତାର୍ ମାଇଜିକେ ଚାଡି ଦେଇ ପାରେ କି ?"
ଜିସୁ କଇଲା, "ସାସ୍ତରେ ପଡାସ୍ ନାଇ କି ? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା । ସେଡେବେଲେ ମାପ୍ରୁ କଇରଇଲା, ଏଟାର୍ ପାଇ ବଲି ମୁନୁସ୍, ତାର୍ ଆୟା ବାବାର୍ତେଇ ଅନି ବିନେ ଅଇସି ଆରି ସେମନ୍ ଦୁଇ ଲକ୍ ଗଟେକ୍ ଅଇବାଇ । ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।"
ପାରୁସିମନ୍ ଆରି ପାଚାର୍ଲାଇ, "ସେନ୍ତାର୍ ଆଲେ ମାଇଜିକେ ରାଜିନାମା ପତର୍ ଲେକି ଚାଡି ଦେବାକେ ମସା କାଇକେ ନିୟମ୍ କଲାଆଚେ ?"
ଜିସୁ କଇଲା, "ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଦୁର୍ବଲ୍ ରଇଲାଟା ଦେକି ମସା ତମର୍ ମାଇଜିମନ୍କେ ଚାଡ୍ବାକେ ରାଜି ଅଇଲା । ମାତର୍ ଆଦିପୁର୍ବେ ତିଆର୍ ଅଇଲା ବେଲେ ଏନ୍ତାରି ନିୟମ୍ ନ ରଇଲା । ମାତର୍ ମୁଇ ତମ୍କେ କଇଲିନି, କେ ମିସା ତାର୍ ମାଇଜିକେ ବେସିଆ କାମ୍ ଅପ୍ରାଦ୍କେ ଚାଡି, ବିନ୍ କାଇଆଲେ କାମର୍ ପାଇ ଚାଡାମେଲା କରି, ବିନ୍ ମାଇଜିକେ ସଙ୍ଗଇଲେ, ସେ ସେ ନିଜେ ଦାରିଆ ଅଇସି ।"
ଜିସୁର୍ ସିସ୍ମନ୍ କଇଲାଇ, "ଜଦି ମାଇଜି ମୁନୁସର୍ ବିତ୍ରେ ଏନ୍ତାରି ଆଚେ ବଇଲେ, ବିବା ନ ଅଇବାଟା ନିକ ।"
ଜିସୁ କଇଲା, "ଏ ସିକିଆ ସବୁ ଲକ୍ ନ ମାନତ୍ । ପର୍ମେସର୍ ଟାନେଅନି ଜନ୍ଲକ୍ମନ୍କେ ଏଟା ଦିଆଅଇଆଚେ ସେମନ୍ସେ ଏଟା ମାନ୍ବାଇ । ବିନ୍ ବିନ୍ କାମର୍ପାଇ ଲକ୍ମନ୍ ବିବା ନ ଅଇ ରଇଜିବାଇ । କେତେ ଲକ୍ ଜନମେ ଅନି ବେଜୁ ଅଇ ବିବାଅଇ ନାପାରତ୍ । କେତେ ଲକ୍କେ ମୁନୁସ୍ମନ୍ ସେନ୍ତାରି କରି ଆଚତ୍, ଆରି କେତେ ଲକ୍ ସରଗ୍ ରାଇଜର୍ ପାଇ କାମ୍ କର୍ବାକେ ବିବା ନ ଅଇକରି ଆଚତ୍ । ଜନ୍ ଲକ୍ମନ୍ ଏ ସିକିଆର୍ ଅରତ୍ ବୁଜିପାର୍ଲାଇନି, ସେମନ୍ ସେଟା ମାନତ୍ ।"
ଜିସୁ ସାନ୍ ପିଲାମନ୍କେ ଆସିର୍ବାଦ୍ କଲା
କେତେ ଲକ୍ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ପାର୍ତନା କର୍ବାକେ, ସେମନ୍କେ ଜିସୁର୍ ଲଗେ ଆନ୍ଲାଇ । ମାତର୍ ସିସ୍ମନ୍ ସେମନ୍କେ ଦମ୍କାଇଲାଇ । ମାତର୍ ଜିସୁ କଇଲା, "ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍ । ସେମନ୍କେ ମନା କରା ନାଇ । କାଇକେ ବଇଲେ ଏମନ୍ ଆକା ସରଗ୍ ରାଇଜେ ରଇବା ଲକ୍ ।"
ଜିସୁ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ଆସିର୍ବାଦ୍ କଲା । ପଚେ ସେ ତେଇଅନି ଉଟିଗାଲା ।
ଗଟେକ୍ ସାଉକାର୍ ପିଲା
ଦିନେକ୍ ଗଟେକ୍ ସାଉକାର୍ ପିଲା ଜିସୁର୍ ଲଗେ ଆସି ପାଚାର୍ଲା, "କାଇ ନିକ କାମ୍କଲେ, ନ ସାର୍ବା ଜିବନ୍ ମିଲ୍ସି ?"
ଜିସୁ ତାକେ କଇଲା, "ନିକ କାମ୍ ବିସଇ ନେଇକରି ମକେ କାଇକେ ପାଚାର୍ଲୁସ୍ନି ? ପର୍ମେସର୍ସେ ସତ୍ । ତାର୍ ଆଦେସ୍ ମାନ୍ଲେ, ନ ସାର୍ବା ଜିବନ୍ ମିଲାଇସୁ ।"
ସେ ପାଚାର୍ଲା, "କାଇ କାଇ ଆଦେସ୍ ?"
ଜିସୁ କଇଲା, "ନର୍ ଲକ୍ମନ୍କେ ମରାଇବାର୍ ନାଇ, ବେସିଆ କାମ୍ କର୍ବାର୍ ନାଇ, ଚରାଇବାର୍ ନାଇ, କାର୍ ବିରୁଦେ ମିଚ୍ ସାକି ଦେବାର୍ ନାଇ । ଆୟା ବାବାର୍ ସେବା କରା ଆରି ତମର୍ ପଡିସାର୍ ଲକ୍ମନ୍କେ ନିଜର୍ ପାରା ଆଲାଦ୍ କରା ।"
ସେ ବେଣ୍ଡିଆ କଇଲା, "ମୁଇ ଏ ସବୁ ଆଦେସ୍ ମାନି ଆଇଲିନି । ଆରି କାଇଟା କର୍ବାର୍ ଆଚେ ?"
ଜିସୁ ତାକେ କଇଲା, "ତୁଇ ଜଦି ସିଦ୍ ଅଇବାକେ ମନ୍ କଲୁସ୍ନି ବଇଲେ, ଜାଆ ତର୍ଟାନେ ରଇବା ସବୁଜାକ ବିକି ଦେଇ, ସେ ଡାବୁ ଗରିବ୍ ଲକ୍ମନ୍କେ ଦାନ୍ କରିଦେସ୍ । ଏଟା ସବୁ କରି ସାରାଇ ମର୍ ସଙ୍ଗ୍ ଆଉ । ସେନ୍ତାର୍ କଲେ ତକେ ସର୍ଗେ ଦନ୍ ମିଲ୍ସି ।"
ଏଟା ସୁନି କରି ସେ ବେଣ୍ଡିଆ ମୁ ଉତ୍ରାଇଦେଇ ତେଇଅନି ଉଟିଗାଲା । କାଇକେ ବଇଲେ ସେ ଲକ୍ ବେସି ସାଉକାର୍ ରଇଲା ।
ଜିସୁ ସିସ୍ମନ୍କେ କଇଲା, "ମୁଇ ତମ୍କେ ସତ୍ କଇଲିନି, ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ସଲ୍କେ କେଟ୍ବାଟା ବଡେ ଆବଡ୍ । ଆରି ତରେକ୍ କଇଲିନି, ଗଟେକ୍ ବଡ୍ଟା ପସୁ ଜେନ୍ତି ସୁଜି କାଣାବାଟେ ଚିଙ୍ଗ୍ଲି ଜିବାକେ ଆବଡ୍, ସାଉକାର୍ ଲକ୍ ସରଗ୍ ରାଇଜେ କେଟ୍ବାଟା ଅଦିକ୍ ଆବଡ୍ ।" ସିସ୍ମନ୍ ଏ କାତା ସୁନି କାବାଅଇଜାଇ ପାଚାର୍ଲାଇ, "ଏନ୍ତି ବଇଲେ କେ ତେବେ ମୁକ୍ତି ପାଇପାର୍ସି ?"
ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, "ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
ଏ କାତା ସୁନି ପିତର୍ କଇଲା, "ଦେକା, ଆମେ ସବୁଜାକ ଚାଡିକରି ତମର୍ ସଙ୍ଗ୍ ଆସିଆଚୁ । ତେବେ ଆମ୍କେ କାଇଟା ମିଲ୍ସି ?"
ଜିସୁ ସେମନ୍କେ କଇଲା, "ଏ କାତା ସତ୍ ବଲି ଜାନ୍ସା, ଜେଡେବେଲେ ନୁଆ ଜୁଗେ ନର୍ପିଲା ମୁଇ ମର୍ ଡାକ୍ପୁଟା ଅଇବା ବସ୍ବାଟାନେ ବସ୍ବି । ମର୍ ବାର୍ଟା ସିସ୍, ତମେ ମିସା, ବାର୍ଟା ବସ୍ବାଟାନେ ବସି ଇସ୍ରାଏଲର୍ ବାର୍ଟା କୁଟୁମ୍କେ ସାସନ୍ କର୍ସା । ଜନ୍ ଲକ୍ମନ୍ ମର୍ଲାଗି ନିଜର୍ ଗର୍, ବାଇ ବଇନି, ଆୟା ବାବା, ପିଲାଟକି ଆରି ଜମିବାଡି ଚାଡି ଆଚତ୍, ସେମନ୍ ତାର୍ ସଏ ଗୁନ୍ ଆସିର୍ବାଦ୍ ପାଇବାଇ, ଆରି ନ ସାର୍ବା ଜିବନ୍ ମିସା ପାଇବାଇ । ଏବେ ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍, ସେମନର୍ ବିତ୍ରେଅନି ବେସି ଲକ୍ ପଚେ ଅଇଜିବାଇ । ଆରି ଜନ୍ ଲକ୍ମନ୍ ପଚେ ଆଚତ୍, ସେମନର୍ ବିତ୍ରେ ଅନି ବେସି ଲକ୍ ଆଗ୍ତୁ ଅଇଜିବାଇ ।"
ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।
ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ଜଦି କେ ମିସା ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇସି, ମାତର୍ ନିଜର୍ ବିସ୍ବାସି ବାଇବଇନିକେ ଗିନ୍ କର୍ସି, ସେନ୍ତାର୍ଆଲେ ସେ ମିଚ୍ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍ବା ବାଇବଇନିମନ୍କେ ଆଲାଦ୍ ନ କର୍ବା ଗଟେକ୍ ଲକ୍, ନ ଡିସ୍ବା ପର୍ମେସର୍କେ ଆଲାଦ୍ କରିନାପାରେ ।
Cuidar da família
Quem não cuida dos seus negou a fé. A família é responsabilidade sagrada — prover, proteger e abençoar é mandamento divino.
କେ ଜଦି, ତାର୍ ନିଜର୍ ଲକ୍ମନ୍କେ କି କୁଟୁମର୍ ଲକ୍ମନ୍କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍ଟା ବିସ୍ବାସ୍ କଲିନି ବଲି କଇସି, ସେ ସତଇସେ ସେଟା ବିସ୍ବାସ୍ କରେନାଇ । ସେ ବିସ୍ବାସ୍ ନ କରିରଇବା ଲକର୍ଟାନେଅନି ଅଦିକ୍ ଇନ୍ ।
କେ ଜଦି, ତାର୍ ନିଜର୍ ଲକ୍ମନ୍କେ କି କୁଟୁମର୍ ଲକ୍ମନ୍କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍ଟା ବିସ୍ବାସ୍ କଲିନି ବଲି କଇସି, ସେ ସତଇସେ ସେଟା ବିସ୍ବାସ୍ କରେନାଇ । ସେ ବିସ୍ବାସ୍ ନ କରିରଇବା ଲକର୍ଟାନେଅନି ଅଦିକ୍ ଇନ୍ ।
ଜଦି କନ୍ ରାଣ୍ଡିମାଇଜିକେ ପିଲାଟକି କି ନାତିତିତି ରଇଲେ, ସେମନ୍ ନିଜର୍ କୁଟୁମର୍ ଲକ୍ ଇସାବେ ତାକେ ଜତନ୍ କରତ୍ । ସେନ୍ତାରି ସେମନ୍ ଆୟା ବାବାମନ୍କେ ଆରି ଆନିଦାଦିମନ୍କେ ତାକର୍ ଆଲାଦ୍ ବାଉଡାଇ ଦେଅତ୍ । ଏଟା ପର୍ମେସର୍କେ ସାର୍ଦା କୁରାଇସି ।
ବିସ୍ବାସିମନ୍ ବେଗ୍ଲା ବେଗ୍ଲି ଅଇବାଟା
ଏ ମର୍ ବାଇବଇନିମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ମୁଇ ତମ୍କେ ବାବୁଜିଆ କଲିନି, ଜେନ୍ତିକି ତମେ ସବୁଲକ୍ ଗଟେକ୍ କାତାଇ ରାଜି ଉଆ, ଆରି ତମର୍ ତମର୍ ବିତ୍ରେ ବେଗ୍ଲା ବେଗ୍ଲି ଉଆନାଇ । ମାତର୍ ତମେ ଗଟେକ୍ ଦଲ୍, ଗଟେକ୍ ମନ୍ ଆରି ଗଟେକ୍ କାତାଇ ରାଜି ଉଆ ।
Unidade familiar
A coroa dos velhos são os filhos dos filhos. O casamento, os filhos e a comunhão familiar são bênçãos de Deus.
ପିଲାମନର୍ ପିଲାମନ୍ ଡକ୍ରା ଲକ୍ମନର୍ ମୁଣ୍ଡର୍ ମୁକୁଟ୍; ଆରି, ପିଲାମନର୍ ଡାକ୍ପୁଟା ଅଇଲାନି ସେମନର୍ ଆନିଦାଦିମନ୍ ।
ପିଲାମନର୍ ପିଲାମନ୍ ଡକ୍ରା ଲକ୍ମନର୍ ମୁଣ୍ଡର୍ ମୁକୁଟ୍; ଆରି, ପିଲାମନର୍ ଡାକ୍ପୁଟା ଅଇଲାନି ସେମନର୍ ଆନିଦାଦିମନ୍ ।
ସାଙ୍ଗ ସବୁବେଲେ ଲାଡ୍ କର୍ସି, ମାତର୍ ବାଇର୍ ଦୁକ୍ ବେଲେ ସାଇଜ କର୍ବାକେ ଜନମ୍ ଅଇ ରଇସି ।
ଜେ କି ବେସି ସାଙ୍ଗମନ୍କେ କଜ୍ସି, ସେ ନିଜର୍ ବିନାସ୍ ପାଇଁ କଜ୍ସି; ମାତର୍ ଗଟେ ଲାଡ୍ କର୍ବା ଲକ୍ ଆଚେ, ଜେ କି ବାଇର୍ ଲଗେ ଅନି ଅଦିକ୍ ନିଜର୍ ଲଗେ ରଇସି ।
ନିଜର୍ ବନ୍ଦୁବାନ୍ଦବ୍କେ ଆରି ଆୟାବାବାର୍ ବନ୍ଦୁବାନ୍ଦବ୍କେ ପର୍ କରାନାଇଁ; ତମ୍କେ ବିପଦ୍ ରଇଲେ ନିଜର୍ ବାଇଗରେ ମିସା ଜାଆ ନାଇଁ; ଦୁରେ ରଇବା ବାଇର୍ ବାଦୁଲେ ସାଇପଡିସାର୍ ଲକ୍ବାକ୍ ନିକ ।
ଏ ମର୍ ପିଲା ତୁଇ ସିକିତ୍ ଅଇଲେ, ମର୍ ମନ୍ ବେସି ସାର୍ଦା ଅଇସି ।
ଦରମ୍ ରଇଲା ପିଲାର୍ ଆୟାବାବା ବେସି ସାର୍ଦା ଅଇବାଇ, ଆରି ଗିଆନ୍ ପିଲାର୍ ଆୟାବାବା ତାର୍ ପାଇଁ ବଲିକରି ବେସି ସାର୍ଦା ଅଇବାଇ ।
ସଲ୍ମନର୍ ନିମାନ୍ ସିକିଆ
ସଲ୍ମନର୍ ସିକିଆ । ଗିଆନି ପିଲା ବାବାର୍ ନାଉଁ ରକ୍ସି; ମାତର୍ ବୁଦି ନଇଲା ପିଲା ଗର୍କେ ଦୁକ୍ ଆନ୍ସି ।
ବାଇଲେ ତମର୍ କାମ୍ କର୍ବାକେ ଚେସ୍ଟା କରା, ପଦାଇ ନିଜର୍ ପାଇଁ ସେଟା ତିଆର୍ କରା; ତାର୍ପଚେ ଗର୍ ବାନ୍ଦା ।
ଲବ୍ରା ଲକ୍ ନିଜର୍ ଲକ୍ମନ୍କେ ଦୁକ୍ ଦେଇସି, ମାତର୍ ଜେ ଲାଚ୍ଁ ନ ମାଗେ, ସେ ବଞ୍ଚ୍ସି ।
ଜେ ନିଜର୍ ଗରର୍ ଲକ୍କେ ଦୁକ୍ ଦେଇସି, ସେ ପବନ୍ ପାରା ଅଇ ବୁଲ୍ସି; ଆରି, ବୁଦିଗିଆନ୍ ନ ରଇଲା ଲକ୍ ଗିଆନି ଲକର୍ ଦାଙ୍ଗ୍ଡା ଅଇସି ।
Casamento e família
O homem deixará pai e mãe e se unirá à sua mulher. A família começa no casamento — aliança sagrada diante de Deus.
ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
ଆରି ପର୍ମେସର୍ ସେମନ୍କେ ଆସିର୍ବାଦ୍ କଲା; ଆରି, ପର୍ମେସର୍ ସେମନ୍କେ କଇଲା, ତମର୍ ଜାତିକୁଲ୍ ବେସି ଅଅତ୍, ଆରି ପୁର୍ତିବିସାରା ପୁରାପୁରୁନ୍ ଅଇକରି ବାସା ଅଅତ୍, ଆରି ପାନିଲଗେ ରଇବା ମାଚ୍ ମନ୍କେ ଆରି ଉଡିବୁଲ୍ବା ଚଡଇ ମନ୍କେ ଆରି ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତୁମନର୍ ଉପ୍ରେ ସାସନ୍ କରା ।
ଆକାସ୍ ତଲେ ପର୍ମେସର୍ ତମ୍କେ ବଁଞ୍ଚ୍ବାକେ ଜେତ୍କି ଦିନ୍ ଦେଲା ଆଚେ, ସେତ୍କି ଦିନ୍ସେ ବଁଞ୍ଚ୍ସା, ସେଟାର୍ପାଇଁ ଜିବନ୍ ରଇବା ଜାକ ତମର୍ ଲାଡର୍ ମାଇଁଜି ପିଲା ସଙ୍ଗେ ଆରାମ୍ସେ ଜିଇ କାଇ ରୁଆ; କାଇକେବଇଲେ ଜିବନ୍ ରଇବା ଜାକ ଏ ପୁର୍ତିବିଟାନେ ତମେ ଜନ୍ ଜନ୍ କାମ୍ଦାମ୍ କଲାସ୍ନି, ସେ କାମର୍ ବିତ୍ରେ ଏଟା ଆକା ତମର୍ ବାଗ୍ ।
ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ପର୍ମେସର୍ ମାଇଜି ଆରି ମୁନୁସ୍ କରି ତିଆର୍କଲା ଆଚେ । ସେଟାର୍ପାଇଁ ଗଟେକ୍ ମୁନୁସ୍ ତାର୍ ବାବା ମାକେ ଚାଡିକରି ତାର୍ ମାଇଜି ସଙ୍ଗ୍ ମିସ୍ସି । ସେ ଦୁଇଲକ୍ ଗଟେକ୍ ଅଇବାଇ, ଆରି ସେମନ୍ ଦୁଇଲକ୍ ଇସାବେ ନ ରଅତ୍, ମାତର୍ ଗଟେକ୍ ଲକ୍ ଇସାବେ ରଇବାଇ । ସେଟାର୍ପାଇଁ ପର୍ମେସର୍ ଜନ୍ ଦୁଇଲକ୍କେ ମିସାଇଆଚେ, କେ ମିସା ସେମନ୍କେ ବିନେ ନ ବେଗ୍ଲାଅତ୍ ।"
ତେବେ ତମେ କରାପ୍ ଲକ୍ ଅଇଲେ ମିସା, ନିଜର୍ ନିଜର୍ ପିଲାମନ୍କେ ନିକ ନିକ ବିସଇ ଦେବାର୍ ଜାନାସ୍ । ତେବେ ଜନ୍ ବାବା ସର୍ଗେଅନି ଦାନ୍ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍ବା ଲକ୍କେ କେତେକ୍ ଅଦିକ୍ ସୁକଲ୍ ଆତ୍ମା ଦେଇସି !"
ତାର୍ପଚେ ସବୁବେଲର୍ ମାପ୍ରୁ କଇଲାନି, ମାଇଜି ଟକିମନ୍ ନିଜର୍ ଜନମ୍ ଦେଇ ରଇଲା ପିଲା ଜିଲା ମନ୍କେ ଜତନ୍ ନ କରି ନିଜର୍ ଦୁଦ୍ କାଇବା କଁଲା ପିଲାମନ୍କେ ପାସ୍ରି ମିସା ଜାଇ ପାରତ୍ ? ଉଁ, ଏମନ୍ ପାସ୍ରି ମିସା ଜାଇ ପାରତ୍ , ଅଇଲେ ମିସା ମୁଇଁ ତମ୍କେ ନ ପାସ୍ରି । ଦେକା, ଆମେ ଆମର୍ ଆତର୍ ପାପୁଲି ଟାନେ ତମର୍ ବାନିମୁର୍ତିକେ ଲେକି ଆଚି; ତମର୍ ଚାରି ବେଟ୍ତି ପାଚୁରି ପାରା ଜାଗିକରି ଆଚି।
ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ । ଜେତ୍କି ଲକ୍ କିରିସ୍ଟର୍ ପାରା ଅଇବୁ ବଲି ଆସା କଲାସ୍ନି, ନିଜେ ପାପ୍ କାମ୍ ଚାଡି ସୁକଲ୍ ରଇବାର୍ ଆଚେ । ଜେନ୍ତାରିକି କିରିସ୍ଟ କେବେ ପାପ୍ ନ କରେ ।