Sinais do fim dos tempos
A Bíblia descreve sinais que precederão a volta de Jesus. Guerras, falsos mestres, sinais cósmicos e a pregação do evangelho a todas as nações — tudo aponta para o fim dos tempos.
Sinais proféticos
Este evangelho do Reino será pregado em todo o mundo e então virá o fim. Os sinais dos últimos tempos já se manifestam.
ରାଇଜର୍ ସବୁ ବାସାର୍ ଲକ୍ମନର୍ ଲଗେ, ମାପ୍ରୁର୍ ସାକିଦେବାକେ ଦୁନିଆର୍ ଗୁଲାଇବାଟେ ତାର୍ କାତା ସୁନାଇବାଇ । ତାର୍ପଚେ ସେ ଜୁଗ୍ ସାର୍ସି ।"
ସେ ଦୁକର୍ବେଲା ସାର୍ବା ବେଲେ, ବେଲ୍ ଜାଉଁଲି ଜାଇସି, ଜନ୍ ଆରି ଉଜଲ୍ ନ ଡିସାଏ, ବାଦ୍ଲେଅନି ତାରାମନ୍ ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ଦେବାଟାମନ୍ ସବୁ ବାଟ୍ ବାନା ଅଇଜିବାଇ । ତାର୍ ପଚେ ନରପିଲା ମୁଇ ବାଦ୍ଲେ ଆଇବାଟା ଦେକ୍ସା । ଆରି ଡାକ୍ପୁଟାଅଇ ପାନି ବାଦ୍ଲେ ବପୁ ସଙ୍ଗ୍ ଆଇବାଟା ଦେକି ଦର୍ତନିର୍ ଲକ୍ମନ୍ କାନ୍ଦାବୁବା ଅଇଜିବାଇ । ବଡ୍ ମଇରି ବାଜ୍ସି । ଆରି ଗୁଲାଇ ସରଗର୍ ଗଟେକ୍ କନେ ଅନି ବିନ୍ ବିନ୍ କନେ ରଇବା ମର୍ ବାବା ବାଚି ରଇବା ଲକ୍ମନ୍କେ ଟୁଲିଆଇବାକେ ମୁନୁସ୍ ପିଲା ମୁଇ ମର୍ ଦୁତ୍ମନ୍କେ ପାଟାଇବି ।
ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ । କେଡେବଲ୍ ଚର୍ ପୁର୍ସି ବଲି ଜାନିରଇଲେ, ଗର୍ ସାଉକାର୍ ଜାଗ୍ରତ୍ ରଇ ଚର୍କେ ଗରେ ପୁର୍ବାକେ ନ ଦେଏ । ତମେ ମିସା ସବୁବେଲେ ଜାଗ୍ରତ୍ ରଇକରି ତିଆର୍ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍ପିଲା ମୁଇ ଉଟିଆଇବି ।
ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।"
"ମାତର୍ ସବୁ ଗଟ୍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍ । ସରଗର୍ ଦୁତ୍ କି ସତ୍ ମାପ୍ରୁର୍ ପିଲା ମୁଇ ମିସା ନାଜାନି । ମର୍ ବାବା ପର୍ମେସର୍ ଗଟେକ୍ ଲକ୍ସେ ଜାନିଆଚେ ।
Os últimos dias
Nos últimos dias virão tempos difíceis, homens amantes de si mesmos. Mas derramarei o meu Espírito sobre toda a carne.
ମାତର୍ ଜାନିର । ଜଗତର୍ ସାରାସାରି ଦିନ୍ମନ୍କେ ବେସି ଦୁକ୍ କସ୍ଟ ବେଲା ଆଇସି । କାଇକେବଇଲେ ଲକ୍ମନ୍ ନିଜେ ଆଲାଦ୍ ଅଇକରି ବିନ୍ ଲକ୍କେ ଆଲାଦ୍ ନ କରତ୍ । ସେମନ୍ ଡାବୁକାସୁ ଆସାକର୍ବା ଲକ୍, ନିଜର୍ ବିସଇଟାନେ ବଡ୍ପନ୍ ଅଇବା ଲକ୍, ବିନ୍ ଲକ୍କେ ନିନ୍ଦା କର୍ବା ଲକ୍, ତାକର୍ ଆୟା ବାବାର୍ କାତା ନ ମାନ୍ବା ଲକ୍, ଦନିଅବାଦ୍ ଦେବାଟା ପାସର୍ବା ଲକ୍, ପର୍ମେସରର୍ ବିସଇକେ ସନ୍ମାନ୍ ନ ଦେବା ଲକ୍, ବିନ୍ ଲକ୍ମନ୍କେ କେମା ନ ଦେବା ଲକ୍, ବିନ୍ ଲକର୍ ବିସଇ ମିଚ୍ କଇବା ଲକ୍, ନିଜେ ଜାଗ୍ରତ୍ ନ ରଇବା ଲକ୍, କିରଜାଟି ଅଇବା ଲକ୍, ନିକ ବିସଇ ଗିନ୍ କର୍ବା ଲକ୍, ବିସ୍ବାସେ ବିସ୍ ଦେବା ଲକ୍, ବକୁଆ ବିସଇ କର୍ବା ଲକ୍, ବିନ୍ ଲକର୍ଟାନେଅନି ବଡ୍ ବଲାଇଅଇବା ଲକ୍, ପର୍ମେସର୍କେ ଆଲାଦ୍ କର୍ବା ବାଦୁଲେ ନିଜ୍କେ ସାର୍ଦା କରାଇବା ଲକ୍ । ପର୍ମେସର୍କେ ସେବା କଲିନି ବଲି ଦେକାଇବାଇ, ମାତର୍ ତାର୍ ବପୁ ତାକର୍ ଜିବନ୍ ବାଦ୍ଲାଇବାକେ ନ ଦେଅତ୍ । ସେନ୍ତାରି ଲକ୍ମନର୍ଟାନେଅନି ଦୁରିକେ ର ।
ସେଟା କାଇଟା ବଇଲେ ପର୍ମେସର୍ କଇଲାନି,
"ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍ବି ।
ମର୍ ଆତ୍ମା ଜବର୍ ଅଇତେ ସବୁବାଟର୍ ଲକ୍କେ ଦେବି ।
ତମର୍ ପିଲାଜିଲା ମୁଇ କଇବା କାତା କଇବାଇ ।
ତମର୍ ଦାଙ୍ଗ୍ଡାପିଲାମନ୍କେ ମୁଇ ଦର୍ସନ୍ ଦେକାଇବି ।
ଆରି ଡକ୍ରା ଲକ୍ମନ୍ ମର୍ ବିସଇନେଇ ସପନ୍ ଦେକ୍ବାଇ ।
ସେ ଦିନ୍ମନ୍କେ ମର୍ ଆତ୍ମା ଜବର୍ ଅଇତେ ମର୍ ଦାଙ୍ଗ୍ଡା ଅଇରଇବା ମାଇଜିମୁନୁସ୍ମନ୍କେ ଆଜାଡି ଦେବି ।
ସେମନ୍ ମୁଇ କଇବା କାତା କଇବାଇ ।
ଆକାସେ କାବା ଅଇଜିବା କାମ୍ କର୍ବି ।
ଦର୍ତନି ତେଇ ମିସା କାବାଅଇଜିବା ଚିନ୍ମନ୍ କର୍ବି ।
ଲକ୍ମନ୍ ବନି, ଜଇ ଆରି କାଲିଆ ଦୁଆଁ ଦେକ୍ବାଇ ।
ବେଲ୍କେ ଆନ୍ଦାର୍ ଡିସ୍ଲା ପାରା କରାଇବି,
ଜନ୍, ବନି ପାରା ଡିସ୍ବାକେ କରାଇବି ।
ମୁଇ ବାଉଡି ଆଇବା ସେ ବଡ୍ ଉଜଲର୍ ଦିନ୍ ଆଗ୍ତୁ, ଏଟାସବୁ ଅଇସି ।
ଜେତ୍କି ଲକ୍ ମର୍ ନାଉଁ ଦାରି ଡାକ୍ବାଇ,
ସେମନ୍କେ ମୁଇ ରକିଆ କର୍ବି ।"
ସେଡ୍କିବେଲେ ତମର୍ ଲକ୍ମନର୍ ପିଲାମନ୍ ସାଇଜ କର୍ବା ମିକାଏଲ୍ ଦୁତ୍ ବାବ୍ରେ ଟିଆ ଅଇସି , ଆରି, ତର୍ ଲକର୍ ସର୍ତେ ଲକର୍ ନାଅ ଜିବନ୍ ପୁସ୍ତକ ଲଗେ ଲେକା ଅଇରଇସି, ସେମନ୍ ସର୍ତେ ଲକ୍ ସେ ବେଲାଇ ଉଦାର୍ ପାଇବାଇ । ଆରି, ପୁର୍ତିବିର୍ ମାଟି ତେଇ ଜନ୍ ଲକ୍ମନ୍ ମରିଆଚତ୍, ସେ ଲକର୍ ବିତ୍ରେ ଅନି କେତେକ୍ ଲକ୍ ଉଟ୍ବାଇ; କେତେକ୍ ଲକ୍ ନ ମର୍ବା ଜିବନ୍ ସଙ୍ଗେ ଉଟ୍ବାଇ ଆରି କେତେକ୍ ଲକ୍ ଲାଜ୍ ସରମ୍ ସଙ୍ଗେ ଆରି ସାରାସାରି ଜାକ ଦୁକ୍ ପାଇବାକେ ଉଟ୍ବାଇ । ଆରି, ଜେ କି ଗିଆନର୍ ଲକ୍, ସେମନ୍ ବାଦଲର୍ ତାରା ପାରା ଆରି ଜନ୍ ଲକ୍ମନ୍ ଦରମ୍ ବାଟେ କାଡାଇ ଆନ୍ବାଇ, ସେମନ୍ ତାରା ମନର୍ ପାରା ସାରାସାରି ଜାକ ଉଜଲ୍ ଅଇ ରଇବାଇ ।
Esperança e prontidão
O dia do Senhor virá como ladrão. Mas nós não somos das trevas — estejamos sóbrios, vigiliando e esperando.
ଏବେ ଆମେ ତମ୍କେ ଜନ୍ ସିକିଆ ଦେଲୁନି, ସେଟା ମାପ୍ରୁର୍ ସିକିଆ । ମାପ୍ରୁ ଆଇବା ବେଲେ ଜେତ୍କି ଲକ୍ ଆମେ ନ ମରିକରି ଜିଇ ଆଚୁ, ଆମେ ଦେକ୍ବା ଆଗ୍ତୁ ମରିଜାଇରଇବା ବିସ୍ବାସିମନ୍ ମାପ୍ରୁକେ ଦେକ୍ବାଇ । କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ । ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ । ଏସବୁ କାତାମନ୍ ସୁନାଇକରି ତମେ ନିଜର୍ ନିଜର୍ ଲକ୍ମନ୍କେ ସାଆସ୍ କରାଆ ।
ତେବେ ଆସା, ଆମେ ବିନ୍ ଲକ୍ମନର୍ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍ରତ୍ସଙ୍ଗ୍ ରଉଁ । ତେବେ ଜନ୍ ଲକ୍ମନ୍ ସଇବାଇ, ସେମନ୍ ରାତିବେଲେ ସଇବାଇ । ଆରି ଜନ୍ ଲକ୍ମନ୍ ମାତ୍ବାଇ, ସେମନ୍ ରାତିଆ ମାତ୍ବାଇ । ଆମର୍ ବିସ୍ବାସ୍ ଆରି ଆମର୍ ଆଲାଦ୍ ଗଟେକ୍ ରକିଆ ପାଇବା ଲୁଆର୍ ବସ୍ତର୍ ପାରା ରକିଆ କର୍ସି । ଆମର୍ ଆସା ଗଟେକ୍ ଲୁଆର୍ ଟପି ପାରା ଆମ୍କେ ରକିଆ କର୍ସି । କାଇକେବଇଲେ ପର୍ମେସର୍ ଆମ୍କେ ରିସାର୍ ମୁତାର୍ ଡଣ୍ଡ୍ ପାଇବାକେ ନ ବାଚିକରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି, ମୁକ୍ତି ପାଇବାକେ ତିଆର୍ କଲାଆଚେ ।
"ମାତର୍ ତମେ ନିଜର୍ ନିଜର୍ ବିସଇ ନେଇକରି ଜାଗ୍ରତ୍ ରୁଆ । ତମର୍ ମନ୍ ସବୁବେଲାଇ ବଜିବାତ୍ କରି ମଦ୍ ପେଣ୍ଡମ୍ କାଇବା ବିସଇ ଆରି କେନ୍ତାର୍ ଜିଇବାର୍ ଅଇସି କେନ୍ତାର୍ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍ ଅଟାତ୍ ପାନ୍ଦ୍ ପାରା ଆସି ଲାଗିଜାଇସି । ସେନ୍ତାରିସେ ଏ ଦୁନିଆର୍ ସବୁ ଲକ୍କେ ସେଟା ଗଟ୍ସି । ସେ ଦିନ୍ମନ୍କେ ଗଟ୍ବା ସବୁ ବିସଇ ଦେଇ, କାଇ ବିପଦ୍ ନ ଅଇ ଜିବାକେ ଆରି ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ମୁଆଟେ ଟିଆ ଅଇବାକେ, ପାର୍ତନା କରି ଜାଗରତ୍ ଅଇରୁଆ ।"
ମାତର୍ ଏ ଆଲାଦର୍ ବାଇମନ୍, ମାପ୍ରୁ ଦେକ୍ବା ଇସାବେ, ଗଟେକ୍ ଦିନ୍ଜେ ଅଜାର୍ ବରସ୍ ପାରା, ଆରି ଅଜାର୍ ବରସ୍, ଗଟେକ୍ ଦିନ୍ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍ରା ନାଇ । ଅଲସମ୍ ଅଇସି ବଲି କେତେଲକ୍ ଏତାଇଲାଇନି, ମାତର୍ ମାପ୍ରୁ ନିଜେ କାତା ଦେଲା ବିସଇ ସେନ୍ତାର୍ ଅଲ୍ସମ୍ କରେନାଇ । ମାତର୍ କେମିସା ଜେନ୍ତିକି ବିନାସ୍ ନଅତ୍, ସେମନ୍ ସବୁ ମନ୍ ବାଦ୍ଲାଇବାଇ, ଏଟା ସେ ମନ୍କରି ତମର୍ ପାଇ ବଲି ଅଲ୍ସମ୍ ଅଇଲାନି ।
ମାପ୍ରୁର୍ ଦିନ୍ ଚର୍ ଆଇଲା ରକାମ୍ କେଟିଜାଇସି । ସେ ଦିନେ ବାଦଲ୍ ସବୁ ବେସି ସବଦ୍ ସଙ୍ଗ୍ ନସ୍ଟ ଅଇଜାଇସି, ବାଦ୍ଲେ ଉଜଲ୍ ରଇବାଟାମନ୍ ସବୁ ସିଲିଜାଇସି, ପୁର୍ତିବି ଆରି ସିତି ରଇଲା ଲକ୍ମନ୍ ତିଆର୍ କଲା ଜେତେକ୍ ସବୁ ଜିନିସ୍ ପଡିଜିବାଇ ।
ଏ ସବୁ ବିସଇ ଏ ରକାମ୍ ଆଜିଜାଇସି, ତେବର୍ ପାଇ ତମେମନ୍ ବେସି ସୁକଲ୍ ଆରି ଜାଗ୍ରତ୍ସଙ୍ଗ୍ ରଇବାର୍ ଆଚେ। ମାପ୍ରୁ ଆଇବା ଦିନ୍କେ ଜାଗି କରି, ସେଟାଜେନ୍ତି ଦାପ୍ରେ ଆଇସି, ସବୁ ବେଲେ ଦରମ୍ ଚଲାଚଲ୍ତି କର୍ବାର୍ ଆଚେ ।
ଆମେ ସେ ସପତ୍ କଲା ଇସାବେ ନୁଆଁ ବାଦଲ୍ ଆରି ନୁଆଁ ପୁର୍ତିବିକେ ଜାଗ୍ଲୁନି । ସେଟା ଦରମ୍ଲକର୍ ବାସା ଅଇବା ଜାଗା ଅଇସି ।
ସୁନା, ମୁଇ ତମ୍କେ ଗଟେକ୍ ଆଗ୍ତୁ ନ ଜାନାଇରଇବା ବିସଇ କଇବି । ଆମେ ସବୁଲକ୍ ନ ମରୁ, ମାତର୍ ଆମର୍ ଗାଗଡ୍ ସବୁ ବାଦ୍ଲି ଜାଇସି । ଗଟେକ୍ ଲକ୍ ଆଁକି ମିଟ୍କା ମାର୍ଲା ବିତ୍ରେ ସେଟା ଗଟ୍ସି । ସାରାସାରିର୍ ମଇରି ବାଜ୍ଲା ବେଲେ ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ସେମନ୍ ଆରି କେବେ ମିସା ନ ମରତ୍ ଆରି ଆମେ ସବୁ ବଦ୍ଲି ଜିବୁ ।
କାଇକେ ବଇଲେ ଦେକା, ମୁଇଁ ନୁଆ ଆକାସ୍ ମଣ୍ଡଲ୍ ଆରି ନୁଆଁ ପୁର୍ତିବିକେ ତିଆର୍ କର୍ବି ଆରି ପୁରୁବ୍ କାଲର୍ ବିସଇ ସବୁ ଏତାଇ ନ ଅଏ; କି ମନେ ଏତ୍ ନ ଆସେ । ମାତର୍ ଜାଇଟା ମୁଇଁ ତିଆର୍ କର୍ବି, ତମେ ସବୁବେଲେ ସାଇସାର୍ଦା ଅଇକରି ସାର୍ଦା ଉଆ; କାଇକେ ବଇଲେ ଦେକା, ମୁଇଁ ଜିରୁସାଲମ୍କେ ସାର୍ଦା ପାରା ଆରି ତେଇର୍ ଲକ୍ମନ୍କେ ସାର୍ଦାର୍ ଲକ୍ ପାରା କରି ତିଆର୍ କର୍ବି । ଆରି, ମୁଇଁ ଜିରୁସାଲାମେ ସାର୍ଦା କର୍ବି ଆରି ମର୍ ଲକ୍ମନର୍ ସାର୍ଦା କର୍ବି; ଆରି, ତେଇ ମାରିଚପି ଅଇ କାନ୍ଦ୍ବା ସବଦ୍, କି କାନ୍ଦ୍ବା ସବଦ୍ ମିସା ସୁନା ନ ଜାଏ ।
ତାର୍ପଚେ ଏଦେ ଦେକା ! ନୁଆ ସରଗ୍ ଆରି ନୁଆ ଜଗତ୍ ଦେକ୍ଲି । ପର୍ତୁମ୍ ସରଗ୍ ଆରି ପର୍ତୁମ୍ ଜଗତ୍ ଆରି ଡିସେନାଇ । ସମ୍ଦୁର୍ ମିସା ଆରି ଡିସେନାଇ । ଆରି ସେ ସୁକଲ୍ ନଅର୍ ଦେକ୍ଲି । ସେଟା ରଇଲା ନୁଆ ଜିରୁସାଲେମ୍ । ସର୍ଗେଅନି, ପର୍ମେସର୍ଟାନେଅନି, ସେଟା ଉତ୍ରି ଆଇତେରଇଲା । ଗଟେକ୍ ଦାଙ୍ଗ୍ଡି ଦାଙ୍ଗ୍ଡାକେ ବେଟ୍ ଅଇବାକେ ଗାଲେ କେନ୍ତାଟା ପିନ୍ଦିରଇସି, ସେନ୍ତାରି ତିଆର୍ ପିଆର୍ ଅଇରଇଲା । ବସ୍ବା ଜାଗାଇଅନି ଗଟେକ୍ ବଡ୍ ସବଦ୍ କାତାଅଇବାଟା ମୁଇ ସୁନ୍ଲି "ସାରାସାରି ବେଲେ ପର୍ମେସର୍ ମୁନୁସ୍ଜାତି ସଙ୍ଗ୍ ବାସା ଅଇବାକେ ଆଇଲାଆଚେ । ସେ ତାକର୍ ସଙ୍ଗ୍ ବାସା ଅଇସି । ଆରି ସେମନ୍ ତାର୍ ଲକ୍ ଅଇବାଇ । ପର୍ମେସର୍ ନିଜେ ତାକର୍ ସଙ୍ଗ୍ ରଇସି । ଆରି ସେ ତାକର୍ ପର୍ମେସର୍ ଅଇସି ।" ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।