Incentivo
A Bíblia é fonte inesgotável de incentivo. Em cada página, Deus nos encoraja a não temer, a perseverar e a confiar que Ele está conosco e é maior que qualquer adversidade.
Deus é por nós
Se Deus é por nós, quem será contra nós? O Senhor fortalece, sustenta e guia seus filhos em cada batalha e desafio.
ଏ ସବୁର୍ତେଇଅନି ଆରି କାଇଟା କଇବାର୍ ଅଇସି ? ଜଦି ପରମେସର୍ ଆମର୍ ବାଟେ ଆଚେ, ତେବେ କେ ଆମର୍ ବିରଦି ଅଇପାର୍ସି ?
ତମେ ଡରା ନାଇ, କାଇକେ ବଇଲେ ମୁଇଁ ତମର୍ ସଙ୍ଗେ ଆଚି; ମନ୍କେ ଉନା କରା ନାଇ, କାଇକେ ବଇଲେ ମୁଇଁ ତର୍ ପର୍ମେସର୍, ମୁଇଁ ତମ୍କେ ବପୁ କର୍ବି; ଉଁ, ମୁଇଁ ତମ୍କେ ସାଇଜ କର୍ବି; ଉଁ, ମୁଇଁ ମର୍ ନିଜର୍ ଦରମ୍ ଉଜା ଆତେ ତମ୍କେ ଦାରି ଇଣ୍ଡାଇବି ।
ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।
ଏ ସବୁ ଗଟ୍ନା ଆଇଲେ ମିସା ମୁଇ ମୁର୍ଚିକରି ରଇବାକେ ସିକ୍ଲିଆଚି । କାଇକେବଇଲେ, କିରିସ୍ଟ ମକେ ବପୁ ଦେଲାନି ।
କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି ।
Esperança e perseverança
A tribulação produz perseverança, a perseverança produz caráter, e o caráter produz esperança que não decepciona.
ସବୁ ରକାମର୍ ଦୁକ୍ କସ୍ଟ ମୁର୍ଚି କରି ସାର୍ଦା ଅଇଲୁନି, କାଇକେବଇଲେ ତେରେପେତେ ନ ଅଇ କସ୍ଟ ମୁରଚ୍ଲେ, ମନେ ସାଆସ୍ ଆଇସି । ସାଆସ୍ ଦାରି ରଇଲେ ପରମେସର୍ ସାର୍ଦା ଅଇସି । ତାର୍ ସାର୍ଦାଇଅନି ଆସା ଆଇସି । ଏ ଆସା ଆମ୍କେ ମୁର୍ମୁରା ଅଇବାକେ ନ ଦେଏ, କାଇକେ ବଇଲେ ପରମେସର୍ ଆମ୍କେ ସୁକଲ୍ଆତ୍ମା ଦେଇ କରି ଆମର୍ ମନେ ତାର୍ ଆଲାଦ୍ ବର୍ତି କରିଦେଲାଆଚେ । ସୁକଲ୍ଆତ୍ମା ଆମର୍ ପାଇ ରଇବା ପର୍ମେସରର୍ ଦାନ୍ ।
ସେଟାର୍ପାଇଁ ତମର୍ ସାଆସ୍ ଚାଡାନାଇ । ମାତର୍ ସେଟା କର୍ତେରୁଆ । କାଇକେ ବଇଲେ ତମର୍ ଇନାମ୍ ବଡ୍ ରଇସି ।
ତମେ ଜେତ୍କି ଦୁକ୍ କସ୍ଟ ମୁର୍ଚିକରି ରଇବାକେ ଗାଲାସ୍ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍କେ ସଇତାନ୍ ବନ୍ଦିଗରେ ପାକାଇକରି ପରିକା କର୍ସି, ଦସ୍ଦିନ୍ ଜାକ ତମେ କସ୍ଟେ ରଇସା । ମାତର୍ ମର୍ବାକେ ପଡ୍ଲେ ମିସା ମକେ ବିସ୍ବାସ୍ କରି ରୁଆ । ଆରି ଇନାମ୍ ଇସାବେ ତମ୍କେ ନ ସାର୍ବା ଜିବନ୍ ଦେବି ।
ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇଁ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।"
ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି । କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି । ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି ।
ଜିସୁ ତାକେ କଇଲା, "କାଇକେ ଜଦି ପାରୁସ୍ ବଇଲେ ନିମାନ୍ କର୍ ବଲିକରି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନର୍ ତେଇ ସବୁ ଅଇସି ।"
Deus cuida de nós
Entrega o teu caminho ao Senhor. Lança sobre Ele as tuas ansiedades, porque Ele tem cuidado de nós diariamente.
Futuro e promessas
Eu sei os planos que tenho para vocês — planos de paz e não de mal, para dar-lhes futuro e esperança.
ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, "ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
ଜେନ୍ତାରି କି ସାସ୍ତରେ ଲେକା ଆଚେ,
ଜନ୍ଟାକି କାର୍ ଆଁକି କେବେ ଦେକେନାଇ,
କାର୍ କାନ୍ କେବେ ସୁନେ ନାଇ ଆରି କେ ମିସା କେବେ ବାବି ନ ରଅତ୍, ସେ ସବୁ ବିସଇ,
ପର୍ମେସର୍ ଜନ୍ ଲକ୍ମନ୍କେ ଆଲାଦ୍ କଲାନି,
ତାକର୍ପାଇ ତିଆର୍ କଲାଆଚେ ।