A mulher sábia
A mulher sábia constrói sua casa sobre o fundamento do temor do Senhor. Sua sabedoria abençoa a família, a comunidade e as gerações futuras.
A sabedoria que edifica
A mulher sábia edifica sua casa. O temor do Senhor é o princípio da sabedoria e a instrução que conduz à honra.
ବୁଦିକାରିୟାଣି କଗ୍ଲେ ଜାର୍ ଇଲ୍ ରଚ୍ନାତ୍; ମତର୍ ଅଗିୟାନି ନିଜ୍ କେଇଦ ହେଦାଂ ନସ୍ଟ କିନାତ୍ ।
ନିତ୍ରେମାପ୍ରୁତି ବିସ୍ରେତିଂ ପାଣ୍ଡ୍ରୁ ଆତିସ୍ ଗିୟାନ୍ତ ଆରାମ୍, ଆରେ, ଦାର୍ମିନିକାନ୍ ବିସ୍ରେ ଗିୟାନ୍ ଲାବ୍ କିତିସ୍ ହାର୍ ବିଚାର୍ ଆନାତ୍ ।
ନିତ୍ରେମାପ୍ରୁ ବିସ୍ରେନି ପାଣ୍ଡ୍ରୁ ଗିୟାନିକା ହାର୍ଦି ହିକ୍ୟା; ଆରେ, ହୁଦାର୍ ଗାଜା ପାଣ୍ ମୁମ୍ଦ ମାନ୍ଗାନାତ୍ ।
ମାତର୍ ମି ବିତ୍ରେ ଏଚେକାଡ଼୍ଦ ଇନେର୍ତି ଗିୟାନ୍ନି ଅବାବ୍ ମାଚିସ୍, ବାଟିଙ୍ଗ୍ ଇମ୍ଣି ଇସ୍ୱର୍ ଦସ୍ ଆହ୍ୱାଦାଂ ମେଲା କେଇଦାଂ ୱିଜ଼ାରିଂ ଦାନ୍ କିନାନ୍, ହେୱାନ୍ତି ଲାଗେ ହେୱାନ୍ ପାର୍ତାନା କିଏନ୍, ହେବେଣ୍ଡାଂ ହେୱାନିଂ ହିଆନାତ୍ ।
Virtude e excelência
A mulher virtuosa é coroada de força e dignidade. Ela abre a boca com sabedoria e a instrução da bondade está na sua língua.
ସବୁ ଗୁଣ୍ନି କଗ୍ଲେ
ଗୁଣ୍ନି କଗ୍ଲେଙ୍ଗ୍ ଇନେର୍ ପାୟାନାର୍ ? ମୁକ୍ତାତାଂ ନେ ତା ମଲ୍ ଆଦିକ୍ ।
ବାପୁ ଆରି ମାନିନିକା ତା ହେନ୍ଦ୍ରା ଲାକେ; ଆରେ, ୱାନିକାଡ଼୍ ବିସ୍ରେ ହେଦେଲ୍ ପାଣ୍ଡ୍ରା ଆଉତ୍ । ହେଦେଲ୍ ଗିଆନ୍ତ ଜାର୍ ୱେଇ ଜେନାତ୍; ତା ୱେନ୍ଦୁଲ୍ତ ଦୟାନି ବିଦି ମାନାତ୍ ।
ତା ମାଜ଼ିର୍ ନିଙ୍ଗ୍ଜି ତାଙ୍ଗ୍ ଦନ୍ୟ ଦନ୍ୟ ଇନାର୍ ଆରି ତା ଆଣ୍ଡ୍ରେନ୍ ପା ତାଙ୍ଗେଙ୍ଗ୍ ୱାରି କିନାନ୍; ହେନି ଗାଡ଼୍ଚେକ୍ ଗୁଣ୍ ଚଚ୍ଚିକ୍ନା, ମତର୍ ଏନେଙ୍ଗ୍ ହେ ୱିଜ଼େକାଂ ପିସ୍ତି ବେସି ହାର୍ ମାନାୟ୍ ।
ରଞ୍ଜ୍ନାକା ରାସିକା ଆନାକା ଆରି ହଲ୍ନାକା ବେକାର୍; ମତର୍ ଇମ୍ଣି କଗ୍ଲେ ନିତ୍ରେମାପ୍ରୁଙ୍ଗ୍ ପାଣ୍ଡ୍ରା ଆନାତ୍, ହେଦେଲ୍ ୱାରିନିକା ଆନାତ୍ ।
ଗୁଣ୍ନି କଗ୍ଲେ ଜାର୍ ଆଣ୍ଡ୍ରେନ୍ତି ମୁକୁଟ୍ ଲାକେ; ମତର୍ ଲାଜ୍କୁଇକିନି କଗ୍ଲେ ତା ପ୍ଡେକୁସବୁ ଜିରାନି ଲାକେ ।
ଦୟାକିନି କଗ୍ଲେ ଗାଜା ଜାଜ୍ମାଲ୍ ଆସ୍ତି ଇଟ୍ନାତ୍, ଆରେ, ଉତ୍ପାତ୍ୟା କଗ୍ଲେ ଦନ୍ ଆସ୍ତି ଇଟ୍ନାତ୍ ।
ଇଲ୍ ଆରି ଦନ୍ ବୁଡ଼୍ହିର୍ତାଂ ପାୟାନି ଆଦିକାର୍; ମତର୍ ବୁଦିନି କଗ୍ଲେ ନିତ୍ରେମାପ୍ରୁତାଂ ପାୟାନାତ୍ ।
Exemplo e influência
A mulher sábia é exemplo de fé e bom testemunho. Suas atitudes inspiram e seu legado abençoa as gerações que virão.
ଆରେ ଆଦିକ୍ ବଁୟିସ୍ନି କଗ୍ଲେକାଂ ହେ ଲାକେ ଲକାର୍ ଲକାର୍ନିନ୍ଦା ଆରି ଅଙ୍ଗୁର୍ ରାସ୍ ଉଣିତାକେ ମାନ୍ଜେଲ୍ୟାୱାଦାଂ ହାର୍ଦି ବେବାର୍ଣି, ଆଦେଂ ଆରି ହାର୍ଦି ହିକ୍ୟା ହିଦେଂ ଗୱାରି କିୟାଟ୍ । ତା ଆତିସ୍ ହେୱାର୍ ଜିପଲିକାଙ୍ଗ୍ ଜାର୍ ଆଣ୍ଡ୍ରେନିଂ ଜିଉନନି କାଜିଂ ହିକ୍ୟା ହିଦେଂ ଆଡ୍ନାର୍ । ଆରେ ହେୱେକ୍ ପୁଇପୁୟା, ହାର୍ଦି ଇଲ୍ ମୁଣିକାଣି, ହୁଦାର୍, ଆରି ଜାର୍ ଜାର୍ ଆଣ୍ଡ୍ରେନିଂ ହେବାକାରିୟାଣି ଆଏକ୍, ଇନେସ୍କି ଇସ୍ୱର୍ତି ବଚନ୍ ଇନେସ୍ ନିନ୍ଦା କିୟା ଆମେତ୍ ।
ହେ ଲାକେ କଗ୍ଲେକ୍ ପା ଲକାର୍ନିନ୍ଦା ଆୱାଦାଙ୍ଗ୍ କାଲେତାଂ, ମିଚ୍ ଇନାକାଦେଲ୍ ଆରି ସବୁ ବିସ୍ରେ ପାର୍ତି କିନାକାଦେଲ୍ ଆନାକା ମାନାତ୍ ।
ଦସ୍ କଇକ୍ ଉତର୍ମୁଡ଼୍
"ହେୱେଡ଼ାଲିଂ ସାର୍ଗେ ରାଜି ୱାନାକା ଏଲେଙ୍ଗ୍ ଆନାତ୍ ।
ଦସ୍ ଜାଣ୍ ଜିପଲିକ୍ ୱିଜ଼େକିକ୍ ର ର ବଇଟା ଅଜ଼ି ବିବାଦାଂଣେନିଂ ତାତେଙ୍ଗ୍ ହାଲ୍ଜି ମାଚିକ୍ । ହେୱେକ୍ ବିତ୍ରେ ପାଞ୍ଚ୍ ଜାଣ୍ ବୁଦିକାର୍ୟାକ୍ ଆରି ପାଞ୍ଚ୍ ଜାଣ୍ ନିର୍ବୁଦିୟାକ୍ ମାଚିକ୍ । ନିର୍ବୁଦିୟାକ୍ ବଇଟା ଅତିକ୍ ମାତର୍ ଜାର୍ ଜାର୍ କାଜିଂ ପା ଆଦିକ୍ ଚିକାଣ୍ ଅୱାଦାଂ ମାଚିକ୍ । ବୁଦ୍ୟାର୍ ଜାର୍ ଜାର୍ ବଇଟା ଲାହାଙ୍ଗ୍ କାଚ୍ତ ଚିକାଣ୍ ଅଜ଼ି ମାଚାର୍ ।" ବିବାଦାଂଣେନ୍ ୱାନାକା ମାଲା ଆତିଲେ କଇକ୍ ଡ଼ୁଗ୍ଜି ଡ଼ୁଗ୍ଜି ହୁଞ୍ଚିକ୍ ।
"ମାଦିମାଦା ନାଣା କିର ଇନାକା ୱେନ୍ୟା ଆତାତ୍, ଇୱାନ୍ ହୁଡ଼ା ବିବାଦାଂଣେନ୍ ୱାତାନେ, ୱାଡୁ ହେୱାରିଂ ହାସ୍ଦାଂ ତାନାସ୍ ।" ହେୱାଡ଼ାଲିଂ ଜିପଲିକ୍ ନିଙ୍ଗ୍ଜି ଜାର୍ ଜାର୍ ବଇଟାଙ୍ଗ୍ ଜାଲ୍ଦି କିତିକ୍ । ହେୱେଡ଼ାଂ ନିର୍ବୁଦିୟାଂ କଇକ୍ ବୁଦ୍ୟାକାଂ ଇଚିକ୍, "ମାଙ୍ଗେଙ୍ଗ୍ ଇଚୁକ୍ ଚିକାଣ୍ ହିଦାଟ୍ । ମା ବଇଟା ହାଜ଼ି ହାନାତା ।" "ବୁଦ୍ୟାକ୍ ଇଚିକ୍, ମି କାଜିଂ ଆରି ମା କାଜିଂ ଚିକାଣ୍ ସାରି ଆଉତ୍ । ଏପେଙ୍ଗ୍ ଦୁକାଣ୍ତ ହାଲ୍ଜି ଜାର୍ ଜାର୍ କାଜିଂ ଇଚୁଟିଂ ଚିକାଣ୍ କଡ଼୍ଜି ତାହିୱାଡୁ ।" ଲାଗିଂ ନିର୍ବୁଦ୍ୟାଂ କଇକ୍ ଚିକାଣ୍ କଡ଼୍ଦେଂ ହସି ହାଚିକ୍ । ହେୱେକ୍ ତାଙ୍ଗ୍ଜି ହାଚି ପାଚେ ବିବାଦାଂଣେନ୍ ୱାଜ଼ି ଏକାୱାତାନ୍ । ଜାଲ୍ଦି ମାନି ପାଞ୍ଚ୍ଜାଣ୍ କଇକ୍ ତା ହୁକେ ବିବା ବଜିତ ହାଚି ପାଚେ କାପାଟ୍ ଗେସ୍ତାର୍ ।
"ପାଚେ ବିନ୍ ଜିପଲିକ୍ ପା ୱାଜ଼ି ଇଚିକ୍, ଏ ମାପ୍ରୁ, ଏ ମାପ୍ରୁ, ମା କାଜିଂ କାପାଟ୍ ଜେସି ହିଦା । ମାତର୍ ବିବାଦାଂଣେନ୍ ଉତର୍ ହିତାନ୍, ଆନ୍ ମିଙ୍ଗ୍ ହାତ୍ପା ଇଞ୍ଜ୍ନାଙ୍ଗା, ଆନ୍ ମିଙ୍ଗ୍ ପୁଞ୍ଜୁଙ୍ଗ୍ ।"
କାତା ୱିସ୍ତି ଜିସୁ ଇଚାନ୍, ଜାଗ୍ରତ୍ ମାନାଟ୍, ଇନାକିଦେଂକି ଏପେଙ୍ଗ୍ ହେ ଦିନ୍ କି ହେ ସମୁ ପୁନୁଦେର୍ ।