Morte
A morte é a realidade que todos enfrentam, mas para o cristão ela não é o fim. A Bíblia ensina que Cristo venceu a morte e nos dá a esperança da ressurreição e da vida eterna.
Cristo venceu a morte
Onde está, ó morte, o teu aguilhão? Cristo destruiu o poder da morte e nos deu a vitória pela ressurreição.
ତେବେ ଆମେ କଇ ପାର୍ବୁ,
ଅଇରେ ମରନ୍ ! ତୁଇ କେନେ ଜିତ୍ଲୁସ୍ ?
ଅଇରେ ମରନ୍ ! କେନେ ତର୍ ବପୁ ?
ଆମର୍ ପାପେଅନି ଆମ୍କେ ବାଦ୍ବା ବପୁ ମରନ୍ ପାଇଲା ଆଚେ । ଆରି ପର୍ମେସରର୍ ନିୟମ୍ ନ ମାନ୍ଲାତେଇଅନି ପାପ୍ ବପୁ ପାଇସି । ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।
ସାରାସାରି ପଚେ ସତ୍ରୁମନ୍ ମିସା ଆରିଜିବାଇ ।
କାଇକେବଇଲେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍ ମର୍ବାର୍ଆଚେ । ସେନ୍ତାରିସେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍କେ ମଲାତେଇଅନି ଉଟାଅଇସି ।
ଜେନ୍ତି ଆଦମର୍ ବଁସେଅନି ଆଇଲା ଲକ୍ମନ୍ ମର୍ବାଇ, ସେନ୍ତାରିସେ କିରିସ୍ଟର୍ତେଇ ରଇଲା ସବୁଲକ୍ ଜିବନ୍ ଅଇ ଉଟ୍ବାଇ ।
ଏ ବାକିଅ ସତ୍,
ଜଦି ଆମେ ତାର୍ ସଙ୍ଗ୍ ମରିଜାଇଆଚୁ,
ସେନ୍ତାର୍ ଆଲେ ଆମେ ତାର୍ସଙ୍ଗ୍ ବଁଚ୍ବୁ ମିସା,
ମଲାତେଇଅନି ପର୍ତମେ ଜେତ୍କି ଲକ୍କେ ଉଟାଇରଇଲାଇ, ସେମନ୍ କେଡେକ୍ କରମର୍ ଲକ୍ । ପଚର୍ ମରନ୍ ତାକର୍ ଉପ୍ରେ ସାସନ୍ ନ କରେ । ସେମନ୍ ପର୍ମେସରର୍ ଆରି କିରିସ୍ଟର୍ ପୁଜାରି ଅଇବାଇ । ସେମନ୍ ତାକର୍ ସଙ୍ଗ୍ ଅଜାର୍ବରସ୍ ଜାକ ସାସନ୍ କର୍ବାଇ ।
A esperança da vida eterna
Jesus disse: 'Eu sou a ressurreição e a vida.' Quem crê nele não está morto, mas apenas adormecido — e um dia despertará para a glória.
ଜିସୁ ତାକେ କଇଲା, "ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି । ଆରି ଜେ ଜଦି ବଁଚି ରଇକରି ବିସ୍ବାସ୍ କର୍ସି, ସେ କେବେ ମିସା ନ ମରେ । ଏ କାତା ବିସ୍ବାସ୍ କଲାସ୍ନି କି ?"
ଜିସୁ ତାକେ କଇଲା, "ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି । ଆରି ଜେ ଜଦି ବଁଚି ରଇକରି ବିସ୍ବାସ୍ କର୍ସି, ସେ କେବେ ମିସା ନ ମରେ । ଏ କାତା ବିସ୍ବାସ୍ କଲାସ୍ନି କି ?"
ମର୍ ସବୁ ମେଣ୍ଡାମନ୍ ମୁଇ ଡାକ୍ବାଟା ସୁନ୍ବାଇ, ମୁଇ ସେମନ୍କେ ଜାନି, ଆରି ସେମନ୍ ମର୍ ପଚେ ପଚେ ଆଇବାଇ । ଆରି ମୁଇ ସେମନ୍କେ ନ ସାର୍ବା ଜିବନ୍ ଦେବି । ସେମନ୍ କେବେମିସା ନସ୍ଟ ନ ଅଅତ୍ । ସେମନ୍କେ ମର୍ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍ ।
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ଏ ବାଇବଇନିମନ୍, ଆସା ନ କର୍ବା ବିନ୍ ଲକ୍ମନର୍ ପାରା ଦୁକ୍ ଚିନ୍ତା ଅଇ ରୁଆନାଇ । ଏଟାର୍ପାଇ ତମେ ମରିଜାଇରଇବା ଲକ୍ମନର୍ ବିସଇ ଜାନିରୁଆ । କାଇକେବଇଲେ ଜିସୁ ମରିକରି ଆରିତରେକ୍ ଉଟିଆଚେ ବଲିକରି ଆମେ ବିସ୍ବାସ୍ କଲୁନି । ତେବେ ଆମେ ଡାଟ୍ ସଙ୍ଗ୍ ଜାନି ଆଚୁ କି, ଜନ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କରି ମରିଆଚତ୍, ସେ ଆରିତରେକ୍ ଆଇଲେ ପର୍ମେସର୍ ତାର୍ ସଙ୍ଗ୍ ସେମନ୍କେ ଦାରିଜାଇସି ।
କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ । ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ ।
Não temas a morte
Não temas os que matam o corpo. Para o cristão, viver é Cristo e morrer é lucro. O vale da sombra da morte não assusta quem caminha com o Pastor.
ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା ।
କାଇକେ ବଇଲେ କେ ମିସା ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି ବଇଲେ, ସେଟା ସେ ଆରାଇସି, ମାତର୍ ଜେ ମର୍ ଲାଗି ଜିବନ୍ ଦେଇସି, ସେ ସତଇସେ ସେଟା ରକିଆ କର୍ସି ।
କାଇକେବଇଲେ ମର୍ପାଇ ଜିଇବା କାଇବାଟା ସବୁ କିରିସ୍ଟସେ । ଆରି ମର୍ ଇସାବେ, କିରିସ୍ଟର୍ଟାନେ ରଇକରି ମର୍ବାଟା ବେସି ନିକ ।
ଏ ଦୁଇଟା ବିତ୍ରେ କାଇଟା କର୍ବି ବଲି ଜିକାଟାନା ଅଇଲିନି । ଏ ଜିବନ୍ ଚାଡି ସର୍ଗେ କିରିସ୍ଟର୍ ସଙ୍ଗ୍ ରଇବାକେ ମୁଇ ମନ୍ କଲିନି । କାଇକେବଇଲେ ସେଟା ଅଦିକ୍ ନିକ । ମାତର୍ ତମର୍ପାଇ ମୁଇ ଜିଇକରି ରଇବାଟା ବେସି ମୁକିଅ ବିସଇ ।
ମାତର୍ ଆମେତା ସରଗର୍ ଲକ୍ମନ୍, ସେ ଜାଗାଇଅନି ଆମର୍ ଉଦାର୍କାରିଆ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ବେଲାକେ ଆମେ ଜାଗ୍ଲୁନି । ଜେନ୍ତିକି ତାକେ ଜଗତର୍ ସବୁ ବିସଇ ସର୍ପିଅଇବାଇ, ସେନ୍ତାରି ତାର୍ଟାନେ ବପୁ ଆଚେ । ସେ ବପୁସଙ୍ଗ୍ ଆମର୍ ମର୍ବା ଗାଗଡ୍ମନ୍କେ ନୁଆ କରି ବାଦ୍ଲାଇସି । ପର୍ମେସର୍ ତାକେ ଜିବନ୍ କରି ଉଟାଇଲାବେଲେ, ସେ ଜନ୍ ମଇମାର୍ ଗାଗଡ୍ ପାଇରଇଲା, ସେନ୍ତାରି ରଇବା ମଇମାର୍ ଗାଗଡ୍ ଆମ୍କେ ମିସା ଦେଇସି ।
ଆମେ ବଁଚିରଇଲେ ପର୍ମେସରର୍ ପାଇ, ମରିଗାଲେମିସା ସେନ୍ତାରିସେ । ତେବର୍ପାଇ ଆମେ ବଁଚିରଇଲେ କି ମରିଗାଲେ ପର୍ମେସରର୍ ପାଇସେ ।
A eternidade nos aguarda
Deus enxugará toda lágrima. A morte será o último inimigo destruído. Para os salvos, a morte é a porta de entrada na presença eterna de Deus.
ବସ୍ବା ଜାଗାଇଅନି ଗଟେକ୍ ବଡ୍ ସବଦ୍ କାତାଅଇବାଟା ମୁଇ ସୁନ୍ଲି "ସାରାସାରି ବେଲେ ପର୍ମେସର୍ ମୁନୁସ୍ଜାତି ସଙ୍ଗ୍ ବାସା ଅଇବାକେ ଆଇଲାଆଚେ । ସେ ତାକର୍ ସଙ୍ଗ୍ ବାସା ଅଇସି । ଆରି ସେମନ୍ ତାର୍ ଲକ୍ ଅଇବାଇ । ପର୍ମେସର୍ ନିଜେ ତାକର୍ ସଙ୍ଗ୍ ରଇସି । ଆରି ସେ ତାକର୍ ପର୍ମେସର୍ ଅଇସି ।" ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।
ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।
ଆମେ ସବୁ ଲକ୍ ତରେକ୍ ମର୍ବୁ ଆରି ତାର୍ପଚେ ପରମେସରର୍ ମୁଆଟେ ବିଚାର୍ ଦିନେ ଟିଆଅଇବୁ ।
ମୁଇ ସତଇସେ ଜାନ୍ଲିନି ଜେ, ପର୍ମେସର୍ ଜନ୍ ବଡ୍ ଆଲାଦ୍ ଆମ୍କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍କେ ବେଗ୍ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍ ରଇଲେ, ସରଗର୍ ଦୁତ୍ ଅଅତ୍ କି ସାସନ୍କାରିଆମନ୍, କି କାଇ ବିନ୍ ବପୁ, କି ଏବେ ଜନ୍ଟା ଅଇଲାନି, ପଚ୍କେ ଜନ୍ଟା ଅଇସି, ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।
ଦରମ୍ ଲକର୍ ପାଇ କେ ମିସା ଗଟେକ୍ ଲକ୍ ମର୍ବାଟା ଆମେ ନାଜାନୁ, ମାତର୍ ଏନ୍ତାରି ମିସା ଅଇସି ଜେ, ଗଟେକ୍ ନିମାନ୍ ଲକର୍ପାଇ ନିଜର୍ ଜିବନ୍ ଦେବାକେ କେ ଆଲେ ସାସ୍ କର୍ବାଇ । ମାତର୍ ଆମେ ପାପି ରଇଲାବେଲେ ଜିସୁ ଆମର୍ ପାଇ ନିଜର୍ ଜିବନ୍ ସର୍ପିଦେଲା । ଇତିଅନି ପରମେସର୍ ଆମ୍କେ କେତେକ୍ ଆଲାଦ୍ କଲାନି, ସେଟା ଜାନାପଡିଆଚେ ।
ଏଲେମିସା ଗଟେକ୍ ମୁନୁସର୍ ପାପର୍ ପାଇ ସବୁ ଲକ୍କେ ମରନର୍ ଡଣ୍ଡ୍ ଆଇଲା । ମାତର୍ ସେ ଗଟେକ୍ ମୁନୁସ୍ ଜନ୍ଟାକି କିରିସ୍ଟ, ଜାଇଟା କଲାଆଚେ ସେଟା କେଡେକ୍ ବଡ୍ ବିସଇ ! ଜେତେକ୍ ଲକ୍ ପରମେସର୍ ବଡ୍ ଜିବନ୍ଦୁକାଇଲାଟା ଜବର୍ ଅଇତେ ଇନାମେ ମିଲାଇଆଚତ୍, ସେମନ୍ ଜିସୁକିରିସ୍ଟର୍ ବାଟେଅନି ସବୁ ଲକ୍ ତାର୍ଟାନେ ଦରମ୍ ବଲାଇ ଅଇବାଇ । ସେମନ୍ କିରିସ୍ଟର୍ ସଙ୍ଗ୍ ଜିତି କରି ଜିଉନା କାଉନା କରି ସାସନ୍ କର୍ବାଇ ।
ପାପ୍ କାମର୍ ବୁତି ଅଇଲାନି ମରନ୍, ମାତର୍ ପରମେସର୍ ଜାଚାଇକରି ଦାନ୍ ଦେଇଆଚେ । ସେଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ମିଲାଇରଇବା ନ ସାର୍ବା ଜିବନ୍ ।
A morte na perspectiva bíblica
Há tempo de nascer e tempo de morrer. A morte é realidade humana, mas Deus é Senhor tanto dos vivos quanto dos mortos.
ବେସି ଦାମର୍ ଚିକନ୍ ବାଦୁଲେ ନିକ ନାଉଁ ବଲ୍ ଆରି ଜନମ୍ ଅଇଲା ଦିନ୍ ବାଦୁଲେ ମର୍ବା ଦିନ୍ ବଲ୍ ।
ସେ ସାନ୍ତି ସଙ୍ଗ୍ ପୁର୍ସି; ଦରମ୍ ବାଟେ ଜିବା ସବୁଲକ୍ ନିଜର୍ ନିଜର୍ ଅଚ୍ନାଇ ପୁଣ୍ଡ୍ବାଇ ।
ଜନ୍ କୁଟୁମ୍ ଆନ୍ଦାର୍ ବାଟେ ଗାଲାଇ ସେମନ୍ ବେସି ଉଜଲ୍ ଦେକ୍ଲାଇ ଆଚତ୍; ଜନ୍ ଲକ୍ମନ୍ ମରନର୍ ଚାଇଁର୍ ପାରା ଦେସେ ବାସା କଲାଇ, ସେମନର୍ ଉପ୍ରେ ଉଜଲ୍ ପଡ୍ଲା ଆଚେ।
ମାତର୍ ସତ୍ ଗିଆନ୍ ରଇବା ଗଚର୍ ପଲ୍ ନ କାଉସ୍, କାଇକେ ବଇଲେ ଜନ୍ ଦିନେ କାଇସୁ, ସେଦିନେ ମର୍ବାଟା ମର୍ସୁ ଆକା ।
ଆରି ଜିସୁ ଆଉଲିଅଇ କଇଲା, "ଏ ବାବା, ମର୍ ଆତ୍ମା ତକେ ସର୍ପିଦେଲିନି ।" ଏତ୍କି କଉ କଉ ତାର୍ ଜିବନ୍ ଚାଡିଗାଲା ।
ଆରି ସେ ନରକ୍ କୁଣ୍ଡେ ଗାଲା । ତେଇ ସେ ବେସି କସ୍ଟ ପାଇବାବେଲା ଉପ୍ରେ ସରଗ୍ପୁରେ ଦେକ୍ଲେ ଲାଜାର୍ ଅବ୍ରାଆମର୍ ଲଗେ ବସି ଆଚେ । ସେ ଆଉଲି ଅଇ କଇଲା, "ଏ ବାବା ଅବ୍ରାଆମ୍, ମକେ ଦୟା କର୍ । ଲାଜାର୍କେ ମର ଲଗେ ପାଟାଇଦେସ୍ । ସେ ଆସିକରି ନିଜର୍ ଆଙ୍ଗ୍ଟି ସଙ୍ଗ୍ ପାନି ଦେଇ, ମର୍ ଜିବ୍ କାକର୍ କର । କାଇକେ ବଇଲେ ମୁଇ ଏ ନରକ୍ପୁରର୍ ଜଇଲଗେ ବେସି କସ୍ଟ ପାଇଲିନି ।"
ତାର୍ପଚେ ତାର୍ କାରାପ୍ ଗୁନ୍ଚଲନେଅନି ପାପ୍ ବାରଇସି । ଆରି ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ମରନ୍ ଆଇସି ।