Não desista!
'Não desista!' é o grito do céu para a terra. Deus nos encoraja a perseverar na fé, na oração e na esperança, porque a vitória pertence aos que não se rendem.
Força na fraqueza
Os que esperam no Senhor renovam as forças. Deus não se cansa nem se fatiga — Ele dá poder aos fracos e vigor aos cansados.
ତୁୟିକି ନଃଜାଣ୍ସି? ତୁୟ୍କି ନଃସୁଣ୍ସି? ହୁର୍ତିବିର୍ ସେସ୍ ହଃତେକ୍ ଉବ୍ଜାଣ୍କାରି ଜୁଗ୍ଜୁଗାର୍ ଇସ୍ୱର୍ ତାକିନଃକେରେ, କି ବିସାୟ୍ ନଃକେରେ ତାର୍ ବୁଦି ବିସୟ୍ ଜାଣିନୟ୍। ସେ ତାକ୍ଲା ଲକେ ସଃକ୍ତି ଦଃୟ୍ଦ୍ ଆର୍ ବଃଳ୍ନୟ୍ଲା ଲକେ ବଃଳ୍ ଜାଗାୟ୍ଦ୍। ବେଣ୍ଡିଆମଃନ୍ ହେଁ ବାୟିଦ୍ରେ ତାକ୍ତି ଆର୍ ଦଃଙ୍ଗ୍ଳାମଃନ୍ ଜଟିଆୟ୍ ଅୟି ଅଦୁର୍ତି। ମଃତର୍ ଜୁୟ୍ମଃନ୍ ଇସ୍ୱର୍କେ କଜ୍ତି ସେମଃନ୍ ନଃଉଆ ନଃଉଆ ବଃଳ୍ହାଉତି; ସେମଃନ୍ ବିରା ଚେଳେ ହର୍ ଡେଣାୟ୍ ଉହ୍ରେ ଉଟ୍ତି; ସେମଃନ୍ ତାକି ନଃକେରି ଦଃବୁଳ୍ତି, ସେମଃନ୍ ତାକିନଃକେରି ଇଣ୍ଡ୍ତି।
ଲକ୍ମଃନ୍କେ ଇସ୍ୱରାର୍ ଆସିର୍ବାଦ୍
ହେଁ, ଜିରୁସାଲମେ ବାସ୍କଃର୍ତା ସିୟନାର୍ ଲକ୍ ତୁମି ଆରେକ୍ କାନ୍ଦି ନଃକେରାସ୍; ତୁମାର୍ କାନ୍ଦ୍ଣା ସୁଣି, ସେ ଦଃୟା କଃରେଦ୍; ସେ ସୁଣ୍ଲା ଦାହ୍ରେ ସେ ଉତୁର୍ଦଃୟ୍ଦ୍।
ଇସ୍ୱର୍ ରଃକ୍ୟା କଃରୁକେ ସଃୟ୍ତ୍
ମଃତର୍ ହେଁ ଜାକୁବ, ଜେ ତକେ ଉବ୍ଜାଣ୍କଃଲା, ହେଁ ଇସ୍ରାଏଲ୍ ଜେ ତକେ ଗଃଳ୍ଲା, ସେ ଇସ୍ୱର୍ ଅଃବେ ଇ କଃତା କଃଉଁଲା; ଡିର୍ନାୟ୍, କାୟିତାକ୍ ବଃଲେକ୍ ମୁଁୟ୍ ତକେ ମୁକ୍ତ୍ କଃରି ଆଚି; ମୁଁୟ୍ ତକେ ନାଉ ଦଃରି ତକେ କୁଦି ଆଚି, ତୁୟ୍ ମର୍। ତୁୟ୍ ଜାଣାୟି ଅୟ୍ଜାତାବଃଳ୍ ମୁଁୟ୍ ତର୍ ସଃଙ୍ଗ୍ ଅୟିନ୍ଦ୍ ଗାଡ୍ ଜଳି ଅୟ୍ଗଃଲେକ୍, ସେରିମଃନ୍ ତକେ ବୁଡାୟ୍ ନଃକେରେ; ତୁୟ୍ ଜୟ୍ବିତ୍ରେ ଅୟ୍ଜାତାବଃଳ୍ ହଡି ନଃକେରେ, କି ଜୟ୍ଦାଗ୍ ନଃହାୟ୍। କାୟିତାକ୍ ବଃଲେକ୍ ଇସ୍ୱର୍ ତର୍ ଇସ୍ୱର୍ ମୁଁୟ୍, ଇସ୍ରାଏଲାର୍ ଦଃର୍ମି ଇସ୍ୱର୍, ତର୍ ମୁକ୍ତିକାରି; ମୁଁୟ୍ ତର୍ ମୁକ୍ତିର୍ ମୁଲ୍ହର୍ ମିସର୍ ଆର୍ ତର୍ ହାଁୟ୍ କୁସ୍ ଆର୍ ସିବା ଦେସ୍ ଦଃୟ୍ଆଚି।
ଅକେଟ୍ ଅୟିଲେକ୍ ଚାଲୁକ୍ ଜାଣି ଆର୍ ଜଃବର୍ ରିଲେକ୍ ହେଁ ବୟଃଗ୍ କଃରୁକେ ଜାଣି; ସଃବୁ ଅବୁସ୍ତାୟ୍ ଆର୍ ସଃବୁ ବିସୟେ ହେଁ, ବୁକେ ରେଉଁକେ ହେଁ ଜଃବର୍ ବୟଃଗ୍ କଃରୁକେ କି ଅକେଟେ ହେଁ ଚାଲୁକ୍ ନିକକଃରି ସିକି ଆଚି । ମର୍ ବଃଳ୍କାରିର୍ କ୍ରିସ୍ଟର୍ ଉହ୍କାରେ ମୁୟ୍ଁ ସଃବୁ କଃରୁହାରି ।
ବିସ୍ୱାସେ ବାଡ୍ତା ଜିବନ୍
ସେତାର୍ ଗିନେ ଅଃମିମଃନ୍ କାନିକଃର୍ମ୍ ନଃଉଁ, ମଃତର୍ ଅଃମାର୍ ହଃଦାର୍ ମାନାୟ୍ ନଃସ୍ଟ୍ ଅୟିଲେକ୍ ହେଁ ଅଃମିମଃନାର୍ ମଃନ୍ ବିତ୍ରାର୍ ମାନାୟ୍ ଦିନ୍କେ ଦିନ୍ ନଃଉଆଁ ଅଃଉଁଲି । କାୟିତାକ୍ବଃଲେକ୍ ଇ ଚଃନେକ୍ କାଳ୍ ରେତା ସଃମ୍ବାଳ୍ତା କଃସ୍ଟ ଅଃଦିକ୍ ବୁତେକ୍ କଃରି ଅଃମିମଃନାର୍ ଗିନେ ଅଃମ୍ବର୍ କାଳ୍ ରେତା ବଃଡେ ଜଃଜ୍ମାନ୍ ହୁରୁଣ୍ କଃରୁଲି । ଇ ଅଃମ୍ବର୍ ଜଃଜ୍ମାନ୍ କଃସ୍ଟ ତଃୟ୍ହୁଣି ଅଃଦିକ୍ ବଃଡ୍ । ଜୁୟ୍ତାର୍ ଗିନେ ଅଃମିମଃନ୍ ଡିସ୍ତା କଃତାକ୍ ନଃଦେକି ନଃଡିସ୍ତାର୍ କଃତାକ୍ ଦଃକୁଲୁ, କାୟିତାକ୍ବଃଲେକ୍ ଡିସ୍ତା କଃତା ଚଃନେକ୍ କାଳ୍ ଗିନେ ରଃୟ୍ଦ୍, ମଃତର୍ ନଃଡିସ୍ତାର୍ କଃତା ଅଃମ୍ବର୍ କାଳ୍ ଗିନେ ରଃୟ୍ଦ୍ ।
Perseverança na fé
Não perca a confiança, pois ela tem grande recompensa. O justo viverá pela fé, e quem perseverar até o fim será salvo.
ସେତାକ୍ ତୁମିମଃନାର୍ ସାସ୍ ଚାଡା ନାୟ୍, ବଃଲେକ୍ ସେତି ବଃଡ୍ ପୁରିସ୍କାର୍ ଆଚେ ।
ଅଃମିମଃନ୍ ଜୁୟି ସାସ୍ କଃରିଆଚୁ, ସେରି ଅଃଟୁଆ ବାବେ ନିକକଃରି ଦଃରୁଆଁ, କାୟିତାକ୍ବଃଲେକ୍ ଜେ ସଃୟ୍ତ୍ କଃରିଆଚେ, ସେ ବିସ୍ୱାସାର୍ ଜୟ୍ଗ୍ । ଆରେକ୍ ଲାଡ୍ ଆର୍ ସଃତ୍ କାମେ କଃତା ସିକାଉଁକ୍ ଏକ୍ଆରେକାର୍ ବିସୟେ ମଃନ୍ ଦେଉଁଆ । ଆର୍ କେକେ ଜଃନ୍କଃରି ମଣ୍ଡ୍ଳିର୍ ପାର୍ତ୍ନା ଚାଡି ରେତି, ଅଃମିମଃନ୍ ସେବାନ୍ୟା କଃରୁ ନଃଚୁଆଁ, ମଃତର୍ ଏକ୍ଆରେକ୍କେ ସାସ୍ ଦେଉଁଆ, ମୁଳ୍କଃରି ଜଃଡେବଃଳ୍ ତୁମିମଃନ୍ ମାପୁରାର୍ ଦିନ୍ ଚଃମେ ଅୟି ଆସୁଲି ବଃଲି ଦଃକୁଲାସ୍ ।
ଆର୍ ବିସ୍ୱାସ୍ ନୟ୍ଲେକ୍ କଃବେ ହେଁ ତାର୍ ଲାଡାର୍ ଲକ୍ ଅୟ୍ନୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ଜେ ଆଚେ, ଆର୍ ସେ ଜେ ତାକେ ଲଳ୍ତା ଲକ୍ମଃନ୍କେ ପୁରିସ୍କାର୍ ଦଃୟ୍ଦ୍, ଇରି ତାର୍ ଲଃଗେ ଆସ୍ତା ଲକ୍ ବିସ୍ୱାସ୍ କଃର୍ତା ଲଳା ।
କାୟିତାକ୍ବଃଲେକ୍ ଇସ୍ୱରାର୍ କଃତା ଜିବନ୍ ଆର୍ କାମ୍ ହୁରା କଃର୍ତାର୍, ଆରେକ୍ ଦୁୟ୍ବାଟ୍ ଦାର୍ ରେତା କଃଣ୍ଡା ତଃୟ୍ହୁଣି ଅଃଦିକ୍ ଲାଗୁଣ୍, ଆର୍ ଜିବନ୍ ଆର୍ ଆତ୍ମା, ଗଃଟି ଆର୍ ଆଡ୍ ବିତ୍ରେ ରିଲା ସୁଇଁ ହଃତେକ୍ ବେଦି ଜାୟ୍ଦ୍ ଆରେକ୍ ମଃନାର୍ ଚିତା ଆର୍ ବାବାର୍ ନିକ ବିଚାର୍ କଃରେଦ୍ ।
ଅଃମିମଃନ୍ ନିକ କାମ୍ କଃରୁକେ ତାକି ନଃଜାଉଁ କାୟିତାକ୍ବଃଲେକ୍ ତାକି ନଃଗେଲେକ୍ ଟିକ୍ ବେଳାୟ୍ ତାସ୍ କାଟୁଆଁ
ମୁଁୟ୍ ବେଗି ଆସୁଲେ, ତୁମାର୍ ଜିଣ୍ଲା ମୁକୁଟ୍କେ ଜଃନ୍କଃରି କେଏ ଚରିକଃରି ନଃନେୟ୍, ଇତାର୍ ଗିନେ ତୁମାର୍ ତଃୟ୍ ଜାୟ୍ରି ଆଚେ ସେରି ଅଃଟୁଆ କଃରି ଦଃରି ରିଆ ।
ଇତି ଦଃର୍ମିମଃନାର୍, ବଃଲେକ୍ ଜୁୟି ଲକ୍ମଃନ୍ ଇସ୍ୱରାର୍ ଆଦେସ୍ ମାନ୍ତି ଆର୍ ଜିସୁକେ ବିସ୍ୱାସ୍ କଃର୍ତି, ସେମଃନ୍କେ ସଃମ୍ବାଳୁକ୍ ହଃଳେଦ୍ ।
ପରିକ୍ୟା ଆର୍ ଆସା ଦଃକାଉତାର୍
ଜୁୟି ଲକ୍ ପରିକ୍ୟା ସଃମ୍ବାଳେଦ୍, ତାର୍ ବାୟ୍ଗ୍, କାୟିତାକ୍ବଃଲେକ୍ ମାପୁର୍ ଅଃହ୍ଣାର୍ ଲକ୍ମଃନ୍କେ ଜୁୟି ଜିବନ୍ ମୁକୁଟ୍ ଦେଉଁକେ ସଃୟ୍ତ୍ କଃରିଆଚେ, ଜେ ଇସ୍ୱରାର୍ ଲାଡାର୍ ପରିକ୍ୟା ସିଦ୍ ଅୟ୍ଲା ହଃଚେ ସେ ଲକ୍ ଜିବନ୍ ମୁକୁଟ୍ ହାୟ୍ଦ୍ ।
Deus é refúgio
O Senhor é nosso refúgio e fortaleza. Ele ouve nossas orações, nos consola nas tribulações e transforma choro em dança.
Vitória em Cristo
Jesus venceu o mundo e nos dá vitória. Para Deus nada é impossível, e Ele faz infinitamente mais do que pedimos ou pensamos.
ତୁମିମଃନ୍ ଜଃନ୍କଃରି ମର୍ ଲଃଗେ ରଃୟ୍ ସୁସ୍ତା ହାଉଆସ୍, ଇତାର୍ ଗିନେ ମୁୟ୍ ତୁମିମଃନ୍କେ ଇ ସଃବୁ କଃତା କଃଉଁଲେ । ଜଃଗତେ ତୁମାର୍ ଗିନେ ଦୁକ୍ କଃସ୍ଟ ଆଚେ, ମଃତର୍ ସାସ୍ ଦଃରା, ମୁୟ୍ ଜଃଗତ୍କେ ଜିଣି ଆଚି ।"
ଇ କଃତା ସୁଣି ସଃଡେବଃଳ୍ ହୁଣି ଜିସୁର୍ ଚେଲାମଃନାର୍ ବିତ୍ରେ କଃତେକ୍ ତାର୍ ସଃଙ୍ଗ୍ ଜଃଉଁକେ ମଃନ୍ ନଃକେରି ବାଉଳି ଗଃଳାୟ୍ । ସେତାକ୍ ଇରି ଦଃକି ଜିସୁ ତାର୍ ବାର ଗଟ୍ ଚେଲାମଃନ୍କେ ହଃଚାର୍ଲା, "ତୁମିମଃନ୍ ହେଁ କି ମକେ ଚାଡି ଜଃଉଁକେ ମଃନ୍ କଃରୁଲାସ୍ ?"
ସିମନ୍ ପିତର୍ ଜିସୁକେ କୟ୍ଲା, "ମାପୁର୍, ଅଃମି ଆର୍ କାର୍ ଲଃଗେ ଜଃଉଁନ୍ଦ୍ ? ତର୍ ତଃୟ୍ ତ ଅଃମ୍ବର୍ ଜିବନାର୍ କଃତାଆଚେ । ତୁୟ୍ ତ ଇସ୍ୱର୍ ତଃୟ୍ହୁଣି ଆୟ୍ଲା ପବିତ୍ର ମାନାୟ୍, ଇ କଃତା ଅଃମି ଅଃବେ ସଃତ୍କଃରି ଆଚୁ ।"
"ମୁୟ୍ ଗଃଲା ହଃଚେ, ତୁମିମଃନ୍କେ ଟୁରାହିଲା କଃରି ଚାଡି ନଃଜାୟ୍ଁ, ମୁୟ୍ ତୁମାର୍ ହାକ୍ ବାଉଳି ଆସିନ୍ଦ୍ ।
ମାଗା, ଲଳା, କଃହାଟେ ମାରା
"ମାଗା, ତଃବେ ତୁମିମଃନ୍କେ ଦିଆ ଅୟ୍ଦ୍; ଲଳା, ତଃବେ ତୁମିମଃନ୍ ମିଳାଉଆସ୍; କଃହାଟେ ମାରା, ତଃବେ ତୁମାର୍ ଗିନେ କଃହାଟ୍ ଉଗାଳା ଅୟ୍ଦ୍ । ବଃଲେକ୍, ଜୁୟି ଲକ୍ ମାଗେଦ୍, ସେ ହାୟ୍ଦ୍; ଜେ ଲଳେଦ୍, ସେ ମିଳାୟ୍ଦ୍; ଆର୍ ଜେ କଃହାଟେ ମାରେଦ୍, ତାର୍ ଗିନେ କଃହାଟ୍ ଉଗାଳି ଦିଆ ଅୟ୍ଦ୍ ।
"ଏ ତାକ୍ଲା ଆର୍ ବଜ୍ ବୟ୍ଲା ଲକ୍ମଃନ୍, ମର୍ ତଃୟ୍ ଆସା, ମୁଁୟ୍ ତୁମିମଃନ୍କେ ବିସାଉଁକ୍ ଦଃୟ୍ନ୍ଦ୍ । ମର୍ ଜିଅଡି ଅଃହ୍ଣା ଅଃହ୍ଣାର୍ କଃନ୍ଦେ ବଃଉଆ, ଆର୍ ମର୍ ତଃୟ୍ହୁଣି ସିକା, କାୟିତାକ୍ବଃଲେକ୍ ମୁଁୟ୍ ନିଜେ ଦିର୍ ଆର୍ ମଃନ୍ ସୁଦାର୍ ଅୟି ଆଚି, ସେତାକ୍ ତୁମିମଃନ୍ ମର୍ ତଃୟ୍ ଜିବନ୍ ବିତ୍ରେ ବିସାଉଁ ହାରାସ୍ । ଆରେକ୍ ମୁଁୟ୍ ଜୁୟି ଜିଅଡି ଦଃୟ୍ନ୍ଦ୍ ସେରି ବଃଉଁକେ ନିକ ଆର୍ ଉହାସ୍ ।"
ଜିସୁ ସେମଃନ୍କେ ଦଃକି କୟ୍ଲା, "ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।"
କାୟିତାକ୍ବଃଲେକ୍ ଇସ୍ୱରାର୍ କୟ୍ଲା ଟଣ୍ଡାର୍ କଃତା କଃବେ ହେଁ ନଃହିଟେ ।"
Esperança e transformação
O Senhor completa a boa obra que começou em nós. Ele faz novas todas as coisas e dá esperança para o futuro.
କାୟିତାକ୍ବଃଲେକ୍ ଜେ ତୁମିମଃନାର୍ ମଃନ୍ବିତ୍ରେ ନିକ କାମ୍ କଃରି ଆଚ୍ତି, ସେ କ୍ରିସ୍ଟ ଜିସୁର୍ ଆସ୍ତା ଦିନ୍ ହଃତେକ୍ ସେରି ସାଦୁନ୍ କଃରି ସିଦ୍ କଃରେଦ୍, ଇରି ତ ମୁୟ୍ ଅଃଟୁଆ ବାବେ ବିସ୍ୱାସ୍ କଃରୁଲେ;
ଇତାର୍ ଗିନେ ଜେ କ୍ରିସ୍ଟର୍ ତଃୟ୍ ଆଚେ, ତଃବେ ସେ ନଃଉଆଁ କଃରି ଜଃଲମ୍ ଅୟିଆଚେ; ହଃର୍ନା କଃତା ସଃବୁ ନଃସ୍ଟ୍ ଅୟିଆଚେ, ଦଃକ୍, ସଃବୁ କଃତା ନଃଉଆଁ ଅୟିଆଚେ ।
ନଃଉଆଁ ସଃର୍ଗ୍ ଆର୍ ନଃଉଆଁ ହୁର୍ତିବି
ସଃରାସଃରି ହଃଚେ ମୁୟ୍ ଗଟେକ୍ ନଃଉଆଁ ଅଃଗାସ୍ ଆର୍ ନଃଉଆଁ ହୁର୍ତି ଦଃକ୍ଲେ । ହଃର୍ନା ଅଃଗାସ୍, ହଃର୍ନା ହୁର୍ତି ନଃସ୍ଟ୍ ଅୟ୍ରିଲି, ଆର୍ ସଃମ୍ନ୍ଦ୍ ନଃରିଲି । ଆର୍ ଗଟେକ୍ ପବିତ୍ର ଗଃଳ୍, ନଃଉଆଁ ଜିରୁସାଲମ୍, କଃନ୍ୟା ବେସେ ତିଆର୍ ଅୟି ସଃର୍ଗାର୍ ଇସ୍ୱରାର୍ ତଃୟ୍ହୁଣି ହୁର୍ତି ଉହ୍ରେ ଉତୁର୍ତାର୍ ଦଃକ୍ଲେ । ଆରେକ୍ ସଃର୍ଗାର୍ ସିଙ୍ଗାସଣେ ହୁଣି ଗଟେକ୍ ସଃବ୍ଦ୍ ଆୟ୍ଲି, "ଅଃବେ ଇସ୍ୱରାର୍ ବାସା କଃର୍ତା ଟାଣ୍ ମାନାୟ୍ମଃନାର୍ ତଃୟ୍ ଆଚେ, ସେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେମଃନ୍ ତାର୍ ନିଜାର୍ ଲକ୍ ଅଃଉତି । ଇସ୍ୱର୍ ନିଜେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେ ସେମଃନାର୍ ଇସ୍ୱର୍ ଅୟ୍ଦ୍ । ଇସ୍ୱର୍ ସେମଃନାର୍ ଆକିର୍ ସଃବୁ ଆସୁ ହୁଚି ଦଃୟ୍ଦ୍ । ମଃର୍ନ୍, ଦୁକ୍, କାନ୍ଦ୍ତାର୍ କି ଦୁକା ଆରେକ୍ ନଃରେୟ୍ । ସଃବୁ ହଃର୍ନା ବିସୟ୍ ନାସ୍ ଅୟିଆଚେ ।"
Permanecendo firme
Persevere na oração, firme-se na Palavra e fortaleça-se na graça de Cristo. A fé vem pelo ouvir, e o ouvir pela Palavra de Deus.
ଅଃଳ୍ସିଆ ନଃୟ୍ ମାପୁରାର୍ କାମେ କଃବାଳି ଅଃଉଆ, ଆତ୍ମାୟ୍ ହୁରୁଣ୍ ଅଃଉଆ; ମଃନ୍ ହଃରାଣେ ମାପୁରାର୍ ସେବା କଃରା । ମଃନେ ଆସା ରଃକି ସଃର୍ଦା କଃରା; ଦୁକ୍କଃସ୍ଟ୍ ବଃଳ୍ ସାସ୍ ଦଃରା, ସଃବୁ ବଃଳ୍ ପାର୍ତ୍ନାୟ୍ ଲାଗି ରିଆ ।
ମଃନେ ଆସା ରଃକି ସଃର୍ଦା କଃରା; ଦୁକ୍କଃସ୍ଟ୍ ବଃଳ୍ ସାସ୍ ଦଃରା, ସଃବୁ ବଃଳ୍ ପାର୍ତ୍ନାୟ୍ ଲାଗି ରିଆ ।
ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନ୍ ନିଜେ ନିଜେ କାର୍ ବାଦ୍ଲା ନିଆ ନାୟ୍ । ଇସ୍ୱରାର୍ ଡଃଣ୍ଡାର୍ ଲକ୍ ଅଃଉତା ହାୟ୍ଁ ତାକେ ଚାଡି ଦିଆସ୍ । ବଃଲେକ୍ ସାସ୍ତରେ ଲେକାଆଚେ, "ମାପୁର୍ କଃଉଁଲା, ମୁୟ୍ଁ ତାର୍ ନ୍ୟାୟ୍ ବିଚାର୍ କଃରିନ୍ଦ୍ ।
ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
ଇରି ଅଃମିମଃନ୍ ଜାଣୁ ଜେ, ଜୁୟି ଲକ୍ମଃନ୍ ଇସ୍ୱର୍କେ ଲାଡ୍ କଃର୍ତି, ଜୁୟି ଲକ୍ମଃନ୍ ତାର୍ ଇଚା ହଃର୍କାରେ କୁଦାଜାୟ୍ ଆଚ୍ତି, ଇସ୍ୱର୍ ଜେ ସେ ସଃବୁ କଃତାୟ୍ ସେମଃନାର୍ ନିକ କଃରେଦ୍ ।
ସଃବୁ ସାସ୍ତର୍ ଇସ୍ୱର୍ କୟ୍ଲାକ୍ ଲେକ୍ଲା ଆର୍ ସଃତ୍ ସିକ୍ୟା, ବୁଲ୍ କଃଲେକ୍ ଉଳ୍ତାର୍, ସୁଦାର୍ତାର୍, ଆର୍ ଦଃର୍ମି ଅଃଉତା ବିସୟେ ସାସନାର୍ ହାୟ୍ଁ ଉହ୍କାରି, ଜଃନ୍କଃରି ଇସ୍ୱରାର୍ ଲକ୍ ହୁର୍ନ୍ ଅୟି ସଃବୁ ରଃକମାର୍ ନିକ କାମାର୍ ଗିନେ ଜୟ୍ଗ୍ ଅୟ୍ଦ୍ ।
ମର୍ତଃୟ୍ହୁଣି ଜୁୟି ସବୁ ଉହ୍କାର୍ କଃତା ସୁଣି ଆଚାସ୍, କ୍ରିସ୍ଟ ଜିସୁର୍ କଃତା ବିସ୍ୱାସ୍ ଆର୍ ଲାଡେ ନିକକଃରି ସେରି ଦଃରିରେ । ତର୍ ଆତେ ଜୁୟି ବଃଡ୍ ନିକ ବିସୟ୍ମଃନ୍ ଦିଆ ଅୟିଆଚେ, ସେରି ଅଃମିମଃନାର୍ ତଃୟ୍ ବାସାକ୍ର୍ତା ପବିତ୍ର ଆତ୍ମାର୍ ସଃକ୍ତିୟେ ସଃଙ୍ଗାଉଆ ।
ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟ ନିଜେ, ଜୁୟି ଉବା ଇସ୍ୱର୍ ଅଃମିମଃନ୍କେ ଲାଡ୍ କଃରି ଦଃୟା ତଃୟ୍ ଅଃମିକ୍ ଅଃମ୍ବର୍ ସୁସ୍ତା ଆର୍ ନିକ ବଃର୍ସା ଦଃୟ୍ଆଚେ, ସେ ନିଜେ ତୁମିମଃନାର୍ ମଃନ୍କେ ସୁସ୍ତା ଦଃୟି ସଃବୁ ନିକ କାମ୍ ଆର୍ କଃତା ତଃୟ୍ ତିର୍ କଃର୍ ।
ଜଦି ଅଃମିମଃନ୍ ଇସ୍ୱରାର୍ ତଃୟ୍ ନିଜ୍ନିଜ୍କେ ହାହି ବଃଲି କଃଉନ୍ଦ୍ ତଃବେ ସେ ଅଃମାର୍ ହାହ୍ କେମା କଃରୁକେ ଆର୍ ସଃବୁ ଅଃଦଃର୍ମେ ହୁଣି ଅଃମିମଃନ୍କେ ନିର୍ମୁଳ୍ କଃରୁକେ ବିସ୍ୱାସାର୍ ଜୟ୍ଗ୍ ଆର୍ ନ୍ୟାୟ୍ବାନ୍ ।
ଅଃମିମଃନ୍ ଜଃବେ ତାର୍ ଇଚା ହଃର୍କାରେ ଜାୟ୍ ହେଁ ପାର୍ତ୍ନା କଃରୁନ୍ଦ୍, ତଃବେ ସେ ଅଃମାର୍ ସେ ପାର୍ତ୍ନା ସୁଣେଦ୍, ତାର୍ ଚଃମେ ଅଃମାର୍ ଇ ସାସ୍ ଆଚେ । ଆର୍ ଅଃମିମଃନ୍ ତାର୍ ହାକ୍ ଜାୟ୍ରି ହେଁ ପାର୍ତ୍ନା କଃରୁନ୍ଦ୍, ସେରି ସେ ସୁଣେଦ୍ ବଃଲି ଜଦି ଅଃମିମଃନ୍ ଜାଣୁଲୁ, ତଃବେ ତାର୍ ଟାଣେ ଜାୟ୍ରି ପାର୍ତ୍ନା କଃରି ଆଚୁ, ସେରି ସଃବୁ ଜେ ହାୟ୍ଁ ଆଚୁ ଇରି ହେଁ ଜାଣୁକେ ଦଃର୍କାର୍ ।
ଲବଦ୍ ସଃବୁ ସଃମ୍ବାଳେଦ୍, ସଃବୁ ସଃତ୍ କଃରେଦ୍, ସଃବୁ ଆସା କଃରେଦ୍, ସଃବୁ କଃତାୟ୍ ସାସ୍ଦଃରି ରଃୟ୍ଦ୍ ।