A mulher sábia
A mulher sábia constrói sua casa sobre o fundamento do temor do Senhor. Sua sabedoria abençoa a família, a comunidade e as gerações futuras.
A sabedoria que edifica
A mulher sábia edifica sua casa. O temor do Senhor é o princípio da sabedoria e a instrução que conduz à honra.
ବୁଦି ରଇଲା ମାଇଜି ନିଜର୍ ଗର୍କେ ନିମାନ୍ କରି ଜତନ୍ କର୍ସି; ମାତର୍ ବୁଦି ନ ରଇଲା ମାଇଜି ଗର୍କେ ବାଙ୍ଗାଇ ଦେଇସି ।
ସବୁବେଲର୍ ମାପ୍ରୁର୍ ବିସଇର୍ ଡର୍ ଗିଆନ୍ ତେଇ ଅନି ଆରାମ୍, ଆରି, ଦରମ୍ ବିସଇକେ ଗିଆନ୍ ଆରି ନିମାନ୍ ବିଚାର୍ ଆଇସି ।
ସବୁବେଲର୍ ମାପ୍ରୁକେ ଡର୍ବାଟା ଗିଆନର୍ ଆରାମ୍ ଅଇସି; ଆରି, ଦରମ୍ ଅଇକରି ରଇବାଟା ନିଜର୍ ମୁଁଟାନେ ଜାନା ପଡ୍ସି ।
ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି ।
Virtude e excelência
A mulher virtuosa é coroada de força e dignidade. Ela abre a boca com sabedoria e a instrução da bondade está na sua língua.
ଗୁନ୍ଚଲନ୍ ରଇଲା ମାଇଁଜି କେ ପାଇ ପାର୍ସି? ସେ ମତି ମୁକ୍ତାର୍ ତେଇଅନି ଅଦିକ୍ ମୁଲିଅର୍ ଦନ୍ ପାଇସି ।
ବପୁ ଆରି ଗୁନ୍ଚଲନ୍ ଆକା ତାର୍ ବସ୍ତର୍ ପାରା, ଆରି ଆଇବା ଦିନ୍ମନ୍କେ ସେ କାଇଟାକେ ମିସା ନ ଡରେ । ସେ ବାବିବିଚାରି କରି କାତା କଇସି; ସେ ସବୁବେଲେ ସୁଆଲ୍ ସୁତର୍ ସଙ୍ଗେ ସିକିଆ ଦେଇସି ।
ତାର୍ ପିଲାଟକିମନ୍ ଉଟିକରି ତାକେ ଦନିଅବାଦ୍ ବଲିକରି କଇବାଇ ଆରି ତାର୍ ମୁନୁସ୍ ମିସା ସେ ରକାମ୍ ବଡିଆ ବଡିଆ ବଲିକରି ସାର୍ଦାର୍ କାତା କଇସି; ବେସି ଦାଙ୍ଗ୍ଡି ମନର୍ ଲଗେ ଗୁନ୍ଚଲନ୍ ଆଚେ, ମାତର୍ ସେ ସର୍ତେ ଦାଙ୍ଗ୍ଡିମନର୍ ତେଇ ଅନି ତୁଇ ଅଦିକ୍ ସୁନ୍ଦର୍ ।
ବେସି ସୁନ୍ଦର୍ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍, ମାତର୍ ଜନ୍ ମାଇଁଜି ସବୁବେଲର୍ ମାପ୍ରୁକେ ଡର୍ସି, ସେ ଆସିର୍ବାଦ୍ ପାଇସି ।
ବୁଦିରଇଲା ମାଇଁଜି ନିଜର୍ ମୁନୁସର୍ ମୁକୁଟ୍ ପାରା; ମାତର୍ ବୁଦି ନଇଲା ମାଇଁଜି ତାର୍ ମୁନୁସ୍କେ ନସ୍ଟ କର୍ସି।
ମାପ୍ରୁର୍ ଲଗେ ଆସିର୍ବାଦ୍ ପାଇଲା ମାଇଁଜି ସନ୍ମାନ୍ ପାଇସି, ମାତର୍ ଲବ୍ରା ଲକ୍ମନ୍ ଦନ୍ସପତିକେ ଜାଗ୍ରତ୍ କରି ସଙ୍ଗଇବାଇ ।
ଗର୍ ଆରି ଦନ୍ ଆନିଦାଦିମନର୍ ଲଗେ ଅନି ପାଇବାର୍ ଅଦିକାର୍; ମାତର୍ ବୁଦି ମତି ମାଇଁଜି ମାପ୍ରୁର୍ ଲଗେ ଅନି ପାଇବାଇ ।
Exemplo e influência
A mulher sábia é exemplo de fé e bom testemunho. Suas atitudes inspiram e seu legado abençoa as gerações que virão.
ସେନ୍ତାରିସେ ଡକ୍ରିମନ୍କେ ମିସା ସିକାଆ । ଜେନ୍ତିକି, ସେମନ୍ ସୁକଲ୍ ଚଲାଚଲ୍ତି କର୍ବାଇ । ତିପୁଲ୍ କାତା ନ କଇକରି, ମାତୁଆଲ୍ନିମନ୍ ନ ଅଇକରି, ତାର୍ ବାଦୁଲେ ବିନ୍ ଲକ୍ମନ୍କେ ନିକ ବିସଇ ସିକାଅତ୍ । ଏନ୍ତାରି କଲେ ସେମନର୍ ଟାନେଅନି ଦାଙ୍ଗ୍ଡିମନ୍ ନିକ ଚଲାଚଲ୍ତି କର୍ବାଟା ସିକ୍ବାଇ । ସେମନ୍ ପର୍ତୁମ୍ ନିଜର୍ ମୁନୁସ୍କେ ଆରି ପିଲାଟକିମନ୍କେ ଆଲାଦ୍ କର୍ବାଟା ସିକତ୍ । ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ ।
ସେନ୍ତାରିସେ ତାକର୍ ମାଇଜିମନ୍ ମିସା ବିନ୍ଲକର୍ ସନ୍ମାନ୍ ପାଇଲା ପାରା ଚଲାଚଲ୍ତି କରତ୍ । ସେମନ୍ ତିପୁଲ୍ କାତା କଇବାର୍ ନାଇ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇବାର୍ ଆଚେ । ସେମନ୍ ସତ୍ ଲକ୍ ବଲି ବିନ୍ ଲକ୍ ଆସା କର୍ବାର୍ ଆଚେ ।
"ସେଡିକିବେଲେ ସରଗ୍ ରାଇଜେ କେଟ୍ବା ବାଟ୍ ଏନ୍ତି ଅଇସି । ଦସ୍ଟା ଦାଙ୍ଗ୍ଡିମନ୍ ସବୁ ଲକ୍ ଗଟେକ୍ ଗଟେକ୍ ବତି ଦାରି ବାଟେ, ବର୍ ଦାଙ୍ଗ୍ଡାକେ ଜାଗ୍ବାର୍ ଜାଇରଇଲାଇ । ସେମନର୍ ବିତ୍ରେଅନି ପାଁଚ୍ଟା ଦାଙ୍ଗ୍ଡି ଚତୁର୍ ରଇଲାଇ, ଆରି ପାଁଚ୍ଟା ଦାଙ୍ଗ୍ଡି ବକୁଆ ରଇଲାଇ । ବକୁଆ ରଇଲା ଦାଙ୍ଗ୍ଡିମନ୍ ଅଦିକ୍ ଚିକନ୍ ନେଇ ନ ରଇଲାଇ । ମାତର୍ ଚତୁର୍ ରଇବା ଦାଙ୍ଗ୍ଡିମନ୍ ନିଜର୍ ନିଜର୍ ବତି ଟାନେ ରଇବାଟା ଚାଡି ଆରି କାଁଚେ ମିସା ଚିକନ୍ ବର୍ତି କରି ନେଇରଲାଇ । ବର୍ ଦାଙ୍ଗ୍ଡା ଆଇବାଟା ଅଲ୍ସମ୍ ଅଇଲାକେ ଦାଙ୍ଗ୍ଡିମନ୍ ଜୁମ୍ରି ଜୁମ୍ରି କରି ସଇଦେଲାଇ ।"
ମଜା ରାତିବେଲାଇ ଆଉଲି ସୁନି ଅଇଲା, "ଏଦେ ଦେକା ! ବର୍ ଦାଙ୍ଗ୍ଡା ଆଇଲାବେ ! ଆସା ସେମନ୍କେ ଡାକିଆନୁ !" ଦାଙ୍ଗ୍ଡିମନ୍ ଉଟିକରି ନିଜର୍ ନିଜର୍ ବତିମନ୍ ସାଜାଡ୍ଲାଇ । ସେଡ୍କି ବେଲେ ବକୁଆ ଦାଙ୍ଗ୍ଡିମନ୍ ଚତୁର୍ ରଇଲା ଦାଙ୍ଗ୍ଡିମନ୍କେ କଇଲାଇ "ଆମ୍କେ କଣ୍ଡେକ୍ ଚିକନ୍ ଦିଆ । ଆମର୍ ବତି ଲିବିଗାଲାନି ।" ଚତୁର୍ ଦାଙ୍ଗ୍ଡିମନ୍ କଇଲାଇ, "ତମ୍କେ ଦେଲେସରି ଆମର୍ ପାଇ ଚିକନ୍ ନ ଅଏ । ତମେ ଦୁକାନେ ଜାଇ ନିଜର୍ ନିଜର୍ ପାଇ ଚିକନ୍ ଗେନିଆନା ।" ସେଟାର୍ପାଇଁ ବୁଦି ନଇଲା ଦାଙ୍ଗ୍ଡିମନ୍ ଚିକନ୍ ଗେନ୍ବାକେ ବାରଇଲାଇ । ସେମନ୍ ଗାଲା, ପଚେ ବର୍ ଦାଙ୍ଗ୍ଡା ଆସି କେଟ୍ଲା । ଜାଗ୍ରତ୍ ଅଇରଇଲା ପାଁଚ୍ଟା ଚତୁର୍ ଦାଙ୍ଗ୍ଡିମନ୍ ତାକର୍ ସଙ୍ଗ୍ ବିବା ବଜିତେଇ ଗାଲା ପଚେ କାପାଟ୍ ଡାବିଅଇଗାଲା । ସେ ବୁଦି ନ ରଇଲା ଦାଙ୍ଗ୍ଡିମନ୍ ପଚେ ସେ ଜାଗାଇ ଆଇଲାଇ, ଏ ମାପ୍ରୁ, ଏ ମାପ୍ରୁ କାପାଟ୍ ଉଗାଡା, ଆମେ ବିତ୍ରେ ଜିବୁ ବଲି ସେମନ୍ ଆଉଲି ଅଇଲାଇ । ବର୍ଦାଙ୍ଗ୍ଡା କଇଲା, "ମୁଇ ସତ୍ କଇଲିନି, ତମେ କେ, ମୁଇ ନାଜାନି ।" କାତା କଇବାଟା ସାରାଇ, କରି ଜିସୁ କଇଲା, "ଜାଗ୍ରତ୍ ଅଇ ରୁଆ । ସେ ଦିନ୍ କି ବେଲା କେ ମିସା ନାଜାନାସ୍ ।"