Nascer de novo
Nascer de novo é a porta de entrada para a vida em Deus. Jesus ensinou que sem o novo nascimento espiritual, ninguém pode ver nem entrar no Reino de Deus.
A necessidade do novo nascimento
Jesus declarou a Nicodemos: 'Aquele que não nascer de novo não pode ver o Reino de Deus.' O novo nascimento é pelo Espírito.
ଜିସୁ ତାକେ କଇଲା, "ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।"
ଜିସୁ ତାକେ କଇଲା, "ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।"
ନିକଦିମ ତାକେ ପାଚାର୍ଲା, "ଡକ୍ରା ଅଇଲା ଲକ୍ କେନ୍ତି ଆରି ତରେକ୍ ଜନମ୍ ଅଇସି ? ସେ ଆରି ତରେକ୍ ମାଆର୍ ପେଟ୍ ବିତ୍ରେ ଜାଇକରି ଜନମ୍ ଅଇସି କି ? ନାଇ ଅଇ ନଏଁ ।"
ଜିସୁ ତାକେ କଇଲା, "ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ । ଗଟେକ୍ ନର୍ ଲକ୍ ତାର୍ ନର୍ ମାଆ ବାବାର୍ତେଇଅନି ଜନମ୍ ଅଇସି । ମାତର୍ ସୁକଲ୍ ଆତ୍ମା ତାର୍ ଆତ୍ମାଇ ନୁଆ ଜିବନ୍ ଦେଇସି । ସେଟାର୍ପାଇଁ ମୁଇ ତକେ ଆରିତରେକ୍ ଜନମ୍ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ । ପବନ୍ ଜନ୍ ବାଟେ ଜିବାକେ ମନ୍ କର୍ସି ସେ ବାଟେସେ ଜାଇସି, ଆରି ତମେ ତାର୍ ସବଦ୍ ସୁନ୍ସା । ମାତର୍ ସେଟା କନ୍ତିଅନି ଆଇସି ଆରି କନ୍ ବାଟେ ଜାଇସି ସେଟା ନାଜାନାସ୍ । ଆତ୍ମାଇ ଜନମ୍ ଅଇଲା ସବୁ ଲକ୍ମନ୍ ମିସା ସେନ୍ତାରିସେ ।"
ଜିସୁ ତାକେ କଇଲା, "ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ । ଗଟେକ୍ ନର୍ ଲକ୍ ତାର୍ ନର୍ ମାଆ ବାବାର୍ତେଇଅନି ଜନମ୍ ଅଇସି । ମାତର୍ ସୁକଲ୍ ଆତ୍ମା ତାର୍ ଆତ୍ମାଇ ନୁଆ ଜିବନ୍ ଦେଇସି । ସେଟାର୍ପାଇଁ ମୁଇ ତକେ ଆରିତରେକ୍ ଜନମ୍ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ ।
ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।"
ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍
ସେ ବେଲେ ସିସ୍ମନ୍ ଜିସୁକେ ପାଚାର୍ଲାଇ, "ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍ ?" ଜିସୁ ଗଟେକ୍ ସାନ୍ ପିଲାକେ ଡାକି ସେମନର୍ ଲଗେ ଟିଆକରାଇ କଇଲା, "ମୁଇ ତମ୍କେ ସତ୍ କଇଲିନି, ତମର୍ ମନ୍ ବାଦ୍ଲାଇ ସାନ୍ ପିଲାମନର୍ ପାରା ନ ଅଇଲେ ସରଗ୍ ରାଇଜେ କେବେ ପୁରି ନାପାରାସ୍ । ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍,
Nova criação em Cristo
Quem está em Cristo é nova criação. Morremos e ressuscitamos com Ele para viver em novidade de vida, livres do velho homem.
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ସେଟାର୍ପାଇଁ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
କାଇକେବଇଲେ ଆମେ ମରନେ ମିସି ତାର୍ ସଙ୍ଗ୍ ଗଟେକ୍ ଅଇଲୁ ଆଚୁ, ତାକେ ଆରିତରେକ୍ ଉଟ୍ବାତେଇ ମିସା, ତାର୍ ସଙ୍ଗ୍ ଗଟେକ୍ ଅଇକରି ରଇବୁ । ଆମେ ଜାନିଆଚୁ, କିରିସ୍ଟର୍ ସଙ୍ଗ୍ କୁର୍ସେ ଆମର୍ ପୁର୍ନା ଜିବନ୍ ମରିଗାଲାଆଚେ । ତେଇଅନି ଆମର୍ ପାପର୍ ଚଲାଚଲ୍ତି କୁରୁପ୍ନାସ୍ ଅଇଲା ଆଚେ ଆରି ଆମେ ପାପର୍ ଗତିଅନି ମୁକ୍ଲିଆଚୁ । କାଇକେବଇଲେ ମୁନୁସ୍ ମରିଗାଲେସେ, ପାପର୍ ବାନ୍ଦନେଅନି ରକିଆ ପାଇସି ।
ସେଟାର୍ପାଇଁ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍ଟ ଜିସୁର୍ ଜିବନେଅନି ପରମେସର୍ ସଙ୍ଗ୍ ମିସ୍ଲାସ୍ ।
ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ । ତମେ ଚିନ୍ତା କର୍ବାଟା ପର୍ମେସର୍ ନୁଆକରି ବାଦ୍ଲାଇବାକେ ତାକେ ସର୍ପି ଦିଆସ୍ ବଲି ସିକାଇଲାଇ ଆଚତ୍ । ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
ନିଜର୍ ନିଜର୍ ବିତ୍ରେ ମିଚ୍ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍ନା ଗୁନ୍ଚଲନର୍ ସବୁ ଅବିଆସ୍ ଚାଡିଦେଇକରି, ନୁଆ ଚଲାଚଲ୍ତି ଆରାମ୍କରି ଆଚାସ୍ । ପର୍ମେସର୍ ତମ୍କେ ଦେଇରଇବା ଏ ନୁଆ ଚଲାଚଲ୍ତିତେଇ ତମେ ତାର୍ ବିସଇ ଅଦିକ୍ ଅଦିକ୍ ଜାନ୍ସା ଆରି ତାର୍ପାରା ଅଦିକ୍ ଅଦିକ୍ ଅଇଆଇସା । ତମେ ଜିଉଦି ଲକ୍ ଉଆ କି ଜିଉଦି ନ ଅଇଲା ଲକ୍ ଉଆ, ସୁନତ୍ ଅଇଲାଲକ୍ କି ସୁନତ୍ ନ ଅଇଲା ଲକ୍, ଦାପ୍ରେ ରିସା ଅଇ ମାରିମରାଇବା ଲକ୍ କି ବିନ୍ ଦେସର୍ ଗତିଦାଙ୍ଗ୍ଡା କି ମୁକ୍ଲାଇଲା ଲକ୍, ସେଟା କାଇଟା ନଏଁ । ମାତର୍ କିରିସ୍ଟ ସବୁର୍ଟାନେ ଆଚେ ଆରି ସେ ଆକା ସବୁର୍ ଉପ୍ରେ ସାସନ୍ କଲାନି ।
Filhos de Deus
Nascemos de novo pela Palavra viva de Deus. Quem crê em Jesus recebe o direito de se tornar filho de Deus, nascido do Espírito.
ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା । ସେମନ୍ ମୁନୁସ୍ମନ୍ ମନ୍କଲା ଇସାବେ ଜନମ୍ ଅଅତ୍ନାଇ, କି ଗାଗଡର୍ ବନି ଇସାବେ ଅଅତ୍ନାଇ । ନିଜେ ପର୍ମେସର୍ ସେମନର୍ ବାବା ।
ଜିବନ୍ ରଇବା ଆସା
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଜବର୍ ଅଇତେ ଦୟା କଲାର୍ପାଇ ଆମ୍କେ ନୁଆ ଜିବନ୍ ଦେଲା ଆଚେ । ଜିସୁକିରିସ୍ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍କେ ଉଟାଇସି ବଲିକରି ପୁରାପୁରୁନ୍ ଆସାଆଚେ । ସେଟାର୍ପାଇଁ ପର୍ମେସର୍ ତାର୍ ଲକ୍ମନର୍ପାଇ ଜେତ୍କି ସବୁ ଆସିର୍ବାଦ୍ ସର୍ଗେ ଜତନ୍ କରି ସଙ୍ଗଇଆଚେ, ସେଟା ସବୁ ଆମର୍ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍ ନ ଦାରେ କି ଉନା ମିସା ନ ଅଏ ।
ତମେ ଆରିତରେକ୍ ଜନମ୍ ଅଇଲାସ୍କେ ଏନ୍ତାରି କଲାସ୍ନି । କେବେ ନ ମର୍ବା ବାବାମାଆର୍ ପିଲାମନର୍ ଇସାବେ । ତାର୍ ବାକିଅ ତମ୍କେ ନୁଆ ଜିବନ୍ ଦେଲାଆଚେ । ତାର୍ ବାକିଅ ସବୁଦିନର୍ପାଇ ରଇସି ।
ଏବେ ଜନମ୍ ଅଇଲା କଅଁଲା ପିଲାମନ୍ ଦୁଦ୍ କାଇବାକେ ଜେନ୍ତାରି ମନ୍ କର୍ବାଇ, ସେନ୍ତାରିସେ ତମେ ଆତ୍ମାର୍ ଦୁଦ୍ କାଇବାକେ ମନ୍ କରା । ସେଟା ଅଇଲାନି ପର୍ମେସରର୍ ସତ୍ ବାକିଅ । ସେଟା କାଇବାକେ ମନ୍ କଲେ, ତମର୍ ମୁକ୍ତି ସିଦ୍ ଅଇବାଜାକ ତମେ ବିସ୍ବାସେ ଅଦିକ୍ ଅଦିକ୍ ବଡି ଆଇସା । ସାସ୍ତରେ ଲେକା ଅଇଲାପାରା "କାଇକେ ବଇଲେ, ମାପ୍ରୁ ଜିବନ୍ ଦୁକାଇ ଦୟା କଲାଟା ତମେ ଜାନିସାରାଇ ଆଚାସ୍ ।"
ପର୍ମେସରର୍ ପିଲାଟକିମନ୍
ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ । ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ ।
ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ । ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା, ସେଟାର୍ପାଇଁ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।