1 ମୁୟ୍ଁ ପାଉଲ୍, ସିଲା ଆର୍ ତିମତି ତେସଲନିକି ମଣ୍ଡ୍ଳିର୍ ଲକ୍ମଃନ୍କେ ଚିଟି ଲେକୁଲୁ । ଉବା ଇସ୍ୱରାର୍ ଆର୍ ମାପୁର୍ ଜିସୁ କ୍ରିସ୍ଟର୍ ଦଃୟା ଆର୍ ସୁସ୍ତା ତୁମାର୍ ଉହ୍ରେ ଅଃଉଅ ।
2 ଅଃମିମଃନ୍ ପାର୍ତ୍ନା କଃର୍ତା ବଃଳ୍ ତୁମିମଃନାର୍ ନାଉ ଦଃରି ତୁମାର୍ ସଃବୁଲକାର୍ ଗିନେ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ । 3 ଅଃମିମଃନାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ଅଃମିମଃନ୍ ତୁମିମଃନାର୍ ବିସ୍ୱାସାର୍ କାମ୍, ଲାଡାର୍ କଃବାଳ୍ ଆର୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ କଃତାକ୍ ତୁମାର୍ ବଃର୍ସା ସାସ୍ ଦଃର୍ତାର୍ କଃତା ସଃବୁବଃଳ୍ ଏତାଉଆ ।
4 ଏ ଅଃମାର୍ ବାୟ୍ବେଣିମଃନ୍, ଅଃମିମଃନ୍ ଜାଣି ଆଚୁ ଜେ, ଇସ୍ୱର୍ ତୁମିମଃନ୍କେ ଲାଡ୍ କଃରୁଲା ଆର୍ ସେ ନିଜେ ତୁମିମଃନ୍କେ ବାଚିଆଚେ । 5 ଅଃମିମଃନ୍ ନିକ କବୁର୍ ଅଃବ୍କା କଃତାୟ୍ ନାୟ୍, ମଃତର୍ ସଃକ୍ତି, ପବିତ୍ର ଆତ୍ମା ଆର୍ ହୁରାକଃରି ତୁମିମଃନାର୍ ଲଃଗେ ଆୟ୍ଲି; ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ତୁମିମଃନାର୍ ସଃଙ୍ଗ୍ ଅଃମିମଃନ୍ କଃନ୍କା ଚାଲାଚାଲ୍ତି କଃରିରିଲୁ, ସେରି ତ ତୁମିମଃନ୍ ଜାଣି ଆଚାସ୍ । ଇରି ତୁମାର୍ ନିଜାର୍ ବଃଲ୍ ହାଁୟ୍, 6 ଆରେକ୍ ତୁମିମଃନ୍ ବଃଡେ ଦୁକ୍କଃସ୍ଟ୍ ବଗ୍ କଃରି ହେଁ ପବିତ୍ର ଆତ୍ମା ଦିଲା ସଃର୍ଦାର୍ ସଃଙ୍ଗ୍ ସେ ମାପୁରାର୍ କଃତାକ୍ ମାନିକଃରି ଅଃମାର୍ ଆର୍ ମାପୁରାର୍ ହଃଚେ ଜାତି ରିଲାସ୍ ।
7 ଇବାନ୍ୟା ତୁମିମଃନ୍ ମାକିଦନିଆ ଆର୍ ଆକାୟା ଲଃଗେ ବାସା କଃର୍ତିରିଲା ସଃବୁ ବିସ୍ୱାସିମଃନାର୍ ବାଟ୍ ଦଃକାଉତା ଲକ୍ ହର୍ ଅୟ୍ରିଲାସ୍ । 8 ତୁମାର୍ ତଃୟ୍ହୁଣି ଅଃବ୍କା ମାପୁରାର୍ କଃତା ମାକିଦନିଆ ଆର୍ ଆକାୟା ତଃୟ୍ ପର୍ଚାର୍ ଅୟିଆଚେ, ସେରି ନାୟ୍, ମଃତର୍ ଇସ୍ୱର୍କେ ତୁମାର୍ ବିସ୍ୱାସାର୍ କଃତା ସଃବୁହାକ୍ ଉର୍ଜି ଅୟିଆଚେ, ସେ କଃତାକେ ଚାଡି ଅଃମିମଃନ୍କେ କାୟିରି ହେଁ ଲଳା ନାୟ୍ । 9 ଜୁୟ୍ତାର୍ ଗିନେ ଲକ୍ମଃନ୍ ଅଃମିମଃନାର୍ ବିସୟେ କଃଉଁଲାୟ୍, ତୁମାର୍ ଲଃଗେ ଅଃମିମଃନ୍ ଆସ୍ତାବଃଳ୍ ତୁମି କଃନ୍କଃରି ଆଗଳି ଦଃରିରିଲାସ୍, ଆର୍ କଃନ୍କଃରି ତୁମିମଃନ୍କେ ମୁର୍ତି ହୁଜା ସଃବୁ ଚାଡିକଃରି ଜିବନ୍ ଆର୍ ସଃତ୍ ଇସ୍ୱରାର୍ ସେବା କଃରୁଲାସ୍, 10 ଆରେକ୍ ସେ ଇସ୍ୱର୍ ଅଃହ୍ଣାର୍ ଜୁୟି ହୟ୍ସିକ୍ ମଃଲା ଲକାର୍ ତଃୟ୍ହୁଣି ଉଟାୟ୍ରିଲା, ଆସୁଲା କହ୍ ତଃୟ୍ହୁଣି ଅଃମିମଃନ୍କେ ରଃକ୍ୟା କଃର୍ତା ସେ ଜିସୁକେ ସଃର୍ଗେ ହୁଣି ଆସ୍ତାର୍ ଜାଗିରେଉଉଁଆ ।