Graça
A graça de Deus é favor imerecido. Pela graça somos salvos, pela graça vivemos, pela graça somos sustentados. É o dom mais precioso de Deus — dado a quem não merece.
Salvos pela graça
Pela graça sois salvos, mediante a fé, e isto não vem de vós — é dom de Deus. Não por obras, para que ninguém se glorie.
କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇଲାର୍ପାଇ, ତମେ ମୁକ୍ତି ପାଇ ଆଚୁସ୍, ସେଟା ତମେ ବିସ୍ବାସ୍ କଲାର୍ ଲାଗି,। ତମେ କରିରଇବା କାଇ ନିକ କାମର୍ ଲାଗି ନାଇ, ସେଟା ପର୍ମେସରର୍ ଦାନ୍ । ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍ପନ୍ ଅଇ ନାପାରେ ।
ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା, ସେଟାର୍ପାଇଁ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।
ସବୁ ଲକ୍ ପାପ୍ କଲାଇ ଆଚତ୍ ଆରି ପରମେସରର୍ ପୁରାପୁରୁନ୍ ମଇମାଇଅନି ଉନା ଅଇଗାଲାଇ ଆଚତ୍ । ମାତର୍ ପରମେସର୍ କିରିସ୍ଟ ଜିସୁର୍ତେଇଅନି ଇନାମେ ନ ସାର୍ବା ଜିବନ୍ ଦୁକାନି ଦାନ୍ କଲାଆଚେ । ଜନ୍ ଲକ୍ମନ୍ ସେଟା ମିଲାଇଆଚତ୍, ସେମନ୍କେ ମାପ୍ରୁ ଜିସୁ ମୁକ୍ତି ଦେଇସି । ସେମନ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାଇ ।
ମାତର୍ ପରମେସରର୍ ଇସାବ୍ ନଇଲା ଦାନ୍ ଆରି ଆଦମର୍ ପାପ୍ ବିତ୍ରେ କେତେକ୍ କେତେକ୍ ଦୁର୍ ଆଚେ । ଗଟେକ୍ ଲକର୍ ପାପର୍ ପାଇ ବେସି ଲକର୍ ମରନ୍ ଅଇଲା । ମାତର୍ ପରମେସର୍ ତାର୍ ଜିବନ୍ଦୁକାଇଲାକେ, ଲକ୍ମନର୍ ପାଇ ଆରି ଗଟେକ୍ ଲକ୍କେ ଇନାମେ ଦେଲା । ସେ ବଡ୍ ଇନାମ୍ ଜିସୁ କିରିସ୍ଟର୍ ଜିବନ୍ ଦୁକାଇଲାକେ ପୁରାପୁରୁନ୍ ଅଇଲା ।
ପାପ୍ ଜେନ୍ତିକି ସବୁର୍ପାଇ ମରନର୍ ଡଣ୍ଡ୍ ଆନିରଇଲା, ସେନ୍ତି ପରମେସରର୍ ଜିବନ୍ଦୁକାନି ମାପ୍ରୁ ଜିସୁ କିରିସ୍ଟର୍ ସାଇଜେ ଅନି ଆମ୍କେ ଦରମ୍ ବାଟେ ଡାକିନେଇ ନ ସାର୍ବା ଜିବନ୍ ଦେଇସି ।
Graça que capacita
A graça me basta, pois o poder se aperfeiçoa na fraqueza. Na graça, não estamos mais sob a lei, mas sob o favor de Deus.
କାଇକେ ବଇଲେ ପାପ୍ ତମର୍ ଉପ୍ରେ ସାସନ୍ ନ କର । ତମେ ଆରି ନିୟମର୍ ତଲେ ନାଇ । ମାତର୍ ପରମେସରର୍ ଜିବନ୍ଦୁକାନି ଅନି କାଇଟା ନ ଅଇତେ ଆଚାସ୍ ।
ସେନ୍ତିଆଲେ ଆମେ ନିୟମର୍ ତଲେ ନ ରଇ, ପରମେସରର୍ ଜିବନ୍ଦୁକାନି ପାଇଲୁ ଆଚୁ ବଲି ପାପ୍ କର୍ତେ ରଉଁ କି ? ନାଇ, କେବେ ମିସା ନଏଁ ।
ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା ।
କାଇକେ ବଇଲେ ପରମେସର୍ ଗୁଲାଇ ମୁନୁସ୍ଜାତିକେ ପାପେଅନି ମୁକ୍ତି କର୍ବାକେ ତାର୍ ଦୟା ଦେକାଇଲା ଆଚେ । ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।
ସେଟାର୍ପାଇଁ ତମେ ନିଜର୍ ନିଜର୍ ମନେ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ଜାଗିରୁଆ । ଆରି ଜିସୁ କିରିସ୍ଟ ବାଉଡି ଆଇବା ବେଲାଇ ସେ ଜନ୍ ଆସିର୍ବାଦ୍ ତମ୍କେ ଦେଇସି, ସେଟା ମିଲ୍ସି ବଲି ପୁରାପୁରୁନ୍ ଆସା ଉଆ ।
ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କୁରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ ।
A graça de Deus
O Senhor é compassivo e gracioso, tardio em irar-se e grande em amor. Sua graça é nova a cada manhã.
ଆରି, ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ତମର୍ ଉପ୍ରେ ଦୟା କର୍ବାକେ ଜାଗି ରଇସି, ଆରି ସେଟାର୍ ପାଇଁ ତମ୍କେ ଦୟା କର୍ବାକେ ସେ ଉପର୍କେ ଉଟ୍ସି; କାଇକେବଇଲେ ସବୁବେଲର୍ ମାପ୍ରୁ ନିଆଇ ବିଚାର୍ କର୍ବା ପର୍ମେସର୍ ଅଇସି; ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗ୍ବାଇ, ସେ ଲକର୍ ଜିବନ୍ କେଡେକ୍ ନିମାନ୍ ।
Viver pela graça
A graça de nosso Senhor Jesus Cristo esteja convosco. Perdoando e confessando, experimentamos a graça restauradora.
ମାପ୍ରୁ ଜିସୁ ଜିବନ୍ ଦୁକାଇଲାଟା ସବୁର୍ ଲଗେ ରଅ । ଆମେନ୍ !
ଆମର୍ ମାପ୍ରୁ ଜିସୁ କିରିସ୍ଟ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସବୁର୍ ସଙ୍ଗ୍ ର ।
ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।
ମର୍ ନିଜର୍ ଜିବନ୍, ମର୍ ପାଇ, ମୁଇ ଇନ୍ କଲିନି । ପର୍ମେସରର୍ ଜିବନ୍ ଦୁକାଇଲା ବିସଇ ଆରି ମାପ୍ରୁ ଜିସୁ ଜନ୍ କାତା ଜାନାଇବାକେ ମକେ ଦାଇତ୍ ଦେଲାଆଚେ, ସେଟା ସାରାଇବି ଆରି ସୁବ୍ କବର୍ ଜାନାଇବାଟା ପୁରାପୁରୁନ୍ କର୍ବି । ଏତ୍କି ସେ ମୁଇ ମନ୍ କଲିନି ।
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
"ତମର୍ ବିରଦେ ଦସ୍ କରିରଇବା ବିନ୍ ଲକ୍ମନ୍କେ ଜଦି ତମେ କେମା କର୍ସା, ତମର୍ ସରଗର୍ ବାବା ପର୍ମେସର୍ ମିସା ତମ୍କେ କେମା କର୍ସି ।
ଜେ ନିଜର୍ ପାପ୍କେ ମନ୍ବିତ୍ରେ ଲୁଚାଇସି, ସେ କେମା ନ ପାଏ; ମାତର୍ ଜନ ଲକ୍ ମାନିକରି ଚାଡ୍ସି, ସେ ଦୟା ପାଇସି ।