Filho de Deus
Jesus é o Filho de Deus — a revelação suprema do Pai. Nele habita toda a plenitude da divindade e por Ele temos acesso ao Pai, à salvação e à vida eterna.
A revelação do Filho
O Filho é o resplendor da glória de Deus. Quem vê o Filho vê o Pai. Jesus é a imagem perfeita do Deus invisível.
ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।
ପର୍ମେସର୍ ତାର୍ ପଅକେ ସରଗର୍ ଦୁତ୍ମନର୍ ଟାନେଅନି ମୁକିଅ କଲା ଆରି ସେମନର୍ଟାନେଅନି ତାକେ ବଡ୍ ନାଉଁ ଦେଲା ।
ଆରି ସେ ବାକିଅ ନର୍ ଲକ୍ ଅଇକରି ଆମର୍ ସଙ୍ଗ୍ ଜିଇଲା । ତାର୍ ସତ୍ ଆରି ଜିବନ୍ ଦୁକାଇବାଟା ପୁରାପୁରୁନ୍ ରଇଲା । ତାର୍ ବାବାର୍ ଗଟେକ୍ସେ ପିଲା ବଲି ସେ ମଇମା ପାଇରଇଲା । ତାର୍ ମଇମା ଆମେ ଦେକିଆଚୁ ।
କେ ମିସା କେବେ ପର୍ମେସର୍କେ ଦେକତ୍ନାଇ । ମାତର୍ ତାର୍ ଗଟେକ୍ ବଲି ପିଲା ଜେ କି ପର୍ମେସରର୍ ସମାନ୍ ଆଚେ ଆରି ତାର୍ କଲେ ଆଚେ, ସେ ଆକା ଆମ୍କେ ତାର୍ ବିସଇ ଜାନାଇ ଦେଲା ଆଚେ ।"
ମାତର୍ ଜିସୁ ସେମନ୍କେ କଇଲା, "ମର୍ବାବା ପର୍ମେସର୍ ସବୁବେଲା କାମ୍କଲାନି, ମୁଇ ମିସା ସେନ୍ତି କାମ୍ କଲିନି ।"
ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍ ତାକେ ମରାଇବାକେ ଅଦିକ୍ ଚେସ୍ଟା କଲାଇ । କାଇକେ ବଇଲେ ଜିସୁ ବିସ୍ରାମ୍ ବାରର୍ ନିୟମ୍ ମାନେ ନାଇ ବଲି ନାଇ, ମାତର୍ ସେ ପର୍ମେସର୍କେ ମର୍ ବାବା ବଲି କଇ, ନିଜ୍କେ ପର୍ମେସର୍ ସଙ୍ଗ୍ ସମାନ୍ କରି ରଇଲା ।
Confissão e fé
Tu és o Cristo, o Filho do Deus vivo! Quem confessa que Jesus é o Filho de Deus, Deus permanece nele.
ଜିସୁ କାଇସେରିଆ ପିଲିପି ଗଡ୍ ପାକାପାକି ଜାଗାଇ ଗାଲା ପଚେ ସିସ୍ମନ୍କେ ପାଚାର୍ଲା, "ନର୍ପିଲା କେ ବଲି ଲକ୍ମନ୍ କାଇଟା କଇଲାଇନି ?"
ସେମନ୍ କଇଲାଇ, "କେତେ ଲକ୍ କଇଲାଇନି, ସେ ଡୁବନ୍ ଦେଉ ଜଅନ୍ । ଆରି କେତେ ଲକ୍ ‘ସେ ଏଲିୟ’, ବିନ୍ ଲକ୍ମନ୍ କଇଲାଇନି, ‘ସେ ଜିରିମିୟ ନଇଲେ ବବିସତ୍ବକ୍ତାମନର୍ତେଇଅନି ଗଟେକ୍ ଲକ୍ ।’"
ଜିସୁ ପାଚାର୍ଲା, "ମୁଇ କେ ବଲି ତମେ କାଇଟା ବଇଲାସ୍ନି ?"
ସିମନ୍ ପିତର୍ କଇଲା, "ତମେ କିରିସ୍ଟ, ମସିଅ, ଜିବନ୍ ରଇବା ପରମେସରର୍ ପିଲା ।"
ଜିସୁ ଡୁବନ୍ ନେବାକେ ପାନି ବିତ୍ରେ ବୁଡି ବାରଇଲା ଦାପ୍ରେ ଏଦେ ଦେକା ! ସରଗ୍ ଉଗାଡି ଅଇ ରଇଲାଟା ଦେକ୍ଲା । ଆରି ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତର୍ଲା । ଆରି ଦେକା ଆକାସେ ଅନି ଏନ୍ତି କାତା ଆଇଲା "ଏ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ।"
ଜେ ମିସା ଜିସୁକେ ପର୍ମେସରର୍ ପଅ ବଲି ନାମ୍ଲେ, ପର୍ମେସର୍ ସେ ଲକର୍ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍ମେସରର୍ ସଙ୍ଗ୍ ରଇସି ।
ପର୍ମେସର୍ ଏନ୍ତାରି ଆମର୍ପାଇଁ ତାର୍ ଆଲାଦ୍ ଦେକାଇଲା । ସେ ଗଟେକ୍ ବଲି ତାର୍ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍ଲାଗି ଆମେ ନ ସାର୍ବା ଜିବନ୍ ପାଇବୁ । ଏନ୍ତାରି ନଏଁଜେ, ଆମେ ପର୍ମେସର୍କେ ଆଲାଦ୍ କଲୁ, ମାତର୍ ସେ ଆମ୍କେ ଆଲାଦ୍ କଲା । ଆରି କୁରୁସ୍କାଟେ ମଲାର୍ପାଇ ଆମର୍ ଡଣ୍ଡ୍ ପାଇବାକେ ତାର୍ ପଅକେ ପାଟାଇଲା । ଏଟା ଅଇଲାନି ସତ୍ସଙ୍ଗ୍ ଆଲାଦ୍ କର୍ବାଟା ।
ମାତର୍ ପାପ୍କରି ଲାଗିରଇବା ଲକ୍ମନ୍ ସଇତାନର୍ । କାଇକେବଇଲେ କାଇଟା ତିଆର୍ ନଅଇବା ଆଗ୍ତୁ ସଇତାନ୍ ପାପ୍ କରିଆଇଲାନି । ସଇତାନ୍ କରିରଇବା କାମ୍ କୁରୁପ୍ନାସ୍ କର୍ବାକେ ପର୍ମେସରର୍ ପଅ ଏ ଜଗତେ ଆଇଲା ।
ତାର୍ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍ ଏ ନ ସାର୍ବା ଜିବନ୍ ପାଇବାଇ । ଆରି ଜେ ତାର୍ ପଅର୍ସଙ୍ଗ୍ ମିସେନାଇ ସେ ଏ ଜିବନ୍ ମିସା ପାଏନାଇ ।
Vida no Filho
Deus enviou seu Filho ao mundo para que vivêssemos por Ele. O Filho dá vida, julga e reconcilia os pecadores com o Pai.
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ବାବା ପର୍ମେସର୍ ଜେନ୍ତି ମଲାଲକ୍ମନ୍କେ ଜିବନ୍ କରି ଉଟାଇସି, ସମାନ୍ ସେନ୍ତି ମୁଇ ମିସା ତାର୍ ପିଲା ଜାକେ ଜାକେ ମନ୍ କର୍ବି, ସେମନ୍କେ ମଲାତେଇଅନି ଉଟାଇବି । ବାବା ପର୍ମେସର୍ କାକେ ମିସା ତାର୍ ପାପ୍ କାମ୍ଲାଗି ବିଚାର୍ ନ କରେ । ମାତର୍ ସବୁ ଲକ୍ମନର୍ ବିଚାର୍ କର୍ବା ପୁରାପୁରୁନ୍ ଅଦିକାର୍ ତାର୍ ପିଲା ମକେ, ଦେଲା ଆଚେ । ତେବେ ସବୁ ଲକ୍ମନ୍ ବାବାକେ ଜେନ୍ତି ସନ୍ମାନ୍ ଦେଲାଇନି, ସେନ୍ତିସେ ତାର୍ ପିଲା ମକେ ମିସା ସନ୍ମାନ୍ ଦେବାଇ । ଜଦି ଜନ୍ ଲକ୍ମନ୍ ତାର୍ ପିଲା ମକେ ସନ୍ମାନ୍ ଦେଅତ୍ ନାଇ, ସେମନ୍ ମକେ ପାଟାଇଲା ବାବାକେ ମିସା ସନ୍ମାନ୍ ଦେଅତ୍ ନାଇ ।
ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ । ବାବା ଜେନ୍ତିକି ଜିବନର୍ ମୁଲ୍, ସେନ୍ତାରିସେ ତାର୍ ପିଲା ମୁଇ ମିସା ଜିବନର୍ ମୁଲ୍ ।
ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା । ସେମନ୍ ମୁନୁସ୍ମନ୍ ମନ୍କଲା ଇସାବେ ଜନମ୍ ଅଅତ୍ନାଇ, କି ଗାଗଡର୍ ବନି ଇସାବେ ଅଅତ୍ନାଇ । ନିଜେ ପର୍ମେସର୍ ସେମନର୍ ବାବା ।
ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ । ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
ତମେମନ୍ ଜେ ପରମେସରର୍ ପିଲାଜିଲା, ଏଟା ଦେକାଇ ଦେବାକେ, ପରମେସର୍ ତାର୍ ପଅର୍ ଆତ୍ମା ଆମର୍ ମନ୍ ବିତ୍ରେ ପାଟାଇଲା ଆଚେ । ସେ ଆତ୍ମା ଆଉଲିଅଇ କଇଲାନି, "ବାବା ! ଏ ମର୍ ବାବା !"
ଆମେ ପରମେସରର୍ ସତ୍ରୁ ରଇଲାବେଲେ ତାର୍ ପିଲା ଆମର୍ ପାଇ ଜିବନ୍ ଦେଲା । ତେଇଅନି ପରମେସର୍ ସଙ୍ଗ୍ ଆମେ ଆରିତରେକ୍ ଜଡିଅଇଲୁ । ତାର୍ ସଙ୍ଗ୍ ଆରିତରେକ୍ ଜଡିଅଇଲା ପଚେ, ଏବେ କିରିସ୍ଟର୍ ଜିବନର୍ ଲାଗି ଆମେ ରକିଆ ପାଇବାକେ କେତେକ୍ ଅଦିକ୍ ନ ପାଉ ?
କାଇକେ ବଇଲେ ଆମର୍ ପାଇଁ ବଲିକରି ଗଟେକ୍ ପିଲା ଜନମ୍ କଲା ଆଚେ, ଆରି ଆମ୍କେ ଗଟେକ୍ ପିଲା ଜାତ୍ ଅଇଲା ଆଚେ , ଆରି ତାର୍ କନ୍ଦେ ସାସନ୍ କର୍ବା ଅଜନ୍ ଲାଦା ଅଇସି; ଆରି ତାର୍ ନାଉଁ କାବା ଅଇଜିବାଟା, ସାସନ୍ କାରିଆ ,ସବୁବେଲର୍ ପର୍ମେସର୍ ସବୁବେଲର୍ ବାବା, ସାନ୍ତି ଦେବା ରାଜା ଅଇସି।