O marido
A Bíblia define o papel do marido com clareza: amar a esposa como Cristo amou a Igreja, ser fiel, protetor e líder servo no lar.
Amar como Cristo amou
Maridos, amai vossas mulheres como Cristo amou a Igreja e se entregou por ela. O amor do marido deve ser sacrificial e incondicional.
ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା ।
ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି ।
ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି । କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି ।
ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ତମର୍ ବିତ୍ରେ ମିଚ୍ କଇବାଟା ଚାଡିଦିଆସ୍, ନିଜର୍ ନିଜର୍ ବିତ୍ରେ ସତ୍ କୁଆକୁଇ ଉଆ । କାଇକେବଇଲେ ଆମେ ସବୁଲକ୍ ଗଟେକ୍ ଗାଗଡର୍ ବିନ୍ ବିନ୍ ବାଗ୍ ଅଇଲୁଆଚୁ । ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍କରା ନାଇ । ବେଲ୍ ନ ବୁଡ୍ତେ ତମର୍ ରିସା ଚାଡି ଦିଆସ୍ । ତମ୍କେ ପାପ୍ କରାଇବା ସଇତାନ୍କେ ଜାଗା ଦିଆସ୍ନାଇ । ଜେ ଚରାଇତେ ରଇଲା, ସେ ଆରି ନ ଚର୍ ଅଅ । ମାତର୍ ନିଜେ ତାର୍ ଜିଉନା କାଉନାର୍ ପାଇ କାଇଆଲେ ନିକ କାମ୍ କର । ସେନ୍ତାର୍ଆଲେ ଅର୍କିତ୍ ଲକ୍ମନ୍କେ ଦେବାକେ ତାର୍ଟାନେ କାଇଟା ମିସା ରଇସି । ଜନ୍ କାତା ବିନ୍ଲକ୍ମନ୍କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍ ଟଣ୍ଡେ ଅନି ନ ବାରଅ । ତାର୍ବାଦୁଲେ ସେମନ୍କେ ସାର୍ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍ବା ଲକ୍ମନ୍ ତାକର୍ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍ଦା ଅଇବାଇ । ପର୍ମେସରର୍ ସୁକଲ୍ ଆତ୍ମାକେ ଦୁକ୍ ଦିଆସ୍ ନାଇ । ତାକେ ମୁକଲ୍ବା ଦିନ ଜାକ ଗଟେକ୍ ଚିନ୍ ଇସାବେ ସେ ତମ୍କେ ଦେଲାଆଚେ । ସବୁ ରକାମର୍ କୁଟ୍ କାତା ଚିନ୍ତା କର୍ବାଟା, ରିସା ଅଇବାଟା,କିରଜାଟି କର୍ବାଟା, ନିନ୍ଦା କାତା କଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍ଟାନେ ଅନି ଦୁରିକେ ସଙ୍ଗୁଆ । ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।
ଏ ମୁନୁସ୍ମନ୍, ତମେ ନିଜର୍ ନିଜର୍ ମାଇଜିମନ୍କେ ଆଲାଦ୍ କରି ଦରମ୍ ଉଆ ।
ନୁଆ ଜିବନର୍
ଏ ମାଇଜିମନ୍, ତମେ ନିଜର୍ ନିଜର୍ ମୁନୁସ୍ମନର୍ କାତା ମାନିକରି ରୁଆ । ଜିସୁ କିରିସ୍ଟର୍ ସଙ୍ଗ୍ ମିସିରଇଲାର୍ ପାଇ ଏନ୍ତାରି କର୍ବାଟା ନିକ ।
ଏ ମୁନୁସ୍ମନ୍, ତମେ ନିଜର୍ ନିଜର୍ ମାଇଜିମନ୍କେ ଆଲାଦ୍ କରି ଦରମ୍ ଉଆ ।
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି ।
Fidelidade conjugal
O casamento é honroso e o leito conjugal é santo. O marido deve ser fiel à esposa da sua juventude em pensamento e ação.
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
ତୁଇ ନିଜର୍ ଆଣ୍ଡିର୍ ପାନି କା, ଆରି ନିଜର୍ କୁଇଁ କାଲର୍ ପାନି କା । ତର୍ ଜର୍ନା ପାନି କାଇ ବାଆରେ ଏନେ ତେନେ ବିଚି ଅଇସି ? ଆରି ରାଜାର୍ ଡାଣ୍ଡ୍ବାଟେ କାଇ ଗାଡ୍ ବଇ ଜାଇସି ? ସେଟା ମାତର୍ ତର୍ଟା ଅଅ, ତମର୍ ଅଚିନା ଲକ୍ମନ୍କେ ନ ଅ । ତମର୍ ଜର୍ନା ପାନି ଦନିଅ ଅ, ଆରି, ତୁଇ ଦାଙ୍ଗ୍ଡା ବେଲେ ବିବା ଅଇଲା ମାଇଜିର୍ ସଙ୍ଗେ ସାର୍ଦା କର୍ । ଆଲାଦର୍ ସୁନ୍ଦର୍ ଡଙ୍ଗରର୍ କଟ୍ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍ତି କର; ଆରି, ତାର୍ ଆଲାଦ୍ରେ ତୁଇ ସବୁବେଲେ ଲାଲାଇ ଅଇ ରଅ । ଏ ମର୍ ପିଲା, ଅଲ୍ଗା ମାଇଁଜି ମନ୍କେ ତୁଇ କାଇକେ ଲାଲ୍ସା କଲୁସ୍ନି ? ଆରି ଅଲ୍ଗା ମାଇଁଜିର୍ ପାନ୍ଦେ ତୁଇ କାଇକେ ପଡ୍ସୁ ?
ମାତର୍ ମୁଇ ତମ୍କେ କଇଲିନି, ଜେ ମିସା ବିନ୍ ମାଇଜିକେ ବେସିଆକାମ୍ ଇସାବେ ଆଁକି ଦେକ୍ସି, ସେ ତାର୍ ସଙ୍ଗ୍ ମନେ ମନେ ବେସିଆ କାମର୍ ଅପ୍ରାଦ୍ କଲାଆଚେ ।
ମାତର୍ ମୁଇ କଇଲିନି, ଜେକି ନିଜର୍ ମାଇଜିକେ ବେସିଆ କାମ୍ ଚାଡି ଅଲ୍ଗା ଦସ୍ ଦାରି ଚାଡ୍ସି, ସେ ତାକେ ପାଦ୍ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍ଲା ମାଇଜିକେ ବିବା ଅଇସି, ସେ ପାଦ୍ରା ଅଇସି ।"
ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।"
ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ । ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ ।
ଦୁଇ ମାଇଜି ମୁନୁସ୍ ବେଗ୍ଲିକରି ନ ରଅତ୍ । ମାତର୍ ବେଗ୍ଲିକରି ରଇବାର୍ ଆଲେ, ଦୁଇ ଲକ୍ ରାଜି ଉଆ । ଜେନ୍ତାରି କି ସେ ବେଗ୍ଲି ରଇବା ବେଲାଇ, ପାର୍ତନା କରିଅଇସି । ମାତର୍ ତାର୍ପଚେ ଆରିତରେକ୍ ଆସି ମିସାଆ । ଏନ୍ତାରିକଲେ ସଇତାନର୍ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍କେ ମୁର୍ଚିକରି ରଇବା ବପୁ ଉନା ଆଚେ ।
ମାତର୍ ବିବା ଅଇବା ବିସ୍ବାସିମନ୍କେ ମୁଇ ଆଦେସ୍ ଦେଲିନି, ମୁଇ ଦେଇ ନାଇ ମାତର୍ ମାପ୍ରୁ ଦେଲାନି । ଜଦି ତମେ ଗଟେକ୍ ବିବାଇ ମାଇଜି, ସେନ୍ତାର୍ ଆଲେ ମୁନୁସ୍କେ ଚାଡି ବିନେ ନ ରୁଆ । ଜଦି ତାକେ ଚାଡ୍ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍ ତର୍ ନିଜର୍ ମୁନୁସ୍ ସଙ୍ଗ୍ ମିସା । ଜଦି ତମେ ବିବାଇ ମୁନୁସ୍, ନିଜର୍ ମାଇଜିକେ ନ ଚାଡା ।
ଏବେ ମୁଇ ବିସ୍ବାସିମନ୍ ଜେ କି ବିସ୍ବାସ୍ ନ କଲାଟାମନ୍କେ ବିବା ଅଇଆଚତ୍, ସେମନ୍କେ କଇଲିନି, ମୁଇ କଇନାଇ ମାପ୍ରୁ କଇଲାନି, । ଜଦି ଗଟେକ୍ ବିସ୍ବାସି, ବିସ୍ବାସ୍ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍ ସଙ୍ଗ୍ ମିସି ରଇବାକେ ମନ୍ କର୍ସି ବଇଲେ, ସେ ବାଇ ତାକେ ନ ଚାଡ ।
ବେବିଚାର୍ କାମେଅନି ଦୁରିକେ ରୁଆ । ଲକ୍ମନ୍ କାଇ ବିନ୍ ପାପ୍ କଲେ ମିସା, ସେଟା ତାର୍ ଗାଗଡର୍ ବିରୁଦେ ନଏଁ । ମାତର୍ ଜେ ବେବିଚାର୍ କାମ୍ କର୍ସି, ସେ ନିଜର୍ ଗାଗଡ୍ ବିରୁଦେ ପାପ୍ କର୍ସି ।
Convivência com sabedoria
O marido sábio vive com a esposa com entendimento, dando-lhe honra como co-herdeira da graça. A união conjugal reflete Cristo e a Igreja.
ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍ମନ୍, ନିଜର୍ ମାଇଜିମନର୍ ସଙ୍ଗ୍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍କେ ତମର୍ଟାନେଅନି ଉନା ବପୁଆଚେ । ସେମନ୍କେ ସନ୍ମାନ୍ ଦିଆସ୍, କାଇକେବଇଲେ ପର୍ମେସର୍ ଦେବା ନ ସାର୍ବା ଜିବନ୍ ତମର୍ ସଙ୍ଗ୍ ସେମନ୍କେ ମିସା ମିଲ୍ସି । ତମର୍ ପାର୍ତନା କର୍ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍ ମାନିକରି ରୁଆ ।
ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ । ମର୍ ନିଜର୍ପାଇ କାଇଟାକଲେ ଅଦିକ୍ ନିକ ରଇସି ବଲି ଅବ୍କା ସେଟାସେ ବାବି ବାବି ରୁଆନାଇ । ବିନ୍ ଲକର୍ପାଇ ଜନ୍ ବିସଇ ନିକ ରଇସି, ସେଟାମିସା ଏତାଇରୁଆ ।
ଆକାସ୍ ତଲେ ପର୍ମେସର୍ ତମ୍କେ ବଁଞ୍ଚ୍ବାକେ ଜେତ୍କି ଦିନ୍ ଦେଲା ଆଚେ, ସେତ୍କି ଦିନ୍ସେ ବଁଞ୍ଚ୍ସା, ସେଟାର୍ପାଇଁ ଜିବନ୍ ରଇବା ଜାକ ତମର୍ ଲାଡର୍ ମାଇଁଜି ପିଲା ସଙ୍ଗେ ଆରାମ୍ସେ ଜିଇ କାଇ ରୁଆ; କାଇକେବଇଲେ ଜିବନ୍ ରଇବା ଜାକ ଏ ପୁର୍ତିବିଟାନେ ତମେ ଜନ୍ ଜନ୍ କାମ୍ଦାମ୍ କଲାସ୍ନି, ସେ କାମର୍ ବିତ୍ରେ ଏଟା ଆକା ତମର୍ ବାଗ୍ ।
ଜନ୍ ଲକ୍ ମାଇଁଜି ପାଇସି, ସେ ନିମାନ୍ ଜିନିସ୍ ପାଇସି ଆରି ସବୁବେଲର୍ ମାପ୍ରୁର୍ ଲଗେ ଅନି ଆସିର୍ବାଦ୍ ପାଇସି ।
ଜାଗର୍ତା, କେ ମିସା କାର୍ଆଲେ ଅନିଆଇର୍ ବାଦୁଲେ ଅନିଆଇ ନ କରା । ତାର୍ ବାଦୁଲେ ନିଜର୍ ନିଜର୍ ବିତ୍ରେ ଆରି ସବୁଲକର୍ ପାଇ ସବୁବେଲେ ମଙ୍ଗଲ୍ କର୍ବାକେ ଚେସ୍ଟା କରା ।
ବିସ୍ବାସ୍ ନ କଲା ଲକ୍ମନର୍ ଟାନେ ଜାଚାଇ ଉଆନାଇ
ତମେ ବିସ୍ବାସ୍ ନ କର୍ବା ଲକ୍ମନର୍ ସଙ୍ଗ୍ ମିସିକରି କାମ୍ କରାନାଇ । ସେ କାମ୍ କେବେମିସା ନ ଅଏ । କାଇକେବଇଲେ ସତ୍ ଆରି ମିଚ୍ ମିସାଇ ନ ଅଏ । ଉଜଲ୍ ଆରି ଆନ୍ଦାର୍ ନ ମିସତ୍ ।
ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ । ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ । ଆମେ ଦରମ୍ ନଇଲାଟାକେ ଦେକି ସାର୍ଦା ନ ଅଉଁ, ମାତର୍ ସତ୍ ଟାନେ ସାର୍ଦା ଅଇବୁ । ସବୁ ବିସ୍ବାସ୍ କର୍ବୁ, ସବୁଟା ଆସାକର୍ବୁ, ସବୁବିସଇ ମୁରଚ୍ବାଟା ନ ଚାଡୁ ।